ମୁଁ ଅକର୍ତ୍ତା ଆତ୍ମା ଅଟେ
ମୁଁ ହିଁ ଜାଣିବା ଯୋଗ୍ୟ ବ୍ରହ୍ମ। ମୁଁ ଆକାଶ, ବାୟୁ, ତେଜ, ଜଳ, ପୃଥିବୀ ଏବଂ ତାଙ୍କ ଦ୍ୱାରା ନିର୍ମିତ ଦେଖିବା, ଜାଣିବା, ଅନୁଭବ କରିବା ଜଡ଼ ସ୍ଥୁଳ ବସ୍ତୁ ନୁହେଁ। ମୁଁ ନାମ, ରୂପ ତଥା କ୍ରିୟାରୁ ଅଲଗା ସଚ୍ଚିଦାନନ୍ଦ ଆତ୍ମା।
ତେଜର ସତ୍ତ୍ୱଗୁଣରୁ ନିର୍ମିତ ନେତ୍ର ତେଜର ତମୋଗୁଣରେ ନିର୍ମିତ ରୁପକୁ ଦେଖାଇପାରେ। କିନ୍ତୁ ମୋର ଦର୍ଶନ ଅର୍ଥାତ ଆତ୍ମ ଦର୍ଶନ ଏହି ବିକାରୀ ନେତ୍ର ଦ୍ୱାରା କେବେ ହୋଇ ପାରିବ ନାହିଁ। ଆତ୍ମଦର୍ଶନ ନିମନ୍ତେ, ଆତ୍ମ ଅନୁଭୂତି ନିମନ୍ତେ, ଅସଙ୍ଗ, ଅକର୍ତ୍ତା ସ୍ଵରୁପର ଦର୍ଶନ ନିମନ୍ତେ କୌଣସି ସଦଗୁରୁ ହିଁ ଜ୍ଞାନନେତ୍ର ପ୍ରଦାନ କରି ଦର୍ଶନ କରାଇପାରିବେ। କିନ୍ତୁ ନିଜର ଏହି ପ୍ରାକୃତ ନେତ୍ର ଦ୍ୱାରା ଆତ୍ମାକୁ ଜାଣିବା ସମ୍ଭବ ନୁହେଁ।
ଯେପରି ଟି ଭି ପରଦାରେ ବିଶାଳ ସାଗର, ଉଡ଼ାଜାହାଜ, ରେଲଗାଡି, ଜଙ୍ଗଲ, ହାତୀ, ବାଘ, ସାପ, ନଦୀ, ଅଗ୍ନି, ବର୍ଷା, ରକ୍ତ ଆଦି ଦେଖାଯାଉଛି କିନ୍ତୁ ସେଠାରେ କିଛି ନ ଥାଏ, କେବଳ ପ୍ରତୀତି ହେଉଥାଏ। ସେହିପରି ମୁଁ ଆତ୍ମାରେ ଏହି ବିରାଟ ଅଦଭୁତ ସଂସାର ପ୍ରତୀତି ହେଉଅଛି। ପ୍ରକୃତରେ କିଞ୍ଚିତ ମାତ୍ର ସଂସାର ନାହିଁ। ସର୍ବତ୍ର ମୁଁ ଏକ ଆତ୍ମା ହିଁ ବିଦ୍ୟମାନ। ମିଳୁଥିବା, ଦେଖାଯାଉଥିବା ଅନ୍ୟ ସବୁ ପଦାର୍ଥ ମୋ ଅତିରିକ୍ତ କିଛି ବି ନୁହେଁ। ଯେବେ ମୁଁ ହିଁ ଅଖଣ୍ଡ, ତେବେ ପାଇବି କାହାକୁ ? ତ୍ୟାଗ କରିବି କାହାକୁ ?
ଯାହାର ଭଗବାନ ସାକାର, ତାକୁ ଧ୍ୟାନକୁ ଆଣିବାକୁ ପଡେ ଅଥବା ଦେଖିବାକୁ ଚେଷ୍ଟା କରିବାକୁ ପଡେ କିନ୍ତୁ ଯାହାର ମୁଁ' ରୂପରେ ହିଁ ପରମାତ୍ମା ବିଦ୍ୟମାନ, ତାକୁ ଧ୍ୟାନ କରିବାକୁ ପଡେ ନାହିଁ, ତାକୁ ତ କେବଳ ସ୍ମୃତି କରିବା, ଜାଣିବା ମାତ୍ର ହିଁ ପର୍ଯ୍ୟାପ୍ତ।
🙏🙏🌱🌱

