🌹 କାର୍ତ୍ତିକ ମାହାତ୍ମ୍ୟ 🌹
ଭାଗ – (୭)
ପୃଥୁ କହୁଛନ୍ତି ଯେ ଈଶ୍ବର କଣ୍ଠରେ ବଜ୍ର ବାଜି ଅନଳ ଜାତ ହୋଇଲା। ତାଙ୍କର କଣ୍ଠ ଦିଶେ କୃଷ୍ଣ ବର୍ଣ୍ଣ। ତ୍ରିଲୋଚନ ବାସବ ଆଗରେ ଉଭା ହୋଇଲେ। ଅନଳ ଦେଖି ଭୟ ପାଇ ଲୁଚିଲା ଗୁରୁ ପଛରେ ଯାଇ। ଇନ୍ଦ୍ର ଙ୍କୁ ରକ୍ଷା କରିବା ପାଇଁ ବୃହସ୍ପତି ଶିବ ଙ୍କୁ ସ୍ତୂତି କଲେ ଯେ।
ହେ ପ୍ରଭୁ ଜଗତ ଅଧୀପ
ସୃଷ୍ଟି କାରଣେ ତୋର ରୁପ
ତୁ ବ୍ରହ୍ମା ରୁପ ସୃଷ୍ଟି କଲୁ
ପାଳନେ ବିଷ୍ଣୁ ରୁପ ଧରୁ
ପୁଣି ସଂହାରେ ରୁଦ୍ର ରୁପେ
ଯେ ତୋର ଚରଣେ ଶରଣ
ସେ ଖଣ୍ଡେ ଅକାଳ ମରଣ
ଅଶେଷ ବିପଦ ରୁ ତରେ
ଯେ ନିତ୍ୟ ତବ ନାମ ଧରେ
ତୁ ଦେବ ଦେବ ମହାଦେବ
ସର୍ବ ମଙ୍ଗଳ ସଦାଶିବ।
କରୁଣା କର ତୋ ମହୀମା
ଇନ୍ଦ୍ର ଅପରାଧ କର କ୍ଷମା
ପ୍ରସନ୍ନ ହୋଇ ଦୟା କରି
ଜୀବନେ ବର୍ତ୍ତୁ ସୁନା ଶିର
ଇନ୍ଦ୍ର ଶିବ ଚରଣ ରେ ପଡି ଉଠିଲେ କପାଳରେ କର ଯୋଡ଼ି। ଦେବ ବିଶ୍ବନାଥ ସେ ଅଗ୍ନି କୁ ବାମ ହସ୍ତରେ ଧରି ଗଙ୍ଗା ସାଗରରେ ପକେଇଲେ। ରୁଦ୍ର ଅନଳ ଜଳେ ପଡ଼ି ବାଳକ ରୁପ ଧାରଣ କଲେ। ଜଳଧି ରାଜା ତା’ର କାନ୍ଦ ଦେଖି ପାଖକୁ ଆସିଲେ। ବ୍ରହ୍ମା ମରାଳ ବାହାନରେ ଉପସ୍ଥିତ ହେଲେ। ବ୍ରହ୍ମା ଙ୍କୁ ଦେଖି ଜଳେଶ୍ଵର ନମସ୍କାର କଲେ। ଓ କହିଲେ ଯେ ଏ ମୋର ନନ୍ଦନ। ଏହାର ରୋଦନ ଶାନ୍ତି କର। ବ୍ରହ୍ମା ଏହା ଶୁଣି କହିଲେ ଯେ ତୋର ନାମ ଜଳନ୍ଧର। ସଂସାର ରେ ହୁଅ ମହାରାଜା। ସବୁ ଲୋକ ରେ ପୁଜା ପାଅ। ତୋତେ କେହି ଜିଣି ପାରିବେ ନାହିଁ। କୁମାର କ୍ରୋଧ ଶାନ୍ତି କରି କହିଲେ ତୁମେ ମାନେ ମୋତେ ମନ୍ତ୍ରୀ ପଦରେ ରଖ। ବ୍ରହ୍ମା ଶୁକ୍ର ମୁନି ଙ୍କୁ ଡାକି କହିଲେ ଯେ ଜଳନ୍ଧର କୁ ରାଜ୍ୟ କରି ମର୍ତ୍ତ୍ୟରେ। ତୁମେ ମନ୍ତ୍ରୀ ପଦରେ ରୁହ।
ଓମ ନମଃ ଭଗବତେ ବାସୁଦେବାୟ 🙏

