ଅଭିଶାପ ଫଳିଲା
!! ଭାଗ – ୨ !!
ଅଚ୍ଯୁତାନନ୍ଦ
ଆଗରୁ ପଢିଥିଲେ….
ଗୌତମ ମୁନି ତାଙ୍କ ପତ୍ନୀ ଅହଲ୍ୟା , ଦୁଇ ବାଳୁତ ପୁତ୍ର ଏବଂ କନ୍ୟା ଅଞ୍ଜନା କୁ ସାଥିରେ ନେଇ ଗଙ୍ଗା ନଦୀ ର ପର ପାରରେ ଥିବା ଜଣେ ଧନୀକ ଯଜମାନ ଙ୍କ ନବଜାତ ପୁତ୍ରସନ୍ତାନ ର ନାମକରଣ ଉତ୍ସବ ରେ ଯୋଗ ଦେବା ପାଇଁ ଯାଉଥିଲେ I

ନଦୀ ର ତାତିଲା ବାଲିରେ ମୁନି ଗୌତମ ଦୁଇ ପୁଅଙ୍କୁ କାନ୍ଧରେ ବସାଇ ଆଗେ ଆଗେ ଚାଲୁଥିଲେ ଓ ତାଙ୍କୁ ଅନୁସରଣ କରି ଚାଲୁଥିଲେ ପତ୍ନୀ ଓ କନ୍ୟା I
ଋଷି ଦିବ୍ୟଚକ୍ଷୁ ବଳରେ ଦେଖି ପାରୁ ଥିଲେ ଯଜମାନଙ୍କ ପତ୍ନୀ କେମିତି ଦେଢ଼ଶୂରଙ୍କ ଦ୍ୱାରା ଧର୍ଷଣ ର ଶିକାର ହୋଇ ମାତୃତ୍ୱ ପ୍ରାପ୍ତ ହୋଇଥିଲେ , ଯେଉଁ ଜାରଜ ସନ୍ତାନ ର ନାମଜରଣ ପାଇଁ ତାଙ୍କର ଆଜିର ଯାତ୍ରା।

ଜାରଜ ସନ୍ତାନଟିର କଣ ନାମ ଦେବେ ବୋଲି ବିରକ୍ତ ହେଉଥିବା ସମୟରେ ଝିଅ ଡହଡହ ତତଲା ବାଲି ଉପରେ ଚାଲିବାର ଯନ୍ତ୍ରଣା ସହି ନ ପାରି ବାପାଙ୍କ ପାଖରେ ଅଭିଯୋଗ କଲା ଯେ ସେ ନିଜ ଜନ୍ମିତ କନ୍ୟାକୁ ନଦୀର ଗରମ ବାଲି ଉପରେ ଚାଲିବାକୁ ଛାଡ଼ି ଦେଇ ଜାରଜ ସନ୍ତାନ ମାନଙ୍କୁ କାନ୍ଧରେ ବସାଇ ଚାଲୁଛନ୍ତି!
ଋଷିଙ୍କ ମୁଣ୍ଡ ରେ ବଜ୍ରପାତ ର ଯନ୍ତ୍କଣା ଅନୁଭବ ହେଲା ଓ ସେ ହତଭମ୍ଭ ହୋଇ ପଡିଲେ।
ଯେଉଁ ପତ୍ନୀଙ୍କୁ ସେ ଦୁନିଆଁ ର ସର୍ବଶ୍ରେଷ୍ଠ ପତିବ୍ରତାର ଆସନରେ ବସାଇଛନ୍ତି ସେ ତାଙ୍କ ବିଶ୍ବାସ ରେ ଏମିତି ବିଷ ଦେଇ ପାରିଲେ କେମିତି ?)
ଏହାପରେ…..
ମୁହୂର୍ତ୍ତକ ଭିତରେ କେତେ କଥା ଭାବି ଯାଊଥିଲେ ମୁନିବର।
ଅପ୍ସରା ମେନକା ତାର ସୁନ୍ଦର ରୂପର ଗର୍ବରେ ଦିନେ ଧ୍ୟାନରତ ବ୍ରହ୍ମାଙ୍କ ପାଖ ଦେଇ ଚାଲିଗଲା ଅଥଚ ତାଙ୍କୁ ପ୍ରଣାମ ନକଲା ତ ନାହିଁ ବ୍ରହ୍ମାଙ୍କର ଉପସ୍ଥିତି କୁ ସ୍ୱୀକାର ପର୍ଯ୍ୟନ୍ତ କଲା ନାହିଁ I ବ୍ରହ୍ମାଙ୍କ ବ୍ରହ୍ମକୁ କଥାଟା ଭାରି ବାଧିଲା I କିନ୍ତୁ ସାମାନ୍ୟ ଜଣେ ଦେବଭୋଗ୍ୟା ରୂପଜୀବୀ ହୋଇ ମଧ୍ଯ ଯେ ଦେବତା ମାନଙ୍କ ପାଇଁ ନିଜର ମାନ ,ମହତ, ଜୀବନ ଓ ଯୌବନକୁ ପାଣି ଛଡ଼ାଇ କାମରେ ଲାଗିଯାଏ ତାକୁ ଅଭିଶାପ ଦେଇ ନିଜ ପଦମର୍ଯ୍ଯାଦାର ଅପମାନ କରିବାକୁ ଚାହୁଁ ନ ଥିଲେ ସେ। ତଥାପି ତାକୁ ତାକୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ତ ପଡିବ!
