“ଦୋଳେ ଚ ଦୋଳଗୋବିନ୍ଦଂ
ଚାପେ ଚ ମଧୁସୂଦନମ୍ ।
ରଥେ ତୁ ବାମନଂ ଦୃଷ୍ଟ୍ଵା
ପୁନର୍ଜନ୍ମ ନ ବିଦ୍ୟତେ ॥
ମହାପ୍ରଭୁଙ୍କୁ ଦୋଳ ବିମାନରେ ଦୋଳ ଗୋବିନ୍ଦ ଭାବରେ, ଚନ୍ଦନ ଯାତ୍ରା ଚାପରେ ମଧୁସୂଦନ ଭାବରେ ଏବଂ ରଥଯାତ୍ରାରେ ବାମନ ରୂପରେ ଜୀବ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ।
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l ବିମାନରେ ବିଜେ ହୋଇ ଗାଁ ଗାଁ ଘରକୁ ଘର ବୁଲୁଛନ୍ତି ଠାକୁର । ଭକ୍ତ ଦୁଆରେ, ଭୋଗ ଖାଇବା ସହ ରଙ୍ଗ ବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ ।
ଏ ଅବସରରେ,,, ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ଭକ୍ତିର ରଙ୍ଗରେ ରଙ୍ଗାୟିତ ହେଉ ଆପଣଙ୍କ ଜୀବନ l ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ।