କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୮)
ରାଜା ପୃଥୁ ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ହେ ମୁନି !ରାଜା ଚୋଳ ଙ୍କ ସହିତ ବିଷ୍ଣୁ ଦାଶ ଗୟା ତୀର୍ଥ କୁ ଯାଇ ୠଷି ମୁଦୁଗୁଲ ଙ୍କ ପାଖରେ ପହଁଞ୍ଚିଲେ ।ୠଷି ମୁଦୁଗୁଲ ଚୋଳ ରାଜାଙ୍କ ପ୍ରଶ୍ନ ର କି ଉତ୍ତର ରଖିଲେ ତାହା ମୋତେ ବିସ୍ତାର କରି କୁହନ୍ତୁ ।ଦେବର୍ଷି ନାରଦ କହିଲେ ହେ ରାଜନ !ମୁଁ ଯାହା ଶୁଣିଛି ତାହା ତୁମ ନିକଟରେ କହୁଛି ଶୁଣ !ନାରଦ କହିଲେ ...!
ନାରୀମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା ଦ୍ୱାରା ସର୍ପ ଦଂଶନର ଭୟ ରହେ ନାହିଁ ବୋଲି ଲୋକବିଶ୍ୱାସ ରହିଛି କରିବାରେ ରାଜା ଚୋଳ ଙ୍କର ପ୍ରବଳ ଇଛାଥାଏ । ବିଷ୍ଣୁ ଦାଶ ଙ୍କୁ ନେଇ ରାଜା ଚୋଳ ଗୟା କୁ ଗମନ କଲେ । ୠଷି ମୁଦୁଗୁଲ ପାଖରେ ପହଁଞ୍ଚି ୠଷି ଙ୍କୁ ପ୍ରଣାମ କଲେ । ମୁନି ମୁଦୁଗୁଲ କଲ୍ୟାଣ କଲେ ରାଜା ଚୋଳ ଓ ବିଷ୍ଣୁ ଦାଶଙ୍କୁ ।ରାଜା ଚୋଳ କହିଲେ ଭୋ ମୁନି ! ମୋ କଥା ଟିକିଏ ଶୁଣିବା ହେବେ । ଆମ୍ଭେ ଦୁଇଜଣ ବିବାଦ ଲାଗି ଆପଣଙ୍କ ନିକଟକୁ ଆସିଛୁ । ଆମ ନିକଟରେ ତୁମେ ସତ କହିବ ବୋଲି ଆମର ଦୁଇଜଣ ଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି । କାହାର ଅଧିକ ଧର୍ମ ହେବ ବିଷ୍ଣୁ ଦାଶ ର ,ନାଁ ରାଜା ଚୋଳଙ୍କର ତାହା ତୁମେ କହିବ । ରାଜା ଚୋଳ ମୁଦୁଗୁଲ ୠଷି ଙ୍କୁ କହିଲେ ହେ ୠଷି ପ୍ରଥମେ ମୋ ଧର୍ମ କଥା ଶୁଣନ୍ତୁ ମୋହର ଇଷ୍ଟ ନାରାୟଣ ଅଟନ୍ତି । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୋ ବୁଦ୍ଧି ଖଟାଇ ନିତ୍ୟ ପୂଜାବିଧି କରେ । ମୋ ଜୀବନରେ ଯେତିକି ଧନ ଅର୍ଜନ କରେ ଦାନ କରି ମୁଁ ସନ୍ତୋଷ ପାଏ । ଯଦି କେହି କ୍ଷୁଧା ରେ ଅତିଥି ମୋ ନଗର ହେଉ କି ମୋ ରାଜ୍ୟ କୁ ଆସେ ତାହାଙ୍କୁ ମୁଁ ଅନ୍ନ ଜଳ ଦେଇ ତାଙ୍କ ମନ ସନ୍ତୋଷ କରେ । ଧର୍ମ କରିବା କୁ ଯାଇ ମୁଁ ଅନେକ କୂପ ,ପୁଷ୍କରିଣୀ , ବନ ,ଉପବନ ,ବିଶ୍ରାମଗାର ନିର୍ମାଣ କରିଛି । ଗୋଶାଳା , ଧର୍ମଶାଳା ତୋଳିବା ସହିତ ଗରିବ ଲୋକଙ୍କର ଘର ତିଆରି କରି ଦେଇଛି । ବିଷ୍ଣୁ ଭଗବାନ ଙ୍କ ପୂଜା ପାଇଁ ବିରାଟ ଦେଉଳ ନିର୍ମାଣ କରିଛି । ଆଧି ଉପାଧି ଭିଆଣ କରି ଛତ୍ର ଦାନ ଦେଇଛି । ଗ୍ରୀଷ୍ମ ଋତୁରେ ଜଳ ଦାନ ଦେଇଛି ।ରାଜସୁୟ ଯଜ୍ଞ ଯେତେ ସେ ସବୁ କରିଛି ।ଏସବୁ ଧର୍ମ ମୁଁ ଯାହା କରିଛି ତାହା ଆପଣ ଙ୍କ ନିକଟରେ କହିଲି ।ମୁଁ ମିଛ କହୁଛି କି ସତ କହୁଛି ତାହା ଆପଣ ଏହି ବିପ୍ର ବିଷ୍ଣୁ ଦାଶ ଙ୍କୁ ପଚାରି ପାରନ୍ତି ମୁନିବର
ରାଜା ଚୋଳ ଙ୍କର ସବୁ ଧର୍ମ କଥା ମୁନି ଆଗରେ କହୁଥିବାର ଦେଖି ବିଷ୍ଣୁ ଦାଶ ବ୍ରାହ୍ମଣ ଆଉ ସମ୍ଭାଳି ନପାରି ଜାଜ୍ଞିବର ଙ୍କ ନିକଟରେ କହିଲେ ହେ ମୁନିବର ମୋ କଥାଟିକେ ସାବଧାନରେ ଶୁଣନ୍ତୁ ? ମୁଁ ଦରିଦ୍ର ବ୍ରାହ୍ମଣ । ଭିକ୍ଷା କରି ଯାହା ଆଣେ ସେକିକି ରେ ମୁଁ ସନ୍ତୁଷ୍ଟ ଥାଏ ତୁଳସୀ ବୃକ୍ଷ କୁ ନୀତି ସେବକରେ ଓ ଗୋବିନ୍ଦ ନାମ କୁ ସର୍ବଦା ମନେ ମନେ ଧରେ ।ବେଦ ,ପୁରାଣ ଅଧ୍ୟୟନ କରି ଦିନ ଗୁଡିକ କଟାଇ ଦିଏ ।ମୋହର ଏତିକି ହେଉଛି ଧର୍ମ । ଆଉ କିଛି ଧର୍ମ ମୋହର ନାହିଁ ରାଜା ଚୋଳ ଯାହା କହିଲେ ତାହା ସତ୍ୟ ।ମୋହର ତାଙ୍କ ସହିତ ବାଦ କରିବାର ନାହିଁ ।ଆପଣ ଧର୍ମ ଅନୁସରଣ କରି ରାଜାଙ୍କୁ କୁହନ୍ତୁ । ଦୁଇଜଣଙ୍କ କଥା କୁ ଶୁଣି ମୁନି ମୁଦୁଗୁଲ ମନେ ମନେ ଭାବିଲେ ଓ ଜାଣିଲେ ବିପ୍ର ଧର୍ମ ଶ୍ରେଷ୍ଠ ଓ ନୃପତି ଧର୍ମ ଅନିଷ୍ଟ । ଏମିତି ଦେଖିବାକୁ ଗଲେ ରଜ ଗୁଣ ଫଳରେ ତାମସିକ ଗୁଣ ରାଜାଙ୍କର ଉତ୍ପନ ହୋଇଛି ।ଏଠାରେ ଏକଥା କହିବା ଉଚିତ ବୋଲି ଋଷି ଭାବିଲେ ଓ କହିଲେ ମୁଁ ଯାହା କହିବି ତାହା ସତ !କାହା ମନ ଖରାପ ହୋଇପାରେ ସେଥିପାଇଁ ମୋତେ କେହି ଭୁଲ ବୁଝିବ ନାହିଁ ତୁମେ ଦୁଇଜଣ ମୋ ଯଜମାନ ଓ ଶିଷ୍ୟ । ୠଷି ପୁନଶ୍ଚ ଭାବିଲେ ଯଦି ମିଛ କଥା କହି ରାଜା ଚୋଳଙ୍କ ସମର୍ଥନ କରିବି ତେବେ ବ୍ରାହ୍ମଣ ବିଷ୍ଣୁ ଦାଶ ହେଉଛନ୍ତି ମହାତପି ମୁଁ ଯଦି ମିଛ କହିବି ମୋହର ମହାପାପ ହେବ ।