କାର୍ତ୍ତିକ_ମାହାତ୍ମ୍ୟ ଅଧ୍ୟାୟ ୨୨
ଦେବର୍ଷି ନାରଦଙ୍କୁ ରାଜା ପୃଥୁ ନମସ୍କାର କଲେ ଓ କହିଲେ ଭୋ ମୁନି !ଭଗବାନ ଶ୍ରୀକୃଷ୍ଣ ମାତା ସତ୍ୟଭାମାଙ୍କୁ କହିଲେ ସଂସାର ସାଗର ମଧ୍ୟରେ ସୁଜନ ସଙ୍ଗରେ ଥିଲେ ପ୍ରାଣୀ ମୁକ୍ତି ପାଏ ! ଏହି ସୁଜନ କିଏ ?ଯଦି ଜାଣିଛନ୍ତି ତେବେ ମୋତେ ବିସ୍ତାର କରି କୁହନ୍ତୁ ?
ରାଜା ପୃଥୁଙ୍କ ପ୍ରଶ୍ନ ର ଯଥାଯଥ ଉତ୍ତର ଦେବାକୁ ଯାଇ କହିଲେ ହେ ରାଜନ ! ଭଗବାନ ଶ୍ରୀକୃଷ୍ଣ , ମାତା ସତ୍ୟଭାମା ଙ୍କୁ ଯାହା କହୁଥିଲେ ତାହା ମୁଁ ଶୁଣିଛି ତୁମ ନିକଟରେ କହୁଛୁ ନାରଦ କହିଲେ ……!
ସତ୍ୟଭାମା ,ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ ଭୋ ସ୍ୱାମୀ ଆପଣ ନକହି , ନକହି ଏମିତି କଥା କହୁଛନ୍ତି ଯେ ତାହା ମୁଁ କିଛି ବୁଝି ପାରୁନାହିଁ ?କଣ କହିଲେ ? ସୁଜନ ସଙ୍ଗରେ ଥିଲେ ପ୍ରାଣୀ ମୁକ୍ତି ପାଏ ?ମୋତେ କୁହନ୍ତୁ ତ ସ୍ୱାମୀ !ଏହି ସୁଜନ ଆମେ କାହାକୁ କହିବା ?ସେ କେଉଁଠାରେ ମିଳିବେ ? କୃଷ୍ଣ ଭଗବାନ ମୃଦୁ ହସି ହସି କହିଲେ ,,ହେ ସତ୍ୟା ! ସାବଧାନ ହୋଇ ଶୁଣ ସର୍ଵ ଲୋକେଶ୍ବର କହିଲେ ……!!
ସତ୍ୟ ଯୁଗର କଥା ।ଅବନ୍ତି ନଗର ମଧ୍ୟ ଭାଗରେ ଗୋଟିଏ ବ୍ରାହ୍ମଣ ଶାଶନ ଥିଲା । ସେହି ବ୍ରାହ୍ମଣ ଶାଶନ ରେ ଧନେଶ୍ୱର ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ଧନେଶ୍ୱର ଅତି ଛୋଟ ବେଳରୁ ବହୁତ ଦୁଷ୍ଟ ଥିଲେ । ଅସାଧୁ ବାଳକ ମାନଙ୍କ ସହ ମିଶି ମାର ଧର କରିବା ସହିତ ଲୋକ ମାନଙ୍କୁ ରହସ୍ୟ କରୁଥିଲେ । ଧନେଶ୍ୱର କୌଣସି ଗୁରୁ ଙ୍କ ପାଖକୁ ଯାଇ ବିଦ୍ୟା ଅଧ୍ୟୟନ କଲେ ନାହିଁ ! ପିଲା ଦିନରୁ ବିଦ୍ୟା ନପଢ଼ି ଅସାଧୁ କାମରେ ଲାଗିଲେ । ପ୍ରତିଦିନ ଗ୍ରାମର ଏ ପ୍ରାନ୍ତରୁ ସେ ପ୍ରାନ୍ତ ଯାଏ ବୁଲନ୍ତି । ହାତରେ ତାଙ୍କର ଝିଟୁକୁଣୀ ଓ ମାଟି ବାଟୁଳା ଥାଏ । ବୃକ୍ଷର ତଳେ ବସି ସବୁଦିନ ପକ୍ଷୀ ମାନଙ୍କ ପ୍ରାଣ ହରନ୍ତି ।ଧନେଶ୍ୱର ଏହିପରେ ସବୁଦିନ ବାଟୁଳି ଦ୍ୱାରା ପକ୍ଷୀ ମାରି ଚାଲିଲେ । ଏହି ଧନେଶ୍ୱର ବାଲ୍ୟ କାଳରୁ ସ୍ନାନ ,ଶୁଚି କଣ ଜାଣିନଥିଲେ ଅର୍ଥାତ ସେ ଅତି ଛୋଟ ରୁ କେଭେ ଗାଧୋଇବା ଜାଣି ନଥିଲେ କେବଳ ପକ୍ଷୀ ମାନଙ୍କୁ ମାରି ତାହାର ମାଂସ ଖାଇ ବଞ୍ଚୁଥିଲେ । କ୍ରମେ ଧନେଶ୍ୱର ଯୁବକ ହେଲେ । ଗ୍ରାମର ଯେତେ ମୁଖ୍ୟ ଲୋକ ସାଧୁ , ଧର୍ମବନ୍ତ ବ୍ୟକ୍ତି ଥିଲେ ସେମାନଙ୍କ ସହିତ ଅଯଥାରେ ଗଣ୍ଡଗୋଳ , କଳି କରୁଥିଲେ । ସବୁଦିନ ପ୍ରାୟ ଏହି ପରି କଳି କରିଚାଲିଲେ ।
ଅସାଧୁ ଲୋକ ଙ୍କ ସହିତ ପ୍ରୀତି କଲେ ଧନେଶ୍ୱର ଓ ସାଧୁ ଲୋକଙ୍କ ନିନ୍ଦା କରିବାରେ ଲାଗିଲେ । ବଡ଼ ହେବାରୁ ବ୍ରାହ୍ମଣ ଧନେଶ୍ୱର ପେଟ ପୋଷିବା ପାଇଁ ବାଣିଜ୍ୟ କରିବା ପାଇଁ ମନ ବଳାଇଲେ ଓ କଲା ମଧ୍ୟ । ସବୁ ଦ୍ରବ୍ୟ କୁ କିଣି ନିଜ ଘରେ ରଖେ ଓ ତାହାକୁ ଦୁଇ ଗୁଣ ଲାଭରେ ବିକ୍ରିକରେ ।କାଠ ,ଅଙ୍ଗାର ଠାରୁ ଆରମ୍ଭ କରି ଗୁଡ଼ ,ଲୁଣ ପର୍ଯ୍ୟନ୍ତ ଓ ଦାରୁ ,ଲାଖ ,ଲୁହା ଏସବୁ ମଧ୍ୟ ବିକ୍ରି କରେ ।ବ୍ରାହ୍ମଣ ଭାବିଲେ ବଳଦ ହଳେ କିଣି ଦେଲେ ତାହାରି ପିଠିରେ ଜିନିଷ ନେବା ପାଇଁ ଲୋକଙ୍କ ଠାରୁ ଭଡା ଆଦାୟ କରିବ । ସେୟା ବି କଲା ।ବଳଦ କିଣି ଭଡ଼ାରେ ଲଗାଇଲା ।ବ୍ରାହ୍ମଣ ହୋଇ ଚମଡା ଜୋତା ମାଡ଼ିଲା ।