ଦିନ ୨୧: ଗୀତଗୋବିନ୍ଦ ଖଣ୍ଡୁଆ ପାଟ ନୀତି
ଭକ୍ତ ଜୟଦେବଙ୍କ ଅମର କୃତି ଗୀତଗୋବିନ୍ଦ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ରହିଛି ଏକ ଅପୂର୍ବ ଭକ୍ତିମୟ ସମ୍ପର୍କ।
ଗୀତଗୋବିନ୍ଦର ପବିତ୍ର ପଦରେ ବୁଣା ହୋଇଥିବା ଖଣ୍ଡୁଆ ପାଟ ଶ୍ରୀମନ୍ଦିରର ଏକ ଅନନ୍ୟ ପରମ୍ପରା ଓ ଆଧ୍ୟାତ୍ମିକ ଭାବଧାରାର ପ୍ରତୀକ।
କାର୍ତ୍ତିକ ମାସର ଏହି ଏକବିଂଶ ଦିବସରେ ଭକ୍ତ ଜୟଦେବଙ୍କ ଭକ୍ତି ଓ ମହାପ୍ରଭୁଙ୍କ ଦିବ୍ୟ ମହିମା ସ୍ମରଣ କରିବା।

ସନ୍ଧ୍ୟାରେ ଦୀପ ଜାଳି ଆରାଧନା କରିବା।

ଆମ ହୃଦୟରେ ଅବିଚଳ ଭକ୍ତି ଓ ଜୀବନରେ ଶାନ୍ତି ଭରିଯାଉ।
ଜୟ ଜଗନ୍ନାଥ 🙏 ଜୟ ଶ୍ରୀହରି 🌺 ✍️ : ଆଶିଷ କୁମାର ନାୟକ