ୠଷି କହିଲେ ମୁଁ ଏ ଦୁଇ ଜଣଙ୍କୁ ମୋ ପାଟିରେ ନକହି ଅନ୍ୟ ଜଣଙ୍କ ମୁହଁରେ ତାଙ୍କ ଉତ୍ତର କହିଦେବା । ଏମିତି ବିଚାର କରି ମୁନି ମୁଦୁଗୁଲ ରାଜା ଚୋଳ ଙ୍କୁ ମଧୁର ବଚନ ରେ କହିଲେ ହେ ନୃପ !ମୋ କଥା ମନଦେଇ ଶୁଣନ୍ତୁ ।ତୁମେ ଯେଉଁଥି ପାଇଁ ଆସିଥିଲ ସେହି କଥା ଏବେ ମୁଁ କହିବି ।ଏବେ ମୋହର କଥା ଶୁଣ । ପାଗ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ରାଜା ଚୋଳ ତୁମେ ଏହିଠାରେ ରହିଥିବ।ବିପ୍ର ବିଷ୍ଣୁ ଦାଶ ତୁମ ସହିତ ରେ ଥିବେ ।ବିପ୍ର ବିଷ୍ଣୁ ଦାଶ ଙ୍କୁ ୠଷି ସଞ୍ଚା ଦେଇ କହିଲେ ତୁମେ ରୋଷେଇ କାର୍ଯ୍ୟ ସାରି ପୂଜାପାଠ ଆଦି କର । ରାଜା ଚୋଳଙ୍କ ରୋଷେଇ ଘର ଓ ବିପ୍ରଙ୍କୁ ରୋଷେଇ ଦାଇତ୍ୱ ଦେଇ ୠଷି ମୁଦୁଗୁଲ ଶିଷ୍ୟ ମାନଙ୍କୁ ଧରି ସଭା ରେ ବସିଲେ ଗୁରୁଙ୍କର ଆଜ୍ଞା ପାଇ ବିପ୍ର ବିଷ୍ଣୁ ଦାଶ ରୋଷେଇ କାମରେ ଲାଗିଗଲେ । ସ୍ୱ ହସ୍ତରେ ବିପ୍ର ରୋଷେଇ କଲେ । ଅନ୍ନ ,ବ୍ୟଞ୍ଜନ ସବୁ ରୋଷେଇ କରି ଉତ୍ତମ ପାତ୍ର ରେ ଭରି କରି ରଖିଲେ । ଏହାପରେ ବ୍ରାହ୍ମଣ ବିଷ୍ଣୁ ଦାଶ ନିଜ ହାତରେ ରୋଷେଇ ଘର କବାଟ କିଳି ନଦୀ କୁ ସ୍ନାନ କରିବା ପାଇଁ ଗଲେ । ଗଙ୍ଗା ନଦୀରେ ସ୍ନାନ କରି ରୋଷେଇ କରିଥିବା ଘରକୁ ଆସିଲେ ।ବିଷ୍ଣୁ ଦାଶ ଦେଖିଲେ ଦ୍ୱାର ,କବାଟ କିଏ ଫିଟାଇ ଅନ୍ନ ବ୍ୟଞ୍ଜନ ସବୁ ନେଇ ଯାଇଛି । ଅନ୍ନ ,ବ୍ୟଞ୍ଜନ କିଛି ରୋଷେଇ ଘରେ ନାହିଁ ବିପ୍ର ବିସ୍ମୟ ହୋଇ ଚିନ୍ତାରେ ପଡିଗଲେ ଓ ମନରେ ବିଚାର କଲେ ମୁଁ କବାଟ କିଳି ଯାଇଥିଲି ,କିଏ ସେ ଆସି କବାଟ ଫିଟାଇ ଅନ୍ନ ,ବ୍ୟଞ୍ଜନ ନେଇ ପଳାଇଲା ଏକଥା ୠଷି ଓ ଅନ୍ୟ ଲୋକ ଜାଣିଲେ ମୋତେ ଉପହାସ କରିବେ କହିବେ ହେ ବିପ୍ର ଏ ହେଉଛି ପୁଣ୍ୟ ସ୍ଥାନ ଏଠି ଚୋର କେଉଁଠୁ ଆସିବେ ଯେ ତୁମ ରୋଷେଇ ନେଇ ଯିବେ ତୁମେ ସବୁ ଖାଇ ଦେଇ ଏକଥା ମିଛରେ କହୁଛ ଯେ ଚୋର ନେଇଛି ବୋଲି । ବିପ୍ର ଭାବିଲେ ଯଦି ଆଉ ଥରେ ୠଷି ଙ୍କୁ ସଞ୍ଚା ମାଗିବି ତେବେ ୠଷି କହିବେ ପ୍ରଥମ ରୋଷେଇ କଣ ହେଲା ? ମୁଁ ଯଦି କହିବି ଚୋର ନେଇଗଲା ତେବେ ଚୋର ତ ଏଠାରେ କେହି ନାହାନ୍ତି ଶେଷରେ ମୋତେ ଚୋର ବୋଲି କହି ଦଣ୍ଡ ଦେବେ ସହଜେ ମୋହର ଦୃବଳ ଶରୀର ଓ ମୋ ଶରୀରରେ ବଳ ନାହିଁ ଏତେ ଗଞ୍ଜଣା ମୁଁ ସହିବି କେମିତି ? ବିପ୍ର ନିଜ ଭାଗ୍ୟକୁ ଦୋଷ ଦେଇ କାହାକୁ କିଛି ନକହି ନିଜ କମଣ୍ଡଳୁ ରୁ କିଛି ଜଳ ପିଇ ରାତ୍ରି କଟାଇଲେ ।
ସକାଳ ହେଲା ।ବିପ୍ର ସ୍ନାନ ସାରି ଆସିଲେ ।ଇଷ୍ଟ ଦେବଙ୍କୁ ପୂଜା କରି ବିଷ୍ଣୁ ଗାୟତ୍ରୀ ଜପ କରି ଚଉଁରା ପାଖକୁ ଯାଇ ତୁଳସୀ ସେବାକଲେ ।ଜଳ ତୁଳସୀ ପାଇଲେ ବିପ୍ର ।ହବିଷ୍ୟ ଅନ୍ନ ରାନ୍ଧିବା ପାଇଁ ନୂତନ ହାଣ୍ଡି ,କାଠ ,ଚାଉଳ ,ଜଳ ଓ ବ୍ୟଞ୍ଜନ ପାଇଁ ମୁଗ ଜାଇ , ଘିଅ , ଦହି , ଲବଣୀ , ଓ ଲୁଣ ଆଣି ବିପ୍ର ବିଷ୍ଣୁ ଦାଶଙ୍କୁ ୠଷି ମୁଦୁଗୁଲ ଦେଲେ ।ବିପ୍ର ଖୁସି ମନରେ ପାକ କରିବା ପାଇଁ ଆଗ୍ରହ ପ୍ରକାଶ କଲେ । ଦ୍ୱାର ରେ ଆଉଥରେ ସ୍ନାନ କରି ହାତରେ ତୁଳସୀ ଜଳ ଧରି ଯାଇ ଦେଖିଲା ଯେ ଯେଉଁ ସ୍ଥାନରେ ରୋଷେଇ ଦ୍ରବ୍ୟ ଥିଲା ସେଠାରେ ଆଉ କିଛି ନାହିଁ ! ଦ୍ଵିଜ ଚକିତ ହୋଇ ଚାହିଁଲା !ରାତିରୁ ଉପବାସ ଥିଲା ବିଷ୍ଣୁ ଦାସ । ପୁଣି ଏବେ କିଏ ଚାଉଳ ଡାଲି ନେଇଗଲାଣି ?କଣ କରିବ ? ତାକୁ ଭୀଷଣ ଭୋକ !କାହାକୁ କିଛି ନକହି ବ୍ରାହ୍ମଣ ଜଳ ପିଇ ଉପାସେ ସେଦିନ ରହିଲା ।ତା ଆର ଦିନ ସେମିତି ବିପ୍ର ଙ୍କୁ ରାନ୍ଧଣା ସଞ୍ଚା ଦିଆଗଲା ।ଭୋକରେ ଥାଇ ବିଷ୍ଣୁ ଦାଶ ।ସେଦିନ ରାନ୍ଧିଲା ପାୟସ ।ପାୟସ ଶୀତଳ ହେବ ପାଇଁ ପତ୍ର ରେ ବାଢି ଦେଇ ନିଜେ ଦ୍ୱାର ମାଡି ବସି ରହିଲା ।ଦୁଇଦିନ କିଛି ଖାଇ ନଥିଲା ।ବହୁତ କଷ୍ଟ ତାକୁ ଲାଗୁଥିଲା ।ଭାବିଲା ପାୟସ ଶୀତଳ ହେଲେ ଆଜି ତାକୁ ଖାଇ ରହିବ ।ଏହି ସମୟରେ ଭୋକ ବାଧାରେ ବିଷ୍ଣୁ ଦାଶ ଙ୍କୁ ନିଦ ଲାଗିଗଲା । କିଛି କ୍ଷଣ ପରେ ଆଖି ଖୋଲିଲା ବିଷ୍ଣୁ ଦାଶ କିନ୍ତୁ ଦେଖିଲା ଯେ ସେଠାରେ ଶୀତଳ ହେବାପାଇଁ ବଢା ହୋଇଥିବା ପାୟସ ସେଠାରେ ଆଉ ନାହିଁ ! କାହାକୁ କିଛି ନକହି ସେଦିନ ସେମିତି ପୂର୍ବ ଦିନ ପରି ଜଳ ପିଇ ରହିଲା । ଆଶ୍ରମ ରେ ରହିବ ଚତୁର୍ଥ ଦିନ ।ବିପ୍ର ଙ୍କୁ ସଞ୍ଚା ଦିଆଗଲା ।ବିପ୍ର ଆଉ ସ୍ନାନ ନକରି ପାଦ ଧୋଇ ଦେଇ କ୍ଷୁଧାରେ ଆଉଟ ପାଉଟ ହୋଇ ଅନ୍ନ ରାନ୍ଧିଲା ଯତ୍ନ କରି । ହାତରେ ପାଣି ଓ ଚଳୁ ଧରି ଗୋବିନ୍ଦ ନାମ କୁ ମନରେ ଭଜି ଧ୍ୟାନ କରି ବିଷ୍ଣୁଙ୍କୁ ନିବେଦନ କଲା ।ଆଖିବୁଜି ଧ୍ୟାନ କରୁଥିଲା ବିପ୍ର ।ଆଖି ଖୋଲି ଦେଖେତ ପାତ୍ର ରେ ଅନ୍ନ ନାହିଁ ବିଚଳିତ ନହୋଇ କି କାହାକୁ କିଛି ନକହି ବିଷ୍ଣୁ ଦାଶ ଭାବିଲା ମୋ ଭାଗ୍ୟରେ ଆଶ୍ରମ ଅନ୍ନ ଖାଇବାକୁ ଯୋଗ ନାହିଁ ପୁଣି ଭାବିଲା ଯେଉଁ କ୍ଷୁଧାର୍ତ୍ତ ଦିନଜନ ନୀତି ମୋହର ଅନ୍ନ ହରଣ କରୁଛି ତାହାର ମଙ୍ଗଳ ହେଉ । ମୋହର ପୂର୍ବ ଭାଗ୍ୟ ଯଶ ଯୋଗୁଁ ଏହା ସମ୍ଭବ ହେଉଛି । ସେଦିନ ମଧ୍ୟ ବିପ୍ର ଉପବାସ ରହିଲା । ଏହି ପ୍ରକାରେ ପ୍ରତିନିନ ବିପ୍ର ବିଷ୍ଣୁ ଦାଶ ଙ୍କ ଅନ୍ନ କିଏ ନେଇ ଯାଏ ।ସବୁ ରାନ୍ଧିବେ ମାତ୍ର ଆଖି ଖୋଲିଲା ବେଳକୁ କିଛି ଅନ୍ନ ,ବ୍ୟଞ୍ଜନ ନଥିବ । ଏମିତି ବିଷ୍ଣୁଦାଶ ଭୋକ ଉପାସରେ ସାତଦିନ କାଟିଲେ । ଭୋକ ରେ ଏତେ ଦିନ ରହିବାରୁ ତାଙ୍କ ଦେହ ଥରିବାକୁ ଲାଗିଲା ।ବ୍ରାହ୍ମଣ ମନେ ମନେ ବିଚାର କଲେ କିଏ ସବୁଦିନ ଆସି ମୋ ଅନ୍ନ କୁ ଚୋରାଇ ନେଉଛି ?,କିଏ ସେ ?ଦେବତା ,ଭୂତ ,ନା ପ୍ରେତ ! କିଏ ଏତେ ସାହସ କରୁଛି କୋଉ ଦୁଃଖୀ ,ଦରିଦ୍ର ଆଉ ନେଉଛି କି ମୁଁ ତ କାହାକୁ ଦେଖି ପାରୁନି ଆଜି ସେହି ଲୋକ କୁ ଧରିବି କିଏ ମୋ ଅନ୍ନ ନେଉଛି ଆଜି ଲୁଚି ବସି ତାକୁ ଧରିବି । ଏହା ଭାବି ବିପ୍ର ଶୀଘ୍ର ରୋଷେଇ ସାରିଦେଲା ।ରୋଷେଇ ଘରେ ଭୋଜନ ରଖି ଦେଇ ଭିତରେ ଲୁଚି ବସିଗଲା ।ଠିକ୍ ଏହି ସମୟରେ ଗୋଟିଏ ବୃଦ୍ଧ ,ଯାହାର ଦୃବଳ ଶରୀର ,ଅସ୍ଥି ଚର୍ମ ଧୁଡୁ ଧୁଡୁ ,ଛିଣ୍ଡା ବସ୍ତ୍ର ଅଣ୍ଟାରେ ଚିରା ଲୁଗା ବାନ୍ଧିଛି ଖଣ୍ଡେ ଓ ଗଳାରେ ଖଣ୍ଡେ ଲମ୍ବାଇଛି ପାଦରେ ଜୋତାକୁ ମୁଣ୍ଡରେ ମୁଣ୍ଡାଇଛି ,ଥୁରୁ ଥୁରି ଚାଲୁଛି ଓ ତାହାରି ଆଖିରୁ ପାଣି ଗଡୁଛି ,ଆକ୍ଷିର ପାଣିକି ପୋଛି ପୋଛି ଆସୁଛି ।