ନିଜର ସମସ୍ତ କଳ୍ପନା ଶକ୍ତି ଲଗାଇ ତ୍ସମଗ୍ର ବିଶ୍ବର ସବୁଠାରୁ ନମନୀୟ,କମନୀୟ, କୋମଳ ଏବଂ ଶ୍ବେତଧବଳ ବର୍ଣ୍ଣ ର ତ୍ରିଭୁବନମୋହିନୀ କନ୍ଯାଟିଏ ସୃଷ୍ଚି କଲେ ଯାହାକୁ ଦେଖି ସେ ନିଜେ ମଧ୍ଯ ଲୋଭାନ୍ବିତ ହୋଇ ପଡିଲେ। ଅହଲ୍ଯା ନାମଧାରୀ କନ୍ଯାଟି ବଡ ହେଲେ ରମ୍ଭା, ମେନକା ଏବଂ ଉର୍ବଶୀଙ୍କ ଠାରୁ ସହସ୍ତ୍ର ଗୁଣରେ ସୁନ୍ଦର ହେବା ସହିତ ସୁଶିକ୍ଷିତା , ଭଦ୍ର , ମାର୍ଜିତ ଏବଂ ସର୍ବୋପରି ନମ୍ରତା ର ପ୍ରତିମୂର୍ତ୍ତି ଟିଏ ହୋଇ ପରୀ ମାନଙ୍କର ଜଣେ ଆଦର୍ଶ ପଥ ପ୍ରଦର୍ଶିକା ହେବ ଯାହାକୁ ଦେଖି ଇନ୍ଦ୍ରାଣୀ ମଧ୍ଯ ଈର୍ଷାର ସାଗରରେ ଉବୁଟୁବୁ ହେବେ। ସେଥି ପାଇଁ କନ୍ଯାଟିକୁ ସ୍ବର୍ଗର ବିଳାସବ୍ଯସନ ଭିତରେ ନ ବଢାଇ ଊତ୍ତମ ଶିକ୍ଷାଦେବା ପାଇଁ ମର୍ତ୍ତ୍ଯର ସୁପ୍ରସିଦ୍ଧ ଚପସ୍ବୀ ଗୌତମ ମୁନୀଙ୍କ ଆଶ୍ରମ କୁ ପଠାଇ ଦେବା କଥା ଠିକ କଲେ।
ଗୌତମ ମୁନୀ ଭାବି ଚାଲିଥିଲେ।
ଶିଶୁ କନ୍ଯଟିକୁ ଗ୍ରହଣ କରିବା ସମୟରେ ପିତାମହ ବ୍ରହ୍ମାଙ୍କର ଶକ୍ତ ଚେତାବନୀ ଥିଲା –
କେବଳ ମହିଳା ଧାତ୍ରୀ ମାନେ ହିଁ ଝିଅର ସେବାଯତ୍ନର ଦାୟିତ୍ବ ନେବେ।
ବିଦ୍ଯାଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ବ ନିଜେ ଋଷି ଗୌତମ ବହନ କରିବେ।
ଷୋଡଷ ବର୍ଷ ବା କନ୍ଯାର ପ୍ରଥମ ରୁତୁସ୍ରାବ ପର ଗଙ୍ଗାସ୍ବାନ ର ପରବର୍ତ୍ତୀ ଦିନ ହିଁ ଋଷି ନିଜେ କନ୍ଯାକୁ ଆଣି ସ୍ବର୍ଗରେ ପ୍ରତ୍ଯର୍ପଣ କରିବେ।
