କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୬)
ରାଜାପୃଥୁ ନାରଦ ମୁନିଙ୍କୁ ପ୍ରଣାମକଲେ ଓ କହିଲେ ଭୋ ମୁନି ! କଳହା ନାମକ ପିଶାଚୀ ଠାରୁ ବ୍ରାହ୍ମଣ ଧର୍ମଦତ୍ତ ତାର ପୂର୍ବ ବୃତ୍ତାନ୍ତ ଶୁଣିଲା ପରେ ଗୋବିନ୍ଦଙ୍କ ଧ୍ୟାନ କଲେ ? କଳହା କୁ ବ୍ରାହ୍ମଣ କଣ କହିଲେ ?କଳହା କିପରି ମୁକ୍ତିଲାଭ କଲା ? ଏ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ? ଦେବର୍ଷି ନାରଦ କହିଲେ ହେ ରାଜନ !ମୁଁ ଯାହା ଶୁଣିଅଛି ତୁମ ଆଗରେ କହୁଛି ଶୁଣ ?ନାରଦ କହିଲେ .........!!!!
କଳହା ର ବଚନ ଶୁଣି ବ୍ରାହ୍ମଣ ଧର୍ମଦତ୍ତ କିଛି ସମୟ ମୌନ ହୋଇ ରହିଲେ ଓ ତାପରେ କହିଲେ ହେ !ଶୁଭ୍ରକେଶୀ ତୁମର ପୁଣ୍ୟ କର୍ମ ପାଇଁ ତୁମେ ପାପ ପଥରେ ବୁଲୁଥିଲ ପୁଣ୍ୟ କରିବା ପାଇଁ ତୀର୍ଥ ଭ୍ରମଣ କରିବାକୁ କାହିଁକି ଗଲୁ ନାହିଁ ? ରାମ ଗୋବିନ୍ଦ , ନାରାୟଣ ନାମକୁ ତୁ କାହିଁକି ଉଚ୍ଚାରଣ କଲୁନାହିଁ ? ଅତି ଦୁଃଖ ସହି ପିଶାଚୀ ହୋଇ ବଣରେ ବୁଲୁଥିଲୁ ମୁଁ ତୋତେ ମଣିଷ ଜନ୍ମ ଦେଲି ଏବେ ତୁ ଦିବ୍ୟ ରୂପ ପାଇଲୁ ତୁ ଏବେ କୁଆଡେ ଯିବୁ ମୋତେ କହ ?
ବ୍ରାହ୍ମଣ ଧର୍ମଦତ୍ତ ଙ୍କ କଥା ଶୁଣି କଳହା କହିଲା ହେ ଗୋସାଇଁ !ମୁଁ ମହାପାପୀ ,ମୁଁ ଜ୍ଞାନହୀନା ,ମୋ ପାଇଁ ଭଲ ଗତି କଣ ମୁଁ କିପରି ଜାଣିବି ? କେଉଁ ଜନ୍ମରେ କେତେ ଭାଗ୍ୟ କରିଥିବାରୁ ତୁମର ଭେଟ ମୁଁ ପାଇଲି ତୁଳସୀ ପତ୍ର ଓ ଜଳ ଦ୍ୱାରା ମୋହର ଅଙ୍ଗ ପବିତ୍ର ହୋଇଗଲା । ମୋହର ମହାପାପ ଦୂରହୋଇ ମୁଁ ଅପୂର୍ବ ସୁନ୍ଦରୀ ରେ ପରିଣତ ହେଲି । କୁଆଡେ ଯିବି ବୋଲି ମୋତେ କଣ ପଚାରୁଛନ୍ତି