ଆଗକୁ ଓ ପଛକୁ ଚାହୁଁଛି ,ମନରେ ଭୟ ଥାଇ ଅଳ୍ପ ନଇଁ ନଇଁ ବରାଜ କରୁଛି ।ସେହି ବୃଦ୍ଧାଲୋକଟି ବ୍ରାହ୍ମଣ ଘରେ କୁ ଆସି ଅନ୍ନ ଆଣି ଚାଲିଲା ।ଯେମିତି ରୋଷେଇ ଶାଳ ରୁ ବୃଦ୍ଧ ଲୋକଟି କେବଳ ଅନ୍ନ ଧରି ବାହାରି ଯାଇଛି ବିଷ୍ଣୁ ଦାଶ ସେହି ବୃଦ୍ଧ ବ୍ରାହ୍ମଣ କୁ ଡାକି କହିଲେ ଖାଲି ଅନ୍ନ ନେଇ ଯାଉଛନ୍ତି ଆପଣ ଖାଇବେ କେମିତି ବ୍ୟଞ୍ଜନ ମୁଁ ଦେଉଛି ନିଅନ୍ତୁ !ତା ସହିତ ଗୋ କ୍ଷୀର ଘୃତ ଦହି ଓ ଲୁଣ ମଧ୍ୟ ଦେବି !ହେ ମହାଭାଗ ଏହାକୁ ନେଇ ଯାଅନ୍ତୁ । ନିଜ ମନରୁ ଭୟ କାଢି ସ୍ବସ୍ଥାନ ରେ ବସି ଆରାମ ରେ ଖାଇନେବ । ବିପ୍ର ବିଷ୍ଣୁ ଦାଶ ଙ୍କର ଏପରି ବଚନ ଶୁଣି ଚଣ୍ଡାଳ ମନରେ ଭୟ କଲା । ଖୁବ ଶୀଘ୍ର ଅନ୍ନ କୁ ସେହିଠାରେ ପକାଇ ଦେଇ ଉଚ୍ଚ ଭୂମିକୁ ଚାଲିଯିବା ପାଇଁ ଉଦ୍ୟମ କରିବା ବେଳକୁ ଝୁଣ୍ଟି ପଡିଗଲା ଚଣ୍ଡାଳ । ମୁହଁ ମାଡି ପଡିଗଲା ଚଣ୍ଡାଳ । ତାହାର ପିଣ୍ଡରୁ ପ୍ରାଣ ଛାଡ଼ିଗଲା । ବିଷ୍ଣୁ ଦାସ ଧାଇଁ ଯାଇ ବୃଦ୍ଧ ଲୋକଟିକୁ ଉଠାଇ ଦେଖିଲା ସେହି ଚଣ୍ଡାଳ ଦେହ ରେ ଆଉ ଜୀବନ ନାହିଁ !ମନ ଦୁଃଖ କରି ବିଷ୍ଣୁଦାସ ଚଣ୍ଡାଳ ମୁହଁରେ ପାଣି ଛିଞ୍ଚିଲା ! ପତ୍ର ଦ୍ୱାରା ତାକୁ ବିଞ୍ଚିବାକୁ ଲାଗିଲା । ନିଜ ଲୁଗାରେ ଚଣ୍ଡାଳ ଅଙ୍ଗରୁ ଧୂଳି ପୋଛି ଦେଲା । ଚଣ୍ଡାଳ ର ନିର୍ଜୀବ ଦେହ ଦେଖି ବିପ୍ର କାନ୍ଦିବାରେ ଲାଗିଲା ।କାନ୍ଦିବାରେ ଲାଗିଲା ବିପ୍ର ଓ କହିଲା ଧିକ ମୋ ଜୀବନ ମୁଁ ଏତେ ବଡ଼ ଅକର୍ମ କାହିଁକି କଲି ? କ୍ଷୁଧାର୍ତ୍ତ ଜନ ଅନ୍ନ ଗ୍ରାସ ।ମୂର୍ଖ ସ୍ୱଭାବେ କଲି ନାଶ । ପୂର୍ବରୁ ମୁନି ମାନେ କହିଛନ୍ତି ଯିଏ ଖାଇବା ଗ୍ରାସ ଭାଙ୍ଗେ ତାଙ୍କୁ ସାତ ଜନ୍ମ ପର୍ଯ୍ୟନ୍ତ ଅନ୍ନ ଜଳ ମିଳେନାହିଁ ।
ଆହାର ଦେଖାଇ ଯେ ଜନ
ଘେନଇ ପ୍ରାଣୀଙ୍କ ଜୀବନ
ସେ ପ୍ରାଣୀ କୃମି ପୋକ ହୋଇ
ତପତ ନର୍କେ ପଡ଼ିଥାଇ ।
