କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୩)
ରାଜା ପୃଥୁ ଦେବର୍ଷି ନାରଦଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି ! ଧନେଶ୍ୱର ବ୍ରାହ୍ମଣ ଙ୍କୁ ଯମ ଦୂତ ମାନେ ଧରି ନେଲା ବେଳେ ବ୍ରାହ୍ମଣ ଧନେଶ୍ୱର ଭୟରେ କମ୍ପିବାକୁ ଲାଗିଲା । ତା 'ପରେ ଯମ ଦୂତ ମାନେ କଣ କଲେ ? ଧନେଶ୍ୱର କି ,କି ଶାସ୍ତି ପାଇଲା ? ଏସମସ୍ତ କଥା ମୋତେ ବିସ୍ତାର କରି କୁହନ୍ତୁ ? ନାରଦ କହିଲେ ହେ ରାଜନ !ଯାହା ମୁଁ ଶୁଣିଛି ,ତାହା ତୁମ ନିକଟରେ କହୁଛି ଶୁଣ ନାରଦ କହିଲେ ।
ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ପତ୍ନୀ ସତ୍ୟଭାମାଙ୍କୁ ।ସତ୍ୟା ତୁମେ ଶୁଣ ସୁଜନ ସହିତ ସଙ୍ଗ ହେଲେ କି ପ୍ରକାର ଫଳ ମିଳେ ।ଭଗବାନ ଶ୍ରୀକୃଷ୍ଣ କହୁଛନ୍ତ .... ଯମଦୂତମାନେ ବିପ୍ର ଧନେଶ୍ୱର ଙ୍କ ଧରିନେଲେ ।ଲୁହାର ଗଦା ଧରି ଘୋର ଗର୍ଜନ କରି ଖଣ୍ଡ ମଣ୍ଡଳ ପ୍ରକମ୍ପିତ କଲେ ।ବିପ୍ର ଧନେଶ୍ୱର କୁ କଣ୍ଟାଶୀଳା ରେ ବସେଇ ମୁଣ୍ଡକୁ ଲୁହା ଗଦା ରେ ପିଟିଲେ । ବିପ୍ର ଶରୀର ମଧ୍ୟରେ ଯେତେ ହାଡ଼ ଥିଲା ତାକୁ ଯମଦୂତମାନେ ବାଡେଇ ଗୁଣ୍ଡ କରିଦେଲେ । ଅସ୍ଥି ,ରକ୍ତ ଓ ମାଂସ କୁ ଏକାଠି କରିଦେଲେ ।କୁମ୍ଭାର ମାଟି କୁ ଦଳି ଯେପରି ମାଟି ପାତ୍ର ତିଆରି କରେ ସେହିପରି ବିପ୍ର ଶରୀର କୁ ଯମଦୂତ ମାନେ ମାଟିର ଗୁଳା ପରି କରିଦେଲେ ।କଣ୍ଟା ମୁନରେ ଧରି ନିଆଁ ରେ ସେଇ ପିଣ୍ଡୁଳା କୁ ପୋଡିବାରେ ଲାଗିଲେ ।ବିପ୍ର ଶରୀର ନିଆଁ ରେ ପୋଡି ହେଲା ବେଳେ ବାଣ ଫୁଟିଲେ ଯେମିତି ଶବ୍ଦ ହୁଏ ସେମିତି ଶୁଭିଲା ।ଏହାପରେ ତତଲା ତେଲ କୁଣ୍ଡରେ ବିପ୍ର ଶରୀରକୁ ଯେମିତି ନେଇ ଯମଦୂତମାନେ ପକାଇଦେଲେ , ବ୍ରାହ୍ମଣ ଅଗ୍ନିକୁଣ୍ଡ ରେ ପଡିବା ମାତ୍ର ତାହାର ପିଣ୍ଡ ଅନ୍ୟ ଏକ ପିଣ୍ଡରେ ପଶିଗଲା । ବ୍ରାହ୍ମଣ ଅପୂର୍ବ ଦିବ୍ୟ ରୂପ ରେ ଶୋଭା ପାଇଲା ଓ ସେହି ତେଲ କୁଣ୍ଡରେ ଠିଆ ହେଲା । ଯେମିତି ତେଲ କୁଣ୍ଡରେ ବ୍ରାହ୍ମଣ ଭିନ୍ନ ଏକ ରୂପନେଇ ବାହାରିଲା ଅଗ୍ନି ସବୁ ଲିଭିଗଲେ ।ଅଗ୍ନିର ତେଜ ଆଉ ରହିଲା ନାହିଁ ଯମଦୂତମାନେ ବିପ୍ର କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ।
ସଂଗେ ସଂଗେ ଯମ ରାଜାଙ୍କୁ ଦୂତମାନେ ସମ୍ବାଦ ଦେଲେ ।ଏହି ଖବର ପାଇ ଯମରାଜା ବିପ୍ର ଙ୍କ ନିକଟକୁ ଆସିଲେ ।
ଠିକ୍ ଏହି ସମୟରେ ବ୍ରହ୍ମାଙ୍କ କୁମର ଦେବର୍ଷି ନାରଦ ଯମ ନିକଟରେ ପ୍ରବେଶ ହେଲେ ।ନାରଦଙ୍କୁ ଦେଖି ସୂର୍ଯ୍ୟ ଶିଷ୍ୟ ନମସ୍କାର କଲେ । ନାରଦ ଯମ କୁ କଲ୍ୟାଣ କଲେ ଓ କହିଲେ ଆରେ ମୂର୍ଖ ଯମ !ଏ ତୋହର ଏ କିପ୍ରକାର କର୍ମ ? ତୁ ଏତେ ଅଜ୍ଞାନ ବୋଲି ମୁଁ ଜାଣି ନଥିଲି କଣ କରୁଛୁ ତୁ ? ବିଷ୍ଣୁଭକ୍ତ ଙ୍କୁ ଏଠାକୁ ଆଣି ଦଣ୍ଡ ଦେଉଛୁ ?
ହେ ଯମ !ମୁଁ ତୋତେ କହୁଛି ଶୁଣ ?ଏହି ବିପ୍ର ଧନେଶ୍ୱର ଗୋଟିଏ ମାସ ସାଧୁ ମାନଙ୍କ ସହିତ ରହିଛି ! ଯେଉଁଠାରେ କି କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲା ।ଏହି ବ୍ରତର ମହିମା ଏପରି ଯେ ଯିଏ କରେ ସେ ବହୁତ ପୁଣ୍ୟ ପାଏ ବ୍ରତଧାରୀ ମାନଙ୍କ ସହିତ ଯଦି ଗୋଟିଏ ଦିନ ପାପୀ ଲୋକ ମିଶେ ତେବେ ତାହାର ଯେତେ ପାପ ଥାଏ ଦର୍ଶନ ମାତ୍ରେ ସେ ସବୁ କ୍ଷୟ ହୋଇଯାଏ । ଶୁଖିଲା କାଠ କୁ ଅଗ୍ନି ଭକ୍ଷଣ କରେ ! ଯଦି ଶୁଖିଲା କାଠ ସହିତ ଓଦା କାଠ ମିଶି ଜଳା ଯାଏ ସେହି କାଠ କଣ ଜଳେ ନାହିଁକି ? ହେ ଦଣ୍ଡଧର ! ସାଧୁ ସଙ୍ଗ ଗୁଣ ଗୁଡିକ ମୋହଠାରୁ ଶୁଣ ।ବ୍ରାହ୍ମଣ ଧନେଶ୍ୱର ଗୋଟିଏ ମାସ ହେଲା ସାଧୁ ଙ୍କ ସହିତ ରହି ଥିଲା । ତେଣୁ ଏହାର ଶରୀରରେ କୌଣସି ପ୍ରକାର ପାପ ନାହିଁ କି ତାହା ପୂର୍ବ ପାପ ସବୁ କ୍ଷୟ ହୋଇ ଯାଇଛି ।ଏହି ବିପ୍ର କୁ ଯଦି କଷ୍ଟ ଦେବୁ ତାହାଲେ ତୋ ଠାରେ ନିଶ୍ଚିତ ବିପତ୍ତି ପଡିବ ତୁ କଣ ଭାବୁଛୁ ତୋ ପାଖରେ ଏହି ବିପ୍ର ସବୁଦିନ ଥିବ ? ତୋ ଯମ ଦୂତ ମାନେ ବି ତୋ ସହିତ ସବୁଦିନେ ରହିବେନି ତୁ ମଧ୍ୟ ସଂସାରରେ ସବୁଦିନ ବଂଚି ରହି ପାରିବୁନି ।ତୋହର ବି ମରଣ ଅଛି । ତୁ ,ବିଷ୍ଣୁ ଭଗବାନ ଙ୍କୁ ଜାଣିଛୁ ତ ! ତାଙ୍କ ମାୟା ବି ତୋତେ ଜଣା ଥିବା ? ତୋ ପରି ଲକ୍ଷେ ଯମ ଯାହାଙ୍କର ଭୃତ୍ୟ କୁ ବି ଯୋଗ୍ୟ ହେବେନାହିଁ ତ ,ଏତେ ବଡ଼ିମା କଣ ପାଇଁ କରୁଛୁ ? କେବଳ କଲା କର୍ମ କଥା ,କୀର୍ତ୍ତି ଅକୀର୍ତ୍ତି ବେନି ଯଥା ।