ଗୋସାଇଁ ? ମୁଁ କୁଆଡେ ଯିବି ମୁଁ ଜାଣିନି ଆପଣ ମୋତେ ଉପଦେଶ ଦେବେ ଓ କହିବେ ମୁଁ କୁଆଡେ ଯିବି ! ଆପଣ ମୋହର ପିତା ,ଆପଣ ମୋହର ଗୁରୁ । ମୁଁ ସଂସାର ରୁ କେମିତି ମୁକ୍ତି ପାଇବି ସେହି ଆଜ୍ଞା ମୋତେ ପ୍ରଦାନ କରନ୍ତୁ । କଳହା ହାତଯୋଡ଼ି ବ୍ରାହ୍ମଣ ଧର୍ମଦତ୍ତଙ୍କ ପାଦତଳେ ପଡିଗଲା ଦେବର୍ଷି ନାରଦ ପୃଥୁରାଜା ଙ୍କୁ କହୁଛନ୍ତି ହେ ରାଜନ ! ଏହାପରେ କଳହା ର ଏମନ୍ତ ବଚନ ଶୁଣି ବ୍ରାହ୍ମଣ ମନେ ମନେ ବିଚାର କରି କଲେ ,ଏ ଯୁବତୀ ଅରକ୍ଷିତ ଅଟେ ! ଏହାର ଆଶ୍ରା ବୋଲି କେହି ନାହାନ୍ତି ବନ୍ଧୁ ସୋଦର ବୋଲି କେହି ନାହାନ୍ତି ପୂର୍ଣ୍ଣ ବିଶ୍ୱାସ ରେ ମୋ ଉପରେ ଭରସା ରଖିଛି ମୁଁ ଯଦି ଏହାକୁ ପୁଣ୍ୟ ଗତି ନଦେବି ତାହାଲେ ଯୁବତୀ ଟି ନିଶ୍ଚିତ ହଇରାଣ ହେବ । ବ୍ରାହ୍ମଣ ଙ୍କର ମନେ ପଡିଗଲା ଯେ ଉତ୍ତମ ଜନ ଙ୍କ କହିଥିବା କଥା ,କଥାଟି ହେଲା "ଯେଉଁ ବ୍ୟକ୍ତି ପ୍ରାଣୀ ଙ୍କ ଉପରେ ଦୟା କରେ ଆଉ ତା ଉପରେ ଧର୍ମ କିଛି ନାହିଁ "। ପର ଉପକାର ହେଉଛି ଦୟା ! ସବୁ ଧର୍ମ ଠାରୁ ଏହା ଶ୍ରେଷ୍ଠ । ଏହା ଭାବି ବ୍ରାହ୍ମଣ ଭାବିଲେ ଏହି ଯୁବତୀ କୁ ନିସ୍ତାର କରି ମୋ ଧର୍ମ ରୁ ଅଧା ଧର୍ମ ଏହାକୁ ଦେବି ! ସେହି ଧର୍ମ ଫଳ ପାଇ ଯୁବତୀ ଜଣକ ସଂସାରରୁ ମୁକ୍ତି ପାଇଯାଉ । ଧର୍ମଦତ୍ତ ବ୍ରାହ୍ମଣ ଏମନ୍ତ ବିଚାର କରି ହାତରେ କୁଶ ଓ ତୁଳସୀ ପତ୍ର ମିଶ୍ରିତ ଜଳ ଧରି ନିଜେ ଯେଉଁ କାର୍ତ୍ତିକଉଦ୍ୟାପନ କର୍ମ କରିଥିଲା ସେହି ଧର୍ମ କୁ ଦୁଇ ଭାଗ କଲା ଓ ଗୋଟିଏ ଭାଗ କୁ ମନ୍ତ୍ର କରି କଳହା ହାତରେ ଦେଲା । କଳହା ହାତରେ ଯେମିତି ଗୋଟିଏ ଭାଗ ଧର୍ମ ପାଇଲା