🌹 କାର୍ତ୍ତିକ ମାହାତ୍ମ୍ୟ 🌹
ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଭ୍ଯାଂ ଜଗନ୍ନାଥାୟ ତେ ନମଃ 🙏
ଭାଗ -୬
କାର୍ତ୍ତିକ ବ୍ରତ ହେଉଛି ବିଷ୍ଣୁ ଙ୍କ ପ୍ରିୟ ବ୍ରତ । ସେହି ଜନ ମାନେ ମଧୁ ମାଂସଦି ଆମିଷ, କୋଳଥ ମସୁର ଯେ ମାଂସ। ବର୍ତ୍ତିକା ଆଦି କଣ୍ଟାଫଳ, କୁଷ୍ମାଣ୍ଡ ଆଦି ମଧୁରାଳ। ଅଗସ୍ତୀ ବିନା ଯେତେ ଶାଗ କାର୍ତ୍ତିକ ରେ ବର୍ଜନ କରିବ। କୃଷ୍ଣ ବର୍ଣ୍ଣ ରଙ୍ଗ ଜ୍ୟୋତି କାର୍ତ୍ତିକ ରେ ବର୍ଜନ କରିବ। ଲେମ୍ବୁ ଜାମ୍ବଳ ବହୁବୀଜୀ, ମୂଳା କଙ୍କଡା କର୍କ ଭେଜି, ତିଳ ଏରଣ୍ଡ ରସ ବେନି ଏହି ସବୁ କାର୍ତ୍ତିକ ମାସରେ ଘେନିବ ନାହିଁ। ଅଜା ମହିଷୀ ବେନି କ୍ଷୀର କାର୍ତ୍ତିକ ରେ ଆହାର କରିବ ନାହିଁ। ତାମ୍ବୁଳ ଆଦି ମୁଖବାସ ଭକ୍ଷଣେ ଆଦି ବଡ ଦୋଷ। ନିନ୍ଦିତ ଦ୍ରବ୍ୟ ବା ଉଚିଷ୍ଟ , ଦଗଧ ପଦାର୍ଥ, ବିଷ ପ୍ରୟୋଗ ଦ୍ରବ୍ୟ ଯେତେ ଏହି ସବୁ କାର୍ତ୍ତିକ ମାସରେ ବର୍ଜନ କରିବ। କୁସଙ୍ଗ ପରିହାସ ଖେଳ, କଳହ କ୍ରୋଧ ହିଂସା ବଳ ମିଥ୍ୟା ବଚନ ନିନ୍ଦା ଛଳ ଏହି ସବୁ କାର୍ତ୍ତିକ ମାସରେ ବର୍ଜନ କରିବ। ଚଣ୍ଡାଳ ମାନଙ୍କୁ କଥା କହିବ ନାହିଁ। ସ୍ତ୍ରୀ ସଂସର୍ଗ ବର୍ଜନ କରିବ। ଶୟନେ ନ ଇଛା କରିବ ସଙ୍ଗ। ଦେଖିବ ନାହିଁ କୁଟ ନାଟ ରଙ୍ଗ ଦେବ।
ବୃକ୍ଷ ଆରୋହଣ କରିବ ନାହିଁ। ଅଥଳ ଜଳରେ ପହଁରିବ ନାହିଁ। ଭୂଜଙ୍ଗ ରେ କ୍ରୀଡା କରିବ ନାହିଁ। ପରପାକ ଗ୍ରାସ କରିବ ନାହିଁ। ଏହି ସବୁ ବର୍ଜନ କରିବ। ହବିଷ ଅନ୍ନ ପାଇଁ କୃଷ୍ଣ ବର୍ଣ୍ଣ ବର୍ଜନ କରିବ। ଶୁକ୍ଳ ଧାନ ଅଟେ ଶୁଦ୍ଧ ପବିତ୍ର। ଅନ୍ନ ରାନ୍ଧିବ ଶୁଦ୍ଧ ପାତ୍ର ରେ। ଅଗ୍ନି ଅପାକ ଯେଉଁ ଲୁଣ ତାକୁ ନିଶ୍ଚୟ ଆଣିବ। କ୍ଷୀର ଘୃତ ଓ ଲବଣୀ ବ୍ରହ୍ମଣ ମନ୍ଦିର ରୁ ଆଣିବ ନାହିଁ। ମଦ୍ୟପ ଜନ ତାକୁ ଛୁଇଁବ ନାହିଁ। କାକୁଡି, ବନ୍ତଳ ଫଳ, ସାରୁ, ନାରିକେଳ ଓ ମୁଗ , ଅଗସ୍ତୀ ଶାଗ ଆଦି। ଯାହାକୁ ଯାହା ମିଳିବ। ନ ପାଇଲେ ବିମୁଖ ହେବ ନାହିଁ। ଶାଳ ପଣସ ଓ ପଲାଶ ମଧ୍ୟରୁ ଯାହା ମିଳିବ ସେଥିରେ ଅନ୍ନ ସଂଯୋଗ କରିବ। ଦ୍ଵୀତୀୟ ସ୍ନାନ ପାଇଁ ସୋରିଷ ରସ ଅଙ୍ଗ ରେ ଘେନିବ। ଏକାଦଶୀ, ଚର୍ତୁର୍ଦଶୀ , ଷଷ୍ଠୀ ଓ ପିତୃ ଦିବସ ରେ ତୈଳ ଗ୍ରହଣ କରିବ ନାହିଁ। ଆଦିତ୍ୟ ଯେବେ ବାରୁଣୀ ରେ ପ୍ରବେଶ ହେବ ସେ କାଳରେ ହବିଷ କରିବ। ଅନ୍ନ ସଂଯୋଗ ରେ ବସିବ ଧରଣୀ ଆସନରେ। ପୁର୍ବ ଦିଗରେ ମୁଖ କରି ହସ୍ତରେ ତୁଳସୀ ଜଳ ଧରି କୃଷ୍ଣ ଙ୍କୁ ଦେବ ଅବଶେଷ। ଭୋଜନ ବେଳେ ବଚନ କହିବ ନାହିଁ। ମୈ।ନ ହୋଇ ଆଚମନ କରିବ। ପୁଣି ଉତ୍ତମ ସ୍ଥାନରେ ବସି ରାମ ଗୋବିନ୍ଦ ନାମ ଘୋଷିବ। ଜାଗର ଜାଳିବ ସନ୍ଧ୍ୟା କାଳରେ। ତୁଳସୀ ଅଗ୍ରତେ ଦୀପ ବସେଇଵ ଶୁଦ୍ଧ ଚିତ୍ତେ।
ବିଷ୍ଣୁ ଙ୍କୁ ନମସ୍କାର କରିବ। ଜନ୍ମାଦି ପାପ ଭାରା ହରଣ ହେବ। କାର୍ତ୍ତିକ ଦୀପ ଦାନ ରେ ଧର୍ମ ବର୍ଦ୍ଧିତ ହୁଏ। ସପ୍ତ ଜନ୍ମ ପାପ ରାଶି ତୃତୀୟ ସମ୍ବତ୍ସରେ ନାଶି। ପାପ ନ ଥିଲେ ପୁଣ୍ୟ ବଢେ। ଅନ୍ତରେ ଗରୁଡ ଧ୍ବଜ ରେ ଚଢେ। ଗୋବିନ୍ଦ ସାଙ୍ଗରେ ସାଙ୍ଗ ହୋଇ ବୈକୁଣ୍ଠ ଭୁବନ କୁ ଯାଆନ୍ତି। କାର୍ତ୍ତିକ ମାସରେ ତୃଣ ପାରି ଶୋଇବ। ବ୍ରତୀ ପାତକ ନାଶ ହୁଅନ୍ତି। କାର୍ତ୍ତିକ ବ୍ରତ ର ଫଳ କହୁଛି ବୁଝାଇ। ସେ ନାରାୟଣ ଙ୍କୁ ଲାଭ କରେ। ଏବେ କହୁଛି ବ୍ରତ ଉଦଯାପନ ବିଧାନ। ତୁଳସୀ ଅଗ୍ରତେ ଗୋଟିଏ ମଣ୍ଡପ ନିର୍ମାଣ କରିବ। ଚାରି ଦିଗକୁ ଦ୍ବାର କରିବ। ମଣ୍ଡପ କୁ ମଣ୍ଡଣୀ କରିବ। ଉପରେ ଦେବ ଚନ୍ଦ୍ରାତପ। କୁସୁମ ଚାମର ବସନରେ ମଣ୍ଡପ ମଣ୍ଡନ କରିବ। ଗୋମୟ ରେ ତଳ ଲିପିବ। ତୁଳସୀ ମୂଳେ ବିଷ୍ଣୁ ସ୍ଥାପନ କରିବ। ପଞ୍ଚବର୍ଣ୍ଣ ମୁରୁଜରେ ଚିତ୍ର କରିବ। ପୂର୍ବ ରେ ଅତିଶୀଳ, ଉତ୍ତର ରେ ବିଜୟ, ଦକ୍ଷିଣ ରେ ସୁଶୀଲ ଓ ପଶ୍ଚିମ ଦିଗରେ ଜୟ। ବିଷ୍ଣୁ ଙ୍କୁ କରିବ ଆବାହନ। ଲକ୍ଷ୍ମୀ ଙ୍କୁ ସ୍ଥାପନ କରିବ ତାଙ୍କ ମୁଳରେ ଘଟ ବସେଇବ ପୁଜା ସ୍ଥାନରେ। ପୀତବସ୍ତ୍ର ରେ ଆଛାଦନ କରି ଜାଗର ଜାଳିବ ଗୁଆଘୃତରେ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କୁ ଆସନରେ ବସେଇ ଗନ୍ଧ ପୁଷ୍ପ ଦେବ।ବିବିଧ ଉପହାର ଦେଇ ମନ୍ତ୍ର ସୁମରି ଭୋଗ ଦେବ। ଗୋବିନ୍ଦ ନାମ ଧରି ନିତ୍ୟ ରେ। ନିଶି ପ୍ରଭାତ ରେ ସ୍ନାନ କରି ପୁଜା ସ୍ଥାନରେ ଯେତେ ଦ୍ରବ୍ୟ ମନ୍ତ୍ର ସୁମରି ପୁଜା ଦେବ। ବିପ୍ର ଙ୍କୁ ନିବେଦନ କରି ଗୋରୁ ଦାନ ଦେବ। ତାଙ୍କର ପତ୍ନୀ ଙ୍କୁ ତିନି ଶାଢ଼ୀ ଦେବ। ହେ ବିପ୍ର ବର ତୁମେ ହରି। ମୋତେ ସଂସାର ରୁ ପାରି କର। ଗୁରୁ ଙ୍କୁ ଦେବ ରତ୍ନ ଦାନ। ତିଳ ପାୟସ ଦଧି ରସରେ ଅନଳ ପୁଜା କରିବ ସନ୍ତୋଷ ରେ। ବ୍ରତ ଦକ୍ଷିଣା ବିପ୍ର ଙ୍କୁ ଦେବ। ମେଲାଣି ମାଗି ଗୃହ ଯିବ। ବିପ୍ର ଙ୍କୁ ଭୋଜନ ସମର୍ପଣ କରିବ। ଗଙ୍ଗା ଯମୁନା ସରସ୍ଵତୀ ଆଦି ପୁଣ୍ୟ ତୀର୍ଥ ରେ ସ୍ନାନ କଲେ ଯେଉଁ ଫଳ ଲାଭ ହୁଏ । ଏହା କାର୍ତ୍ତିକ ବ୍ରତ ସହିତ ସମାନ ନାହିଁ। କାର୍ତ୍ତିକ ବ୍ରତ ରେ ବୈକୁଣ୍ଠ ଯୋଗ। କାର୍ତ୍ତିକ ବ୍ରତ ଯେ ନ କରେ ତାହାରି ସକଳ ଧର୍ମ ନାଶ ହୁଅନ୍ତି।
ଓମ ନମଃ ଭଗବତେ ବାସୁଦେବାୟ 🙏🌹🌹