ବିଷ୍ଣୁଦାସ ଚିନ୍ତା କରି କହୁଛନ୍ତି ଏ ସବୁ ମୁଁ ଜାଣିଛି ! ଯିଏ ଏପରି କରେ ମଲା ପରେ ପଶୁଯୋନି ରେ ଜନ୍ମ ନିଏ । ଏମିତି କହି ବିଷ୍ଣୁ ଦାଶ ଖୁବ ଜୋରରେ କାନ୍ଦିବାକୁ ଲାଗିଲା ।ବିଷ୍ଣୁ ଦାଶ ଙ୍କ କାନ୍ଦ ଦେଖି ସେଠାରେ ବହୁତ ବିଦ୍ୱାନ ବ୍ୟକ୍ତି ଉପସ୍ଥିତ ହେଲେ ।ବିଦ୍ୱାନ ମାନଙ୍କୁ ଦେଖି ବିଷ୍ଣୁ ଦାସ କହିଲେ ଏ ହେଉଛନ୍ତି ଅତିଥି ଶ୍ରେଷ୍ଠ !ମୋହରି ପାଇଁ ଏହାଙ୍କ ଜୀବନ ନଷ୍ଟ ହୋଇଗଲା ।ଏଣୁ ମୁଁ ଏହାଙ୍କ ସହିତ ନିଆଁ ରେ ଝାସ ଦେବି । ଆପଣ ମାନେ ଉଦ୍ ଯୋଗ କରନ୍ତୁ ମୁଁ ଆଉ ଜୀବନ ରଖିବାକୁ ଚାହୁଁନାହିଁ । ଭଗବାନ ବିଷ୍ଣୁ ,ବିପ୍ର ବିଷ୍ଣୁଦାଶ ଙ୍କ ମନକଥା ଜାଣିଲେ !ଆଜ୍ଞା ମାତ୍ରକେ ମୃତ ବୃଦ୍ଧ ଚଣ୍ଡାଳର ଶବ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ।ନିଜେ ପ୍ରଭୁ ବିଷ୍ଣୁ ଦିବ୍ୟ ରୂପ ଧରି ଗରୁଡ଼ ପୃଷ୍ଠ ରେ ବସି ସେଠାରେ ପହଁଞ୍ଚିଲେ । ବ୍ରହ୍ମରାଶି ଙ୍କୁ ସୁର ,ନର ,ୠଷି ଦେଖିବାକୁ ପାଇଲେ ।ପିତ ବସନ ପିନ୍ଧି ,ହାତରେ ଚକ୍ର ,କମଳ ଶଙ୍ଖ ,ଗଦା ସହିତ ବିଭିନ୍ନ ରତ୍ନ ଅଳଙ୍କାର ପିନ୍ଧି ଶୋଭା ପାଉଥିଲେ ଭଗବାନ ବିଷ୍ଣୁ । ବିଷ୍ଣୁଦାଶ ଙ୍କ ନିକଟରେ ପହଁଞ୍ଚି ଭଗବାନ ବିଷ୍ଣୁ ବିପ୍ର କୁ ହାତ ଧରି ନେଇ ରଥରେ ବସାଇ ଦେଲେ ।ଗରୁଡ଼ କାନ୍ଧ ରେ ବନମାଳୀ ,ବିପ୍ର ବିଷ୍ଣୁ ଦାଶ ଙ୍କୁ କୋଳରେ ଧରି ଶୂନ୍ୟ ରେ ଉଡି ଗଲେ ।ଗୟା ବାସୀ ସମସ୍ତେ ଭଗବାନ ଙ୍କର ଏପରି ଦୃଶ୍ୟ ଦେଖି ଆନନ୍ଦତ ହେଲେ ।ରାଜା ଚୋଳ ୠଷି ମୁଦୁଗୁଲ ପାଖରେ ଥିଲେ ।ଏସବୁ ଦୃଶ୍ୟ ଦେଖି ବିସ୍ମିତ ହୋଇଗଲେ ରାଜା ଚୋଳ ।ଗୁରୁ ଙ୍କୁ କହିଲେ ରାଜା ଚୋଳ ଆଉ କଣ ଆପଣଙ୍କୁ ପଚାରିବି ? ଦେଖିଲି ବ୍ରାହ୍ମଣ ଙ୍କ ଗୁଣ ଓ କର୍ମ ,ପ୍ରତ୍ୟକ୍ଷ ଭାବେ ନାରାୟଣ ଆସି ବିମାନରେ ବସାଇ ବିପ୍ର ଙ୍କୁ ନିଜ ପୁରକୁ ନେଇଗଲେ । ଧିକ୍ ମୋ ଜୀବନ !ମୁଁ ଅନେକ ତପ କରି ମଧ୍ୟ ବିପ୍ର ଙ୍କ ସହିତ ସମାନ ହୋଇ ପାରିଲି ନାହିଁ । ସେହି ପ୍ରଭୁ ଜଗତ ଜୀବନ ମୋ ଉପରେ କୃପା ଦୃଷ୍ଟି ପକାଇଲେ ନାହିଁ ? ଏ ଜୀବନ ରଖି ଲାଭ କଣ ଅଛି ? ଏ ଦେହ କାହିଁ ପାଇଁ ରହିବ ?