ସଂଗେ ସଂଗେ କଳହା ମୋକ୍ଷ ପାଇଗଲା । କଳହା ଏମିତି ସୁନ୍ଦରୀ ଦେଖାଗଲା ଯେ ବ୍ରାହ୍ମଣ ତାହାର ଉପମା ଦେବାକୁ ସକ୍ଷମ ହୋଇ ପାରିଲେ ନାହିଁ । କଳହା ମାତା ଲକ୍ଷ୍ମୀ ଙ୍କର ଦ୍ଵିତୀୟ ଅବତାର ଭଳି ଦେଖାଗଲା । କାର୍ତ୍ତିକ ଦୀପଦାନ ଦେବା ଫଳରେ ତାହାର ଜ୍ୟୋତି ଜାଜୁଲ୍ୟମାନ ଦେଖାଗଲା । ବିଭିନ୍ନ ଅଙ୍ଗରେ ଅଳଙ୍କାର ମାନ ଶୋଭା ପାଇଲା । ଝୀନ୍ ପତନୀ ଅଙ୍ଗରେ ଶୋଭା ପାଇଲା । କନକ କାନ୍ତି ପରି ଆଭା ତା ଦେହରୁ ଝଟକୁ ଥିଲା ବ୍ରାହ୍ମଣ ସୁନ୍ଦର ଯୁବତୀ କୁ ଦେଖି ମନ ରେ ସୁଖ ଆସିଲା । ଏହି ସମୟରେ ଆକାଶ ମାର୍ଗରୁ ଗୋଟିଏ ଜ୍ୟୋତି ଖସି ଆସିଲା ଜ୍ୟୋତିଟି ସୂର୍ଯ୍ୟଙ୍କ ପରି ଦେଖା ଯାଉଥିଲା । ବ୍ରାହ୍ମଣ ଦେଖିଲେ ଶୁଦ୍ଧ ସୁବର୍ଣ୍ଣ ମୟ ଯାନ । ଯାନରେ ଅଷ୍ଟ ରତ୍ନ ଖଞ୍ଜା ହୋଇଛି । ମଣି ,ମାଣିକ ମାଳ ମାଳ ହୋଇ ଚନ୍ଦ୍ର ଙ୍କ ପରି ଦିଶୁଛନ୍ତି ।ଶ୍ଵେତ ରଙ୍ଗର ଶାଢୀ ଦେହରେ ହୀରା ର ଧଢି ,ପାରିଜାତ ପୁଷ୍ପ ମାଳ ,ମୁକ୍ତାର ମାଳ , ପତାକା ସେହି ଯାନରେ ଲାଗିଛି ।ପଦ୍ମ ,ଚକ୍ର ଚିହ୍ନ ସହ ସେହି ଯାନ ଆସି ଯୁବତୀ ନିକଟରେ ଠିଆ ହୋଇଗଲା ।ଧର୍ମଦତ୍ତ ବ୍ରାହ୍ମଣ ଦେଖିଲେ ସେହି ରଥରେ ବିଷ୍ଣୁ ଗଣ ବସି ତାଳ ମୃଦଙ୍ଗ ଧରି ଗୋବିନ୍ଦ ଙ୍କ ଗୁଣ କୀର୍ତ୍ତନ କରୁଛନ୍ତି । ଉର୍ବଶୀ ଙ୍କ ସହ ଲକ୍ଷେ ନାରୀ ଚାମର ପକାଉଛନ୍ତି । ବିନା ଅଶ୍ୱ ରେ ସେ ଯାନ ଚାଲୁ ଥିବାର ଧର୍ମଦତ୍ତ ଦେଖିଲେ । ଭୂମି ଉପରେ ରଥ ଆସି ପହଁଞ୍ଚି ଗଲା । ବିଷ୍ଣୁ ଦୂତମାନେ କଳହା ହାତ ଧରି ବିମାନ ରେ ବସାଇ ଦେଲେ । ଏହି ସମୟରେ ଉର୍ବଶୀ ଆଦି ଅପ୍ସରୀ ମାନେ ହୁଳହୁଳି ପକାଇବାରେ ଲାଗିଲେ ।
