🍂🍃🍂 କାର୍ତ୍ତିକ ମାହାତ୍ମ୍ୟ 🍂🍃🍂
(ଭାଗ -୩)
ଲେଖକ ଦୁସ୍ମନ୍ତ କୁମାର ମିଶ୍ର
ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେ
ବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନା
ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋ
ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ।
ଶଙ୍ଖା ସୁର କୁ ମାରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ସମୁଦ୍ର କୂଳରେ ପହଁଞ୍ଚି ମୀନ ରୂପ ଧାରଣ କଲେ । ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣ କହିଲେ ନାଥ ଏହାପରେ କଣ ଆପଣ ମୀନ ରୂପ ଧାରଣକରି ଶଙ୍ଖାସୁରକୁ ମାରିଲେ !ଭଗବାନ ଶ୍ରୀକୃଷ୍ଣ କହିଲେ ସତ୍ୟା ତୁମେ ଏତେ ବ୍ୟସ୍ତ ହୁଏନାହିଁ ? ଏହାପରେ କଣ ଘଟିଲା ତାହା ତୁମ ନିକଟରେ କହୁଛି ଶୁଣ । ଭଗବାନ ଶ୍ରୀକୃଷ୍ଣ କହିଲେ ... ବିନ୍ଧ୍ୟ ପର୍ବତରେ କଶ୍ୟପ ୠଷି ବାସକରୁଥିଲେ ।ଭଗବାନ ବିଷ୍ଣୁଙ୍କୁ ସନ୍ତୋଷ କରିବା ନିମନ୍ତେ ଚତୁର୍ମାସ ବ୍ରତ ପାଳନ ମଧ୍ୟ କରୁଥିଲେ ୠଷି କଶ୍ୟପ । ବିନ୍ଧ୍ୟ ପର୍ବତ ମୂଳରୁ ବାହାରି ଥିବା ସରସ୍ୱତୀ ନଦୀରେ ୠଷି କଶ୍ୟପ ସବୁଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରାତଃ ସ୍ନାନ କରନ୍ତି । ସୂର୍ଯ୍ୟ ଅସ୍ତ ହୋଇଗଲେ ସନ୍ଧ୍ୟା ମଧ୍ୟ କରନ୍ତି ଦେବତା ଓ ପିତୃ ପୁରୁଷ ଙ୍କୁ ଆବାହାନ କରିବା ପାଇଁ ୠଷି କଶ୍ୟପ ଜଳଦାନ କରନ୍ତି ଦିନେ ୠଷି କଶ୍ୟପ ସୂର୍ଯ୍ୟ ଙ୍କୁ ଜଳ ଦାନ କରିବା ପାଇଁ ହାତରେ ଆଞ୍ଜୁଳାଏ ଜଳ ସରସ୍ୱତୀ ନଦୀରୁ ଆଣିଲେ । ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ କ୍ଷୁଦ୍ର ମୀନରୂପ ଧାରଣ କରି କଶ୍ୟପ ଙ୍କ ପାଣି ଆଞ୍ଜୁଳାରେ ରହିଲେ । କଶ୍ୟପ ୠଷି ଚିନ୍ତା କଲେ ମୀନ ଟି ଭୟର ଡରି ଯାଇ ମୋ ନିକଟରେ ଆଶ୍ରୟ ନେବାକୁ ଆସିଛି ? ୠଷି କଶ୍ୟପ ବିଚାର କଲେ ଏହି ମୀନ କୁ ମୁଁ ମୋହର କମଣ୍ଡଳୁ ରେ ରଖିଦେବି ! ଏହାହିଁ ହେଲା ୠଷି କଶ୍ୟପ ମୀନ କୁ କମଣ୍ଡାଳୁ ରେ ରଖିଦେଇ ପୁନଶ୍ଚ ନଦୀର ଜଳରେ ପ୍ରବେଶ କଲେ । ମୀନ ଟି କମଣ୍ଡଳୁ ରେ ଥାଇ ଡାକଦେଲା ହେ ରୁଷି ! ମୋତେ ତୁମେ ରକ୍ଷା କର ,ଏତେ ଛୋଟ ସ୍ଥାନରେ ମୁଁ ରହି ପାରିବି ନାହିଁ ?