.
ଆସନ୍ତୁ ପଢିବା ଗୀତା….
ଅଧ୍ୟାୟ ୧୨ – ଶ୍ଳୋକ ୧୨ – ଭକ୍ତିଯୋଗଃ
ଶ୍ରେୟୋ ହି ଜ୍ଞାନମଭ୍ୟାସାଜ୍ଜ୍ଞାନାଦ୍ଧ୍ୟାନଂ ଵିଶିଷ୍ୟତେ |ଧ୍ୟାନାତ୍କର୍ମଫଲତ୍ୟାଗସ୍ତ୍ୟାଗାଚ୍ଛାନ୍ତିରନନ୍ତରମ || ୧୨ ||
ଅଭ୍ୟାସ ଅପେକ୍ଷା ଜ୍ଞାନଶ୍ରେଷ୍ଠ, ଜ୍ଞାନ ଅପେକ୍ଷା ଧ୍ୟାନକରିବା ଶ୍ରେଷ୍ଠ, ଧ୍ୟାନ କରିବା ଅପେକ୍ଷା କର୍ମଫଳ ତ୍ୟାଗ କରିବା ଶ୍ରେଷ୍ଠତର, ତ୍ୟାଗକଲେ ତତ୍କ୍ଷଣାତ୍ ପରମଶାନ୍ତି ମିଳେ ।
✿❣️༒ ଜୟ ଜଗନ୍ନାଥ ༒❣️✿
ଭାଗବତ
♾️♾️♾️♾️⭕⭕♾️♾️♾️♾️
ପିଅର ବିକଳ ଦେଖିଣ। ବୋଲନ୍ତି ପ୍ରଭୁ ନାରାୟଣ।
ଶୁଣ ହୋ ବୀର ଉଗ୍ରସେନ। ଆମ୍ଭେ ସେ ଦେବ ଭଗବାନ।
ଜନମ ହୋଇ ବନ୍ଦୀଘରେ। ଦେବକୀଦେବୀଙ୍କ ଉଦରେ।
ଏବେ ଯାଉଛୁ ଗୋପପୁର। ଏକଥା ପ୍ରଘଟ ନକର।
ଭାରା ଯେ ନ ସହଇ ମହୀ। ଉଶ୍ଵାସ କରିବଇଁ ମୁହିଁ।
ଶୁଣି ବୋଲଇ ଉଗ୍ରସେନ। ତୁ ଯେବେ ଦେବ ଭଗବାନ।
ଦେଖାଅ ଶଙ୍ଖଚକ୍ର ଚିହ୍ନ। ସଂପ୍ରତେ ଯିବ ମୋର ମନ।
ବେଦ ବଚନେ ଦେବମାନେ। କହନ୍ତି ଶାହାସ୍ର ପୁରାଣେ।
ତୋହର ଚତୁର୍ଭୁଜ କର। ଦେଖାଅ ନିଜରୂପ ତୋର।
ଭୃତ୍ୟର ତୋଷେ ଭାବଗ୍ରାହୀ। ଶଙ୍ଖଚକ୍ର ଚିହ୍ନ ଦେଖାଇ।
ଦେଖି ସାନନ୍ଦ ଉଗ୍ରସେନ। ଖଡ଼ଗ ପକାଇ ବହନ।
ବୋଲଇ ନିସ୍ତରିଲି ମୁହିଁ। ତୋର ଶ୍ରୀମୁଖକୁ ଅନାଇଁ।
ଗୋପକୁ ଯିବ କିସ ଅର୍ଥେ। ମଥୁରା ନ ରହିଲ ଏଥେ।
ବୋଲନ୍ତି ଭକ୍ତବତ୍ସଳ। ଗୋକୁଳେ ସେବକ ମୋହର।
ଗୋପୀ ଅଛନ୍ତି ଷୋଳସସ୍ର। ସେ ଆମ୍ଭ ନିଜ ପ୍ରାଣ ଗାତ୍ର।
ଅଷ୍ଟମ ବରଷ ସମ୍ପୂର୍ଣ୍ଣ। କଂସକୁ କରିବୁ ନିଧନ।
ତୋତେ ଦେବଇଁ ଅଇଶ୍ଵର୍ଯ୍ୟ। ଚିନ୍ତା ନକର ଭୋଜରାଜ।
ଶୁଣି ସାନନ୍ଦ ଉଗ୍ରସେନ। ଚରଣେ କଲାକ ପ୍ରଣାମ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )
ପ୍ରସଙ୍ଗ – ଶ୍ରୀକୃଷ୍ଣ ଜନ୍ମ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଭଗବାନଙ୍କୁ ଗୋପପୁରକୁ ନେଇ ଯାଉଥିବା ବସୁଦେବଙ୍କୁ ଉଗ୍ରସେନ ଯିବାକୁ ବାରଣ କରିବାରୁ ବସୁଦେବ ଯେତେବେଳେ ଦୁଃଖରେ ବିକଳ ହେଲେ , ଭଗବାନ ଶ୍ରୀହରି ଉଗ୍ରସେନଙ୍କୁ କହିଲେ , ହେ ବୀର ଉଗ୍ରସେନ ! ଆମ୍ଭେ ହେଉଛୁ ସ୍ଵୟଂ ଭଗବାନ ଶ୍ରୀହରି। ଆମ୍ଭେ କଂସର ବନ୍ଦୀଘରେ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ହୋଇଅଛୁ। ଏବେ ଆମ୍ଭେ ମଥୁରାରୁ ଗୋପପୁରକୁ ଗମନ କରୁଛୁ। ଏକଥା ତୁମ୍ଭେ କାହା ଆଗରେ ପ୍ରଘଟ କରିବ ନାହିଁ। କଂସାସୁରର ଭାରା ପୃଥିବୀ ଦେବୀ ଆଉ ସହ୍ୟ କରି ନ ପାରିବାରୁ କଂସ ସହିତ ସମସ୍ତ ଅସୁରମାନଙ୍କୁ ବିନାଶ କରି ପୃଥିବୀର ଭାରାଭାର ଲାଘବ କରିବା ପାଇଁଁ ଆମ୍ଭେ ଜାତ ହୋଇଅଛୁ। ଭଗବାନ ଶ୍ରୀହରିଙ୍କ ଶ୍ରୀମୁଖରୁ ଏହି ବଚନ ଶୁଣି ଉଗ୍ରସେନ କହିଲେ , ଆପଣ ଯେବେ ସ୍ଵୟଂ ଭଗବାନ ଶ୍ରୀହରି ଅଟନ୍ତି ତାହେଲେ ମୋତେ ଆପଣ ଆପଣଙ୍କ ଶଙ୍ଖଚକ୍ର ଧାରୀ ଚତୁର୍ଭୁଜ ରୂପରେ ଦର୍ଶନ ଦିଅନ୍ତୁ। ବେଦରେ , ଦେବତାମାନଙ୍କ ମୁଖରେ ଏବଂ ଶାସ୍ତ୍ର ଓ ପୁରାଣମାନଙ୍କରେ ଆପଣଙ୍କୁ ଶଙ୍ଖଚକ୍ରଧାରୀ ଚତୁର୍ଭୁଜ ରୂପରେ ବର୍ଣ୍ଣନା କରାଯାଇଛି। ଏବେ ଆପଣ ମୋତେ ଆପଣଙ୍କର ସେହି ଶଙ୍ଖଚକ୍ରଧାରୀ ଚତୁର୍ଭୁଜ ସ୍ଵରୂପ ଦେଖାନ୍ତୁ ଯାହା ଫଳରେ କି ଆପଣ ସ୍ଵୟଂ ଭଗବାନ ଶ୍ରୀହରି ବୋଲି ମୁଁ ମନ ମଧ୍ୟରେ ବିଶ୍ଵାସ କରିବି। ଭକ୍ତ ଉଗ୍ରସେନଙ୍କର ଖୁସି ପାଇଁ ତାଙ୍କ ଉପରେ ପ୍ରସନ୍ନ ହୋଇ ଭଗବାନ ଶ୍ରୀହରି ଉଗ୍ରସେନଙ୍କୁ ନିଜର ଶଙ୍ଖଚକ୍ରଧାରୀ ଚତୁର୍ଭୁଜ ରୂପରେ ଦର୍ଶନ ଦେଲେ। ଭଗବାନଙ୍କର ଶଙ୍ଖଚକ୍ରଧାରୀ ଚତୁର୍ଭୁଜ ରୂପକୁ ଦର୍ଶନ କରି ଭକ୍ତ ଉଗ୍ରସେନ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ହାତରେ ଧରିଥିବା ତରବାରୀକୁ ତତକ୍ଷଣାତ୍ ତଳକୁ ପକାଇ ଦେଇ ଯୋଡ଼ ହସ୍ତରେ ଭଗବାନଙ୍କୁ କହିଲେ , ହେ ପ୍ରଭୁ ଆପଣଙ୍କର ଏହି ଶଙ୍ଖଚକ୍ରଧାରୀ ଚତୁର୍ଭୁଜ ରୂପକୁ ଦର୍ଶନ କରି ମୁଁ ନିସ୍ତାର ଲାଭ କଲି। କିନ୍ତୁ ହେ ପ୍ରଭୁ ! ଆପଣ ତ ମଥୁରାପୁରରେ ଜନ୍ମ ହେଲେ , ଏବେ ଆପଣ ମଥୁରାରେ ନରହି ଗୋପପୁରକୁ କାହିଁକି ଗମନ କରୁଛନ୍ତି ? ଉଗ୍ରସେନଙ୍କର ଏହି ବଚନ ଶୁଣି ଭକ୍ତବତ୍ସଳ ଭଗବାନ ଶ୍ରୀହରି କହିଲେ , ହେ ଉଗ୍ରସେନ ! ସମସ୍ତ ଗୋକୁଳବାସୀ ଆମ୍ଭର ଭକ୍ତ ଅଟନ୍ତି ଓ ଗୋପପୁରରେ ଯେଉଁ ଷୋଳ ସହସ୍ର ଗୋପୀଗଣ ଅଛନ୍ତି ସେମାନେ ଆମ୍ଭର ଶରୀର ଓ ପ୍ରାଣ ଅଟନ୍ତି। ତେଣୁ ସେମାନଙ୍କ ପାଇଁ ଆମ୍ଭେ ଗୋକୁଳକୁ ଗମନ କରୁଛୁ। ସେଠାରେ ଆଠ ବର୍ଷ ପର୍ଯ୍ୟନ୍ତ ଲୀଳା କରି ଆମ୍ଭେ ପୁଣି ମଥୁରାକୁ ଫେରିଆସିବୁ ଓ କଂସକୁ ବିନାଶ କରି ପୃଥିବୀର ଭାରାଭାର ହରଣ କରିବୁ। ହେ ଭୋଜ ବଂଶୀ ରାଜା ଉଗ୍ରସେନ ! ତୁମ୍ଭେ ମନରେ ଆଉ କିଛି ଚିନ୍ତା କର ନାହିଁ। ଆମ୍ଭେ କଂସକୁ ବିନାଶ କରି ତୁମ୍ଭଙ୍କୁ ପୁଣି ତୁମ୍ଭେ ହରାଇଥିବା ସକଳ ଐଶ୍ୱର୍ଯ୍ୟ ଓ ସମ୍ପଦର ଅଧିକାର ପ୍ରଦାନ କରିବୁ। ଭଗବାନଙ୍କ ଶ୍ରୀମୁଖରୁ ଏହି ବଚନ ଶୁଣି ଉଗ୍ରସେନ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଭଗବାନଙ୍କ ଚରଣକମଳରେ ପ୍ରଣିପାତ କଲେ।
ଭାବାର୍ଥ – ଭଗବାନ ଶ୍ରୀହରି ଶଙ୍ଖଚକ୍ରଧାରୀ ଚତୁର୍ଭୁଜ ରୂପରେ ଉଗ୍ରସେନଙ୍କୁ ଦର୍ଶନ ଦେଲେ।
. ꧁❣️ଶ୍ରୀରାମ ଚରିତ ମାନସ❣️꧂
. ॥ ଅଯୋଧ୍ୟା କାଣ୍ଡ ॥
. 🌹 ॐ 🌹