ଧର୍ମଦତ୍ତ ବ୍ରାହ୍ମଣ ଏପରି ଦୃଶ୍ୟ ଦେଖି ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟ ରେ ଭୂମି ରେ ଦଣ୍ଡବତ କଲା । ବିଷ୍ଣୁଗଣ ଙ୍କୁ ଚାହିଁ ହାତ ଯୋଡି କହିଲା ହେ ବିଷ୍ଣୁଗଣ କିଛି ସମୟ ରୁହ ମୋତେ କୁହନ୍ତୁ ତୁମେ ମାନେ କିଏ ? କେଉଁଠାରୁ ତୁମେଆସିଛ ? ତୁମର ଦେବତା କିଏ ? ତୁମର ଦେବତା କୌଣସି ଯକ୍ଷ ,ୠଷି ନା ବୈକୁଣ୍ଠ ବାସୀ ଭଗବାନ ବିଷ୍ଣୁ ! ମୋ ଅନୁମାନ ଯଦି ସତ ତାହାଲେ ତୁମ୍ଭେମାନେ ନିଶ୍ଚିତ ବିଷ୍ଣୁ ଙ୍କ ଲୋକ । ପ୍ରଭୁଙ୍କ ଆଜ୍ଞାରେ ତୁମେ ଏଠାକୁ ଆସିଛ ମୁଁ ପ୍ରତ୍ୟକ୍ଷ ଭାବେ ଜାଣି ପାରିଛି ।କଳହା ମୁକ୍ତି ପାଇଁ ଭଗବାନ ବିଷ୍ଣୁ ଙ୍କ ଆଜ୍ଞା ପାଇ ଏଠାକୁ ଆସିଛ ! ଏହି ନାରୀ ଧର୍ମ ବଳ ଯୋଗୁଁ ସେ ମୋକ୍ଷ ପାଇବାକୁ ଯାଉଛି । ମୁଁ ମୋ ନୟନରେ ଏସବୁ ଦେଖିବାକୁ ପାଉଛି । କାର୍ତ୍ତିକ ବ୍ରତ ମହାପୁଣ୍ୟ ପାଇଁ ସଂସାରରୁ ଏହି ନାରୀ ନିସ୍ତାର ପାଇଲା । ବ୍ରାହ୍ମଣ କହିଲା ମୁଁ କାର୍ତ୍ତିକ ବ୍ରତ ଉଦ୍ୟାପନ କଲି । ମୋ ଧର୍ମରୁ ଅଧା ଦେବାରୁ ସୁନ୍ଦରୀ କଳହା ବୈକୁଣ୍ଠ ପୁର ଗଲା ଆଉ ମୋହର କେଉଁ ଗତି ହେବ କୁହନ୍ତୁ ? ହେ ବିଷ୍ଣୁ ଦୂତ ମୋତେ କଣ ନର୍କ ଭୋଗିବାକୁ ପଡ଼ିବ ?ବିଚାର କରି ମୋ ନ୍ୟାୟ ମୋତେ ଦେଇକରି ଯାଅ । ବିଷ୍ଣୁଦୂତ ମାନେ ବ୍ରାହ୍ମଣ ଧର୍ମଦତ୍ତ ଙ୍କ ପ୍ରଶ୍ନର ଉତ୍ତରରେ କହିଲେ ! ହେ ବିପ୍ର ସାବଧାନ ହୋଇ ଶୁଣ ! ତୁମ୍ଭର କାର୍ତ୍ତିକ ଧର୍ମ ଦାନ ଫଳରେ ପିଶାଚୀ ଦେହରୁ ପାପ କଟି ସେ ବିଷ୍ଣୁଲୋକ କୁ ଯାଉଛି । ତୁମେ ନିଜେ ଧର୍ମ ଅର୍ଜନ କରୁଛ । ଜନ୍ମରୁ ପାପକର୍ମ ନକରି ପୁଣ୍ୟ କର୍ମ କରି