କଇଁ କଇଁ କାନ୍ଦୁଥିବା ଶିଶୁକନ୍ଯା ଟିର ଲାଳନ ପାଳନ ପାଇଁ ସେ କେମିତି ଅସଂଖ୍ଯ ବିନିଦ୍ର ରଜନୀ କଟାଇଥିଲେ ସେକଥା ତାଙ୍କର ସ୍ମୃତିର ଝରକା ସେପାଖରେ ଉଙ୍କି ମାରୁଥିଲା I କେତେଥର ଯେ ସେ ମୁନିଙ୍କ ଉପରେ ମଲମୁତ୍ର ତ୍ଯାଗ କରିଥିବ ଏବଂ ମୁନି ଶୀତ ରାତିରେ ଓଦା ସର ସର ହୋଇ ନିଦରୁ ଉଠିଥିବେ , ସେକଥା ସବୁ ତାଙ୍କର ପରିଷ୍କାର ମନେ ଅଛି। ବାପା ,ମାଆ ,ଭାଇ ,ଭଉଣୀ ତଥା ବନ୍ଧୁ ର ଅଭାବ ଅନୁଭବ କରିବାକୁ ଦେଇ ନ ଥିଲେ ସେ କୁନି ପରୀ ଟିକୁ।
ଧୀରେ ଧୀରେ ବଡ଼ ହୋଇ ଆସୁଥିଲା ସେ ବ୍ରହ୍ମାଙ୍କ ମାନସ କନ୍ୟା ଟି ଆଶ୍ରମ ର ପରିବେଶ ରେ ଗୋଟିଏ କଅଁଳ କଢ଼ି ଟିଏ ପରି I କାଳେ କୌଣସୀ ଦୁଷ୍ଟ ଭଅଁର ର ଆଖି ତା ଉପରେ ପଡିଯିବ ଭାବି ମୁନିଙ୍କୁ ନିଦ ହେଉ ନ ଥାଏ I ଆଶ୍ରମ ରେ ଶିକ୍ଷାର୍ଥୀ ମାନଙ୍କ ପାଇଁ ନୃତ୍ୟ ଗୀତ ଶିକ୍ଷା ର ପରିଭାଷା ଭିତରେ ନ ଥିଲା i କିନ୍ତୁ ଗୋଟିଏ ସମ୍ପୂର୍ଣ୍ଣ ଦେବବାଳା ହେବାପାଇଁ ଗାନ୍ଧର୍ବ ବିଦ୍ୟା ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଆଶ୍ରମ ପରିସରରୁ ବାହାରକୁ ଯାଇ ତାର ନୃତ୍ଯଶିକ୍ଷାର ବନ୍ଦୋବସ୍ତ କରିଥିଲେ ମୁନିପ୍ରବର।
ମନେଅଛି ପ୍ରଥମ ରୁତୁସ୍ରାବ ଦିନ ଭୟରେ ଥରୁଥିଲା ଝିଅଟି। ସେ ନିଜେ ବି କଣ ଜାଣିଥିଲେ ଏ ବିଷୟରେ! ଆଶ୍ରମର ବୃଦ୍ଧା ଅନ୍ତେବାସୀ ଜଣେ କେତେ ବୁଝାଶୁଝା କରି ତୁନି କରାଇଥିଲେ ଅହଲ୍ଯାକୁ। କୁନି ଝିଅରୁ ରାତାରାତି ଅହଲ୍ଯା ପାଲଟି ଯାଇଥିଲା ସେ।
ଗଙ୍ଗାସ୍ନାନ କରି ଯେଉଁ ଦିନ ଆଶ୍ରମରୁ ବିଦାୟ ନେଇ ଋଷିଙ୍କ ପଛେ ପଛେ ଶାନ୍ତ ସୁଧାର କନ୍ୟା ଟି ମର୍ତ୍ତ୍ୟ ମଣ୍ଡଳ ରୁ ବିଦାୟ ନେଉଥିଲା ନିଜେ ଗୌତମ ଋଷି ମଧ୍ୟ ଭାବି ପାରି ନ ଥିଲେ ଯେ ବହୁତ ଶୀଘ୍ର କନ୍ୟା ରତ୍ନ ଟି ପୁଣି ତାଙ୍କରି ଆଶ୍ରମ କୁ ଫେରି ଆସିବ !