ଯେତେବେଳେ ମୋର କାୟା ବଢ଼ିବ ମୁଁ କିପରି ଏତେଛୋଟ କମଣ୍ଡଳୁ ରେ ରହିବି ? ମୋ ମନରେ ଭୟ ଆସୁଛି ତପସ୍ୱୀ । ତାପରେ ଏଠାରେ ରହିଲେ ସାରସ ମାନେ ମୋତେ ଦେଖିବେ ଓ ମୋତେ ଭକ୍ଷଣ କରିଦେବେ । ହେ ତପସ୍ୱୀ ଆପଣ ମୋତେ ଗୋଟିଏ ଉତ୍ତମ ସ୍ଥାନରେ ରଖନ୍ତୁ ? ମୀନରୂପୀ ଭଗବାନ ଶ୍ରୀକୃଷ୍ଣ ତପସ୍ୱୀ କଶ୍ୟପ ଙ୍କୁ ଏ କଥା କହିଲେ । କଶ୍ୟପ ୠଷି ମୀନ କଥା ଶୁଣି ଚିନ୍ତା କଲେ ମୀନ ଠିକ୍ କଥା କହୁଛି ଏଣୁ ୠଷି କିଛି ନଭାବି ମୀନ କୁ ନେଇ ଗୋଟିଏ କୂପ ମଧ୍ୟରେ ଛାଡିଦେଲେ । ମୀନ ଟି କୂପ ଭିତରେ ରହିବା ପରେ ନିଜର କାୟା ବିସ୍ତାର କରିବାରେ ଲାଗିଲା । ମୀନ ଡାକିଲା ହେ ମରିଚ କୁମର ! ମୋତେ ଏ କୂଅ ରେ ଅଣ ନିଶ୍ୱାସୀ ଲାଗୁଛି ! ମୁଁ ଏଠାରେ ଆଉ ରହି ପାରିବି ନାହିଁ ! ମୋତେ ରକ୍ଷାକର !ମୋତେ ରକ୍ଷାକର !। ୠଷି କଶ୍ୟପ ଆଶ୍ଚର୍ଯ୍ୟ ହୋଇଗଲେ ଏତେ ଛୋଟ ମୀନ ଟିଏ ଥିଲା ! ଏମିତି କାୟା ବିସ୍ତାର କରିବାର କାରଣ କଣ ? ତାପରେ ମୀନ ହୋଇ ମଣିଷ ପରି କଥା କଅଣ ଏ କହୁଛି ? ୠଷି କଶ୍ୟପ କିଛି ବିପ୍ର ଙ୍କୁ ଡକାଇ କୂଅ ମଧ୍ୟରୁ ମୀନ କୁ ଆଣି ନିକଟରେ ଥିବା ପୁଷ୍କରିଣୀ ମଧ୍ୟରେ ଛାଡିଦେଲେ । ମୀନ ଟି ପୁଷ୍କରିଣୀ ମଧ୍ୟରେ କିଛିଦିନ ରହିବା ପରେ ପୁନଶ୍ଚ ନିଜର କାୟା ବଢ଼ାଇ ବାରେ ଲାଗିଲା ।ମୀନ ଡାକିଲା ହେ ୠଷି ମୋତେ ଏବେ ରକ୍ଷାକର ! ମୁଁ ଏଠାରେ ଆଉ ରହି ପାରୁନାହିଁ ? ୠଷି କଶ୍ୟପ ମୀନ କୁ ପୁଷ୍କରିଣୀ ମଧ୍ୟରୁ ବାହାର କରି ଗଭୀର ନଦୀ ରେ ନେଇ ଛାଡିଦେଲେ । ନଦୀ ଗର୍ଭରେ ଥାଇ ମଧ୍ୟ ମୀନ ନିଜର କାୟା ବିସ୍ତାର କରିବାକୁ ଲାଗିଲା । ୠଷି କଶ୍ୟପ ଚିନ୍ତା କଲେ ଏହା ନିଶ୍ଚିତ ବିଷ୍ଣୁ ଙ୍କ ମାୟା ଅଟେ । ନଦୀ ଭିତରେ ମୀନ
ଥାଇ ଡାକିଲା ହେ ୠଷି ମୋତେ ରକ୍ଷାକର ! ଏଠାରେ ମୁଁ ଅଣ ନିଃଶ୍ବାସ ହୋଇ ଯାଉଛି ? ୠଷି କଶ୍ୟପ ବିଷ୍ଣୁଙ୍କ ମାୟା ବୋଲି ଜାଣି ବେଦ ଗାଇବାକୁ ଲାଗିଲେ ଓ ମତ୍ସ କୁ ନେଇ ସମୁଦ୍ରରେ ଛାଡିଦେଲେ ।