ବରନି ନ ଜାଇ ମନୋହର ଜୋରୀ । ସୋଭା ବହୁତ ଥୋରି ମତି ମୋରୀ ॥
ରାମ ଲଖନ ସିୟ ସୁନ୍ଦରତାଈ । ସବ ଚିତବହିଂ ଚିତ ମନ ମତି ଲାଈ ॥
ଭାବାର୍ଥ :- ସେହି ମନୋହରୀ ଯୋଡ଼ି ର ସୌନ୍ଦର୍ଯ୍ୟର ବର୍ଣ୍ଣନା ସହଜରେ କରିହେବ ନାହିଁ, କାରଣ ପ୍ରଭୁଙ୍କ ଯୁଗଳ ମୁର୍ତ୍ତି ର ଅନୁପମ ସୌନ୍ଦର୍ଯ୍ୟ କୁ ବର୍ଣ୍ଣନା କରିବା ପାଇଁଁ ମୋ ବୁଦ୍ଧି ବହୁତ ଅଳ୍ପ । ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଆଉ ସୀତାଙ୍କ ସୁନ୍ଦରତା କୁ ସବୁ ଗାଁ ଲୋକେ ମନ, ଚିତ୍ତ ଆଉ ବୁଦ୍ଧି ଆଦି ତିନୋଟି ଇନ୍ଦ୍ରିୟକୁ ଏକାଗ୍ର କରି ଦେଖୁଥିଲେ ।
ଥକେ ନାରୀ ନର ପ୍ରେମ ପିଆସେ । ମନହୁଁ ମୃଗୀ ମୃଗ ଦେଖି ଦିଆ ସେ ॥
ସୀୟ ସମୀପ ଗ୍ରାମତିୟ ଜାହୀଂ । ପୂଁଛତ ଅତି ସନେହ ସକୁଚାହୀଂ ॥
ଭାବାର୍ଥ :- ପ୍ରେମ ଓ ସ୍ନେହର ପିପାସୁ ସେହି ଗାଁ ର ସ୍ତ୍ରୀ ପୁରୁଷ ସୌନ୍ଦର୍ଯ୍ୟର ମାଧୁର୍ଯ୍ୟର ଛଟା ଦେଖି ଏପରି ନିଶ୍ଚଳ ନିସ୍ତବ୍ଧ ହୋଇଗଲେ ଯେପରି ହରିଣ ହରିଣୀ ଜଳୁଥିବା ଦୀପକୁ ଦେଖି ସ୍ଥିର ହୋଇଯାଆନ୍ତି । ଗାଁ ର ସ୍ତ୍ରୀ ଲୋକେ ମାତା ସୀତାଙ୍କ ନିକଟକୁ ଯାଉଥିଲେ, ପରନ୍ତୁ ଅତି ସ୍ନେହ କାରଣରୁ ସଙ୍କୋଚ କରି କିଛି କହି ପାରୁନଥିଲେ ।
✿❁❣️༒ ଜୟ ସୀତାରାମ ༒❣️❁✿
🕉️ ସପ୍ରେମ ସନାତନ ସ୍ମରଣ 🕉️
. ‼️ ସୁପ୍ରଭାତମ୍ ! ‼️
ସମ୍ପର୍କର ପଶା ଖେଳରେ ମଣିଷ ବେଳେବେଳେ ହାରିଯାଏ, ଏଥିପାଇଁ ନୁହେଁ ତାକୁ ଖେଳର ନିୟମ ଜଣା ନଥାଏ….
ବରଂ ଏଥିପାଇଁ ଯେ
ଖେଳ ପଛର ଛଳନା ତାକୁ ଜଣା ନଥାଏ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹
✿ଓ❣️ ଶ୍ରୀ ଜଗନ୍ନାଥ ଶରଣଂ❣️ଆ✿
ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ🙏