ସ୍ୱର୍ଗପୂର ରେ ଋଷିଙ୍କ ସହିତ ବ୍ରହ୍ମାକନ୍ୟା ଙ୍କର ବି ଭୂରି ଭୂରି ସ୍ୱାଗତ କରାହେଲା I ପିତାମହ ବ୍ରହ୍ମା ନିଜ ଦୁହିତା ର ଅନନ୍ୟ ସୌନ୍ଦର୍ଯ୍ୟ ସହିତ ରୁଦ୍ଧିମନ୍ତ ଆଚାର ବ୍ୟବହାର , ଶିକ୍ଷା ଦୀକ୍ଷା ଏବଂ କଳା ସଂସ୍କୃତି ପ୍ରତି ନିଷ୍ଠା ଦେଖି ଗଭୀର ଭାବରେ ପ୍ରଭାବିତ ହେଲେ ଏବଂ ଗୁରୁ ଗୌତମମୁନିଙ୍କୁ ଏହାର ସମ୍ପୁର୍ଣ୍ଣ ଶ୍ରେୟ ଦେବା ପାଇଁ ଭୁଲି ନ ଥିଲେ I
ଦିନ କେଇଟା ଭିତରେ ଅହଲ୍ୟା ର ପ୍ରସିଦ୍ଧି ସାରାଟା ସ୍ୱର୍ଗ ରାଜ୍ୟ ରେ ଅରଣ୍ୟ ର ଅଗ୍ନି ଭଳି ବ୍ୟାପ୍ତ ହୋଇ ଗଲା ଓ ଇନ୍ଦ୍ର , ସୂର୍ଯ୍ୟ ଙ୍କ ଠାରୁ ଆରମ୍ଭ କରି ବରୁଣ , ଅଗ୍ନି ଏବଂ ଚନ୍ଦ୍ର ଦେବ ଙ୍କ ତରଫରୁ ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା I ଗୌତମ ମୁନି ବିଦାୟ ନେଇ ଯିବାକୁ ଚାହୁଁ ଥିଲେ କିନ୍ତୁ ବ୍ରହ୍ମା ତାଙ୍କୁ କନ୍ୟାର ବିବାହ ଉତ୍ସବ ର ସମାପନ ପର୍ଯ୍ୟନ୍ତ ରହି ଯିବାକୁ ଅନୁରୋଧ କଲେ I
ବ୍ରହ୍ମା କିନ୍ତୁ ଧୀରେ ଧୀରେ ଅନୁଭବ କରୁଥିଲେ ଯେ ବୟସାଧିକ୍ୟ ସତ୍ତ୍ୱେ ମାତୃହୀନା କନ୍ୟାଟିର ଲାଳନ ପାଳନ ଏବଂ ଶିକ୍ଷାଦୀକ୍ଷା ରେ ଗୌତମ ମୁନି ଯେଉଁଭଳି ଯତ୍ନବାନ ହୋଇଛନ୍ତି ସ୍ୱାମୀ ହିସାବ ରେ ମଧ୍ୟ ସେହି ଭଳି ଉପଯୋଗୀ ସାବ୍ୟସ୍ତ ହେବେ I
ଅହଲ୍ୟା କିନ୍ତୁ ଗୌତମ ଋଷିଙ୍କ ଅପେକ୍ଷା ଇନ୍ଦ୍ର ଏବଂ ସ୍ୱର୍ଯ୍ୟଙ୍କ ପ୍ରତି ଅଧିକ ଆକର୍ଷିତ ହେଉଥିବା କଥା ଲକ୍ଷ୍ଯ କରି ବ୍ରହ୍ମା ଟିକିଏ ଚିନ୍ତିତ ହୋଇ ପଡୁଥିଲେ। ଉଭୟ ଦେବତା ବିବାହିତ ଥିଲେ ମଧ୍ଯ ପରନାରୀ ପ୍ରତି ସଦାସର୍ବଦା ଲୋଲୁପ ଦୃଷ୍ଚି ପକାଉଥିଲେ। କେବଳ ପୁତ୍ର ନାରଦକୁ ଛାଡ଼ି ଦେଲେ ଅନ୍ୟ କେହି ତାଙ୍କ ପସନ୍ଦ ର କଷଟି ପଥର ରେ ଉତ୍ତୀର୍ଣ୍ଣ ହୋଇ ପାରୁ ନଥିଲେ ଏବଂ ନାରଦ ଆଜୀବନ ବ୍ରହ୍ମଚାରୀ ଥିବାରୁ ତଥା ସମ୍ପର୍କ ରେ ଭାଇ ହେଉଥିବାରୁ ଅହଲ୍ଯା ସହିତ ବିବାହ ର ପ୍ରଶ୍ନ ହିଁ ଉଠୁ ନଥିଲା I
ମଙ୍ଗଳ ଦେବତା ଙ୍କର ତ ବିବାହର ଯୋଗ ହିଁ ନାହିଁ I ସେଥି ପାଇଁ ବର ଓ କନ୍ୟା ମାଙ୍ଗଳିକ ଥିଲେ ବିବାହ ରେ ବିଘ୍ନ ଘଟି ଥାଏ I
ଏହା ଭିତରେ ଯେଉଁଦିନ ଦେବରାଜ ଇନ୍ଦ୍ର ହସ୍ତରେଖା ପଢିବା ଆଳରେ ଏକାନ୍ତରେ କନ୍ଯା ଅହଲ୍ଯାକୁ ସ୍ପର୍ଶ କଲେ ପିତାଙ୍କ କପାଳ ର ରେଖା କୁଞ୍ଚିତ ହୋଇ ଗଲା ଓ ସେ ଚିନ୍ତିତ ଦିଶିଲେ I
