ହବିଷିଆଳୀ ବ୍ରତ
ଲୋକନାଥ ମିଶ୍ର
କୁମାର ପୂର୍ଣ୍ଣିମା ପରେ,
ଆରମ୍ଭ କାର୍ତ୍ତିକ ମାସ ।
ସାକାହାରୀ ସଂଯମୀ,
ହବିଷିଆଳୀ ର ଶପଥ ।
ପ୍ରଭାତେ ଶୀତଳ ସ୍ନାନ,
ଜଗନ୍ନାଥଙ୍କ ଦର୍ଶନ,
ତୁଳସୀ ମୁଳେ ପ୍ରାର୍ଥନା,
ହୃଦୟରେ ଏକାଗ୍ରତା ।
🍂 “ଶୁଦ୍ଧି ର ଶରୀର ,
ଶୁଦ୍ଧି ର ମନ ,
ଶୁଦ୍ଧି ହିଂ ଆତ୍ମାରେ” । 🍂
ଦିନେ ମାତ୍ର ଗୋଟିଏ ଭୋଜନ,
ଅରୁଆ ଚାଉଳ, ସାରୁ, ଅଦା, ମୁଗ ,
କଦଳୀ , ନଡିଆ , ଘିଅ, ଶାଗ,
ଭକ୍ତିରେ ପୂର୍ଣ୍ଣ ଉପବାସ ।
ସାରା ମାସ ପ୍ରାର୍ଥନାରେ,
ଧ୍ୟାନେ, କୀର୍ତ୍ତନ ସ୍ୱରେ,
ଭକ୍ତିର ପଥେ ଚାଲି,
ହୃଦୟ ହୁଏ ଶୁଦ୍ଧ ।
🍂 “ଭକ୍ତିରେ ଶାନ୍ତି,
ସତ୍ୟରେ ମୋକ୍ଷ” । 🍂
ଆସିଲା କାର୍ତ୍ତିକ ପୂର୍ଣ୍ଣିମା,
ମହୋଦଧୀ ତୀରେ ସ୍ନାନ,
ତୁଳସୀ ପୂଜା, ମନ୍ତ୍ରୋଚ୍ଚାର,
ଭକ୍ତିରେ ପ୍ରକାଶ ଶରୀର ।
ସମୁଦ୍ରେ ବୋଇତା ବନ୍ଦନା,
କଦଳୀ ବାସୁଂଗା ନାହା ,
ସାଧବମାନଙ୍କ ସ୍ମୃତି,
କଳିଙ୍ଗର ଗୌରବର କଥା ।
🍂 “ସମୁଦ୍ର ଯେତେ ଦୂର,
ପ୍ରେମ ରହେ ସାଙ୍ଗେ,
ଭକ୍ତି ଯେତେ ଗଭୀର,
ପ୍ରଭୁ ରହନ୍ତି ହୃଦୟେ” । 🍂
ଏହିଭଳି ହବିଷିଆଳୀ ବ୍ରତ,
ସଂୟମର ପଥ,
ଭକ୍ତିର ମାଳ
ମୁକ୍ତିର ଦ୍ୱାର
A Story of Dvapar Yuga in Prose (Part-12 B-)
କୁମାର ପୂର୍ଣ୍ଣିମା
Celebrating Lakshmi Puja and Gajalaxmi Puja Across Odisha


Pingback: A Story of Dvapar Yuga in Prose ( part-16) - UniverseHeaven
Pingback: The Magical Well of Lord Ganesha — The Story of Kanipakam Temple - UniverseHeaven
Pingback: The Divine Lotus of Tiruchanoor – The Story of Goddess Padmavathi Devi - UniverseHeaven