ରକ୍ତ ରଞ୍ଜିତ ଭୂସ୍ବର୍ଗ
ସାରଦା ପ୍ରସାଦ ମିଶ୍ର

ରକ୍ତ ରଞ୍ଜିତ ଭୂସ୍ବର୍ଗ
ଆତପ ତାପରେ ଅତିଷ୍ଠ ହୋଇ
ପ୍ରିୟ ପରିଜନ ସାଥିରେ ନେଇ
ଆନନ୍ଦେ ଆସିଥିଲେ କାଶ୍ମୀର ଧାଇଁ
ଅଙ୍ଗ କରିବେ ଶୀତଳ
ଜଣାତ ନଥିଲା ଭୂସ୍ବର୍ଗ ଅଙ୍ଗନେ
ଲୁଚି ରହିଥିଲା କାଳ।
ପର୍ଯ୍ୟଟକଙ୍କର ଉଷ୍ମ ରକତ
ଭୂସ୍ବର୍ଗ ଭୂମିରେ ହେଲା ପତିତ
ମାନବିକତା କୁ କଲା କଳଙ୍କିତ
ସିମନ୍ତିନୀର ସିନ୍ଦୂର
ଲିଭିଲା କପ।ଳୁ ନିଶ୍ପାପ ଶିଶୁଟି
ହରାଇଲା ତା ପିଅର।
ବଇଶାଖ ମାସ ମଙ୍ଗଳ ବାର
ପହଲ ଗାଁରେ ଅନେକ ପରିବାର
କାଶ୍ମୀରୀ ପୋଷାକେ ଫଟୋ ନିଜର
ତୋଳା ଯାଉଥିବା ବେଳେ
ସେନା ପୋଷାକରେ ଗୁଳି ବରଷିଲେ
ଆତଙ୍କବାଦୀଏ ହେଳେ।
ପର୍ଯ୍ୟଟକଙ୍କ ପୁଛିଲେ ନାମ
ପୁଣି ପଚାରିଲେ ତାଙ୍କ ଧରମ
ହିନ୍ଦୁଙ୍କର ହେଲା କରମ ବାମ
ଆନନ୍ଦ ଗଲା ମଉଳି
ଛାଡି ଜନ୍ମମାଟି କାଶ୍ମୀର ମାଟିରେ
ଅବେଳେ ପଡ଼ିଲେ ବଳି।
ସମ୍ମୁଖେ ସ୍ଵାମୀଙ୍କ ଦେଖି ମରଣ
ପତ୍ନୀ ବିକଳେ କରି ରୋଦନ
କହେ ତାଙ୍କୁ ନିଅ ତାର ଜୀବନ
କରି ଉଚ୍ଚେ ଅଟହ।ସ
ଗରଜି କହିଲେ ଆତଙ୍କବାଦୀ ମାନେ
କୁହ ଯାଇ ମୋଦୀ ପାଶ।
କାଶ୍ମୀର ବ।ସୀଏ ଭାରି ସରଳ
ପର୍ଯ୍ୟଟନ ଶିଳ୍ପ ତାଙ୍କ ସମ୍ବଳ
ଆତଙ୍କବାଦୀ ଏ ସାଜିଲେ କାଳ
ନ ଆସିଲେ ପର୍ଯ୍ୟଟକ
ତାଙ୍କ ଜୀବିକାରେ ବାଧା ପହଞ୍ଚିବ
ପାଇବେ ଅଶେଷ ଦୁଃଖ ।
ଇସଲାମ ଆଉ କୋରାନ
କହିନି ନେବାକୁ ମାନବ ପ୍ରାଣ
ହେଉ ଭାରତ ଅବା ପାକିସ୍ଥାନ
ସବୁ ମଣିଷ ସମାନ
ଅସଭ୍ୟ ବର୍ବର ନୀଚ ଦୁରାଚାର
କରିଥାନ୍ତି ଏହି କର୍ମ।
ଜାଗ ଭାରତ ସନ୍ତାନ ସକଳ
ଜାଗ ଭାରତର ସୁରକ୍ଷା ବଳ
ଆତଙ୍କୀ ଭାବନା ଆମେ ଦୁର୍ବଳ
କରୁଛୁ ଆମେ ଶପଥ
ଆତଙ୍କ ବାଦୀଙ୍କ ନାମ ଲିଭାଇବୁ
ଦେଖିବ ସାରା ଜଗତ।