ଆଉ ବିଳମ୍ବ କଲେ ହୁଏତ ବହୁତ ବିଳମ୍ବ ହୋଇଯିବ ଏବଂ ପରିସ୍ଥିତି ଅସମ୍ଭାଳ ହୋଇ ଯାଇପାରେ, ଏହା ଟିନ୍ତା କରି ଯଥାଶୀଘ୍ର କନ୍ଯାର ଶୁଭ ପରିଣୟ ସମାପନ କରିବା ପାଇଁ ତତ୍ପର ହେଲେ।
ତତ୍ପରଦିନ କନ୍ୟା ଅହଲ୍ୟା ର ବିବାହ ପାଇଁ ଇଚ୍ଚୁକ ପ୍ରାର୍ଥୀ ମାନଙ୍କୁ ବ୍ରହ୍ମଲୋକ କୁ ଆମନ୍ତ୍ରିତ କରାହେଲା I ଗୌତମ ମୁନିଙ୍କୁ ମଧ୍ୟ ସେଥିରେ ଯୋଗ ଦେବା ପାଇଁ ନିମନ୍ତ୍ରିତ କରା ହେଲା ଯଦିଓ ସେ ଅନିଛୁକ ଥିଲେ I
ପ୍ରାର୍ଥୀ ମାନଙ୍କୁ ସ୍ୱର୍ଗ , ମର୍ତ୍ତ୍ୟ ଓ ପାତାଳ ଭ୍ରମଣ କରି ଫେରି ଆସିବା ପାଇଁ କୁହାଗଲା I ତ୍ରିଭୁବନ ପ୍ରଦକ୍ଷିଣ କରି ପ୍ରଥମେ ବ୍ରହ୍ମଲୋକରେ ପହଞ୍ଚିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାହେବ ଏବଂ ତାଙ୍କ ସହିତ କନ୍ୟା ଅହଲ୍ୟା ଙ୍କର ବିବାହ ହେବ ବୋଲି ଘୋଷଣା କରାହେଲା I
ପ୍ରତିଯୋଗିତା ର ଆରମ୍ଭ ସୂଚକ ତୁର୍ଯ୍ଯ ନାଦ ହେଲା ଏବଂ ପ୍ରତିଯୋଗୀ ମାନେ ନିଜ ନିଜ ସ୍ଥାନ ଚ୍ଯାଗ କରି ଲକ୍ଷ୍ଯ ପଥରେ ଅଗ୍ରସର ହେବାକୁ ଲାଗିଲେ।
ଇନ୍ଦ୍ରଦେବ ଐରାବତ ହସ୍ତୀ ଉପରେ ଆସୀନ ହୋଇ ଦୃତଗତିରେ ବାହାରି ପଡିଲେ।
ଚନ୍ଦ୍ରଦେବ ତାଙ୍କର ଧବଳ ବର୍ଣ୍ଣ ର ଦଶାଶ୍ୱ ସଞ୍ଚାଳିତ ରଥ ଆରୋହଣ କରି ଲକ୍ଷ୍ଯସ୍ଥଳ ଆଡକୁ ଅଗ୍ରସର ହେଲେ।
ସୂର୍ଯ୍ଯଦେବ ସପ୍ତାହ ର ସାତଦିନକୁ ପ୍ରତିନିଧିତ୍ୱ କରୁଥିବା ସାତ ରଙ୍ଗ ର ସାତଟି ଘୋଡ଼ା ଟାଣୁଥିବା ଅର୍କ ନାମକ ରଥ ରେ ବସି ବାହାରି ପଡ଼ିଲେ ତ୍ରିଭୁବନ ପରିକ୍ରମା ରେ I
ପଛ ରେ ରହିଗଲେ ଋଷି ଗୌତମ ଯାହାଙ୍କ ପାଖରେ ନା ଥିଲା କୌଣସୀ ଅଶ୍ବ, ହସ୍ତୀ , ରଥ ବା ଅନ୍ଯ କୌଣସୀ ବାହନ ଅଥବା କୌଣସୀ ଦୈବଶକ୍ତି ଯାହା ବଳରେ ସେ ଅନ୍ଯ ମାନଙ୍କ ସହିତ ପ୍ରତିଯୋଗିତା କରି ପାରିବେ I
ତାଙ୍କୁ ସେମିତି ଗୋଟିଏ ସ୍ଥାନ ରେ ଛିଡ଼ା ହୋଇ ଥିବାର ଦେଖି ବ୍ରହ୍ମା ବ୍ୟସ୍ତ ହୋଇ ପଡିଲେ ଓ ତାଙ୍କ ପାଖକୁ ଯାଇ କହିଲେ ,”ବତ୍ସ , ପ୍ରତିଯୋଗିତା ରେ ଜିତିବା ନ ଜିତିବା ଅପେକ୍ଷା ଭାଗ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ I
ଆଗେଇ ଯାଅ I କାହା ଭାଗ୍ୟ ରେ କଣ ଅଛି କିଏ ଜାଣେ!”