ବିଷ୍ଣୁ ଅଭାବେ ଯେଉଁ ପ୍ରାଣୀ
ସମ୍ପଦ ଶୁଖ ପ୍ରାୟେ ମଣି
ତାର ଜୀବନ ଧିକ ଧିକ
ଯାବତ ଭୋଗେ ସବୁ ନର୍କ
ରାଜା ଚୋଳ କହିଲେ ମୁଁ ଆଉ ବଞ୍ଚିବାକୁ ଚାହୁଁନାହିଁ ମୁନିବର ଅନଳ ରେ ଝାସ ଦେବି ଆଜି । ଏହାକହି ରାଜା ଯଜ୍ଞର ଅଗ୍ନି କୁଣ୍ଡରେ ଡେଇଁ ପଡିଲେ । ଭଗବାନ ବିଷ୍ଣୁ ଅନ୍ୟ ମାର୍ଗରେ ଥିଲେ ରାଜା ଅଗ୍ନି କୁଣ୍ଡରେ ପଡିବା ଦେଖି ଶୀଘ୍ର ଲେଉଟି ଆସିଲେ ଭଗବାନ ବିଷ୍ଣୁ ।ଯଜ୍ଞ ର ଅନଳ ଭିତରେ ପଶି ଚୋଳ ରାଜାଙ୍କୁ ଆକର୍ଷି ଆଣିଲେ ଭଗବାନ ବିଷ୍ଣୁ ।ଗରୁଡ଼ ପୃଷ୍ଠ ରେ ବସାଇ ବସାଇ ଦୁଇ ହାତରେ ଦୁଇ ଭୃତ୍ୟ ଙ୍କୁ ଧରି ବୈକୁଣ୍ଠ ପୁରକୁ ଅଗ୍ରସର ହେଲେ ।ଦକ୍ଷିଣ ହାତରେ ବ୍ରାହ୍ମଣ ବିଷ୍ଣୁ ଦାଶ ଓ ବାମ ହାତରେ ରାଜା ଚୋଳ ଙ୍କୁ ଧରି ଭଗବାନ ବିଷ୍ଣୁ ଯାଉଥାଆନ୍ତି । ସେହି ସମୟରେ ଭଗବାନ ଭାବୁଥାନ୍ତି ମୋର ଗୋଟିଏ ପଟେ ବ୍ରହ୍ମା ଓ ଆରପଟେ ଶିବ ଭଗବାନ ଅଛନ୍ତି ।ଦୁଇ ଭୃତ୍ୟ ଙ୍କୁ ଧରି ବିଷ୍ଣୁ ଭଗବାନ ବୈକୁଣ୍ଠ ପୁରରେ ପହଁଞ୍ଚିଲେ ।ଅତି ବିଶ୍ୱାସ ସହ ଦୁଇ ଭୃତ୍ୟ ଙ୍କୁ ଭଗବାନ ବିଷ୍ଣୁ ନିଜ ପାଖରେ ରଖିଲେ । ସେହି ବିପ୍ର ନାମ ଥିଲା ଅତିଶୀଳ ଓ ରାଜାଙ୍କ ନାମ ଥିଲା ମହୀପାଳ ହେ ଧର୍ମଦତ୍ତ ସେହି ବିଷ୍ଣୁ ଦୂତ ଆମେ ଦୁଇଜଣ ।ସର୍ବଦା ବିଷ୍ଣୁ ଲୋକରେ ଆମେ ରହି କାର୍ତ୍ତିକ ବ୍ରତେ ପୂଜା ପାଉଅଛୁ ।ଯେଉଁ ଲୋକ କାର୍ତ୍ତିକ ବ୍ରତ ଉଦ୍ୟାପନ କରେ ସେ ଆସି ଆମ ମେଳ ଅର୍ଥାତ ବିଷ୍ଣୁ ପୁର ରେ ବାସ କରେ ।।