🌹🌹🌹 କାର୍ତ୍ତିକ ମାହାତ୍ମ୍ୟ 🌹🌹🌹
ଭାଗ –୫
ଶୁଣ ସୁଜନେ ଦେଇ ମନ କର୍ଣ୍ଣ। ସତ୍ୟଭାମା ଶ୍ରୀକୃଷ୍ଣ ଙ୍କୁ ପଚାରିଲେ ଯେ କାର୍ତ୍ତିକ ମାସର ବିଧି ବିଧାନ ମୋତେ ବୁଝାଇ କୁହନ୍ତୁ। ଶ୍ରୀକୃଷ୍ଣ କହିଲେ ଯେ ପୁର୍ବରୁ ପୃଥୁ ରାଜା ନାରଦମୁନି ଙ୍କୁ ପଚାରିଲେ ଯେ କେଉଁ ଧର୍ମ ବଳରେ ଗୋବିନ୍ଦ ମନ୍ଦିରରେ ବସନ୍ତି ଓ ପୁଣି ସଂସାର ରେ ପଡନ୍ତି ନାହିଁ।
ନାରଦମୁନି କହୁଛନ୍ତି କାର୍ତ୍ତିକ ବ୍ରତ ଧର୍ମ ବଳରେ ମୁକ୍ତିଲାଭ ନିଶ୍ଚୟ କରନ୍ତି। ଅଶେଷ ଜନ୍ମ ପାପ ହରଣ କରେ ଓ ନିଶ୍ଚିତ ବସନ୍ତି ବିଷ୍ଣୁ ପୁରେ। ଶୁଣ ଏବେ କହୁଛି ବ୍ରତ ବିଧାନ। ଆଶ୍ବୀନ ଶୁକ୍ଳ ଏକାଦଶୀ ରେ କାର୍ତ୍ତିକ ବ୍ରତ ପାଇଁ ସଙ୍କଳ୍ପ କରିବ। ରଜନୀ ପ୍ରାତ କାଳରେ ଶୟନ ତେଜିବ। ଗ୍ରାମ ଉପାନ୍ତ ରେ ନିତ୍ୟ କର୍ମ ସମ୍ପାଦନ କରିବ। ପାତ୍ରରେ ଉଦକ ଓ କିଛି ମୃତ୍ତିକା ନେବ। ସେଥିରେ ଶୈ।ଚ କରିବ। ତାପରେ ଦାନ୍ତ କାଠି ଖୋଜି ଦାନ୍ତ ମାଜିବ। ଯଦି କିଛି ବୃକ୍ଷ ମିଳିତ ନାହିଁ। ତେବେ ରସାଳ ପତ୍ର ରେ ଦାନ୍ତ ମାଜିବ। ଯେବେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଥିବ। ଏହି ଦିନ ଦାନ୍ତ ଘଷିବ ନାହିଁ। ଦ୍ବାଦଶ ବାର ଜଳରେ ଧୋତ କରିବ। ନାଭି ପ୍ରମାଣ ଜଳରେ ପଶି ସ୍ନାନ କରିବ। ସୁମରି ଦେବ ଜନାର୍ଦ୍ଦନ ବ୍ରତ ନିବେଦନ କରିବ । ହେ ଦେବ ଦେବ ଲକ୍ଷ୍ମୀ ପତି। ଏହି ମୋର ବ୍ରତ ତୁମ୍ଭର ପ୍ରୀତି ରେ। କାର୍ତ୍ତିକ ସ୍ନାନ ଫଳ। ସୁଦୟା କର ଆଦିମୂଳ। ଅଶେଷ ଜନ୍ମ ପାପ ହର। ଦୁଃଖ ନାଶନ ବାନା ତୋର। ତାପରେ ସୂର୍ଯ୍ୟ ଙ୍କୁ ସ୍ତୂତି କରିବ। ତୁ ଦେବ ଦାମୋଦର ମୂର୍ତ୍ତି। କାର୍ତ୍ତିକ ମାସ ଜଳେ ସ୍ଥିତି। ମୁକ୍ତି ପ୍ରସରେ ପଦ ତଳୁ। ମୋତେ ଉଦ୍ଧାର ଭବ ଜଳରୁ। ଏପରି ସ୍ତୁତି କରି ଜଳ ଆଞ୍ଜୁଳି ନେଇ ଆଦିତ୍ୟ ଙ୍କୁ ଜଳ ଦାନ କରିବ। ପୁଷ୍କରିଣୀ ରେ ସ୍ନାନ କଲେ ପଞ୍ଚଗୁଣ, ନଦୀ ରେ ଦଶ ଗୁଣ ଓ ତୀର୍ଥ ରେ ସ୍ନାନ କଲେ ଲକ୍ଷ ଗୁଣରେ ଫଳ ଲାଭ ହୁଏ। କଳା ବାସ ପିନ୍ଧିବ ନାହିଁ। ଶୁକ୍ଳ ବସନ ପିନ୍ଧିବ ଅଥବା ପୀତ ବସ୍ତ୍ର ପିନ୍ଧିବ। ତାପରେ ଗନ୍ଧ ଚନ୍ଦନ ପୁଷ୍ପ ଫଳେ ଦେଇ ପୁଜା କରିବ। କାର୍ତ୍ତିକ ମାସରେ କନିଅର ରେ ଗଦାଧର ଙ୍କୁ ପୁଜା କରିବ। ଅରଖ ଗଇଶ ଦୁଦୁରା ମଲ୍ଲିକା ବିଷ୍ଣୁ ଙ୍କୁ ସମର୍ପଣ କରିବ ନାହିଁ। ଜପ କରିବ ନାରାୟଣ ନାମ।
ଓମ ନମଃ ଭଗବତେ ବାସୁଦେବାୟ 🙏

