. ꧁❣️ଶ୍ରୀରାମ ଚରିତ ମାନସ❣️꧂
. ॥ ଅଯୋଧ୍ୟା କାଣ୍ଡ ॥
. 🌹 ॐ 🌹
ଲଖନ ଜାନକୀ ସହିତ ତବ ଗବନୁ କୀହ୍ନ ରଘୁନାଥ । ଫେରେ ସବ ପ୍ରିୟ ବଚନ କହି ଲିଏ ଲାଇ ମନ ସାଥ ॥
ଭାବାର୍ଥ :- ତା’ପରେ ଭାଇ ଲକ୍ଷ୍ମଣ ଏବଂ ପତ୍ନୀ ଜାନକୀଙ୍କ ସହିତ ପ୍ରଭୁ ଶ୍ରୀରଘୁନାଥ ସମସ୍ତ ଗାଁ ଲୋକଙ୍କୁ ମଧୁର କଥାରେ ବିଦାୟ ଦେଇ ସେମାନେ ବିତାଇଥିବା ବାଟରେ ଚାଲିଗଲେ । କିନ୍ତୁ, ସେମାନଙ୍କ ମନକୁ ଯେପରି ସେ ନିଜ ସାଥିରେ ଲଗାଇ ନେଇଗଲେ ।
ଫିରତ ନାରୀ ନର ଅତି ପଛିତାହିଂ । ଦୈଆହି ଦୋଷୁ ଦେହିଂ ମନ ମାହୀଂ ॥
ସହିତ ବିଷାଦ ପରସ୍ପର କହହୀଂ । ବିଧି କରତବ ଉଲଟେ ସବ ଅହହୀଂ ॥
ଭାବାର୍ଥ :- ପ୍ରଭୁ ଶ୍ରୀରାମ ବିଦାୟ ନେଇ ଆଗକୁ ଚାଲିଯିବା ପରେ ସମସ୍ତ ସ୍ତ୍ରୀ ପୁରୁଷ ଘରକୁ ଫେରିବା ସମୟରେ ବହୁତ ପଶ୍ଚ୍ୟାତାପ କଲେ, ଆଉ ମନେ ମନେ ଦଇବ ବିଧାତାକୁ ଦୋଷ ଦେଲେ । ମନରେ ବହୁତ ବିଷାଦର ସହିତ କହିଲେ ଏ ବିଧାତାଙ୍କ ସବୁ କାମ ଓଲଟା ।
✿❁❣️༒ ଜୟ ସୀତାରାମ ༒❣️❁✿


