ଶ୍ରୀହନୁମାନ ଚାଳିଶା

🔵ll ଦୋହା ll🔵


👉 ଭାବାର୍ଥ :- ଶ୍ରୀଗୁରୁଙ୍କ ଚରଣ ରେଣୁରେ ମୋ ମନକୁ ପରିଷ୍କାର କରି ଶ୍ରୀ ରଘୁବୀରଙ୍କ ତ୍ରୁଟିଶୂନ୍ୟ ଯଶକୁ ବର୍ଣ୍ଣନା କରୁଅଛି ଯାହା ଭକ୍ତକୁ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରଦାନ କରିବ। ହେ ପବନ ପୁତ୍ର ! ମୁଁ ଆପଣଙ୍କୁ ସ୍ମରଣ କରୁଛି। ଆପଣ ମୋତେ ବଳ, ବୁଦ୍ଧି, ବିଦ୍ୟା ପ୍ରଦାନ କରନ୍ତୁ। ମୋର ସମସ୍ତ ଦୁଃଖ କଷ୍ଟ ଦୂର କରନ୍ତୁ ll

🔴ll ଚୌପାଇ ll🔴


👉 ଭାବାର୍ଥ :- ଜ୍ଞାନ ଗୁଣର ସାଗର ପ୍ରଭୁ ହନୁମାନଙ୍କର ଜୟ ହେଉ। ତିନିଲୋକରେ ଆପଣଙ୍କର ଯଶ ପ୍ରଚାରିତ ହେଉ। ହେ ରାମ ଦୂତ ଆପଣ ଅସୀମ ବଳଶାଳୀ। ଆପଣ ମାତା ଅଞ୍ଜନା, ପିତା ପବନଦେବଙ୍କ ପୁତ୍ର ରୂପରେ ଖ୍ୟାତ।


👉 ଭାବାର୍ଥ :- ହେ ମହାବୀର ପ୍ରବଳ ପରାକ୍ରମଶାଳୀ ବଜରଙ୍ଗ ବଳୀ, ଆପଣ ଦୁଷ୍ଟବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ତ୍ୟାଗ କରି ସାଧୁସଂଗୀ ବ୍ୟକ୍ତିଙ୍କୁ ସହାୟତା କରନ୍ତି। ଆପଣଙ୍କ ରଙ୍ଗ ତେଜୋମୟ ସୁବର୍ଣ୍ଣ ସମ। ସୁନ୍ଦର କୁଣ୍ଡଳ ଓ କୁଂଚିତ କେଶରେ ଆପଣ ଆହୁରି ସୁଶୋଭିତ ପ୍ରତୀତ ହୁଅନ୍ତି।


👉 ଭାବାର୍ଥ :- ଆପଣଙ୍କ ହାତରେ ବ୍ରଜ ଓ ଧ୍ବଜା ଅଛି। କାନ୍ଧରେ କୁଶର ଉପବୀତ ଶୋଭା ପାଉଛି। ଆପଣ ସାକ୍ଷାତ ଶଙ୍କରଙ୍କ ଅବତାର। ରାଜା କେଶରୀଙ୍କ ନନ୍ଦନ। ଆପଣଙ୍କ ତେଜ ପ୍ରତାପ ସାରା ଜଗତରେ ବନ୍ଦନୀୟ।


👉 ଭାବାର୍ଥ :- ଆପଣ ଅତି ଚତୁର, ବିଦ୍ୟାବାନ ଗୁଣବାନ ମଧ୍ୟ। ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟ କରିବାକୁ ଆପଣ ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥାନ୍ତି। ଆପଣ ପ୍ରଭୁ ଶ୍ରୀରାମ ଙ୍କ ଲୀଳା ଶୁଣିବାକୁ ଭଲ ପାଆନ୍ତି। ରାମ, ଲକ୍ଷ୍ମଣ, ମାତା ସୀତାଙ୍କୁ ହୃଦୟରେ ଧାରଣ କରିଥାନ୍ତି।


