କାର୍ତ୍ତିକ ପୂର୍ଣ୍ଣିମା ହେଉଛି ଓଡ଼ିଶାର ଭକ୍ତି, ପରମ୍ପରା ଓ ଗୌରବମୟ ନୌବାଣିଜ୍ୟ ଇତିହାସର ଏକ ପବିତ୍ର ଉତ୍ସବ।
ପ୍ରଭାତରେ ନଦୀ, ପୋଖରୀ ଓ ଜଳାଶୟରେ ଡଙ୍ଗା ଭସାଇ “ଆ-କା-ମା-ବୈ” ଗାନ କରିବାର ପରମ୍ପରା ଆମ ପୂର୍ବପୁରୁଷଙ୍କ ସାମୁଦ୍ରିକ ଯାତ୍ରା ଓ ସାଧବପୁଅଙ୍କ ଗୌରବମୟ ସ୍ମୃତିକୁ ଜୀବନ୍ତ କରିଥାଏ।
ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ରତ୍ନସିଂହାସନରେ ଅପୂର୍ବ ରାଜରାଜେଶ୍ୱର ସୁନାବେଶରେ ବିରାଜମାନ କରନ୍ତି।

ସନ୍ଧ୍ୟାରେ ଦୀପ ଜାଳି ମହାପ୍ରଭୁଙ୍କ ଚରଣରେ ନିଜର ସମସ୍ତ ଭକ୍ତି ଓ ଭାବନା ସମର୍ପଣ କରିବା।

ମହାପ୍ରଭୁଙ୍କ ଦିବ୍ୟ ସୁନାବେଶ ଦର୍ଶନ କରି ଜୀବନକୁ ଧନ୍ୟ କରିବା।
ଜୟ ଜଗନ୍ନାଥ 🙏 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା 🌺 ✍️ : ଆଶିଷ କୁମାର ନାୟକ