ବିଷ୍ଣୁଙ୍କ କୌତୁକ ପାଇଁ ଏସବୁ ଆତଯାତ । ଏହାକୁ ନଜାଣି ମୁର୍ଖପଣ ରେ ପ୍ରାଣୀଙ୍କୁ ଆଣି ଅଯଥାରେ ଦଣ୍ଡ ଦେଉଛୁ ଅଳ୍ପ ଅଧିକାର ପାଇ ତୋହର ଏତେ ଗର୍ବ ? ପ୍ରାଣୀଙ୍କ ଦୋଷ ବିଚାର ନକରି ରାଜସ ଗୁଣ ମନରେ ଧରି ପ୍ରାଣୀ ମାନଙ୍କୁ ଶତଗୁଣ ଦଣ୍ଡ ଦେଉଛୁ ତୋ ସଭାରେ କେହି ବିବେକୀ ଲୋକ ନାହାନ୍ତି । ସବୁ ଅଜ୍ଞାନୀ ବ୍ୟକ୍ତି ଏଠାରେ ବାସ କରନ୍ତି । ହେ ଯମ ତୋ ଜୀବନରେ ଯଦି ଭୟ ଅଛି ତାହାର ବୁଝି ବିଚାରି ରାୟ ପ୍ରଦାନ କର ।
ଦେବର୍ଷି ନାରଦ କହିଲେ ହେ ଜନ୍ତୁପତି ! ଯେଉଁଜନ ବିଷ୍ଣୁ ଙ୍କୁ
ଭକ୍ତିକରେ ଓ ଗୋବିନ୍ଦ ଙ୍କ ନାମକୁ ହୃଦୟ ମଧ୍ୟରେ ଗୁଣି ହୁଏ ଓ ବିଷ୍ଣୁ ଭଗବାନଙ୍କୁ ସ୍ମରଣ କରି ତୀର୍ଥକୁ ଗମନ କରେ ଓ କାର୍ତ୍ତିକ ମାସରେ ବିଷ୍ଣୁ ପୂଜା କରେ ମକର ,ମେଷ ଆଦି କରୁଥିବ ଓ କାର୍ତ୍ତିକ ବ୍ରତ ପାଳନ କରୁଥିବ , ତୁଳସୀ ସେବା କରୁଥିବ । ସେହି ଜନ ଯଦି ମର୍ତ୍ତ ମଣ୍ଡଳରେ ରହି ଥିବ ଏହି ଜନ ମାନଙ୍କୁ ଦଣ୍ଡ ଦେବନାହିଁ ଯମ ରାଜ । ଏମାନେ ସମସ୍ତେ ପୁଣ୍ୟ ମୟ । ଯଦି ଏମାନେ ପୂର୍ବରୁ ଶାପ ପାଇଥିବେ ତଥାପି ଏମାନଙ୍କୁ ଦଣ୍ଡ ଦେବନାହିଁ । ହେ ଯମ ରାଜ ବିଶେଷ କରି କାର୍ତ୍ତିକ କୃତ୍ୟ ଯେଉଁଜନ କରୁଥିବ ଓ ଏହି ମାସରେ ତାଙ୍କ ନିକଟକୁ ତୋହର ଦୂତ ଙ୍କୁ ପଠାଇବୁ ନାହିଁ । ଏବେଧନେଶ୍ୱର ବ୍ରାହ୍ମଣ କୁ ସସମ୍ମାନେ ସ୍ୱାଗତ କର ଓ ବିପ୍ର ଙ୍କୁ କ୍ଷମା ପ୍ରାର୍ଥନା କର ଏହା କହି ଦେବର୍ଷି ନାରଦ ଆକାଶ ମାର୍ଗରେ ଚାଲିଗଲେ । ନାରଦଙ୍କ କଥାଶୁଣି ଜନ୍ତୁପତି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ଓ ଦୂତ ମାନଙ୍କୁ କହିଲେ ତୁମେ ମାନେ ଧନେଶ୍ୱର ବିପ୍ରଙ୍କୁ ଯାଇ ପ୍ରଣାମ କର ତାଙ୍କ ପ୍ରତି କରିଥିବା ଭୁଲ ପାଇଁ କ୍ଷମା ମାଗି ସସମ୍ମାନେ ମୋ ନିକଟକୁ ଧରି ଆସ ।ଯମରାଜ ଙ୍କ ଆଜ୍ଞାରେ ଦୂତମାନେ ବିପ୍ରଙ୍କୁ ନିକଟକୁ ଗଲେ ।ନିଜେ କରିଥିବା ଭୁଲ ପାଇଁ କ୍ଷମା ମାଗିଲେ ଓ ଧନେଶ୍ୱର ଙ୍କୁ ସମ୍ମାନ ର ସହିତ ଯମ ଙ୍କ ନିକଟକୁ ଆଣିଲେ । ଜନ୍ତୁପତି ବିପ୍ର ଧନେଶ୍ୱର ଙ୍କୁ ପ୍ରଣାମ କରି କହିଲେ ହେ !