କଶ୍ୟପ ୠଷି ଜାଣିପାରିଲେ ଯେ ଭଗବାନ ଶ୍ରୀକୃଷ୍ଣ ଦେବତା ମାନଙ୍କ ହିତ ନିମନ୍ତେ ସାଗର ମଧ୍ୟରେ ବିଶ୍ଵରୂପ ଧାରଣ କରିଛନ୍ତି । କଶ୍ୟପ ୠଷି ଦେଖିଲେ ରୋହି ମାଛ ଟି ସୁବର୍ଣ୍ଣ ପରି ଦେଖାଯାଉଛି ? ଏପରି ମାଛ ସେ କେଭେ ଦେଖି ନଥିବାର ମନେ ମନେ ଚିନ୍ତା କଲେ । ମାଛଟି ମେରୁ ସମାନ ମୋଟା ଦେଖା ଯାଉଛି ? ପର୍ବତ ଆକାର ତାହାର ଡେଣା । ଗର୍ଜନ ରେ ଦିଗଭାଗ ଭାଙ୍ଗି ପଡୁଛି ! ମାଛଟି ସମୁଦ୍ର ମଧ୍ୟରେ ପହଁରିଲା ବେଳେ ସମୁଦ୍ର କୁଳ ଲଙ୍ଘନ କରୁଛି ! ଧରଣୀ ଟଳମଳ ହେଉଛି ! ମାଛଟିର ନିଃଶ୍ବାସ ରେ ବତାସ ସୃଷ୍ଟି ହେଉଛି ! ତାହାର ନିଃଶ୍ୱାସ ଏତେ ପ୍ରଖର ଯେ ପର୍ବତ ମାନେ ଆକାଶରେ ଉଡିବାକୁ ଲାଗିଲେ ।ଗ୍ରହ , ନକ୍ଷତ୍ର ଓ ମେଘ ମାନେ ଏହି ମାଛ ର ନିଃଶ୍ବାସ ରେ ରହି ନପାରି ସମସ୍ତେ ଅତି ଉର୍ଦ୍ଧ୍ବ ଆକାଶରେ ଯାଇଁ ଲୁଚିଲେ। ଭୟରେ ଦଶଦିଗ କମ୍ପିବାକୁ ଲାଗିଲା । ସମୁଦ୍ର ମଧ୍ୟରେ ମହାମୀନ ଗର୍ଜନ କରିବାକୁ ଲାଗିଲା । ଏହାପରେ ଭଗବାନ ଶ୍ରୀକୃଷ୍ଣ ସମୁଦ୍ର ର ଜଳକୁ ନିଜ ମୀନ ରୂପୀ ଲାଞ୍ଜ ସାହାଯ୍ୟରେ ଗୋଟିଏ ପଟେ ରଖିଦେଲେ । ସମୁଦ୍ର ଜଳ ଶୁନ୍ୟ ହୋଇଗଲା । ସମୁଦ୍ର ଶୁଖି ଯିବାରୁ ତାହାରି ମଧ୍ୟରେ ଭଗବାନ ଶ୍ରୀକୃଷ୍ଣ ଶଙ୍ଖାସୁର କୁ ଦେଖିଲେ ।ଚକ୍ରଧର ନିଜ ରୂପକୁ ଧାରଣ କଲେ । ନିଗମ ଚୋର ଅର୍ଥାତ ବେଦ ଚୋର ଶଙ୍ଖା ସୁରକୁ ବନ୍ଦୀ କରି ରଖିଲେ ଭଗବାନ ଶ୍ରୀକୃଷ୍ଣ ଶଙ୍ଖା କୁ ଧରି ଭଗବାନ ଶ୍ରୀକୃଷ୍ଣ ବଦରିକା ବନକୁ ନେଇଗଲେ । ଶଙ୍ଖା ସୁର ଭୟରେ କମ୍ପିବାକୁ ଲାଗିଲା । ଗୋବିନ୍ଦ ଭଗବାନ ଶଙ୍ଖାର ଭୁଜକୁ ଧରି ମୁହଁକୁ ମୁହଁ ଲଗାଇ ଦେଲେ । ପବନରେ ନିଜ ଅଙ୍ଗକୁ ଫୁଲାଇ ଦେଲେ ଗୋବିନ୍ଦ । ଶଙ୍ଖା ସୁର କୁ ବୁଲାଇ ବୁଲାଇ ଫୋପାଡ଼ି ଦେଲେ ଗୋବିନ୍ଦ ଭଗଵାନ । ଶଙ୍ଖାସୁର ର ମାଂସ , ରକ୍ତ , ଚର୍ମ , କେଶ ଉଡି କରି ବିଭିନ୍ନ ଦେଶରେ ଯାଇ ପଡିଲା । ଶଙ୍ଖାସୁର ଭଗବାନ ଙ୍କ ହାତରେ ବିନାଶ ହୋଇ ମୁକ୍ତି ଲାଭ କଲା । ଶଙ୍ଖାସୁର ମରିବା ବେଳେ ବିରାଟ ଶବ୍ଦ କଲା । ଏହି ଶବ୍ଦ ତିନି ପୁରକୁ ଶୁଭିଲା ଏହି ଶବ୍ଦ ଶୁଣି ସୁର ମାନେ ସେଠାରେ ପହଁଞ୍ଚିଗଲେ । ଯେଉଁ ବେଦ କୁ ଶଙ୍ଖାସୁର ଗୁପ୍ତ ରେ ରଖିଥିଲା ଭଗବାନ ଶ୍ରୀକୃଷ୍ଣ ତାହାକୁ ଆଣିଲେ । ନାରାୟଣ ବେଦ କୁ ଉଦ୍ଧାର କରି ବ୍ରହ୍ମାଙ୍କୁ ସମର୍ପି ଦେଲେ । ବ୍ରହ୍ମା ଦେବ କୁ ପାଇ ସଂସାର ରେ ବେଦ ପ୍ରଚଳନ କଲେ । ବ୍ରହ୍ମା ସମେତ ସମସ୍ତ ଦେବଗଣ ବଦରିକା ବନରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କଲେ ।
ଶିବ ଭଗବାନଙ୍କ ସହିତ ସମସ୍ତ ଦେବତା ମାନେ ଗୋବିନ୍ଦଙ୍କ ଚରଣେ ଜଣାଣ କରି କହିଲେ ହେ ଜଗତ କର୍ତ୍ତା ଆପଣଙ୍କ ପାଇଁ ଆମ ଦୁଃଖ ଦୁରୀଭୂତ ହେଲା । ଆମ ମନରୁ ଭୟ ଚଲିଗଲା କାରଣ ସାଗର ସୁତ ବିନାଶ ହୋଇ ଥିବାରୁ ଆମେ ସମସ୍ତେ ବହୁତ ଖୁସି ପ୍ରଭୁ ! ଆପଣଙ୍କର ଏହି ଦୁର୍ଲ୍ଲଭ କୀର୍ତ୍ତି ସାରା ଜଗତରେ ସବୁଦିନ ପାଇଁ ରହିଯିବ । ବେଦ କୁ ଉଦ୍ଧାର କରି ଦୈତ୍ୟ କୁ ନାଶ କରି ସମସ୍ତଙ୍କ ମନକୁ ତୋଷ କରିଥିବାରୁ ହେ ଚକ୍ରଧର ଆପଣଙ୍କର ଜୟ ହେଉ ।
ବ୍ରହ୍ମା କହିଲେ ବେଦ ଉଦ୍ଧାର ହୋଇଥିବାରୁ ଆଜିଠାରୁ ଏହି ଦିନକୁ ମହାବ୍ରତ ବୋଲି ସମସ୍ତେ ପାଳନ କରିବେ । ଏହିଦିନ ଥିଲା ଦଶମୀ ତିଥି ।ଏହାକୁ ପାଳନ କରିବା ସହିତ ଦ୍ଵାଦଶୀ ବ୍ରତ ମଧ୍ୟ କରିବା ଉଚିତ । ଦିନସାରା ଉପବାସ ରହି ଏକାଦଶୀ ବ୍ରତ କରିବା ମଧ୍ୟ ପାଳନ ହେବ । ଦୁଇ ପକ୍ଷ ରେ ଦୁଇଟି ବାର ଏହି ବ୍ରତକୁ ସମସ୍ତ ସୁର , ନର ପାଳନ କରିବେ । ଏହାପରେ ବ୍ରହ୍ମା କହିଲେ ଏହି ବ୍ରତ ଆରମ୍ଭ କରିବା ପୂର୍ବରୁ ସଂକଳ୍ପ କରି ବ୍ରତ ଆରମ୍ଭ କରିବା କୁ ପଡିବ ।
ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମା ଙ୍କର ବଚନ କୁ ଶୁଣି ଘୋଷଣା କଲେ ଯେ ଆଜିଠାରୁ ଏହି ବ୍ରତ ସିଦ୍ଧି ଲାଭ କରୁ ।ଶ୍ରୀକୃଷ୍ଣ ଭଗବାନ ଙ୍କ ଠାରୁ ଅନୁମତି ନେଇ ସକଳ ଦେବଗଣସହିତ ଭଗବାନ ଶ୍ରୀକୃଷ୍ଣ ସେଠାରୁ ପ୍ରୟାଗ ତୀର୍ଥ କୁ ଚାଲିଲେ । ପବିତ୍ର ଜଳରେ ସ୍ନାନ କରି ସେମାନେ ଦୈତାରି ଭଗବାନଙ୍କୁ ପୂଜା କଲେ । ଏହାପରେ ବ୍ରହ୍ମା କହିଲେ ସର୍ଵ ଦେବତା ଶୁଣ ! କାର୍ତ୍ତିକ ମାସ ଆସିବା ମାତ୍ରେ ତୁମ୍ଭେମାନେ ବିଷ୍ଣୁଙ୍କୁ ଜଣାଇ ଏହି ବ୍ରତ ଆରମ୍ଭ କରିବ । ଏହି କାର୍ତ୍ତିକ ମାସରେ ତୁମ୍ଭେମାନେ ଜଳରେ ବାସ କରିବ ? ଯେଉଁ ଜନ ଏହି କାର୍ତ୍ତିକ ମାସରେ ପ୍ରାତଃ କାଳରେ ଜଳରେ ସ୍ନାନ କରିବ ସେହି ଜନ କାର୍ତ୍ତିକ ବ୍ରତ କରୁଛି ବୋଲି ଜାଣିବ । ବ୍ରତଚାରୀ ହବିଷ୍ୟ ଅନ୍ନ ନିଶ୍ଚିତ ଭାବେ ଭକ୍ଷଣ କରିବ । ସେହି ଜନ ଯଦି ଏପରି ଆଚରଣ କରି ଭଗବାନ ବିଷ୍ଣୁଙ୍କନାମ ଏହିମାସରେ ଜପ କରେ ତେବେ ଶତଜନ୍ମ ର ପାପ ଦୂର ତାହାର ହୋଇଯିବ। ପାଇବ ପରମ ମୁକ୍ତି ଦେବତା ମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ସେଠାରୁ ବାରାଣସୀ ଚାଲିଲେ ।ବାରାଣସୀରେ ରେ ଶିବଙ୍କୁ ପୂଜାକରି ନରହରି ଭଗବାନ ବ୍ରହ୍ମାଙ୍କୁ ଚାହିଁ କହିଲେ ହେ ବେଦବର ! ମୋହର ତିନୋଟି କ୍ଷେତ୍ର ଅତି ପ୍ରିୟ ,ଏଗୁଡିକ ହେଲା ପ୍ରୟାଗ , ବଦରିକା , କାଶୀ । ଯେଉଁ ଜନ ମାନେ ଏଠାକୁ ଆସି ଏହି ତିନି ତୀର୍ଥରେ ସ୍ନାନ କରି ଗୋଟିଏ ଦିନ ଏହି କ୍ଷେତ୍ରରେ ରହିବେ ସେହିମାନଙ୍କୁ ଯମ ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ । ଅନ୍ତ ସମୟରେ ସେହି ଜନ ମୋର ଧାମ ଅର୍ଥାତ ବୈକୁଣ୍ଠ ପ୍ରାପ୍ତ ହେବ ।
ବୋଲନ୍ତି ଶୁଣ ବେଦବର
ଏ ତିନି କ୍ଷେତ୍ର ପ୍ରିୟ ମୋର
ପ୍ରଯୋଗ ବଦରିକା କାଶୀ
ଯେବଣ ଜନ ଏଥେ ଆସି
ତୀର୍ଥେ ସ୍ନାନ କରି କ୍ଷେତ୍ରେ
ଯେବେ ରହିବ ଦିନେ ମାତ୍ରେ
ତାହାଙ୍କୁ ନଦଣ୍ଡିବ ଯମ
ଅନ୍ତେ ସେ ଯିବ ମୋର ଧାମ ।
ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ କାର୍ତ୍ତିକ ବ୍ରତ ଓ ଏକାଦଶୀ ବିଷୟ ରେ ବୁଝାଇ କହିଲେ । ବେଦବର ବ୍ରହ୍ମାଙ୍କୁ ଭଗବାନ ଶ୍ରୀକୃଷ୍ଣ ଆଜ୍ଞା ଦେଲେ ଏହା ସଂସାର ମଧ୍ୟରେ ପ୍ରଚଳନ କର । ସେହି ଦିନଠାରୁ ବ୍ରହ୍ମାଙ୍କ ନିର୍ଦ୍ଦେଶ ରେ କାର୍ତ୍ତିକ ବ୍ରତ ଓ ଏକାଦଶୀ ବ୍ରତ ସଂସାରେ ପାଳିତ ହୋଇ ଆସୁଛି ।
ଶକ୍ରାଜିତ ର ଦୁଲଣୀ ଅର୍ଥାତ ଭଗବାନ ଶ୍ରୀକୃଷ୍ଣ ଙ୍କର ପତ୍ନୀ ସତ୍ୟଭାମା , ପଚାରିଲେ ଭଗବାନ ଶ୍ରୀକୃଷ୍ଣ ଙ୍କୁ , ହେ ନାଥ ସମସ୍ତେ ତ କାର୍ତ୍ତିକ ବ୍ରତ କରୁଛନ୍ତି ? ମୁଁ ବି ପୂର୍ବ ଜନ୍ମରେ କରିଥିଲି ବୋଲି ଆପଣଙ୍କ ଠାରୁ ଶୁଣିଲି ? କିନ୍ତୁ ମୋହର ସେ ସବୁ ଆଉ ମନେ ନାହିଁ ? ଏବେ ମୋତେ କାର୍ତ୍ତିକ ମାହାତ୍ମ୍ୟ ର କଣ ବିଧି ରହିଛି କୁହନ୍ତୁ !