ଗୌତମ ମୁନି ଏଭଳି ଏକ ପ୍ରହସନ ର ଅଂଶ ନ ହେବା ପାଇଁ ସ୍ଥିର କରି ନିଜର କମଣ୍ଡଳୁ ଉଠାଇ ଆଶ୍ରମ କୁ ଫେରିବା ପାଇଁ ରାସ୍ତା ଧରିଲେ I ଅଳ୍ପ କିଛି ଦୂର ରାସ୍ତା ଅତିକ୍ରମ କରିଛନ୍ତି ଆଖିରେ ପଡ଼ିଲା ଶୁଭ୍ର ରଙ୍ଗର ଗାଈ ଟିଏ ପ୍ରସବ ବେଦନା ରେ ଛଟପଟ ହେଉଛି I
ତାର ଚାରି ପାଖରେ ତିନିଥର ଘୂରି ଆସିବା ଭିତରେ ଲକ୍ଷ୍ୟ କରି ଦେଖିଲେ ଯେ ବାଛୁରୀଟିର ପଛପଟଟି ପ୍ରଥମେ ମାତୃଗର୍ଭରୁ ବାହାରକୁ ବାହାରୁଛି ଯାହା ଅତ୍ଯନ୍ତ ବିରଳ ଏବଂ ଏହା ବାଛୁରୀ ସହିତ ମାଆ ଗାଈର ଜୀବନ କୁ ସଂକଟାପନ୍ନ କରି ଦେଇ ପାରେ।
କଣ କରିବେ କିଛି ବୁଝି ପାରୁ ନଥାନ୍ତି ମୁନିବର।
ସଙ୍ଗ ସଙ୍ଗେ ପଛକୁ ଫେରି ଚାଲିଲେ ଗାଈ ଓ ବାଛୁରୀ ଦୁହିଁଙ୍କର ପ୍ରାଣ ରକ୍ଷା ପାଇଁ ବ୍ରହ୍ନଦେବଙ୍କ ନିକଟ ରେ ଅନୁରୋଧ କରିବା ପାଇଁ I
ବ୍ରହ୍ମା ସବୁ ଶୁଣିଲେ ଏବଂ ଅଶ୍ଵିନୀକୁମାର ଦ୍ବୟଙ୍କୁ ଡାକି ପଠାଇ ଉପଯୁକ୍ତ ନିଦାନ କରିବା ପାଇଁ ନିର୍ଦ୍ଦେଶ ଦେଲେ I
ବ୍ରହ୍ମା ଇତି ମଧ୍ୟରେ ଧ୍ୟାନ ବଳରେ ସୂର୍ଯ୍ୟ , ଚନ୍ଦ୍ର ଓ ଇନ୍ଦ୍ର ଦେବଙ୍କର ସ୍ଥିତି ଅନୁଧ୍ୟାନ କଲେI
ସୂର୍ଯ୍ୟଦେବ ସେତେବେଳକୁ ସ୍ବର୍ଗ ଏବଂ ମର୍ତ୍ତଲୋକ ଅତିକ୍ରମ କରି ପାତାଳ ଲୋକରେ ପ୍ରବେଶ କରିଥିଲେ।
ଚନ୍ଦ୍ରଦେବ ଠିକ ପରେ ପରେ ଅଗ୍ରସର ହେଉଛନ୍ତି କିନ୍ତୁ ଇନ୍ଦ୍ରଦେବ ଅନ୍ଯ ଦୁଇ ଭୂବନ ର ପରିକ୍ରମା ସାରି ବ୍ରହ୍ମଲୋକ ଠାରୁ ମାତ୍ର ଏକ ଲକ୍ଷ ଯୋଜନ ଦୂରରେ ଅଛନ୍ତି ।ଅଳ୍ପ ସମୟ ଭିତରେ ପହଞ୍ଚି ଯିବେ I
ଏହିସମୟ ରେ ଅଶ୍ୱିନୀ କୁମାର ଦ୍ବୟ ବାର୍ତ୍ତା ପ୍ରେରଣ କଲେ ଯେ ପ୍ରସବ କାର୍ଯ୍ୟ ସୁରୁଖୁରୁ ରେ ସମ୍ପନ୍ନ ହୋଇଛି ଏବଂ ଗୋମାତା ସୁରଭି ଙ୍କ ଚତୁର୍ପାର୍ଶ୍ଵ ରେ ଅଜାଣତରେ ହେଲେ ମଧ୍ଯ ତିନି ଥର ପ୍ରଦକ୍ଷିଣ କରିଥିବା ଋଷି ଗୌତମ ହିଁ ତ୍ରିଭୁବନ ପରିକ୍ରମା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ର ଅଧିକାରୀ ହୋଇଛନ୍ତି।
ଗୋମାତା ସୁରଭି ମଧ୍ଯ ତାଙ୍କ ତରଫ ରୁ ଋଷିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପଠାଇ ଛନ୍ତି I
ବ୍ରହ୍ମା ମନେ ମନେ ଖୁସି ହେଲେ ଏବଂ ପ୍ରତିଯୋଗିତା ର ପ୍ରଧାନବିଚାରକ ଦେବଗୁରୁ ବୃହସ୍ପତି ଙ୍କୁ ମଧ୍ୟ ତାଙ୍କର ମତାମତ ଜଣାଇବା ପାଇଁ ଅନୁଋୋଧ କଲେ।
