ଓଁ ଶ୍ରୀ ପରମାତ୍ମନେ ନମଃ

ଉତ୍ତର :– ଆତ୍ମା ସ୍ବରୂପତଃ ସହଜ ସୁଖ ରାଶି. ଏଣୁ ସୁଖ ଏହାର ସ୍ବଭାବିକ ଧର୍ମ. ଏଣୁ ମନୁଷ୍ଯ ବିଷୟରୁ ଏହି ସୁଖ ପାଇବାର ଚେଷ୍ଟାକରେ. ଯଦି ଏହା ଦୃଢ଼ ନିଶ୍ଚୟ ହୋଇଯିବ ଯେ ଭୋଗର ସତ୍ତା ନାହିଁ, ନାହିଁ, ନାହିଁ, ନାହିଁ ଏବଂ ଯେଉଁ ‘ଅଛି’ ବୋଲି ଜିନିଷଟି ଅଛି, ସେ ହିଁ କେବଳ ଅଛି, ଅଛି, ଅଛି ! ଏପରି ଦୃଢ ବିବେକ ହେଲେ ସୁଖର ଅଶା କମ ହୋଇଯାଇ ଶେଷରେ ନଷ୍ଟ ହୋଇ ଯାଏ।

ଓଁ ଶ୍ରୀ ପରମାତ୍ମନେ ନମଃ

ଉତ୍ତର :– ଏହାର କାରଣ ହେଉଛି ଅସତ୍ ରୁ ସୁଖ ପ୍ରାପ୍ତିର ଲୋଭ ମନ ବୁଦ୍ଧିରେ ସଂସ୍କାର ବଶ ପୂର୍ବ ରୁ ଅଛି। ସୁଖ, ଲୋଲୁପତା ଥିବାରୁ ଅସତ୍‌ ର ସତ୍ତା ଏବଂ ମହତ୍ତ୍ୱ ଦେଖାଯାଏ।

ଉତ୍ତର :– ଯଦି କେବଳ ଅନ୍ୟମାନଙ୍କୁ ସୁଖ ଦେବାର ଅଭ୍ଯାସ କରିବା। ଏହା ଦୃଢ଼ ନିଶ୍ଚୟ କରିନିଅ; ମୁଁ କାହାଠୁ ସୁଖ ନେବିନାହିଁ, କେବଳ ସୁଖ ଦେବି। ସୁଖ ନେବାର ଆଶା ରଖିଲେ ଆମ ଉପରେ ଅସତ୍‌ର ପ୍ରଭାବ ରହିବ ଓ ଆମେ ତାକୁ ତ୍ଯାଗ କରିବାରେ ଅସମର୍ଥ ରହି ପରାଧୀନ ହୋଇଯିବା।

Leave a Comment

Your email address will not be published. Required fields are marked *