"ସେ ଧର୍ମ କଥା ବିଧି କୃତ୍ୟ
କହି ସନ୍ତୋଷ କର ଚିତ୍ତ ।"
କରୁଣା ସାଗର କହିଲେ ଭୋ ପ୍ରିୟେ ମୁଁ ଯାହା କହୁଛି ତାହା ସାବଧାନ ହୋଇ ଶୁଣ । କୃତ ଯୁଗରେ ବିଷ୍ଣୁଙ୍କ ଅଙ୍ଗରୁ ରାଜା ପୃଥୁ ଜନ୍ମ ନେଇଥିଲେ ।ଏହି ରାଜା ପୃଥୁ ସୂର୍ଯ୍ୟ ବଂଶର ରାଜା ଥିଲେ । ନିଜର ଉତ୍ତମ କର୍ମ ବଳରେ ସେ ପ୍ରଜା ମାନଙ୍କୁ ଶୁଖରେ ପାଳୁଥିଲେ । ରାଜା ପୃଥୁଙ୍କର କିଛି ଅଭାବ ନଥିଲେ ବି ସେ ସର୍ବଦା ହରି କଥା , ହରି ପାରାୟଣ ,ଶୁଣିବା ପାଇଁ ମନ ବଳାଉ ଥିଲେ । ଦିନକର କଥା ରାଜା ପୃଥୁ ନାରଦ ମୁନିଙ୍କୁ ଡାକିଲେ ଓ
ଉପଯୁକ୍ତ ସମ୍ମାନ ଦେଇ ଆସନରେ ବସାଇଲେ । ରାଜା ପୃଥୁ ନାରଦ ମୁନିଙ୍କୁ ପଚାରିଲେ ଭୋ ମୁନି ! ଆପଣ ସକଳ ଧର୍ମ ବିଷୟରେ ଅବଗତ ? ହେ ମୁନି !ମୋତେ ବିଷ୍ଣୁ ଙ୍କ ପାରାୟଣ ବିଷୟରେ କିଛି କୁହନ୍ତୁ ? ଆପଣ କୁହନ୍ତୁ ମୁନିବର ପ୍ରାଣୀ କେଉଁ ଧର୍ମ କଲେ ଶେଷରେ ବୈକୁଣ୍ଠ ପାପ୍ତି ହେବ ? ବିଶେଷ କରି ଆଉ କଳି ଯୁଗରେ ଜନ୍ମ ନେବ ନାହିଁ ? କି କୌଣସି ଯୋନି ଜନ୍ମ ନେବ ନାହିଁ ? ଅର୍ଥାତ ଆଉ ଏହି ମାୟା ସଂସାରକୁ ଜୀଵ ଆସିବ ନାହିଁ ?
" କହ କେବଣ ଧର୍ମେ ପ୍ରାଣୀ
ଅନ୍ତେ କୃତାନ୍ତ ଲୋକ ଜିଣି
ବସନ୍ତି ଗୋବିନ୍ଦ ମନ୍ଦିରେ
ପୁଣି ନ ପଡନ୍ତି ସଂସାରେ ।"
ରାଜା ପୃଥୁ ଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବର୍ଷି ନାରଦ କହିଲେ ହେ ରାଜନ ! କାର୍ତ୍ତିକ ବ୍ରତ କଲେ ଧର୍ମ ହୁଏ । ଏହି ଧର୍ମ ବଳରେ ମୁକ୍ତି ନିଶ୍ଚିତ ଭାବେ ମିଳେ । ଅନେକ ଜନ୍ମ ର ପାପ ଦୂର ହୋଇଯାଏ ଓ ପ୍ରାଣୀ ନିଶ୍ଚିତ ବିଷ୍ଣୁ ପୁର ଗମନ କରେ । କାର୍ତ୍ତିକ ବ୍ରତ ବିଧି ବିଷୟ ରେ ଏବେ ମୁଁ ତୁମକୁ କହୁଛି ଶୁଣ । ଯେଉଁ ବ୍ରତଚାରୀ ମାନେ କାର୍ତ୍ତିକ ବ୍ରତ କରିବେ ସେମାନେ ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ଯେଉଁ ଜନ ବ୍ରତ କରିବେ ସେମାନେ ସେହି ଏକାଦଶୀ ଦିନ ସଂକଳ୍ପ କରି ମନରେ ବ୍ରତ କରିବା ପାଇଁ ନିଷ୍ପତ୍ତି ନେବେ । ରାତ୍ରି