ବୃହସ୍ପତି ଗୋମାତା ସୁରଭି ଙ୍କୁ ତିନି ଭୁବନ ସହିତ ସମକକ୍ଷ ବୋଲି ବିବେଚନା କରି ତାଙ୍କ ଚାରିଦିଗ ରେ ତିନି ଥର ପ୍ରଦକ୍ଷିଣ କରିବାର ଅର୍ଥ ତିନି ଭୁବନ କୁ ତିନିଥର ପ୍ରଦକ୍ଷିଣ କରିବା ସହିତ ସମକକ୍ଷ ବୋଲି ଘୋଷଣା କଲେ।
କିଛି ସମୟ ଭିତରେ ଇନ୍ଦ୍ର ସେଠାରେ ପହଞ୍ଚି ତାଙ୍କୁ ବିଜେତା ଘୋଷଣା କରିବା ପାଇଁ ଦାବି କଲେ। କିନ୍ତୁ ବୃହସ୍ପତି ଗୌତମ ଋଷି ବିଜେତା ଷୋଷିତ ହୋଇ ସାରିଥିବା କଥା ତାଙ୍କୁ ସୂଚିତ କଲେ I ଇନ୍ଦ୍ର ଦେବ ଉକ୍ତ ଘୋଷଣାନାମା କୁ ଅଗ୍ରାହ୍ୟ କଲେ ଏବଂ କପଟ କରି ତାଙ୍କ ନ୍ଯାଯ୍ଯ ଅଧିକାରରୁ ତାଙ୍କୁ ବଞ୍ଚିତ କରା ଯାଉଛି ବୋଲି କହି ସଭାସ୍ଥଳ ଛାଡ଼ି ପଳାଇ ଗଲେ I
ସେହି ପରି ଭାବରେ ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟ ଫେରିବା ପରେ ପ୍ରତିଯୋଗିତା ରେ ଅନିୟମିତତା ହୋଇଥିବା ଦର୍ଶାଇ ସ୍ଥାନ ତ୍ୟାଗ କରି ପଲାୟନ କଲେ I
ପ୍ରତିଯୋଗିତା ର ଫଳାଫଳ ଯେତେବେଳେ ଦେବୀ ଅହଲ୍ଯାଙ୍କୁ ଜଣା ହେଲା ପ୍ରଥମେ ତ ସେ ଏହାକୁ ବିଶ୍ୱାସ କରି ପାରିଲେ ନାହିଁ I ଦ୍ୱିତୀୟତଃ ଯାହାଙ୍କୁ ସେ ବାଳୁତ କାଳ ରୁ ପିତା ଦୃଷ୍ଟିରେ ଦେଖି ଆସିଛନ୍ତି ତାଙ୍କୁ ସ୍ୱାମୀ ରୂପରେ କିପରି ଗ୍ରହଣ କରିବେ ବୋଲି ପ୍ରଶ୍ନ କଲେ I
ବ୍ରହ୍ମା ତାଙ୍କୁ ବୁଝାଇ ଦେଲେ ଯେ ବୟସରେ ଯେତେ ପାର୍ଥକ୍ୟ ଥିଲେ ମଧ୍ୟ ମନ ଏବଂ ହୃଦୟ ଏକ ହେଲେ ଶାରୀରିକ ସମ୍ପର୍କରେ ବାଧା ଉପୁଜି ନ ଥାଏ। ସେ ଝିଅକୁ ତାଙ୍କ ନିଜ ଉଦାହରଣ ଦେଇ କହିଲେ ଯେ ମାତା ସରସ୍ବତୀ ତାଙ୍କ ଠାରୁ ବୟସରେ ଅନେକ ଛୋଟ ହେଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ କେବେ କୌଣସି ବିଷୟ ନେଇ ବିଭେଦ ହୋଇ ନାହିଁ I
ମନ ଭିତରେ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ନ ହେଲେ ମଧ୍ୟ ପିତାଙ୍କ ମାନ ଏବଂ ମନ ରଖିବା ପାଇଁ କନ୍ୟା ବେଶ ସାଜି ଦେବୀ ଅହଲ୍ୟା ପିତା ବୟସର ଋଷି ଗୌତମ ଙ୍କୁ ବିବାହ କରି ମର୍ତ୍ତ୍ୟ ଲୋକକୁ ଫେରି ଆସିଲେ I
ବିବାହ ଋଷିଙ୍କ ଅନୁରୋଧ ରେ ଏକ ସାଦାସିଧା ପରିବେଶରେ ନିରାଡମ୍ବର ଊାବରେ ଅନୁଷ୍ଠିତ ହୋଇଥିଲା।

