Lord Jagannath Chandan Lagi ritual and traditional Balabhoga offering at Puri Temple

ଦିନ ୧୫: ଶ୍ରୀମନ୍ଦିର ଚନ୍ଦନଲାଗି ଓ ବାଳଭୋଗ

ଶ୍ରୀକ୍ଷେତ୍ର ଧାମରେ ପ୍ରଭାତର ପବିତ୍ର ମୁହୂର୍ତ୍ତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଳଭୋଗ ନୀତି ଓ ଚନ୍ଦନଲାଗିର ସୁଗନ୍ଧରେ ମହକି ଉଠେ ସାରା ନୀଳାଚଳ।

ଖଇ, ଉଖୁଡ଼ା, ଛେନା ଓ କଦଳୀର ବାଳଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୁଏ। ଏହି ପବିତ୍ର ନୀତି ଦର୍ଶନ କରି ଭକ୍ତଙ୍କ ହୃଦୟ ଆନନ୍ଦ ଓ ଭକ୍ତିରେ ଭରିଯାଏ।

ସନ୍ଧ୍ୟାରେ ଘଣ୍ଟନାଦ, ହରିବୋଲ ଓ ହୁଳହୁଳିରେ ମୁଖରିତ ହୁଏ ଶ୍ରୀମନ୍ଦିର। ରତ୍ନସିଂହାସନରେ ବିରାଜିତ କାଳିଆ ସାଆନ୍ତଙ୍କ ମନୋହର ମୁଖ ଦର୍ଶନ କରି ଭକ୍ତର ଆଖିରୁ ଝରିପଡ଼େ ଭକ୍ତିର ଅଶ୍ରୁ।

ହେ ମହାପ୍ରଭୁ! ମୋହ, ମାୟା, କାମ ଓ କ୍ରୋଧ ଦୂର କରି ମୋ ମନକୁ ପବିତ୍ର କର। ତୁମ ଶ୍ରୀଚରଣରେ ସଦାସର୍ବଦା ମୋର ମନ ଓ ପ୍ରାଣ ସମର୍ପିତ ରହୁ।

🙏 ଜୟ ଜଗନ୍ନାଥ! ଜୟ ନୀଳାଚଳ ଧାମ! 🙏 ✍️ : ଆଶିଷ କୁମାର ନାୟକ

Leave a Comment

Your email address will not be published. Required fields are marked *