ବିପ୍ରବର , ଆପଣ ଏତେବଡ଼ ଲୋକ ବୋଲି ମୋହର ଧାରଣା ନଥିଲା ମୁଁ ପାପୀ ନବୁଝି ଆପଣଙ୍କ ସହିତ ଏତେବଡ଼ ଅନ୍ୟାୟ କଲି ମୋତେ ଆପଣ କ୍ଷମା କରିଦିଅନ୍ତୁ ଗୋସାଇଁ ମୁଁ ଯେଉଁ ଯମ ଦଣ୍ଡ ଦେଇଛି ତାହା ଗୋଟି ଗୋଟି କରି ଶୁଣନ୍ତୁ ଗୋସାଇଁ ଯମ ରାଜ ବିନୟ ର ସହ ବ୍ରାହ୍ମଣ ଧନେଶ୍ୱର ଙ୍କୁ କହୁଛନ୍ତି …. ଯମଙ୍କର ପ୍ରଥମ ଦଣ୍ଡ ହେଲା ନର୍କକୁଣ୍ଡ ଦର୍ଶନ ଓ ଭୋଗ ଏହି ନର୍କ ଚାରି ହଜାର ପ୍ରକାର ଅଛି ।ଯିଏ ଯେମିତି ପାପ କରି ଥାଏ ସେହି ଅନୁଯାୟୀ ଏହି ନର୍କ କୁଣ୍ଡ ଦର୍ଶନ କରେ ।ଏହି ଚାରି ହଜାର ନର୍କକୁଣ୍ଡ ମଧ୍ୟରୁ ସାତଗୋଟି ନର୍କ ଶ୍ରେଷ୍ଠ ନର୍କ ଅଟେ ।ଏହି ସାତଟି ନର୍କ ମଧ୍ୟରୁ ଦୁଇଟି ଶ୍ରେଷ୍ଠ ନର୍କ ।ତାହା ହେଲା ରୋଉର୍ବ ଓ କୁମ୍ଭୀପାକ ।ଏହି ଦୁଇଟି ଘୋର ନର୍କ ଅଟନ୍ତି ।ସେହି ନର୍କରେ ଯେଉଁମାନେ ପଡନ୍ତି ବା ଯାହାଙ୍କୁ ଏହି ନର୍କ ମୁଁ ଦର୍ଶନ କରାଏ ତାହାକୁ ସେମାନେ କିପରି ଭୋଗ କରନ୍ତି ମୁଁ କହୁଛି ଶୁଣନ୍ତୁ ।
ହେ ବିପ୍ର !ମୋହର ଆଦେଶରେ ଯମ ଦୂତମାନେ ପାପିଙ୍କୁ ଧରି ଆଣନ୍ତି ।ଯେଉଁ ପାପିକି ଯେଉଁ କଷ୍ଟ ତାହା ଏଠାରେ ଚିତ୍ରଗୁପ୍ତ ପାଞ୍ଜି ଦେଖି ତାହାର ଦଣ୍ଡ ବିଧାନ କରନ୍ତି ।ମାତ୍ର ବିଷ୍ଣୁ ଭକ୍ତ ମାନେ ଏହି ଦଣ୍ଡ ବା ନର୍କ କୁ ଆଖିରେ ଦେଖନ୍ତି ନାହିଁ କି ଭୋଗ କରନ୍ତି ନାହିଁ । ସେହି ଦଣ୍ଡ କେବଳ ପାପୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ।ହେ ବିପ୍ର ନାରଦ ମୋତେ ବହୁ ପୂର୍ବରୁ କହିଥିଲେ ଯଦି ଯମ ଦଣ୍ଡକୁ ନ ଡରିବାର ଅଛି ତେବେ ପ୍ରତ୍ୟେକ ଜନ ଭଗବାନ ବିଷ୍ଣୁ ଙ୍କୁ ଆଶ୍ରା ଓ ସ୍ମରଣା କଲେ ଯମ ,ଯମ ଜାଗାରେ ରହିଯିବ ।