ଆମିଷ ମୁଣ୍ଡରେ ବୋହି ବିକ୍ରି କଲା । ଗୋରୁ ଛେଳି ,ମେଣ୍ଢା ଆଦି କିଣି ଉଚ୍ଚ ଦର ରେ ବିକ୍ରି କରି ଲାଭବାନ ହେଲା । ପରଧନ ଚୋରି ମଧ୍ୟ କଲା । ଧନ ଲୋଭାରେ ଧନେଶ୍ୱର ଜୁଆ ମଧ୍ୟ ଖେଳିଲା । ଦିନକୁ ଦିନ ଲୋକ ମାନଙ୍କୁ ମିଛ କହି ଠକିବାରେ ଲାଗିଲା । ବ୍ରାହ୍ମଣ ଧନେଶ୍ୱର ଆୟ ଦିନକୁ ଦିନ ବଢ଼ିବାରେ ଲାଗିଲା ।ଅୟସ ରେ ରହିଲା ବ୍ରାହ୍ମଣ ଧନେଶ୍ୱର ।ଧନ ଅଧିକ ହୋଇଯିବାରୁ ବିଳାସ କରିବା ପାଇଁ ବେଶ୍ୟା ପୁର ଗମନ କଲା ବେଶ୍ୟା ମାନଙ୍କୁ ପ୍ରଚୁର ଧନ ଦେଇ ନିଜେ ଇନ୍ଦ୍ରିୟ ସୁଖରେ ମଜ୍ଜି ରହିଲା ।
ଏମିତି ଅନେକ କାଳ ସୁଖରେ ରହିବା ପରେ ଦିନେ ବ୍ରାହ୍ମଣ ଧନେଶ୍ୱର ବାଣିଜ୍ୟ କରିବା ପାଇଁ ବଳଦ ପିଠିରେ ସବୁ ଦ୍ରବ୍ୟ ଲଦି ଅନ୍ୟ ଦେଶକୁ ଚାଲିଲା । ବ୍ରାହ୍ମଣ ବହୁ ଦୁରକୁ ଗଲା ପରେ ମହାସତୀ ନାମକ ଗ୍ରାମରେ ପହଁଞ୍ଚିଲା ମହାସତୀ ଗ୍ରାମଟି ସମୁଦ୍ର ର ଉତ୍ତର ଦିଗରେ ନର୍ମଦା ନଦୀ କୂଳରେ ଅବସ୍ଥିତ । ନର୍ମଦା ନଦୀର ଜଳ ନିର୍ମଳ ,ସ୍ୱାଦ ଓ ଶୀତଳ । ସେହି ନଦୀର ଉଭୟ କୂଳରେ ବିଭିନ୍ନ ଦେଶରୁ ବ୍ରାହ୍ମଣ ମାନେ ଆସି ସ୍ନାନ କରୁଥିବାର ଧନେଶ୍ୱର ଦେଖିଲା । ଆହୁରି ଦେଖିଲା ବ୍ରାହ୍ମଣ ମାନେ ସ୍ନାନ ସାରି ନର୍ମଦାର ପବିତ୍ର ଜଳ ଆଣି କାର୍ତ୍ତିକ ବ୍ରତ ସଂକଳ୍ପ କରି ସାଧୁମାନେ ସେଠାରେ ରହିଛନ୍ତି ।
ସହସ୍ର ,ସହସ୍ର ବ୍ରାହ୍ମଣ ମାନଙ୍କୁ ନର୍ମଦା ନଦୀ କୂଳରେ କାର୍ତ୍ତିକ ବ୍ରତ ସଂକଳ୍ପ କରୁଥିବାର ଦେଖି ଧନେଶ୍ୱର ବ୍ରାହ୍ମଣ ମନେ ମନେ ବିଚାର କଲା ମୁଁ ଏହିଠାରେ ରହି ଆଣିଥିବା ଦ୍ରବ୍ୟ କୁ ଏମାନଙ୍କୁ ବିକ୍ରି କରିବି ।