ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ

🔴 ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ🔴
( ଛତିଶା ନିଯୋଗ ଓ ୧୨୦ ପ୍ରକାରର ସେବକ )

🔻 ଭିତରଛ ମହାପାତ୍ର, ତଳିଛ ମହାପାତ୍ର ,

🔻 ପୁରୋହିତ

🔻 ପୂଜାପଣ୍ଡା

🔻 ପୁଷ୍ପାଳକ

🔻 ବଡୁ

🔻 ପତିମହାପାତ୍ର

🔻 ପ୍ରତିହାରୀ

🔻 ମେକାପ

🔻 ସୁଆର

🔻 ଖୁଣ୍ଟିଆ

🔻 ମୁଦୁଲି

🔻 ଦଇତା

🔻 ଦତ୍ତ

🔻 କରଣ

🔻 ହଡ଼ପନାୟକ

🔻 ଘଟୁଆରୀ

🔻 ମହାଭୋଇ

🔻 ପାଣିଆପଟ

🔻 ବଜନ୍ତ୍ରୀ

🔻 ଗାୟଣୀ

🔻 ଗୀତଗୋବିନ୍ଦ ସେବକ

🔻 ଚତର

🔻 ଚକ୍ରଦିହୁଡ଼ି

🔻 କୁମ୍ଭାରବିଶୋଇ

🔻 ସୁଆଁସିଆ

🔻 ଚୂନରା

🔻 ଜ୍ୟୋତିଷ

🔻 ବୈଦ୍ୟ

🔻 ସବୁତ ନିଯୋଗ

🔻 ବିନ୍ଧାଣୀ

🔻 ତୀର୍ଥମାଟିଆ

🔻 ଓଝା ମହାରଣା

🔻 ଚାପା ଦଳେଇ

🔻 ଅଶ୍ୱହସ୍ତି ସେବକ

🔻 ମହାସେଠୀ

🔻 ପାଳିଆ ମାହାର

  ସାଧାରଣତଃ ଶିବ ଓ ବିଷ୍ଣୁଙ୍କ ମନ୍ଦିରରେ ଦୁଇ ଜାତିର ସେବକ ଦେଖା ଯାଆନ୍ତି ଯଥା- ବ୍ରାହ୍ମଣ (ପଣ୍ଡା ବା ସୁଆର) ଓ ଶୂଦ୍ର (ମାଳି, ବଡୁ ବା ମଲିଆ) । ପୁରୀର ଶ୍ରୀଜଗନ୍ନାଥଙ୍କର ସବୁ ଶ୍ରେଣୀର ଶୂଦ୍ର ଓ ବ୍ରାହ୍ମଣ ସେବକ ।

🔻 ଗଜପତି ମହାରାଜା : ରଥଯାତ୍ରା ସମୟରେ ଦେବତାଙ୍କ ପହଣ୍ଡିବିଜେ କଲାବେଳେ ଛେରାପହଁରା ସେବା ।

🔻 ମୁଦିରସ୍ତ/ ମୁଦିରଥ : ରାଜାଙ୍କ ପ୍ରତିନିଧି, ରାଜାଙ୍କ ଅନୁପସ୍ଥିତିରେ ସେବାକାର୍ଯ୍ୟ ଚଳାଇବା ।

🔻 ପରିଛା : ମନ୍ଦିର ପରିଚାଳନ, ସେବା, ଯାତ୍ରାଦି ତନଖିବାର ସର୍ବଶ୍ରେଷ୍ଠ ରାଜକର୍ମଚାରୀ ।

🔻 ଛତିଶା ନିଯୋଗ ନାୟକ/ ପାଟ୍ଟଯୋଶି ମହାପାତ୍ର : ଛତିଶାନିଯୋଗ ମାନଙ୍କଅ ଅଧ୍ୟକ୍ଷ ।

🔻 ତଳିଚ୍ଛୋ ମହାପାତ୍ର/ ତଳିଛ/ ତଳଛ : ପରିଛାଙ୍କ ପ୍ରତିନିଧି : ରାତ୍ର ପହୁଡ଼ ପରେ ଦ୍ୱାର ମୁଦ କରନ୍ତି ଏବଂ ରୋଷ ନିର୍ମଳ ରଖନ୍ତି ଓ ରୋଷ ଉପରେ କର୍ତ୍ତୃତ୍ୱ କରନ୍ତି ।

🔻 ଅଖଣ୍ଡ/ଅଖଣ୍ଡଳ ମେକାପ : ରତ୍ନ ସିଂହାସନ ନିକଟରେ ଥିବା ଅଖଣ୍ଡ ଦୀପ ଜଳାଇ ରଖିବା /ପ୍ରଦୀପ ଜଳାଇବା ।

🔻 ଅଣସର ସୁଧ ସୁଆର

🔻 ଅଙ୍ଗାରୁଆ : ରୋଷଘରୁ ପାଉଁଷ କାଢ଼ିବା ।

🔻 ଅମାଲୁ ତୋଳି ଓ ପୁର ଖରଡ଼ା

🔻 ଅମୁଣିଆ ଛତ୍ର/ ଅମୋଣିହାଛତାର : ଯାନିଯାତ୍ରାମାନଙ୍କରେ ଛତି ଓ ତ୍ରାସ ଧରନ୍ତି।

🔻 ଆସ୍ଥାନ ପଢ଼ିଆରୀ/ ଆସ୍ଥାନ ପ୍ରତିହାରୀ : ପର୍ବ ସମୟରେ ଡାକ ଦେବା ।

🔻 ଓଝା ମହାରଣା : ମନ୍ଦିର କମାର

🔻 କରତିଆ/ କରତୀ : ରଥ ତିଆରି ସମୟରେ କାଠ କାଟିବା

🔻 କଳା ବେଠିଆ : ରଥ ଯାତ୍ରା ସମୟରେ ରଥ ଟାଣିବା

🔻 କାହାଳିଆ: ବିଜେ କାହାଳି ଫୁଙ୍କିବା

🔻 କୁମ୍ଭାର ବିଶୋଇ : ହାଣ୍ଡି, କୁଡୁଆ ଓ ଅନ୍ୟାନ୍ୟ ମାଟିପାତ୍ର ଯୋଗାଇବା ।

🔻 କୋଠ କରଣ

🔻 କୋଠଭୋଗ ପାଣିଆ

🔻 କୋଠ ଭୋଗ ଯୋଗାଣିଆ

🔻 କୋଠ ସୁଆଁଁସିଆ : ବିଭିନ୍ନ ଯାନିଯାତ୍ରା ସମୟରେ ଛାମୁଣ୍ଡିଆ, ଚାଳିଘର ଇତ୍ୟାଦି ତିଆରି କରନ୍ତି

🔻 କୁମ୍ଭାର ବିଶୋଇ : ହାଣ୍ଡି, କୁଡ଼ୁଆ ଏବଂ ଅନ୍ୟାନ୍ୟ ମାଟିପାତ୍ର ଯୋଗାଇବା

🔻 ଖଟଶେଯ ମେକାପ

🔻 ଖଟୁଳି ସେବକ : ଅବକାଶ ପୂଜା ସମୟରେ ପିଢା ରଖିବା

🔻 ଖଡ଼ିକା ସୁଆଁସିଆ : ଜଗମୋହନ ଓଳାଇବା ।

🔻 ଖୁଣ୍ଟିଆ : ‘ମଣିମା’ ଡାକଦେବା ଓ ଠାକୁର ମାନଙ୍କୁ ଜଗିବା ଏମାନଙ୍କ ମୁଖ୍ୟ କାମ ।

🔻 ପାଳିଆ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ରୁକୁଣା ହରଣ ଖୁଣ୍ଟିଆ

🔻 ଖୁରି ନାୟକ/ ଖୁରିଘର ନାୟକ : ସମୟଜ୍ଞାପକ ଘଣ୍ଟା ବଜାଇବା ।

🔻 ଗରାବଡୁ : ପୂଜାପଣ୍ଡାଙ୍କ ନିକଟରେ ପାଣିଗରା ରଖିବା ।

🔻 ଗୀତ ଗୋବିନ୍ଦ ସେବକ: ବଡ଼ସିଂହାର ଭୋଗ ପରେ ଚନ୍ଦନଲାଗି ସମୟରେ ଜୟଦେବଙ୍କ ଗୀତ ଗୋବିନ୍ଦ ବୋଲିବା

🔻 ଗୁଣବଳୁଆ : ଦଉଡ଼ି ବଳିବା ।

🔻 ଗୋଛିକର : ଏମାନେ ପଢ଼ିଆରୀ ଶ୍ରେଣୀରେ ଅନ୍ତର୍ଭୁକ୍ତ ଏବଂ ଚାରି ଦ୍ୱାରର ରକ୍ଷଣାବେକ୍ଷଣ କରନ୍ତି ।

🔻 ଘଣ୍ଟୁଆ : ଦୈନିକ ନୀତି ଓ ପର୍ବପର୍ବାଣି ସମୟରେ ଘଣ୍ଟ ବଜାଇବା

🔻 ଘଟୁଆରି/ ଘୋଟୁଆରୀ : ଚନ୍ଦନ ଘୋରିବା । ଦୈନଦିନ ଏବଂ ପର୍ବପର୍ବାଣୀ ନୀତି ନିମନ୍ତେ ଅଞ୍ଜନ ଯୋଗାଇବା

🔻 ଚକା ଅପସରା ସେବକ : ଦରଜିମାନଙ୍କଠାରୁ ପୋଷାକପତ୍ରର ଦାୟିତ୍ୱ ନିଅନ୍ତି । ବଳଭଦ୍ର,ସୁଭଦ୍ରା ଓ ଜଗନ୍ନାଥ ବିଜେ ଆସ୍ଥାନରେ ସର୍ବଦା ରହିଥାଏ ଚକା । ଦାରୁବ୍ରହ୍ମଙ୍କ ବିଜେ ଚକା ହେଉଛନ୍ତି ସ୍ୱୟଂ ବ୍ରହ୍ମା । ରତ୍ନବେଦୀ ହେଉ କି ଅଣସର ପିଣ୍ଡି, କୋଇଲି ବୈକୁଣ୍ଠର ନିର୍ମାଣ ମଣ୍ଡପର ପିଣ୍ଡି ହେଉ ବା ସ୍ନାନବେଦୀର ପିଣ୍ଡି ସବୁଠି ରହିଛି ଚକା । ଚକା ବିଜେ ଓ ଅପସରା କ।ର୍ଯ୍ୟ କରିବା ପାଇଁ ରହିଛନ୍ତି ସ୍ୱତନ୍ତ୍ର ଚକା ଅପସରା ସେକକ। ଏମାନେ ଶାଢୀବନ୍ଧା ସେବକ । ଏହି ସେବକମାନେ ଅଣସର ପିଣ୍ଡିରେ ଚକା ବିଜେ କରାଇବା ସହ ବିଗ୍ରହ ଉଠିବା ପରେ ଚକା ଅପସରା କରିଥାନ୍ତି ।ଏହି ସେବକମାନେ ଜଗନାଥଙ୍କ ଯାତ୍ରା କାଳରେ ମାଣ୍ଡି, ମୁଚୁଳା ନେବା ଆଣିବା କରିଥାନ୍ତି । ସ୍ନାନ ଯାତ୍ରାରେ ଦେବ ବିଗ୍ରହଙ୍କ ସ୍ନାନମଣ୍ଡପକୁ ଯାତ୍ରା ପରେ ଓ ଅଣସର ପିଣ୍ଡିରେ ସେଠାରେ ଚକା ମାଣ୍ଡି ଓ ମୁଚୁଳା ନେଇ ବିଜେ କରାଇଥାନ୍ତି । ରଥଯାତ୍ରା ବେଳେ ଦେବ ବିଗ୍ରହମାନଙ୍କର ମାଣ୍ଡି ମୁଚୁଳା ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଏବଂ ସେଠାରୁ ଜଗନ୍ନାଥ ମନ୍ଦିରକୁ ଏହି ସେବକମାନଙ୍କଦ୍ୱାରା ନେବା ଆଣିବା କରାଯାଇଥାଏ ।