ର ପ୍ରାତଃ କାଳ ଦେଖି ଖୁବ ଶୀଘ୍ର ଉଠିବାକୁ ପଡିବ ଗ୍ରାମର ବାହାରେ ଥିବା ନଦୀରେ ନିଜର ନିତ୍ୟକର୍ମ କରିବା ପାଇଁ ଯିବ ନଦୀ ଯେଉଁ ଦିଗରେ ଥିବ ତାହାର ଉତ୍ତର ଦିଗକୁ ମୁହଁ କରି ତିନି ଥର ତାଳି ମାରିବ। ଅଧା ତୃଣ ଆସନରେ କର୍ମ କରିବା ପାଇଁ ମୌନ ରେ ବସିବ । ଗୋଟିଏ ପାତ୍ରରେ କିଛି ପାଣି ନେଇ କିଛି ମାଟିକୁ ରଖିଦେଇ ଶୌଚ ହୋଇ ତିନୋଟି ଗାତ ଓ ଗୋଟିଏ ଶିବ ଲିଙ୍ଗ ମାଟିରେ ସ୍ଥାପନ କରିବ । ବାମ ହସ୍ତରେ ଦଶ ଥର ଓ ଡାହାଣ ହାତରେ ସାତ ଥର ମାଟିକୁ ନେଇ ଶିବଲିଙ୍ଗ ତିଆରି କରିବ । ତାପରେ ନଦୀ ଜଳରେ ପ୍ରବେଶ କରି କର୍ମ ପାଇଁ ସେହି ସ୍ଥାନରେ ସବୁ ପୂଜା ସାମଗ୍ରୀ ଥୋଇଦେଇ ଦାନ୍ତ କାଠି ଖୋଜିବା ପାଇଁ ଯିବ । ଦୁର୍ଗନ୍ଧ କଣ୍ଟାଯୁକ୍ତ ଓ ସମିଧ ରେ ଦାନ୍ତ ଘସିବ ନାହିଁ । ଯଦି ଦାନ୍ତକାଠି ନମିଳେ ତେବେ ରସାଳ ପତ୍ର ଦ୍ୱାରା ଦାନ୍ତ ଘଷି ଦେବ ନିଜେ ଲଗାଇଥିବା ବୃକ୍ଷର ପତ୍ରରେ ଦାନ୍ତ ଖସିବ ନାହିଁ । ଦାନ୍ତକୁ ଯତ୍ନ ସହକାରେ ମାଜିବ । ଚତୁର୍ଥ ଦିନ , ଉଆଁସ , ଷଷ୍ଠୀ , ଏକାଦଶୀ , ଗ୍ରହଣ ଲାଗିଥିବା ସମୟରେ ଦାନ୍ତ ଘସିବ ନାହିଁ । ଏହି ଦିନ ମାନଙ୍କରେ ବାର ଥର ସ୍ନାନ କରିବ । ଜଳରେ ପଶି ନାଭି ବୁଡ଼ିଲା ପର୍ଯ୍ୟନ୍ତ ଜଳକୁ ଯିବ ଓ ସ୍ନାନ ମନ୍ତ୍ର ଘୋଷି ସ୍ନାନ କରିବ ଏହାପରେ ଜନାର୍ଦ୍ଦନ ଙ୍କୁ ସୁମରଣା କରି ବ୍ରତ ନିବେଦନ ପୂର୍ବକ କରିବ । ସର୍ବଦା ମନ ମଧ୍ୟରେ କହୁଥିବ ...
ହେ ଦେବ ଦେବ ଲକ୍ଷ୍ମୀପତି
ଏ ମୋର ବ୍ରତ ତୁମ୍ଭ ପ୍ରୀତି ।
ରାଜା ପୃଥୁ ପୁନଶ୍ଚ ନାରଦଙ୍କୁ ପଚାରିଲେ ଭୋ ମୁନି ! କାର୍ତ୍ତିକ ସ୍ନାନ କଲେ କଅ କଣ ସୁଫଳ ମିଳେ ।ନାରଦ କହିଲେ ଯିଏ କାର୍ତ୍ତିକ ମାସରେ ପ୍ରାତଃ ସ୍ନାନ କରେ ଅଶେଷ ଜନ୍ମ ପାପ ହରେ । ଏହାପରେ ନାରଦ କହିଲେ ସ୍ନାନ ସାରି ଦୁଇ ହସ୍ତକୁ ଯୋଡି ଦିନେଶ୍ୱରଙ୍କୁ ସ୍ତୁତି କରିବ । ହେ ଦେବ !