ଆତ୍ମଦାହ
ସାରଦା ପ୍ରସାଦ ମିଶ୍ର
ଆତ୍ମଦାହ
ସାରଦା ପ୍ରସାଦ ମିଶ୍ର
କେତେ ଆଶା କେତେ ସପନ ନେଇ
ମହାବିଦ୍ୟାଳୟେ ପଢ଼ିବା ପାଇଁ
ଆସିଥିଲା ଦୂର ମଫସଲୁ ଧାଇଁ
ଗଢ଼ିବାକୁ ଭବିଷ୍ୟତ
କାମନାର କୃର ପାଶେ ବନ୍ଦୀ ହୋଇ
ନିଜକୁ କଲା ନିହତ।
ଓଡ଼ିଆ ଭାଷା ସାହିତ୍ୟ କର୍ଣ୍ଣଧାର
ଯାହାଙ୍କ ନାମେ ନାମିତ ବିଦ୍ୟା ମନ୍ଦିର
ଛାତ୍ରୀ ଥିଲା ସେହି ପ୍ରତିଷ୍ଠାନର
ସେଠାକାର ଅଧ୍ୟାପକ
ଜ।ନ୍ତବ ଲାଳସା ନେଇ ବାଳିକାକୁ
ଦେଇଥିଲେ ଘୋର ଦୁଃଖ ।
ଅଧକ୍ଷ ନିକଟେ କଲା ଆପତ୍ତି
ଥାନ।ଯାଇ କରିଥିଲା ବିନତି
ସ୍ଥାନୀୟ ନେତାଙ୍କୁ କଲା କାକୁତି
ସବୁ ହୋଇଲା ନିଷ୍ଫଳ
ଅସହନୀୟତ।ର ସୀମା ଡେଇଁ ଗଲା
ମଣିଲା ଅସହାୟ ଦୁର୍ବଳ ।
ମାନସିକ ସ୍ତରେ ଥିଲା ସେ ଦୃଢ଼
ଆତ୍ମ ରକ୍ଷା ପାଇଁ ନାନା କୌଶଳ
ଶିଖି ଶିଖାଉଥିଲା ସାଥିଙ୍କୁ ସେଠାର
ଦୃଢ଼ତା ଗଲା ଚହଲି
ନହେବାରୁ ତା ଅପମାନ ପ୍ରତିକାର
ପଡ଼ିଲା ଶେଷରେ ଝାଉଁଳି ।
ଜୀବନର ବିଂଶ ତମ ଶ୍ରାବଣ
ବିଫଳ ଶୀତଳ କରି ତା ମନ
ଅବଶେଷେ ଶିଖା ଟେକି ହୁତାଶନ
ଜ।ଳିଦେଲା ତା ଶରୀର
ଅଙ୍ଗ ଅବୟବ ହୁତାଶନେ ଦଗ୍ଧ
ନିଶ୍ୱାସ ଗତି ମନ୍ଥର ।
ମନ୍ତ୍ରୀ ପ୍ରଶାସନ ଦୃଢ଼ ନିର୍ଦ୍ଦେଶେ
ଚିକିତ୍ସାଳୟେ ତା ତନୁ ପ୍ରବେଶ
ଦକ୍ଷ ଚିକିତ୍ସକ ହେଲେ ବିବଶ
ସୌମ୍ୟାଶ୍ରୀ ମୁଦିଲା ଆଖି
ସାରା ରାଜ୍ୟ ହୋଇଗଲା ହତବ।କ
ପ୍ରିୟଜନ ଲୁହ ଗଲାଶୁଖି ।
ଅଧ୍ୟାପକଙ୍କ ଯୌନ ନିର୍ଯାତନା
ଅପମାନ ଅଶାଳୀନ ଲାଞ୍ଛନା
ନପାଇ କୌଣସି ଆଶ୍ଵାସନା
ହୋଇଗଲା ନିରୁପାୟ
ଶେଷରେ ନେଲା ଚରମ ପଦକ୍ଷେପ
କଲା ତାର ଆତ୍ମଦାହ।