ଏହା ବିଚାର କରି ଧନେଶ୍ୱର ନର୍ମଦା ନଦୀ କୂଳକୁ ଗଲା । ନଦୀ କୂଳରେ ଗୋଟିଏ ଦୋକାନ ଘର କରି ତା ଭିତରେ ସବୁ ଦ୍ରବ୍ୟ ରଖି କାର୍ତ୍ତିକ ବ୍ରତ କରୁଥିବା ବ୍ରାହ୍ମଣ ମାନଙ୍କୁ ବିକ୍ରି କଲା । ବ୍ରାହ୍ମଣ ମାନଙ୍କର ନୀତି ଓ ଆଚାର ଦେଖି ଧନେଶ୍ୱର ଆନନ୍ଦରେ ସୁଖୀ ହେଉଥାଏ । ଧନେଶ୍ୱର କିଏ ବଡ଼ ,କିଏ ସାନ ନମାନି ସେହି ତପିଙ୍କ ସହିତ ମିଶି ସମୟେ ସମୟେ ଖେଳ କୁଦ୍ କଲା ମଝିରେ ମଝିର ହସ ,କୌତୁକ ମଧ୍ୟ କରିବାରେ ଲାଗିଲା । ଧନେଶ୍ୱର ବିପ୍ର ମାନଙ୍କର ପ୍ରାତଃ ସ୍ନାନ ବିଧି ,ଅଷ୍ଟ କର୍ମ ସିଦ୍ଧି ସନ୍ଧ୍ୟା ତର୍ପଣ ଦେଖିଲା । ଦେଖିଲା “ରେଚକ ,ପୁରକ ,କୁମ୍ଭକ ,ଆସନ ,ପାଦାସନ ,ଜପ ଓ ବିଷ୍ଣୁ ଭଗବାନ ଙ୍କ ପ୍ରତିମା ।ଏହି ଵିଷ୍ଣୁ ପ୍ରତିମା ଙ୍କୁ ଆସନ ରେ ବସାଇ ବ୍ରାହ୍ମଣ ମାନେ ଧୂପ ଦୀପ ଦେଇ ଗନ୍ଧ , ଚନ୍ଦନ ଫୁଲମାଳ ସହିତ ନୈବେଦ୍ୟ ଓ ଜଳ ଦେଇ ପୂଜା କରୁଥିବାର ଧନେଶ୍ୱର ଦେଖିଲା ।ଧନେଶ୍ୱର ର ଆଗ୍ରହ ବଢି ବଢି ଚାଲିଲା ଏହି ପୂଜା ଦେଖିବା ପାଇଁ ।ସେ ଆହୁରି ମଧ୍ୟ ଦେଖିଲା ବ୍ରାହ୍ମଣ ମାନେ ତୁଳସୀ ବୃକ୍ଷ ଭୂମିରେ ସ୍ଥାପନ କରି ବିପ୍ର ମାନେ ସେହି ଗଛ କୁ ପୂଜା କରୁଛନ୍ତି ।ବ୍ରାହ୍ମଣ ମାନଙ୍କର ଷୋଡଶ ପୂଜା ଉପଚାର ଦେଖି ଧନେଶ୍ୱର ଆନନ୍ଦିତ ହୋଇଗଲା । ସହସ୍ର ସଂଖ୍ୟକ ବ୍ରାହ୍ମଣଙ୍କ ମେଳି ନର୍ମଦା ନଦୀ କୂଳରେ !ସେମାନେ ସମସ୍ତେ ସଂସ୍କୃତ ରେ ନିଗମ ,ଶାସ୍ତ୍ର , ଇତିହାସ ଆଦି ଆଲୋଚନା କରିଥିଲେ ।ବିଷ୍ଣୁ ଭଗବାନଙ୍କ କଥା ଓ ଗାଥା ବର୍ଣ୍ଣନା କରୁଥିଲେ ।ମୁଢ ,ବ୍ରାହ୍ମଣ ଧନେଶ୍ୱର ଏସବୁ ସଂସ୍କୃତ ଶ୍ଲୋକ ବୁଝି ପାରୁନଥାଏ ? କିଛି ନବୁଝିଲେ ବି ଧନେଶ୍ୱର ସେହି ଶ୍ଲୋକ କୁ ଶୁଣି ଆନନ୍ଦିତ ହେଉଥାଏ ।
