
ପଡିଶା ଦିଏ ଦୁଃଖ
ସାରଦା ପ୍ରସାଦ ମିଶ୍ର
ଅଠାଇଶି ରାଜ୍ୟ ସହିତ ଆଠ
କେନ୍ଦ୍ର ଶାସିତ ଅଞ୍ଚଳ
ନିଜ ଶରୀର ରେ ଧାରଣ କରିଛି
ଭାରତ ମାତା ଆମର ।
ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର।ଞ୍ଚଳ ଜନ
ଭାରତର ନାଗରିକ
ରହିଛନ୍ତି ତ୍ରିରଙ୍ଗା ଝଣ୍ଡା ତଳେ
ସହି ନାନା ସୁଖ ଦୁଃଖ।
ବଙ୍ଗ ଭାଷା ଭାଷୀ ପଶ୍ଚିମ ବଙ୍ଗେ
ମହାରାଷ୍ଟ୍ର ରେ ମରାଠୀ
ଓଡ଼ିଆ ଭାଷା ଭାଷୀ ଙ୍କ ନିବାସ ଓଡ଼ିଶା
ଗୁଜୁରାଟେ ଗୁଜରାଟୀ।
ସର୍ବେ ନିଜ ନିଜ ସୀମାର ମଧ୍ୟରେ
ବିତାଇ ଥାନ୍ତି ଜୀବନ
ଗୋଟେ ରାଜ୍ୟ ଅନ୍ୟ ରାଜ୍ୟ ଅଧିକାର
ନୁହେଁ ଉଚିତ ବିଧାନ ।
ଆନ୍ଧ୍ର ସୀମା ପାଖ ଓଡ଼ିଶା ଗ୍ରାମକୁ
ଆନ୍ଧ୍ରର ଅନୁ ପ୍ରବେଶ
କୋଟିଆ ସହିତ ରାଇ ପାହାଡକୁ
କରୁଅଛି ଧୀରେ ଗ୍ରାସ ।
ପ୍ରକୃତି କୋଳର ସରଳ ଲୋକଙ୍କୁ
ହେଳେ ପ୍ରଭାବିତ କରି
ଓଡ଼ିଶା ଅଞ୍ଚଳର ବେଆଇନ ଭାବେ
ହେଉଛନ୍ତି ଅଧିକାରୀ ।
ଶାସନ ଦଣ୍ଡ ଯେ ହସ୍ତେ ଧରିଛନ୍ତି
ଅଚିନ୍ତାରେ ଯାନ୍ତି ଶୋଇ
ଆନ୍ଧ୍ରର ଅନଧିକାର ପ୍ରବେଶ ପାଇଁ
ସେମାନେ କେବଳ ଦାୟୀ ।
ଆମ ଓଡ଼ିଶା ଟି ଅତି ନିରୀମାଖି
ହୋଇଅଛି ପ୍ରତାରିତ
ଷଢେ଼ଇକଳା ଓ ଖରସୁଆଁ ଅଞ୍ଚଳ
ହୋଇଛି ଆଗରୁ ବିଚ୍ୟୁତ।
ଓଡ଼ିଆ ଭାଷା କୁ ହିନ୍ଦି ଅକ୍ଷର ରେ
ପଢୁଛନ୍ତି ସେଠି ପିଲା
ସ୍ୱାଧୀନ ଭାରତେ ଏହା ଦେଖାଯାଏ
କିସ ସମୟ ହୋଇଲା ।
ଛତିଶ ଗଡରେ ମହାନଦୀ ଜଳ
ହୋଇଅଛି ଅବରୁଦ୍ଧ
ଅଣ ମୌସୁମୀ ରେ ନଦୀ ଗର୍ଭ ଶୂନ୍ୟ
ମୌସୁମୀ ରେ ବନ୍ୟା ବିପଦ।
ଆମେ ଓଡ଼ିଶାର ଅଧିବାସୀ ସର୍ବେ
ନୋହୁ କି ଦେଶର ସନ୍ତାନ
ତେବେ କାହିଁପାଇଁ କରନ୍ତି ସରବେ
ଆମକୁ ଏ ହୀନିମାନ।
ସଂଘୀୟ ବ୍ୟବସ୍ଥାରେ ଏହିପରି
ପଡ଼ିଶ।ଙ୍କ ଦାଦାଗିରି
ଅତି ଅବାଞ୍ଛିତ, ଭାରତ ଶାସନ
ନୀରବ ଅଛି କିପରି ।
ଅନ୍ୟାୟ ଅବିଚାର ବିରୁଦ୍ଧରେ
କରି ସ୍ୱର୍ ଉତ୍ତୋଳନ
ପଡିଶା ର ବେଆଇନ ଅଧିକାର
କର ଶୀଘ୍ର ନିବାରଣ ।