ଦେବୀ ଅହଲ୍ଯାଙ୍କ ଭୁବନ ମୋହିନୀ ସୈନ୍ଦର୍ଯ୍ୟ ର ଆକର୍ଷଣ ରେ ଋଷି ଗୌତମ ଙ୍କ ଯୌବନ ଯେମିତି ପୁନରୁଜ୍ଜୀବିତ ହୋଇ ଯାଇଥିଲା! ବର୍ଷ ଟିଏ ନ ପୁରୁଣୁ ମାତା ଅହଲ୍ଯାଙ୍କ କୋଳକୁ ଆସିଗଲା ଗେଲବବସରିଆ କନ୍ୟା ଅଞ୍ଜନା I
ଆଶ୍ରମ ରେ ହସ ଖୁସିର ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଗଲା I
ଏହା ପରେ ପରେ କିନ୍ତୁ ଋଷି ଆଧ୍ଯାତ୍ମିକ ଚର୍ଚ୍ଚା ଉପରେ ଗୁରୁତ୍ବ ଦେଇ
ଶାରୀରିକ ସମ୍ପର୍କ ଅପେକ୍ଷା ପାରମାତ୍ମିକ ଦିଗରେ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ଲାଗିଲେ।
ତାରୁଣ୍ଯର ଅଗ୍ନିରେ ଦଗ୍ଧିଭୂତ ଦେବୀ ଅହଲ୍ଯାଙ୍କ ଜୀବନ ରେ ଏହି ସମୟ ରେ ପ୍ରବେଶ କରନ୍ତି ଇନ୍ଦ୍ରଦେବ । ଆଶ୍ରମର ପୁଷ୍କରିଣୀରେ ସ୍ନାନରତା ଅହଲ୍ଯାଙ୍କୁ ଦେଖିବା ପରେ ତାଙ୍କ ମନରେ ସୁନ୍ଦରୀ ଅହଲ୍ଯାଙ୍କୁ ଶଯ୍ଯାସଂଗିନୀ କରିବାର ଇଚ୍ଛା ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା ଓ ସେ ଅହଲ୍ଯାଂକ ସାନ୍ନିଧ୍ଯ ଲାଉ ପାଇଁ ଋଷିଂକ ଅନୁପସ୍ଥିତି ର ସମୟ ବିଷୟରେ ଅବଗତ ହେବା ପାଇଁ ଗୌତମଙ୍କ ଦିନଚର୍ଯ୍ୟା ବିଷୟ ରେ ଅନୁଧ୍ଯାନ କରିବାକୁ ଲାଗିଲେ।
ଋଷି ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ଯାତ୍ଯାଗ କରି ନଦୀରେ ସ୍ନାନ କରିବା ପାଇଁ ଯାଉଥିଲେ। ସେଠାରେ ସ୍ନାନ ସାରି ତିଳ ତର୍ପଣ ତଥା ମନ୍ତ୍ର ଉଚ୍ଚାରଣ ଆଦି କର୍ମ ସାରି ଫେରୁ ଫେରୁ ବେଶ କିଛି ସମୟ ବ୍ଯତୀତ କରି ଦେଉଥିଲେ।
ଏହି ସମୟ ମଧ୍ୟ ରେ ସେ ଅହଲ୍ୟାଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ ସ୍ଥାପନର ଯୋଜନା ଚିଏ ବନାଇଲେ ଇନ୍ଦ୍ର ଦେବ।
ଆଶ୍ରମର ଆଖପାଖ ଅଞ୍ଚଳ ପରିଦର୍ଶନ କରି ଯୋଜନାର କାର୍ଯ୍ଯକାରିତାର ବ୍ଯାବହାରିକ ଦିଗ ସମ୍ପର୍କରେ ସନ୍ତୁଷ୍ଟ ହେବାର ପର ଦିନ ବଡି ଭୋରରୁ ଆସି ପହଞ୍ଚି ଗଲେ ଇନ୍ଦ୍ରଦେବ I ଦୈବୀ ଶକ୍ତିବଳରେ ଋଷି ଗୌତମ ଙ୍କ ରୂପ ଧାରଣ କରି ଆଶ୍ରମ ବାହାରର ବୁଦୁବୁଦୁକିଆ ଜଙ୍ଗଲୀ ଗୁଳ୍ମ ଗୁଡ଼ିକ ଭିତରେ ଲୁଚି ରହିଲେ I ଋଷିବର ନିର୍ଦ୍ଧାରିତ ସମୟରେ ଆଶ୍ରମ ଛାