
Shri Jagannath Temple Puri ରେ ଶଙ୍ଖ ଏବଂ ବଡ଼ ଶଦ୍ଦ କରୁଥିବା ବାଦ୍ୟ କାହିଁକି ଵାଜେ ନାହିଁ
Shri Jagannath Temple Puri ରେ ଶଙ୍ଖ ଏବଂ ବଡ଼ ଶଦ୍ଦ କରୁଥିବା ବାଦ୍ୟ କାହିଁକି ଵାଜେ ନାହିଁ ତା’ର ସଠିକ ଉତ୍ତର ମୁଁ ଆଜି ପର୍ଯ୍ୟନ୍ତ ପାଇଲି ନାହିଁ। ରତ୍ନ ସିଂହାସନର ତଳେ ଶାଳଗ୍ରାମ ପୋତା ହୋଇଥିବାରୁ ଶାଳଗ୍ରାମ ଜଗନ୍ନାଥ ମନ୍ଦିର ରେ ପୁଜା ପାଆନ୍ତି ନାହିଁ କଥା ମୀଛ ହେଲା ଯେତେବେଳେ ମୁଁ ଦେଖିଲି ଦଖୀଣୀ ଘରେ ଶାଳଗ୍ରାମ ପୂଜା ପାଉଛନ୍ତି। ତେବେ ଶଙ୍ଖ ନବାଜିଵାର କେତେକ କାରଣ ବିଷୟରେ ଆଲୋଚନା କରିବା। ଶ୍ରୀ-ମନ୍ଦିରରେ କାହିଁକି ଶଙ୍ଖ ବାଜେ ନାହିଁ ?

ଶଙ୍ଖ ଏକ ମଙ୍ଗଳ ବାଦ୍ୟ। ବୈଜ୍ଞାନିକ ମାନେ ପରୀକ୍ଷା କରି ଜାଣିପାରିଛନ୍ତି ଯେ,ଶଙ୍ଖ ଧ୍ୱନି ଯେ ପର୍ଯ୍ୟନ୍ତ ବାଜିବ, ସେ ପର୍ଯ୍ୟନ୍ତ ସମସ୍ତ ରୋଗ ଏବଂ ଜୀବାଣୁ ନଷ୍ଟ ହୋଇଯିବେ। ଏଥିପାଇଁ ଆଦିମ କାଳରୁ ସକାଳୁ ଏବଂ ସଂନ୍ଧ୍ୟା ହେଲେ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ଶଙ୍ଖ ଧ୍ୱନି ଗଗନ ପବନ ପ୍ରକମ୍ପିତ କରାଯାଏ। ମାତ୍ର ଶ୍ରୀ-ମନ୍ଦିରରେ ଏହାର ବ୍ୟତିକ୍ରମ ଦେଖାଯାଏ।

୧) ଅନେକଙ୍କ ମତରେ ଶଙ୍ଖ ଏକ ମୃତ ଜୀବ ; ଆମିଷ ଜାତୀୟ ବସ୍ତୁ। ଶ୍ରୀ-ମନ୍ଦିରରେ ଆମିଷ ନିଷେଧ ହେତୁ ଶଙ୍ଖ ମଧ୍ୟ ନିଷେଧ କରାଯାଇଛି।
୨) ପୁରାଣରେ ବର୍ଣ୍ଣିତଅଛି ଯେ,’ଶଙ୍ଖ’ ନାମକ ଅସୁର ବ୍ରହ୍ମାଙ୍କଠାରୁ ବେଦ ପୋଥି ଚୋରାଇ ନେଇ ସମୁଦ୍ର ଗର୍ଭରେ ଲୁଚି ରହିଲା। ଭଗବାନ ବିଷ୍ଣୁ ମତ୍ସ-ଅବତାର ଧରି ଉକ୍ତ ଅସୁରକୁ ବିନାଶ କରି ତା’ଠାରୁ ବେଦକୁ ଉଦ୍ଧାର କରିଥିଲେ। ‘ଶଙ୍ଖାସୁର’ ଶରୀର ଶ୍ରୀ-ମନ୍ଦିର ବା ବଡ ଦେଉଳ ତଳେ ଥିବାରୁ ଶ୍ରୀ-ମନ୍ଦିରରେ ଶଙ୍ଖ ବାଜେ ନାହିଁ।
୩) ଅନ୍ୟ ପକ୍ଷରେ ବଡ ଦେଉଳର ଅଧିଷ୍ଠାତା ଦେବ ହେଉଛନ୍ତି ଜଗତର ନାଥ ‘ଚକାନୟନ’ ବା ‘ଶ୍ରୀ-ଜଗନ୍ନାଥ’। ଲୋକବାଣୀ ଅଛି : “ଭଗବାନ ଯାହା କରନ୍ତି,ପ୍ରାଣୀର ମଙ୍ଗଳ ପାଇଁ !” ଶଙ୍ଖ ହେଉଛି ଶୁଭ ଏବଂ ମଙ୍ଗଳର ପ୍ରତୀକ। ତେଣୁ ପୁଣ୍ୟ ପବିତ୍ର ପୀଠରେ ଶଙ୍ଖ ଧ୍ୱନି ହେବା କ୍ଷଣି ଅମଙ୍ଗଳ ପ୍ରତିହତ ହୋଇଯାଏ। ମାତ୍ର ଯେଉଁ ଜଗନ୍ନାଥ ସଂସାର ମଙ୍ଗଳ ବିଧାନ ପାଇଁ ଶ୍ରୀ-କ୍ଷେତ୍ରରେ ଅବତୀର୍ଣ୍ଣ, ତାଙ୍କର ଶଙ୍ଖ ଧ୍ୱନୀ କି ମଙ୍ଗଳ କରି ପାରିବ ! ଯେଭଳି ଗଙ୍ଗା ଜଳକୁ ପବିତ୍ର କରିବା ପାଇଁ ଆଉ କିଛି ବିକଳ୍ପ ନାହିଁ ; ସେହିପରି ‘ପୁରୀ’ ନିଜେ ହିଁ ଶ୍ରୀ-କ୍ଷେତ୍ର ବା ‘ଶଙ୍ଖ-କ୍ଷେତ୍ର’ ଭାବେ ଅଭିହତ। ଚିହ୍ନା ବ୍ରାହ୍ମଣଙ୍କ ପଇତାର ଆବଶ୍ଯକତା ନ ଥାଏ। ତେଣୁ ଶ୍ରୀ-କ୍ଷେତ୍ରରେ ଶଙ୍ଖ ବାଜେ ନାହିଁ ।
🙏🌺 🙏 🔘ଜୟ ଜଗନ୍ନାଥ🔘🙏🌺🙏