🔻 ଚକ୍ର ଦିହୁଡ଼ିଆ : ଚକ୍ରମସାଲ ଧରିବା ।

🔻 ଚର୍ଚ୍ଚାଇତ କରଣ : ନୀତି ଯେପରି ନିୟମିତ ଭାବେ ହେବ, ତାହା ଦେଖିବା ଦାୟିତ୍ୱ

🔻 ଚାଉଳାବଛା କରଣ / ଚାଉଳବଛା : ରୋଷେଇ ହେବାକୁ ଥିବା ଚାଉଳ ବାଛିବା

🔻 ଚାପଦଳେଇ (ଦଳାଇ) ଓ ଚାପ ବେହେରା : ଚନ୍ଦନଯାତ୍ରା ସମୟରେ ଚାପ ପ୍ରସ୍ତୁତ କରିବା ଓ ଚଲାଇବା ।

🔻 ଚାଙ୍ଗଡ଼ା କରଣ : ଭଣ୍ଡାରର ଲାଗିବସ୍ତ୍ର ଓ ଅଳଙ୍କାର ହିସାବ ଲେଖିବା ।

🔻 ଚାଙ୍ଗଡ଼ା ମେକାପ : ଦେବତାଙ୍କ ପୋଷାକ ଓ ଅଳଙ୍କାରମାନ ପିନ୍ଧାଇବା ପାଇଁ ଡାଲାରେ ସଜାଇବା ।

🔻 ଚିତ୍ରକର/ରୂପକାର : ରଥ ରଙ୍ଗ କରିବା ।

🔻 ଦତ୍ତ ମହାପାତ୍ର : ଶ୍ରୀମୁଖ ଶିଙ୍ଗାର କରନ୍ତି ।

🔻 ଚୂନରା ଗରୁଡ଼ ସେବକ/ଚୂନରା : ଗରୁଡ଼ପ୍ରତିମାଙ୍କ ସେବା କରିବା, ଏକାଦଶୀ ଦିନ ଦେଉଳର ଶିଖରକୁ ମହାଦୀପ ଉଠାଇବା ।

🔻 ଛତାରସେବକ/ ଛତାଧରା : ଯାତ୍ରା ସମୟରେ ଧଳା ଓ କଳା ଛତି ବୋହିବା ।

🔻 ଛାମୁ ଦିହୁଡ଼ିଆ : ଦେବତାଙ୍କ ଆଗରେ ମସାଲ ଧରିବା ।

🔻 ଜଗିଆ : ଭୋଗ ସମୟରେ ପହରା ଦେବା ।

🔻 ଜୟମଙ୍ଗଳ ଆଳତି ସେବକ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଆଳତି କରିବା ସେବକ।

🔻 ଜ୍ୟୋତିଷ/ ଖୁରି ନାହାକ : ଅବକାଶ ପୂଜା ସମୟରେ ଠାକୁରଙ୍କ ସମ୍ମୁଖରେ ସେହିଦିନର ତିଥି ବାର ପଢି ଜଣାଇବା ।

🔻 ଟମକିଆ ବା ବଜନ୍ତ୍ରୀ/ ବଜୟନ୍ତ୍ରୀ : ବାଜାଦାର ।

🔻 ଡମ୍ବରୁ ସେବକ : ଜୟବିଜୟ ଦ୍ୱାର ନିକଟରେ ମେଘଡ଼ମ୍ବରୂ ବା ଟୁଲ ଯୋଗାଇବା ।

🔻 ତରାସିଆ : ଯାତ୍ରା ସମୟରେ ତ୍ରାସ ଧରିବା ।

🔻 ତଅଁରା: କଂସାବାସନ ତିୟାରି କରିବା ।

🔻 ତଢ଼ଉ: ମୋହରିର ।

🔻 ତଢ଼ାଉକରଣ : ଦୈନନ୍ଦିନ ନୀତି ସମ୍ପର୍କୀୟ ପଞ୍ଜିକା (ମାଦଳା ପାଞ୍ଜି) ଲେଖିବା ଓ ବିଶେଷ ନୀତିଗୁଡ଼ିକ ସମ୍ପର୍କରେ ଅନ୍ୟ ସେବକମାନଙ୍କୁ ଜଣାଇବା ।

🔻 ତନ୍ତିବଡୁ/ ପନ୍ତିବଡୁ : ବାଘମୁହାଁ ବାନ୍ଧି ପୂଜାର ନୈବେଦ୍ୟ ଗର୍ଭଗୃହକୁ ନିଅନ୍ତି ।

🔻 ତାଟୁଆ

🔻 ତାମରାବିଶୋଇ/ ତାମ୍ରବିଶୋଇ : ତମ୍ବା ବାସନ ତିଆରି/ମରାମତି କରିବା

🔻 ତୁଳାବତୀ ବା ହାଣ୍ଡି ଯୋଗଣିଆ : ଭଣ୍ଡାରକୁ ଓ ରୋଷକୁ ହାଣ୍ଡି ଦେବା ଓ ସନ୍ଧ୍ୟାଧୂପ ଅମୁଣିଆ ବୁହାବେଳେ ଦୀପ ଦେଖାଇବା ।

🔻 ତୂଳାଭିଣା :

🔻 ତୋଳାବଡୁ :