ଦାମୋଦର ମୂର୍ତ୍ତି ,କାର୍ତ୍ତିକ ମାସରେ ଆପଣ ଜଳ ମଧ୍ୟରେ ରହି ମୋତେ ଏ ଭଵ ଜଳରୁ ଉଦ୍ଧାର କର । ଏଭଳି କହି ଆଞ୍ଜୁଳାରେ ପାଣି ଧରି ଆଦିତ୍ୟଙ୍କ ଉଦ୍ଦେଶ୍ୟ ରେ ଅର୍ପଣ କରିବ । ହେ ପ୍ରଭୁ ନିରଞ୍ଜନ ମୋତେ ରକ୍ଷା କର ବୋଲି ସୂର୍ଯ୍ୟ ଙ୍କୁ ନିବେଦନ କରିବ । ନାରଦ କହିଲେ ପୁଷ୍କରିଣୀ ରେ କାର୍ତ୍ତିକ ମାସରେ ସ୍ନାନ କଲେ ପଞ୍ଚ ଗୁଣ ନଦୀରେ ଦଶଗୁଣ ଓ ତୀର୍ଥରେ ଯେଉଁବ୍ୟକ୍ତି ସ୍ନାନ କରିବ ଲକ୍ଷେ ଗୁଣ ଫଳ ସେ ନିଶ୍ଚିତ ପାଇବ ।
କାର୍ତ୍ତିକ ମାସରେ କି ,କି ,ବସ୍ତ୍ର ପିନ୍ଧିବା ଉଚିତ ? ପୃଥୁ ପଚାରିଲେ ନାରଦଙ୍କୁ ନାରଦ କହିଲେ ଏହି ମାସରେ କଳା ରଙ୍ଗର ବସ୍ତ୍ର ପିନ୍ଧିବ ନାହିଁ ? ଶୁକ୍ଳ ଵସ୍ତ୍ର ପରିଧାନ କରିବ । ଯଦି ଶୁକ୍ଳ ବସ୍ତ୍ର ନମିଳେ ପିତବସ୍ତ୍ର ପରିଧାନ କରିବ । ଆଉ କୌଣସି ଵସ୍ତ୍ର ଏହି ବ୍ରତଧାରୀ ମାନଙ୍କ ପାଇଁ ନିଷେଧ । ଯେଉଁ ଗ୍ରାମରେ ଯେଉଁ ଦେବାଳୟ ଥିବ ସେହି ଦେବାଳୟ କୁ ଯାଇ ଦର୍ଶନ କରିବ । ବିଶେଷ କରି ହରି ଙ୍କୁ ଦର୍ଶନ କଲେ ସୁଫଳ ହୁଏ ।
କାର୍ତ୍ତିକ ମାସରେ କନିଅର ଫୁଲ ସହିତ ଅରଖ , ଦୁଦୁରା ,ଗଇଶ ,ମଲ୍ଲିକା ଆଦି ପଞ୍ଚ ପୁଷ୍ପକୁ ନେଇ ଗଦା ଧରଙ୍କୁ ପୂଜା କରିବ । ଏହି ଫୁଲ କୁ ନେଇ କେଭେ ବିଷ୍ଣୁ ଙ୍କୁ ପୂଜା କରିବ ନାହିଁ । ଏହା କେବଳ ଶିବ ଭଗବାନ ଙ୍କ ପାଇଁ ଯୋଗ୍ୟ । ଯବା ,ଉତ୍ପଲ ,ଯୁଇ ସେବତୀ ଆଦି ଫୁଲ ଶିବ ଭଗବାନଙ୍କୁ ଦେବ ନାହିଁ।ତୁଳସୀ ଗଣେଶ ଙ୍କୁ ଦୁର୍ବାଦଳ ନଦେଇ ଦୁର୍ଗା ଙ୍କୁ ଦୁର୍ବାଦଳ ରେ ପୂଜାକରିବ ।ଏହା ହେଲା କାର୍ତ୍ତିକ ବ୍ରତ ସ୍ନାନ ପୂଜାର ବିଧି ସର୍ବଦା ନାରାୟଣ ନାମ କୁ ଏହି ମାସରେ ଜପ କରିବ । ଶାସ୍ତ୍ର ,ପୁରାଣ ଭାଗବତ ଆଦି ଗ୍ରନ୍ଥ ଏହି ମାସରେ ପାଠ କରିବ।ଏହାକୁ ମଧ୍ୟ ଶୁଣିବା ନିହାତି ଆବଶ୍ୟକ ।
ମନରେ ସଂକଳ୍ପ କରିବ
କାର୍ତ୍ତିକ ଛାଡି ଯେତେ ଦ୍ରବ୍ୟ
ତାହା କହିବା ବିଧିମତେ
ଶୁଣ ରାଜନ ଏକ ଚିତ୍ତେ ।
ନାରଦ ମୁନି କହିଲେ ହେ ରାଜନ !କାର୍ତ୍ତିକ ମାସରେ କେଉଁ ଦ୍ରବ୍ୟ ଖାଇବା ନିଷେଧ ତାହା ତୁମକୁ ପରବର୍ତ୍ତୀ ସମୟରେ କହିବି ।
କ୍ରମଶଃ …………………..
Writer – Dusmanta kumar Mishra