ଦିନକ ପରେ ଧନେଶ୍ୱର ବ୍ରାହ୍ମଣ ଚିନ୍ତା କଲା ଆରେ !ମୁଁ ତ ଜଣେ ବ୍ରାହ୍ମଣ ! ଏମିତି ଦେଖିବାକୁ ଗଲେ ମୁଁ ତ ପ୍ରାତଃ କାଳରେ ସ୍ନାନ କରି ପାରିବି ?ଏମିତି ଭାବି କାର୍ତ୍ତିକ ମାସ ଦ୍ୱିତୀୟ ଦିନ ପ୍ରାତଃ ସମୟରେ ଶୀତ ଜଳରେ ଧନେଶ୍ୱର ସ୍ନାନ କଲା ।ନିଜେ ଭଲ ଭାବେ ଶୌଚ ହୋଇ ରନ୍ଧନ କଲା ଓ ବିପ୍ର ମାନଙ୍କ କର୍ମ କୁ ମନେ ପକାଇ ତାହା ଭୋଜନ କଲା ବ୍ରାହ୍ମଣ ଧନେଶ୍ୱର ନିଜର ବେପାର କଥା ଭୁଲିଗଲା ।କାର୍ତ୍ତିକ କୃତ୍ୟ ଦେଖିବାକୁ ଲାଗିଲା ।ବିପ୍ର ମାନେ ଦିନକୁ ଦିନ ଯାହା କରନ୍ତି ସେ ସବୁକୁ ଧନେଶ୍ୱର ଦେଖିଲା ଓ ମନେ ମଧ୍ୟ ରଖିଲା । ଏମିତି ମାସେ ସମ୍ପୂର୍ଣ୍ଣ ହୋଇଗଲା ।କାର୍ତ୍ତିକ ବ୍ରତ କରୁଥିବା ବିପ୍ରମାନେ ଉଦ୍ୟାପନ କରିବା ପାଇଁ ଲାଗିଲେ ।ବହୁ ଆଡମ୍ବରରେ ଭଗବାନ ବିଷ୍ଣୁ ଙ୍କୁ ପୂଜା କଲେ ।କୃଷ୍ଣ ଚରିତ ଗୀତ ମାନ ଗାନ କଲେ ।ରାତି ସାରା ଉଜାଗର ହେଲେ ।ଗୁଆ ଘୃତ ରେ ଦୀପ ବସାଇଲେ ।ବିବିଧ ବାଦ୍ୟ ବଜାଇ କୃଷ୍ଣ ଗୀତ ଗାଇ ନାଚିବାକୁ ଲାଗିଲେ ।ତୁଳସୀ ବୃକ୍ଷ କୁ ଆବାହନ କରି ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜା କରିବାରେ ଲାଗିଲେ । ବିପ୍ର ମାନଙ୍କର ଏପରି କାର୍ଯ୍ୟ ଦେଖି ଧନେଶ୍ୱର ବ୍ରାହ୍ମଣ ରାତି ଉଜାଗର ରହିଲା ।ସକାଳ ହେବାରୁ ନିଜର ନିତ୍ୟକର୍ମ ସାରି ଅନ୍ନ ଭୋଜନ କଲା ।ଧନେଶ୍ୱର ଭାବିଲା ଆଉ ଏଠାରେ ରହି କିଛି ମୂଲ୍ୟ ନାହିଁ?ବିପ୍ର ମାନଙ୍କର ବ୍ରତ ସରିଗଲା ।ସେମାନେ ଏବେ ନିଜ ନିଜ ପୁରକୁ ଯିବେ ଏହା ଭାବି ଧନେଶ୍ୱର ବ୍ରାହ୍ମଣ ନିଜର ସବୁ ଜିନିଷ ପତ୍ର ଏକାଠି କରି କହିଲା ମୁଁ କାଲି ମୋ ନିଜ ଗ୍ରାମକୁ ଚାଲିଯିବି ।ଏମିତି ଭାବି ରାତ୍ରିରେ ଶୋଇ ପଡ଼ିଲା ଧନେଶ୍ୱର ।