👉 ଭାବାର୍ଥ :- ଆପଣ ସୂକ୍ଷ୍ମ ରୂପରେ ମାତାସୀତାଙ୍କୁ ଦେଖା ଦେଲେ। ଭୟଙ୍କର ରୂପରେ ଲଙ୍କା ଜଳାଇଲେ। ଭୀମ ରୂପ ଧାରଣ କରି ଅସୁରଙ୍କୁ ମାରିଲେ। ରାମ ଚନ୍ଦ୍ରଙ୍କ କାର୍ଯ୍ୟ ସଫଳ କଲେ।


👉 ଭାବାର୍ଥ :- ଆପଣ ସଂଜୀବନୀ ଆଣି ଲକ୍ଷ୍ମଣଙ୍କୁ ବଞ୍ଚେଇଲେ। ଖୁସି ହୋଇ ଶ୍ରୀରାମ ତୁମଙ୍କୁ ହୃଦୟରେ ଲଗେଇଲେ। ପ୍ରଭୁ ରଘୁବୀର ତୁମର ବଡ଼ ପ୍ରଶଂସା କଲେ ଓ ତୁମେ ମୋର ପ୍ରିୟ ଭରତ ସମ ଭାଇ କହିଲେ।


👉 ଭାବାର୍ଥ :- ସହସ୍ର ତୁଣ୍ଡରେ ତୁମର ଜସଗାନ ହେବ। ଏହା କହି ପ୍ରଭୁ ଶ୍ରୀରାମ ତୁମକୁ ଗଳେ ଲଗାଇଲେ। ଶ୍ରୀସନକ, ଶ୍ରୀସନତ କୁମାର, ଭଗବାନ ବ୍ରହ୍ମା, ନାରଦ, ସାରଦ ଆଦି ସମସ୍ତ ମୁନିଋଷି ମାନେ ତୁମର ଗୁଣଗାନ କରିବେ l


👉 ଭାବାର୍ଥ :- ଯମ କୁବେର ସମସ୍ତ ଦିଗପାଳ କବି ବିଦ୍ୱାନ ତୁମ ଯଶର ସମ୍ପୂର୍ଣ୍ଣ ବର୍ଣ୍ଣନା କରି ପାରିବେ ନାହିଁ। ଆପଣ ବାନର ରାଜା ସୁଗ୍ରୀବଙ୍କ ବଡ଼ ଉପକାର କଲେ। ତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ସାଥିରେ ମିଶାଇ ରାଜପଦ ଦିଆଇଲେ l


👉 ଭାବାର୍ଥ :- ତୁମର ଶକ୍ତିକୁ ବିଭୀଷଣ ମାନିଲେ। ଲଙ୍କେଶ୍ୱରକୁ ଭୟ କରି ସେ ସବୁ ଜାଗାକୁ ଯାଇଥିଲେ। ସହସ୍ର ଯୁଗ ଲାଗିଯାଏ ଯୋଜନ ଯୋଜନ ଦୂରରେ ଥିବା ସୂର୍ଯ୍ୟଙ୍କ ପାଖରେ ପହଂଚିବାକୁ। ମିଠାଫଳ ଭାବି ଆପଣ ତାକୁ ଗିଳି ଦେଇଥିଲେ।


👉 ଭାବାର୍ଥ :- ପ୍ରଭୁଙ୍କ ମୁଦ୍ରିକାକୁ ମୁଖରେ ରଖି ସମୁଦ୍ର ପାରି ହେଲେ। ଯେପରି ଆପଣଙ୍କ ପକ୍ଷେ ତାହା କୌଣସି ଅସାଧାରଣ କାର୍ଯ୍ୟ ନୁହେଁ। ଜଗତର ଯେତେ କଠିନରୁ କଠିନ କାର୍ଯ୍ୟ ଆପଣଙ୍କ ଅନୁଗ୍ରହରୁ ସହଜ ଓ ସରଳ ହୋଇଯାଏ।


👉 ଭାବାର୍ଥ :- ଶ୍ରୀରାମଙ୍କ ମହଲର ତୁମେ ଜଗୁଆଳ। ତୁମ ଆଜ୍ଞାବିନା କେହି ମହଲ ମଧ୍ୟରେ ପ୍ରବେଶ କରିପାରେ ନାହିଁ। ଆପଣଙ୍କ ଶରଣରେ ଆସିଥିବା ବ୍ୟକ୍ତି ସବୁ ସୁଖ ପାଇଥାଏ। ଯାହାର ରକ୍ଷାକର୍ତ୍ତା ଆପଣ, ତାରବା କାହାକୁ ଡର ?


👉 ଭାବାର୍ଥ :- ଆପଣଙ୍କ ତେଜ ସ୍ୱୟଂ ଆପଣ ସମ୍ଭାଳି ପାରିବେ। ତିନିପୁରର ଲୋକ ତ ଆପଣଙ୍କ ଗର୍ଜନରେ ଡରି ଯାଆନ୍ତି। ଭୂତ ପିଶାଚ ଆଦି ଦୁଷ୍ଟ ଆତ୍ମା ଆପଣଙ୍କ ନିକଟକୁ ଆସେ ନାହିଁ। ଯିଏ ଆପଣଙ୍କ ମହାବୀର ନାମକୁ ଜପ କରେ।


👉 ଭାବାର୍ଥ :- ଯିଏ ମହାବୀର ହନୁମାନଙ୍କୁ ନିରନ୍ତର ଜପ କରେ ତାର ସମସ୍ତ ଦୁଃଖ କଷ୍ଟ ରୋଗ ଶୋକ ନାଶ ଯାଏ। ମନ କର୍ମ ବଚନରେ ଆପଣଙ୍କୁ ଯେ ଧ୍ୟାନ କରେ ଆପଣ ତାର ସଙ୍କଟକୁ ନିଅନ୍ତି।


👉 ଭାବାର୍ଥ :- ଏହି ବିଶ୍ୱରେ ସର୍ବଶ୍ରେଷ୍ଠ ତପସ୍ୱୀ ରାଜା ପ୍ରଭୁ ଶ୍ରୀରାମ ଅଟନ୍ତି। ତାଙ୍କର ସବୁ କାର୍ଯ୍ୟକୁ ଆପଣ ପୂର୍ଣ୍ଣ କରିଦେଲେ। ପ୍ରାଣୀର ସମସ୍ତ ମନୋକାମନା ପୂରଣ ହୋଇଯାଏ। ଆପଣଙ୍କ କୃପା ହେଲେ ତାର କାମନାରୁ ଅଧିକ ଫଳ ଲାଭ କରେ।


👉 ଭାବାର୍ଥ :- ଆପଣଙ୍କ ଯଶ, ପରାକ୍ରମ ସାରା ଜଗତରେ ଚାରିଯୁଗରେ ପ୍ରସିଦ୍ଧି ଓ ଅମର ଅଟେ। ସାଧୁ ସନ୍ଥ ଧର୍ମର ରକ୍ଷାକର୍ତ୍ତା ଅସୁରଙ୍କର ନାଶକର୍ତ୍ତା, ହେ ହନୁମାନ ଆପଣ ଶ୍ରୀରାମଙ୍କର ଅତିପ୍ରିୟ।


👉 ଭାବାର୍ଥ :- ମାତା ଜାନକୀଙ୍କ ଆଶୀର୍ବାଦରୁ ଆପଣ ଭକ୍ତମାନଙ୍କୁ ଅଷ୍ଟସିଦ୍ଧି ଓ ନଅନିଧି ପ୍ରଦାନ କରିଥାନ୍ତି। ସର୍ବଦା ପ୍ରଭୁ ଶ୍ରୀରାମଙ୍କ ଶରଣରେ ରହୁ ଥିବାରୁ ଆପଣଙ୍କ ପାଖରେ ଅସାଧ୍ୟ ରୋଗର ପଥି ରାମ ନାମ ରୂପକ ମହୌଷଧି ରହିଛି।


👉 ଭାବାର୍ଥ :- ତୁମର ଭଜନ କଲେ ପ୍ରଭୁ ମିଳିଥାନ୍ତି ଓ ଜନ୍ମ ଜନ୍ମର ଦୁଃଖ ମଧ୍ୟ ନଷ୍ଟ ହୋଇଥାଏ। ଆପଣଙ୍କ କୃପାରୁ ପ୍ରାଣୀ ଶେଷ ସମୟରେ ଶ୍ରେଷ୍ଠପୁର ରଘୁପତିଙ୍କ ପୁରଯାଏ। ଯେଉଁଠି ଜନ୍ମ ନେଲେ ହରିଭକ୍ତ ରୂପେ ଖ୍ୟାତି ପାଏ।


👉 ଭାବାର୍ଥ :- ଯିଏ ସତ ମନରେ ପୂଜା କରେ ତାକୁ ସମସ୍ତ ସୁଖ ମିଳିଥାଏ। ତାକୁ ଅନ୍ୟ ଦେବତାଙ୍କୁ ପୂଜା କରିବାର କୌଣସି ଆବଶ୍ୟକତା ପଡେ ନାହିଁ। ଯିଏ ହନୁମାନ ଙ୍କ ଯଶ କୀର୍ତ୍ତିକୁ ସ୍ମରଣ କରେ, ତାର ସଙ୍କଟ କଟେ। ସେ ସବୁ ପିଡାରୁ ମୁକ୍ତି ପାଏ।


👉 ଭାବାର୍ଥ :- ହେ ହନୁମାନ ଗୋସାଇଁ, ତୁମର ଜୟ ହେଉ, ଗୁରୁ ଭଳି ଏ ଶିଷ୍ୟ ଉପରେ କୃପା କରିଥାଅ। ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ପ୍ରତିଦିନ ତୁମର ଚାଳିଶା ଶହେବାର ପାଠ କରିବ ସେ ସାଂସାରିକ ବନ୍ଧନରୁ ମୁକ୍ତି ପାଇଯିବ ସେ ପରମାନନ୍ଦ ପ୍ରାପ୍ତି ହେବ।


👉 ଭାବାର୍ଥ :- ଯିଏ ଶୁଦ୍ଧ ଚିତ୍ତରେ ଏହି ହନୁମାନ ଚାଳିଶା ପାଠ କରିବ। ତାର ସବୁ କାର୍ଯ୍ୟ ସଫଳ ହେବ। ଭଗବାନ ଶଙ୍କର ଏଥିପାଇଁ ସାକ୍ଷୀ ଅଟନ୍ତି। ତୁଳସୀ ଦାସ ସଦା ଶ୍ରୀରାମଙ୍କ ଦାସ ହୋଇ ରହିଲେ। ଆପଣ ତାଙ୍କ ହୃଦୟରେ ବାସ କରନ୍ତୁ।


👉 ଭାବାର୍ଥ :- ହେ ପବନସୁତ ଆପଣ ସଙ୍କଟହରଣ କାରୀ ମଙ୍ଗଳମୟ। ଆପଣ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଓ ମାତାସୀତାଙ୍କ ସହ ମୋ ହୃଦୟରେ ବାସ କରନ୍ତୁ।

ଏବେ ଜାଣିବା କାହିଁକି ହନୁମାନ ଚାଳିଶା ସହଜରେ ମନେ ରହିଯାଏ ?

ଜୟ ଶ୍ରୀରାମ

ଜୟ ଶ୍ରୀହନୁମାନ
🙏🙏🙏🙏

Leave a Comment

Your email address will not be published. Required fields are marked *