ଆସୁଛ । ତୁମ୍ଭର ସବୁ ସୁକୃତ କର୍ମ ବିଷ୍ଣୁ ଭଗବାନଙ୍କ ସେବାରେ ଲାଗୁଛି । ତୁମ ପାଇଁ ବେଦ , କର୍ମକାଣ୍ଡ ଆଜି ଧର୍ମ ଦାଣ୍ଡରେ ବଣା ନହୋଇ ରହିଛି । ତୁମେ ଶୁଦ୍ଧ ବ୍ରହ୍ମରାଶି , ତୁମେ କାର୍ତ୍ତିକ ଏକାଦଶୀ ପାଳନ କରିଛ । ତୁଳସୀ ଙ୍କ ସେବା କରିଛ ଓ ଗୋବିନ୍ଦ ଙ୍କ ନାମ ସର୍ବଦା ଘୋଷି ଚାଲିଛ । ଏକଥା ଆମେମାନେ ଜାଣିଛୁ । ବିଷ୍ଣୁଗଣ ପୁଣି ବ୍ରାହ୍ମଣ ଙ୍କୁ କହିଲେ ହେ ବିପ୍ର !ଦିନେ ବୈକୁଣ୍ଠ ପୁରରେ ଭଗବାନ ଶ୍ରୀହରି ଲକ୍ଷ୍ମୀଙ୍କ ସହିତ ଭୃତ୍ୟଙ୍କ ଗୁଣ କହୁଥିଲେ ଓ ପ୍ରଶଂସା ମଧ୍ୟ କରୁଥିଲେ । ଶ୍ରୀହରି ଭଗବାନ କହିଲେ ବିପ୍ର ଧର୍ମଦତ୍ତ ବ୍ରାହ୍ମଣ ମାନଙ୍କ ମଧ୍ୟରେ ସାରସ୍ୱତ ଓ ଶ୍ରେଷ୍ଠ । ତାଙ୍କର ତିନିଗୋଟି ଭାରିଯା ସ୍ୱାମୀଙ୍କୁ ସ୍ନେହ ଦେଇ ସଂସାର ଚଳାଇଛନ୍ତି ଧର୍ମଦତ୍ତ ଙ୍କ ଆଜ୍ଞାରେ ପତ୍ନୀମାନେ ବିଷ୍ଣୁ ପୂଜା ସର୍ବଦା କରନ୍ତି । ମୋଟ ଉପରେ କହିବାକୁ ଗଲେ ସ୍ୱାମୀ ସ୍ତ୍ରୀ ଚାରିଜଣ ମୋହର ଏମିତି ପୂଜା କରୁଥାନ୍ତି ଯେ ତାଙ୍କ ପୂଜାର ପଟାନ୍ତର ନାହିଁ ।ସେମାନେ ଆମକୁ ଯେତିକି ସ୍ନେହ କରିଛନ୍ତି ହେ କମଳା ! ଆମେ କିପରି ତାଙ୍କର ଋଣ ଶୁଝିବା କୁହ ? ମାତା କମଳା କହିଲେ ତାଙ୍କ ମରଣ କାଳ ଜାଣି ଆମେ ସେହି ଚାରିଜଣ ଙ୍କୁ ବିଷ୍ଣୁପୁର ଅର୍ଥାତ ବୈକୁଣ୍ଠ କୁ ନେଇ ଆସିବା ପ୍ରଭୁ ! ତାଙ୍କୁ ଦୁର୍ଲ୍ଲଭ ଦେହ ଦେଇ ଆମ୍ଭ ନିକଟରେ ରଖିବା । ଆମ୍ଭ ନିକଟରେ କୈବଲ୍ୟ ଭୋଗ ଖାଇ ସେମାନେ ସୁଖୀ ହୋଇ ରହିବେ । ଏହିପରି ଦଶଲକ୍ଷ ଯୁଗ ସେହି ଚାରିଜଣ ବୈକୁଣ୍ଠ ଭୋଗ କରିବେ । ତାପରେ ମର୍ତ୍ତପୁରରେ ସୁରୁଜ ନଦୀ କୂଳରେ ଅଯୋଧ୍ୟା ନାମରେ ଦେଶରେ ସୂର୍ଯ୍ୟ ବଂଶ ରେ ଏମାନେ ଜାତ ହେବେ ।