🔻 ତୁଳସିଆ: ପ୍ରତ୍ୟେକଦିନ ଶ୍ରୀମନ୍ଦିରକୁ ତୁଳସୀ ଯୋଗାଇବା

🔻 ଦରଜୀ ବା ସିପୁଟି : ସିଲାଇକାମ

🔻 ଦଇତା : ଠାକୁରଙ୍କୁ ପହଣ୍ଡି ବିଜେ କରାଇବା, ସ୍ନାନଯାତ୍ରା, ନବକଳେବର, ଅଣସର ଓ ରଥଯାତ୍ରା ସମୟରେ ସେବା କରିବା ।

🔻 ଦଉଡ଼ି ବଳା :

🔻 ଦଣ୍ଡିଆ/ଦଉଡ଼ିଆ : ଶ୍ରୀ ବିମଳାଙ୍କ କୂଅରୁ ପାଣି ବାହାର କରିବା ନିମନ୍ତେ ଦଉଡ଼ି ଯୋଗାନ୍ତି

🔻 ଦର୍ପଣିଆଁ : ଠାଙ୍କୁରଙ୍କ ସ୍ନାନ ସମୟରେ ଦର୍ପଣ ଯୋଗାନ୍ତି । ଠାକୁରଙ୍କର ବାସନ ସଫା କରନ୍ତି ।

🔻 ଦଳବେହେରା : ପ୍ରହରୀଙ୍କ ସରଦାର ।

🔻 ଦୟଣାପତ୍ରୀ/ ଦୟଣାମାଳୀ: ଠାକୁରଙ୍କ ନିମନ୍ତେ ‘ଦଅଣା’ ଯୋଗାଇବା

🔻 ଦାଝୀ, ମାହାରୀ, ତଳିସେବକ : ନର୍ତ୍ତକୀ

🔻 ଦେଉଳକରଣ : ମାଦଳାପାଞ୍ଜି ଓ ହିସାବ ଲେଖିବା । ଭଣ୍ଡାର, ଚାଙ୍ଗଡ଼ାଘର, ସେବା ହସ୍ତାନ୍ତରର ହିସାବ ରଖନ୍ତି ଓ ପର୍ବାଣି ଖେଇ ବଣ୍ଟନ କରନ୍ତି

🔻 ଦେଉଳ ପୁରୋହିତ : ରଥ ଅନୁକୁଳ, ଅଭିଷେକ ଇତ୍ୟାଦି କରିବା

🔻 ଦୋଶାଖା : ଦୁଇ ଶାଖାଯୁକ୍ତ ମସାଲ ଧରିବା ।

🔻 ଦ୍ୱାରୀ : ଦ୍ୱାରରକ୍ଷକ ।

🔻 ଧ୍ୱଜଧରା ସେବକ : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୁଣୋହି ବେଳେ ଗରୁଡ଼ଧ୍ୱଜ, ତାଳଧ୍ୱଜ ଆଦି ଧରିବା ସେବକ।

🔻 ଧୋ ପଖାଳିଆ : ରୋଷ ଧୋଇ ସଫା କରିବା ।

🔻 ନହବତବାଲା ନାଗର୍ଚି

🔻 ନଳାହୁରୁଡ଼ା : ନଳାର ପାଣି ସଫା କରିବା ।

🔻 ନାଗରଚି :

🔻 ପତର ବନ୍ଧା

🔻 ପତି ମହାପାତ୍ର

🔻 ପର୍ବଯାତ୍ରା ଯୋଗାଣିଆ

🔻 ପାଳିଆ ମାହାର : ବେଢ଼ା ମଧ୍ୟରୁ ମଇଳା ସଫା କରିବା ।

🔻 ପତ୍ରୀବଡୁ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପୂଜାର ସମସ୍ତ ଉପକରଣ ପଣ୍ଡାମାନଙ୍କୁ ବଢ଼ାଇଦେବା ଓ ପୂଜାପଣ୍ଡାଙ୍କ ନିକଟରେ ଫୁଲ ତୁଳସୀ ରଖନ୍ତି ।

🔻 ପଢ଼ିଆରୀ : ଠାକୁରଙ୍କ ନିକଟରେ ପହରା ଦିଅନ୍ତି । ଭୋଗ ଡାକନ୍ତି ଏବଂ ଯାତ୍ରୀମାନଙ୍କ ନିରାପତ୍ତା ବିଷୟରେ ଦୃଷ୍ଟି ଦିଅନ୍ତି ।

🔻 ଗୋଛିକାର ଓ ଦୁଆର ନାୟକ : ଦେଉଳର ଚାରି ଦୁଆର ଜଗିବା ଓ ଅମୁଣିଆଁ ଆସିଲାବେଳେ ଦକ୍ଷିଣ ଦୁଆରେ ଅନ୍ୟଲୋକଙ୍କୁ “ଆଡ଼ ହୋ” ବୋଲି ଆଦେଶ ଦେବା ।

🔻 ପନ୍ତିବଡୁ/ ତନ୍ତିବଡୁ : ବାଘମୁହାଁ ବାନ୍ଧି ପୂଜାର ନୈବେଦ୍ୟ ଗର୍ଭଗୃହକୁ ନିଅନ୍ତି ।

🔻 ପଟଶେଜ ମେକାପ : ଠାକୁରଙ୍କ ଶଯ୍ୟା ରଚନା କରିବା ।

🔻 ପଥୁରିଆ : ମିସ୍ତ୍ରୀ

🔻 ପନିକି ପଟା : ରୋଷଘରେ ପରିବା କାଟି ଯୋଗାଇବା

🔻 ପରୀକ୍ଷାବଡୁ: ପୂଜା ପଣ୍ଡାଙ୍କ ନିକଟରେ ପୂଜାବାସନ ରଖିବା ।

🔻 ପାଇକ : ପ୍ରହରୀ । ଦଳେଇ ଓ ଦଳବେହେରାଙ୍କ ଅଧିନରେ, ଶ୍ରୀମନ୍ଦିର ପ୍ରଶାସକଙ୍କ ଆବଶ୍ୟକତା ଅନୁସାର କାମ କରିଥାନ୍ତି ।

🔻 ପାଳିଆ ମହାପାତ୍ର : ଅଣସର ମମୟରେ ସେବା କରିବା ।

🔻 ପାଳିଆ ମେକାପ

🔻 ପାଟରା ବିଶୋଇ/ ପାଟରା : ବିଭିନ୍ନ ନୀତିରେ ବ୍ୟବହାର ହେଉଥିବା ପାଟଡୋର ପ୍ରସ୍ତୁତ କରନ୍ତି

🔻 ପାଣିଆଁ : ରୋଷେଇ ପାଇଁ ଜଳ ଯୋଗାଇବା ।

🔻 ପାଣିଆପଟ : ଦିନସାରା ବିଭିନ୍ନ ନୀତି ନିମନ୍ତେ ପାଣି ଯୋଗାଇବା ।
🔻 ପାଟଯୋଷୀ ମହାପାତ୍ର

🔻 ପାତ୍ର : ମାଳାଗୁନ୍ଥିବା ।

🔻 ପିକାପ/ ଗନ୍ଧଣ ନିକାପ

🔻 ପୁଷ୍ପାଳକ/ ପଶୁପାଳକ/ ସିଂହାରୀ:

🔻 ପୂଜାପଣ୍ଡା: ବ୍ରାହ୍ମଣ ଜାତୀୟ ସେବକ, ନୈବେଦ୍ୟ ସମର୍ପଣ କରିବା ।

🔻 ପୂରାଣ ପଣ୍ଡା: ଶ୍ରୀମନ୍ଦିରରେ ପୂରାଣ ପାଠ କରିବା ।
🔻 ପ୍ରତିହାରୀ

🔻 ପ୍ରଧାନି/ ପଧାନି: ପଣ୍ଡାମାନଙ୍କୁ ଡାକନ୍ତି ଓ ମୁକ୍ତିମଣ୍ଡପରେ ଖେଇ ବାଣ୍ଟନ୍ତି । ପରିଛାଙ୍କ ହାତକୁ ସୁନାବେତ ଦେବା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ଭୋଜନ ଦେବା ।

🔻 ପ୍ରସାଦବଡୁ : ଶୁଖୁଲି ଅମୁଣିଆଁ ଦିଅଁଙ୍କ ଆଗରେ ରଖିବା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ନେଇ ଗଜପତି ରାଜାଙ୍କ ଉଆସରେ ପହଞ୍ଚାଇବା ।

🔻 ଫାରକ : ଭଣ୍ଡାର ଜଗିବା ।

🔻 ଫୁଲ ବଡୁ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଫୁଲ ନେଇ ଗଜପତି ମହାରାଜାଙ୍କ ନଅରରେ ପହଞ୍ଚାଇବା ।

🔻 ବଇଠି କରଣ

🔻 ବଡ଼ପଣ୍ଡା : ପୂଜାପଣ୍ଡାମାନେ ସେମାନଙ୍କ କର୍ତ୍ତବ୍ୟ ବିଧିମତେ ସମ୍ପଦନା କରୁଛନ୍ତି କି ନାହିଁ, ତାହା ଉପରେ ନଜର ରଖନ୍ତି ।

🔻 ବଡୁସୁଆର

🔻 ବଢେଈ : ରଥ ତିଆରି କରିବା

🔻 ବଣିଆ : ଅଳଙ୍କାର ତିଆରି ଓ ମରାମତି କରିବା

🔻 ବଲ୍ଲଭ ଯୋଗାଣିଆ

🔻 ବଳିତା ସେବକ/ ଆଳତି ବଳିତା ସେବା : ସମସ୍ତ ଆଳତି ନିମନ୍ତେ ବଳିତା ଯୋଗାଇବା ।

🔻 ବାଣୁଆ : ଯାନିଯାତ୍ରା ସମୟରେ ବାଣ ଯୋଗାଇବା

🔻 ବାହାର ଦେଉଳ ସୁଆର/ ବାହାର ଦେଉଳି ସୁଆର : ଲକ୍ଷ୍ମୀଙ୍କ ରୋଷରେ ରାନ୍ଧନ୍ତି ।

🔻 ବାହାର ଦେଉଳି ଯୋଗାଣିଆ : ଭୋଗମଣ୍ଡପ ବାହାରକୁ ଭୋଗସାମଗ୍ରୀ ବୋହିନେବା

🔻 ବିଡ଼ିଆ ଯୋଗାଣିଆ : ଠାକୁରଙ୍କ ଲାଗି ପାନଖିଲ ସଂଗ୍ରହ କରି ଆଣି ହଡ଼ପ ନାୟକଙ୍କୁ ଯୋଗାଇବା ।

🔻 ବିନ୍ଧାଣି : ବଣିଆଁ

🔻 ବିମାନ (ବିବାନ) ବଡୁ : ଶ୍ରୀମନ୍ଦିରର ଚଳନ୍ତି ପ୍ରତିମାମାନଙ୍କୁ ଯାତ୍ରାଦି ସମୟରେ ବହନ କରୁଥିବା ବିମାନକୁ କାନ୍ଧେଇବା ।

🔻 ବିରିବଟା ସମର୍ଥା : ପିଠାପଣା ନିମନ୍ତେ ଦରକାର ମୁତାବକ ବିରି ବାଟିବା

🔻 ବିରିବୁହା ସୁଆର : ସମର୍ଥାଠାରୁ ରାନ୍ଧିବା ପାଇଁ ଜିନିଷ ନେଇ ସୁଆରକୁ ଦେବା ।

🔻 ବିଡୁଆ : ମଥମଲ ବା ଛେକ ପ୍ରସ୍ତୁତ କରନ୍ତି

🔻 ବୀଣାକାର : ଠାକୁରଙ୍କର ପହୁଡ଼ ପୂର୍ବରୁ ବୀଣା ବଜାନ୍ତି ।

🔻 ବେଣ୍ଟ ବିନ୍ଧା ପାଇକ : ଶିକାରୀ ଭାବେ ମାନ୍ୟତାପ୍ରାପ୍ତ । ଠାକୁରଙ୍କ ତରଫରୁ ଜଗନ୍ନାଥ ବଲ୍ଲଭ ମଠକୁ ଯାଇ ଶିକାର କରନ୍ତି ।

