ଦିନ ୧୦: ମଧ୍ୟାହ୍ନ ମହାପ୍ରସାଦ ମହିମା ଓ ଚିତ୍ତଶୁଦ୍ଧି
ଶ୍ରୀକ୍ଷେତ୍ର ପୁରୀ ହେଉଛି ଅନ୍ନବ୍ରହ୍ମର ପବିତ୍ର ଧାମ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବା ଅବଢ଼ା କେବଳ ଖାଦ୍ୟ ନୁହେଁ, ଏହା ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଆନନ୍ଦର ଏକ ମହାନ ପ୍ରତୀକ।
ମା’ ଲକ୍ଷ୍ମୀଙ୍କ ରୋଷେଇ ଓ ମହାପ୍ରଭୁଙ୍କ ଭୋଗ ପରେ ମିଳୁଥିବା ମହାପ୍ରସାଦର ମହିମା ଅତୁଳନୀୟ। ଏହା ଜାତି, ଧର୍ମ ଓ ଭେଦଭାବର ଊର୍ଦ୍ଧ୍ୱରେ ମାନବିକତା ଓ ସମାନତାର ବାର୍ତ୍ତା ଦିଏ।

ସନ୍ଧ୍ୟାରେ ଶ୍ରୀମନ୍ଦିରର ଦୀପମାଳା ଓ ରତ୍ନସିଂହାସନର ଦିବ୍ୟ ଶୋଭା ଦର୍ଶନ କରି ମନ ପ୍ରଭୁଙ୍କ ଚରଣରେ ସମର୍ପିତ ହୋଇଯାଏ।

ହେ କାଳିଆ ସାଆନ୍ତ! ମୋ ମନର ସମସ୍ତ କଳୁଷ ଦୂର କରି ଭକ୍ତି, ଶାନ୍ତି ଓ ଜ୍ଞାନର ଆଲୋକରେ ଜୀବନକୁ ଆଲୋକିତ କର। ତୁମ ଶ୍ରୀଚରଣ ହିଁ ମୋର ଏକମାତ୍ର ଆଶ୍ରୟ।
🙏 ଜୟ ଜଗନ୍ନାଥ! ଜୟ ମହାପ୍ରସାଦ! 🙏 ✍️ : ଆଶିଷ କୁମାର ନାୟକ

