🌹 କାର୍ତ୍ତିକ ମାହାତ୍ମ୍ୟ 🌹
ଭାଗ – ୮
ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଭ୍ଯା ଜଗନ୍ନାଥାୟ ତେ ନମଃ
ଶୁକମୁନି ଜଳନ୍ଧର କୁ ସିନ୍ଧୁ ଦେଶରେ ରାଜା କରାଇଲେ। ସବୁ ଅସୁର ମାନେ ତାଙ୍କ ପାଖକୁ ଆସିଲେ। କାଳନେମି ର ଝିଅ ବୃନ୍ଦାବତୀଙ୍କୃ ଜଳନ୍ଧର ସାଙ୍ଗରେ ବିଭା କରାଇଲେ। ତାଙ୍କର ସତୀ ଓ ପତିବ୍ରତା ପାଇଁ ଜିତିଲେ ସମସ୍ତ ମେଦିନୀ। ରାହୁ ତାଙ୍କ ପାଦରେ ମିଳିଲେ। ଜନନ ତାଙ୍କୁ ପଚାରିଲେ ତୁମେ କିପରି ବେନି ଖଣ୍ଡ ହେଲେ। ରାହୁ ଶୋକରେ ସବୁ କଥା କହିଲେ। ଏହା ଶୁଣି ଜଳନ୍ଧର ଏକ ଦୈତ୍ୟ କୁ ଇନ୍ଦ୍ର ଙ୍କ ପାଖକୁ ପଠେଇଲା ଓ କହିଲେ ଯେ ସମୁଦ୍ର ମନ୍ଥନ ବେଳେ ଯେଉଁ ଦ୍ରବ୍ୟ ବାହାରି ଥିଲା। ସେ ସବୁ କୁ ଆଣି ମୋ ପାଖରେ ଦେବେ। ଦୁତ ଯାଇ ଇନ୍ଦ୍ର ଙ୍କ ପାଖରେ ପହଞ୍ଚିଗଲେ ଓ ଜଳନ୍ଧର ଯାହା କହିଥିଲା ସବୁ କଥା କହିଲେ। ମୋର ଗୋଚରେ ଦିଅ ବେଗେ ଓ ରାଜା ଙ୍କୁ ଦର୍ଶନ ପାଇଁ ଆସ ସଙ୍ଗେ ସଙ୍ଗେ। ଇନ୍ଦ୍ର କହିଲେ ଯେ ତାକୁ ଏଠାରୁ ତୁରନ୍ତ ବିଦା କର। ତାଙ୍କର ଅନୁଚର ମାନେ ଦୁତ ର କେଶ ଧରି ବାହାର କରିଲେ। ସେ ଯାଇ ଜଳନ୍ଧର ପାଖରେ ସବୁ କହିଲେ। ଜଳନ୍ଧର ଏହା ଶୁଣି ଦେବତା ମାନଙ୍କ ସହିତ ଯୁଦ୍ଧ ପାଇଁ ବାହାର ହୋଇଲେ। ଦେବତା ମାନଙ୍କ ସହିତ ଘୋର ଯୁଦ୍ଧ ହେଲା। ବହୁତ ଦିନ ଧରି ଯୁଦ୍ଧ ହେଲା। ଜଳନ୍ଧର ଶୁକ ଙ୍କ ଠାରୁ ଶୁଣି ଦ୍ରୋଣ ପର୍ବତ ଉପାଡ଼ି ଆଣି ସମୁଦ୍ର ମଧ୍ୟରେ ରଖିଲେ। ବୃହସ୍ପତି ଦେବତା ମାନଙ୍କୁ ଏହି କଥା କହିଲେ। ଦେବତା ମାନଙ୍କୁ ଆଉ ବଞ୍ଚାଇ ପାରିବି ନାହିଁ। ତେଣୁ ମୋର କଥା ମାନି କନକ ଗିରି ରେ ଗୁପ୍ତ ରେ ରହିବା। ଦେବତା ମାନେ ତାଙ୍କ କଥା ଶୁଣି କନକ ଗିରି ରେ ଗୁପ୍ତ ରେ ରହିଲେ।
ଓମ ନମଃ ଭଗବତେ ବାସୁଦେବାୟ 🙏