🔻 ବୈଦ୍ୟ : ଅଣସର ସମୟରେ ଠାକୁରଙ୍କୁ ଔଷଧ ଦିଅନ୍ତି

🔻 ବୈଜୟନ୍ତୀ : ବାଦ୍ୟ ବଜେଇବା

🔻 ବୋଝିଆ : କୁମ୍ଭାରଘରୁ କୁଡୁଆ ଆଣିବା ।

🔻 ଭଣ୍ଡାର ନାୟକ : ଭଣ୍ଡାରର ହିସାବ ଲେଖିବା ।

🔻 ଭଣ୍ଡାର ମେକାପ : ଶ୍ରୀଜୀଉଙ୍କ ଦୈନିକ ବ୍ୟବହାର ନିମନ୍ତେ ପୋଷାକ, ଅଳଙ୍କାରାଦି ସମସ୍ତ ଆବଶ୍ୟକୀୟ ପଦାର୍ଥ ସହିତ ବାହାର ଭଣ୍ଡାର ଦାୟିତ୍ୱରେ ରହନ୍ତି ।

🔻 ଭିତର ଗାଉଣୀ/ ଭିତର ଗାଆଣୀ ଦେବଦାସୀ : ପହଡ଼ ସମୟରେ ଓ ଅନ୍ୟାନ୍ୟ ଯାତ୍ରା ବେଳେ ଗୀତ ବୋଲିବା ।

🔻 ଭିତରଛ ମହାପାତ୍ର/ ଭିତରଛଉ : ସକାଳେ ଦେଉଳ ଦୁଆର ଫିଟାଇବା, ଭୋଗ ସମୟରେ ଶୁଦ୍ଧତା ଜଗିବା, ବେଶ କରିବା ।

🔻 ଭିତର ଗରାବଡୁ : ଆବଶ୍ୟକ ବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପାଣି ଧରି ଖଟିବା ।

🔻 ମଣ୍ଡଣି ସେବକ : ଯାନିଯାତ୍ରା ସମୟରେ ଚାନ୍ଦୁଆ ବାନ୍ଧିବା

🔻 ମହାଜନ : ପାର୍ଶ୍ୱଦେବତାଙ୍କୁ ନରେନ୍ଦ୍ର ପୁସ୍କରଣୀକୁ ନେବାଆଣିବା କରିବା ।

🔻 ମହାଭୋଇ : ମନ୍ଦିର ରୋଷଘରକୁ ଓ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ କ୍ଷୀର ଓ ଦହି ଯୋଗାଇଥାନ୍ତି

🔻 ମହାସୁଆର : ପନ୍ତିକୁ ପ୍ରଥମ ଛେକ ନିଅନ୍ତି ।

🔻 ମହାସେଠୀ ବା ମଢ଼ିଆଳ : (ଲୁଗା କାଚିବା)
ମହାବାହୁ ରଥରେ ବିଜେ କରି ଯାତ୍ରାରେ ବାହାରିଲେ ତାଙ୍କ ସହିତ ତାଙ୍କର ନିତ୍ୟ ବ୍ୟବହୃତ ପୋଷାକ ମଧ୍ୟ ଯାଇଥାଏ । ବିଗ୍ରହଙ୍କର ଦୈନଦିନ ନାତିରେ ବ୍ୟବହୃତ ପୋଷାକ ପାଇଁ ତାଙ୍କ ଉପାସନାରେ ଦୁଇ ପ୍ରକାର ସେବକ ରହିଛନ୍ତି । ଜଣେ ଲୁଗାଧୁଆ ପାଣିକୁଣ୍ଡ ସେବକ ଓ ଆଉ ଜଣେ ମହାସେଠୀ ସେବକ । ପ୍ରାଚୀନ କାଳରୁ ଗଜପତିଙ୍କ ସନନ୍ଦ ପାଇ ଏହି ମହାସେଠୀ ସେବକ ବିଗ୍ରହଙ୍କ ବ୍ୟବହୃତ ଲୁଗାପଟା ସଫା କରି ଆସୁଛନ୍ତି । ସେ ସଫାକରି ଦେବା ପରେ ତାକୁ ଆଉଥରେ ପାଣିକୁଣ୍ଡରେ ଧୁଆଯାଏ । ତାହାକୁ ଲୁଗାଧୁଆ ପାଣିକୁଣ୍ଠ ସେବକ ଚାଙ୍ଗଡ଼ା ମେକାପଙ୍କୁ ହସ୍ଥାନ୍ତର କରିଥାନ୍ତି । କେତେକ ବିଶେଷ ପୋଷାକ ଲୁଗାଧୁଆ ପାଣିକୁଣ୍ଡ ସେବକ ସଫାକରି ସାଇତି ରଖନ୍ତି । ସେମାନଙ୍କର ସାଙ୍ଗିଆ ହେଉଛି ପଣ୍ଡା । ସେମାନେ ମହାବାହୁଙ୍କର ପାଟ, ଉତ୍ତରୀ, ତଡ଼ପ, ବଳା, ଘୋଡ଼ା ଇତ୍ୟାଦି ଓଡ଼ିଶାର ପାରମ୍ପରିକ ସଫା ଶୈଳୀରେ କଦଳୀ ଗଛର ଖାରରେ ସଫାକରି ଯୋଗାଇଥାନ୍ତି । ଶ୍ରୀମନ୍ଦିର ଗାରଦରୁ ଡାକରା ଗଲେ କମାଣ୍ଡରଙ୍କ ମାର୍ଫତରେ ତାଙ୍କ ମହାପ୍ରଭୁଙ୍କ ମଇଳା ବସ୍ତ୍ର ସଫା କରିବାକୁ ପ୍ରଦାନ କରାଯାଇଥାଏ । ସେମାନେ ସଫା କରି ଆଣି ଗାରଦରେ ଜମା ଦିଅନ୍ତି । ରଥଯାତ୍ରା ସମୟରେ ମହାପ୍ରଭୁ ସାଙ୍ଗରେ ନେଉଥବା ସମସ୍ତ ବସ୍ତ୍ର ଶ୍ରୀଗୁଣ୍ଡିଚା ପୂର୍ବରୁ ସଫା କରି ଯୋଗାଇଥାନ୍ତି । ତାହା ଏକ ସ୍ୱତନ୍ତ୍ର ବଡ଼ା କାଠ ବାକସରେ ନନ୍ଦିଘୋଷ ରଥରେ ଗୁଣ୍ଡିଚା ଘରକୁ ଯାଇଥାଏ । ମହାବାହୁ ରଥଯାତ୍ରାରୁ ଫେରିବା ପରେ ତାଙ୍କର ସମସ୍ତ ମଇଳା ପୋଷାକ ପ୍ରଭୃତି ମହାସେଠୀ ପୁଣି ସଫା କରି ଯୋଗାଇଥାନ୍ତି । ଖେଇ ବାବଦକୁ ଏମାନଙ୍କୁ ମିଳେ ମାସକୁ ୧oo ଟଙ୍କା ।

🔻 ମହୁରିଆ ବା ତୁରୀବାଦକ

🔻 ମାଦଳୀ/ ମାଦେଳି : ପଟୁଆର ସମୟରେ ମାଦଳ ବଜାଇବା ।

🔻 ମାପ ସାଇତା କରଣ/ ମହା ପ୍ରଶସ୍ତ ସେବା

🔻 ମାଳଚୂଳ ସେବକ : ବିଭିନ୍ନ ବେଶ ନିମନ୍ତେ ଚୁଳ ଯୋଗାଇବା

🔻 ମାଳିଆ ସୁଆଁସିଆ/ ମାଳି ସୁଆସିଆ : ଠାକୁରଙ୍କ ନିମନ୍ତେ କାଠପିଢ଼ା ଯୋଗାଇବା

🔻 ମାହୁନ୍ତ : ହସ୍ତି ଚାଳକ । ଶ୍ରୀମନ୍ଦିର ଏବଂ ଗଜପତିଙ୍କ ହସ୍ତ୍ରୀ ଜଗୁଆଳୀ । ଶ୍ରୀମନ୍ଦିରର ଏକମାତ୍ର ମୁସଲମାନ ସେବକ

🔻 ମୁଦିରସ୍ତ : ଗଜପତିଙ୍କର ଅନୁପସ୍ଥିତିରେ,ନିର୍ଦ୍ଦେଶ ପାଇ ମୁଦିରସ୍ତ ପ୍ରଭୁଙ୍କର ପ୍ରଥମ ସେବକର କାର୍ଯ୍ୟ ବହନ କରିଥାନ୍ତି ।

🔻 ମୂଖସିଂହାରଦତ୍ତ : ତିନି ଦିଅଙ୍କର ମୂଖ ଚିତ୍ର କରିବା ।

🔻 ମୁଖପଖାଳ ପଢ଼ିଆରୀ : ଠାଙ୍କୁରଙ୍କ ନିମନ୍ତେ ମୁତୁରୀ ଦାନ୍ତକାଠି ଓ ମୁହଁଧୁଆ ପାଣି ଯୋଗାଇବା ।

🔻 ମୂଦୁଲି : ପୂଜା ନିମନ୍ତେ ଦରକାର ବାସନର ରକ୍ଷକ, ‘ମେକାପ’ଙ୍କୁ ଦରକାର ମୁତାବକ ପୂଜାଉପକରଣ ଯୋଗନ୍ତି । ଜୟବିଜୟ ଦ୍ୱାରର ଜଗୁଆଳି ଓ ଭଣ୍ଡାର ଜଗୁଆଳି ।

🔻 ମୂଦ୍ରା ସେବକ

🔻 ମେକାପ

🔻 ଅଖଣ୍ଡ ମେକାପ, ଚାଙ୍ଗଡ଼ା ମେକାପ, ପାଳିଆ ମେକାପ

🔻 ଯୋଗାଡ଼ମଜା : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାସନ ମାଜିବା ।

🔻 ଯୋଗାଣିଆ : ରୋଷେଇସାମଗ୍ରୀ ବୋହିନେଇ ଠିକଣା ସ୍ଥାନରେ ପହଞ୍ଚାଇବା

🔻 ରଥ ଡାହୁକ : ରଥଉପରେ ଅଶ୍ଳୀଳ ଗୀତ ଗାଇବା

🔻 ରଥ ଭୋଇ : ରଥ ତିଆରି କାମ କରନ୍ତି ଓ ମୁଲିଆ ଯୋଗାନ୍ତି

🔻 ରୁବାଡ଼ିଆ : ରୋଷ ଅଗଣା ଓଳାଇବା ।

🔻 ରୂପକାର : ମୂର୍ତ୍ତିଗଢ଼ିବା ।

🔻 ରୋଷ ଅମିନ/ ଜଗିଆ ମହାସୁଆର: ରୋଷଘର ଜଗିବା ।

🔻 ରୋଷପାଇକ : ରୋଷଘରେ ଆଲୁଅ ଦେବା ଓ ଭୋଗ ସଙ୍ଗେ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଆସିବା ।

🔻 ରୋଷ ଧୋପଖାଳିଆ

🔻 ରୋଷ ମେକାପ : ରୋଷେଇ ନିମନ୍ତେ ଦରକାର ମୁତାବକ ଘିଅ ଦେବା ।

🔻 ଶଙ୍ଖୁଆ : ବୟୟନ୍ତ୍ରୀଙ୍କ ସହ ମିଶି ଶଙ୍ଖ ଫୁଙ୍କିବା

🔻 ଶିକାଧୁଆ ସୁଆର : ରୋଷଘରୁ ଭୋଗ ହେବାପାଇଁ ପଦାର୍ଥମାନ ମନ୍ଦିର ମଧ୍ୟକୁ ଯେଉଁ ଶିକାରେ ବୁହାହୁଏ, ତାକୁ ଧୋଇବା ।

🔻 ଶୁଦ୍ଧସୁଆର : ଭୋଗ ମାରା ହେଲେ ତାହା ଉଠାଇ ନେବା, ଅଣସର ବେଳେ ନିଆରା ପଣା “ପାଚନ ପାଣି” ତିଆରି ।

🔻 ସମର୍ଥା : ରୋଷ ପାଇଁ ଡାଲି ରଗଡ଼ିବା ।

🔻 ଚୁନାମୁଣ୍ଡା ସମର୍ଥା, ବିରିମୁଣ୍ଡା ସମର୍ଥା, ବିରିବୁହା ସମର୍ଥା

🔻 ସମ୍ପ୍ରଦା ନିଯୋଗ : ଏହି ନର୍ତ୍ତକୀମାନେ ଯାନିଯାତ୍ରା ସମୟରେ ଗୀତ ଗାଆନ୍ତି ।

🔻 ସାବତ ନିଯୋଗ/ ସାବୁତ ନିଯୋଗ : ପ୍ରତ୍ୟେକ ଅମାବାସ୍ୟା ଦିନ ସ୍ୱର୍ଗଦ୍ୱାର ନିକଟରେ ସ୍ୱତନ୍ତ୍ର ଭୋଗ କରିବା ।

🔻 ସୁଆର/ ସୂପକାର : ଶ୍ରୀଜଗନ୍ନାଥଙ୍କ ଅନ୍ନ ପାକାଦି କାର୍ଯ୍ୟ କରିବା

🔻 ବଡୁସୁଆର, ପିଠାସୁଆର, ତୁଣସୁଆର, ଥାଳି ସୁଆର, ବିନ୍ଦୁଆ ସୁଆର, ପାଗୁଆ ସୁଆର, ଅମାଲୁ ତୋଳି ସୁଆର, ତୋଳାବଡୁ ସୁଆର, ତୋଳା ବତି ସୁଆର

🔻 ସୁଆରବଡୁ : ପୂଜାସ୍ଥାନ ଝାଡ଼ିବା ଓ ଶ୍ରୀଜଗନ୍ନାଥଙ୍କ ଆଗରେ ଭୋଗ ରଖିବା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୋଗ ପରେ ମନ୍ଦିର ଚଟାଣକୁ ପାଣି ପକାଇ ଧୋଇବା, ପାହାଡ଼ା (ଦେବତାଆଦି ବିଜେ ହେବା ସମୟରେ ବାଟରେ ବିଛା ଯାଉଥିବା ବସ୍ତ୍ର ) ପକାଇବା, ଧୂପ ଓ ଆଳତି ପାଇଁ ନିଆଁ ଓ ଆଲୋକ ଆଣି ଦେବା ଏବଂ ପଣ୍ଡାମାନଙ୍କୁ ଆଳତି କାଠୀ, ଧୂପଦାନୀ ଆଦି ବଢ଼ାଇ ଦେବା

🔻 ସୁଆର ମହାସୁଆର ନିଯୋଗ

🔻 ସୁଆଁସିଆ : ରୋଷଛୁଆଣି ଓ ମୂଲିଆକାମ କରିବା ।

🔻 ସୁଦୁ ସୁଆର : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୋଗ ପାଇଁ ମୁଗ ରଗଡ଼ିବା, ପରିବା କାଟିବା, ପାଚିଲାକଦଳି ପ୍ରଭୃତି ଆଣିଦେବା ଏବଂ ପଞ୍ଚାମୃତ ଯୋଗାଇବା ।

🔻 ସୁନା ଗୋସାଇଁ/ ସୁନା ଗୋସ୍ୱାମୀ : ସ୍ନାନଯାତ୍ରା ଦିନ ସୁନାକୁଅରୁ ପାଣି ବାହାର କରିବା, ଚନ୍ଦନ ଯାତ୍ରା ବେଳେ ‘ଅଳକା’ ଯୋଗାଇବା । ଠାକୁରଙ୍କ ପ୍ରତ୍ୟେକ ପହଣ୍ଡିରେ ଡୋର ଧରି ପହଣ୍ଡି କରନ୍ତି ।ଅଣସର ସମୟରେ ମଇଲମ ଭୋଗ ଯୋଗାଇବା ।

🔻 ହଡ଼ପ ନାୟକ : ଭୋଗପରେ ଶ୍ରୀଜଗନ୍ନାଥଙ୍କୁ ପାନ ଓ ମସଲା ଯୋଗାଇବା ।

🔻 ହାଣ୍ଡି ଯୋଗାଣିଆ : ରୋଷେଇ ପାଇଁ ହାଣ୍ଡି ଯୋଗାନ୍ତି ।

🔻 ଲୁଗାଧୁଆ, ପାଣିକୁଣ୍ଡ ସେବା : ଦେବତାଙ୍କ ଲୁଗା ଧୋଇବା ଓ ଶୁଖାଇବା ।

🔻 ଲେଙ୍କା : ପିଆଦା, ସେବକମାନଙ୍କୁ ଡାକନ୍ତି ।

ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ

ଓଁ ନମୋ ଭଗବତେ ବାସୁଦେବାୟ

Leave a Comment

Your email address will not be published. Required fields are marked *