ରାତିରେ ଧନେଶ୍ୱର ବ୍ରାହ୍ମଣ ଶୋଇଛି ।ଏହି ସମୟରେ ଏକ କାଳସର୍ପ ସେଠାକୁ ଆସି ଧନେଶ୍ୱର କୁ ଦଂଶନ କଲା ।ସର୍ପ ର ଆଘାତ ପାଇଁ ସମସ୍ତ ତୀର୍ଥ ବାସୀଙ୍କୁ ବଡ଼ ପାଟିରେ ଡାକିଲା ।ଧନେଶ୍ୱର କହିଲା ହେ !ମହମାନ୍ୟ ବିପ୍ର ଗଣ ମୋତେ ସର୍ପ ଦଂଶନ କରିଛି ମୋତେ ରକ୍ଷା କର ।ଧନେଶ୍ୱର ର ଚିତ୍କାର ଶୁଣି ସମସ୍ତ ତୀର୍ଥବାସୀ ଆଶ୍ଚର୍ଯ୍ୟ ହୋଇଗଲେ ।ବିଷ ନାଶ କରିବା ପାଇଁ ବହୁତ ଚେଷ୍ଟା କଲେ ମାତ୍ର କେହି ବିଷ ହରଣ କରି ପାରିଲେ ନାହିଁ ।ସମସ୍ତଙ୍କ ମଧ୍ୟରେ ହା ହା କାର ପଡିଗଲା ।କେହି ରଖି ପାରିଲେ ନାହିଁ ।ଶେଷରେ ଧନେଶ୍ୱର ର ପ୍ରାଣ ବାୟୁ ଉଡ଼ିଗଲା । ଧନଶ୍ୱର ନିକଟରେ ଯେତେକ ତୀର୍ଥବାସୀ ଥିଲେ ତାହାରି ମର ଶରୀରକୁ ଅଗ୍ନିରେ ଦାହ କଲେ ଧନେଶ୍ୱର ର ଆତ୍ମାକୁ ଯମ ଦୂତମାନେ ବାନ୍ଧି ପକାଇଲେ । ଯମ ଦୂତ ମାନେ ବାଟରେ ଅନେକ ମାଡ଼ ଦେଲେ ।କିଏ ବାଡ଼ିରେ ବାଡେଇ ଲାତ ,କିଏ କଣ୍ଟା ରେ ,କିଏ ଗଳା ରେ ଚମ ଦଉଡି ଦେଲାତ କିଏ ତାତିଲା ଲୁହା ଲଗାଇଲା ।ମୃତ ଧନେଶ୍ୱର କୁ ଯମ ଦୂତ ମାନେ ଅନେକ ଦୁଃଖ ଦେଲେ ଏବଂ ଯମ ନିକଟକୁ ନେଇ ଗଲେ । ଚିତ୍ରଗୁପ୍ତ ଧନେଶ୍ୱର ର ପାଞ୍ଜି ଦେଖି ରକ୍ତବର୍ଣ ଆଖି କଲେ ।ଧନେଶ୍ୱର କୁ ବହୁତ ଧିକ୍କାର କଲେ ନିଜେ ଚିତ୍ର ଗୁପ୍ତ ।ଯମ ରାଜ ଚିତ୍ର ଗୁପ୍ତଙ୍କୁ କହିଲେ ଏହି ଲୋକର ପାପ ଦେଖି ତା ଉପରେ କୋପ କର ।ଅଯଥାରେ କୋପ କାହିଁକି କରୁଛ ଚିତ୍ରଗୁପ୍ତ କହିଲେ ରାଜନ !ଏ ବ୍ରହ୍ମ ବ୍ୟାଧି ଓ ମହାପାପୀ ମଧ୍ୟ ।ବହୁତ ହତ୍ୟା ଏ ବ୍ରାହ୍ମଣ କରିଛି ବହୁ ଅପରାଧ ରେ ଏହି ବ୍ରାହ୍ମଣ ଭାଗୀ ।ତା ପାପ କଥା ଯଦି କହିବି ତାହାଲେ ଶହେ ବରଷ ଚାଲିଯିବି ପଛେ କଥା ସରିବନି ।
କ୍ରମଶଃ,,,,,,
ରଚନା:- ✍️ ଦୁଷ୍ମନ୍ତ କୁମାର ମିଶ୍ର ✍️