ଏମାନେ ଜମ୍ଭୁ ଦ୍ବୀପ ର ରାଜା ହେବେ ।ତାଙ୍କ ନାମ ଦଶରଥ ହେବ । ତାଙ୍କର ତିନୋଟି ଭାରିଜା ହେବେ ଏହି ପୂର୍ବ ଧର୍ମଦତ୍ତ ପତ୍ନୀ ମାନେ କୌଶଲ୍ୟା , କୈକେୟୀ ,ସୁମିତ୍ରା ଦଶରଥଙ୍କ ତିନି ରାଣୀ ହେବେ । ପାଠକ ମାନେ ଧ୍ୟାନ ଦିଅନ୍ତୁ ଯେଉଁ ଧର୍ମଦତ୍ତ ବ୍ରାହ୍ମଣ କାର୍ତ୍ତିକ ବ୍ରତ କରି ଉଦ୍ୟାପନ କରିଥଲା ଓ ତାଙ୍କର ତିନି ପତ୍ନୀ ବୈକୁଣ୍ଠ ରେ ଦଶଲକ୍ଷ ବର୍ଷ ଭୋଗକରି ଅଯୋଧ୍ୟା ରେ ଜନ୍ମ ନେଇଥିଲେ । ଧର୍ମଦତ୍ତ ହୋଇଥିଲେ ଦଶରଥ ଓ ତାଙ୍କର ତିନି ପତ୍ନୀ କୌଶଲ୍ୟା , କୈକେୟୀ ଓ ସୁମିତ୍ରା ହୋଇଥିଲେ । ଏଣୁ କାର୍ତ୍ତିକ ମାହାତ୍ମ୍ୟ ର ମହିମା କେତେ ତାହା ଅନୁମେୟ
ଭଗବାନ ବିଷ୍ଣୁ ପୁନଶ୍ଚ ଲକ୍ଷ୍ମୀ ଙ୍କୁ କହୁଛନ୍ତି ଏହି ସତୀ ସାଧବୀ ଙ୍କ ଗର୍ଭରେ ଆମେ ପୁତ୍ର ଭାବରେ ଜନ୍ମ ନେବୁ । ଶ୍ରୀରାମ ନାମରେ ଆମେ ଚତୁର୍ଦ୍ଧା ମୂର୍ତ୍ତି ଧରି ଅବତାର ହେବୁ । ଭକ୍ତମାନଙ୍କ ମନ ରଞ୍ଜନ କରିବା ଆମର ଲକ୍ଷ୍ୟ ହେବ ଏକଥା କମଳଲୋଚନ ଲକ୍ଷ୍ମୀ ମାତାଙ୍କୁ କହୁଥିବାର ଆମ୍ଭେ ଶୁଣିଛୁ । ବିଷ୍ଣୁଗଣ କହିଲେ ହେ ବିପ୍ର ! ଆମକୁ ଆପଣ କଣ ପଚାରୁ ଛନ୍ତି ? ଆପଣ ବିଷ୍ଣୁପୁର କି ବୈକୁଣ୍ଠ ବାସୀ ହୋଇ ସାରିଲେଣି ।ଆପଣଙ୍କୁ ନମସ୍କାର । ଆପଣଙ୍କର ଆମେ ଭୃତ୍ୟ । ହେ ବିପ୍ର ସେ ସମୟ ପ୍ରାୟ ଆସି ଗଲାଣି ! ଆଉ ଅଳ୍ପ ଦିନ ଆପଣ ମର୍ତ୍ତରେ ରହିବେ ।ବିଷ୍ଣୁଗଣ ଙ୍କ ଠାରୁ ଏମନ୍ତ ବଚନ ଶୁଣି ଧର୍ମଦତ୍ତ ଙ୍କ ଆଖି ରୁ ଆନନ୍ଦ ଅଶ୍ରୁ ଖସି ପଡିଲା ।ସେ କୃତ କୃତ ହୋଇ ବିଷ୍ଣୁ ଭଗବାନଙ୍କ ଠାରେ ଚିତ୍ତ ନିବେଶ କଲେ ।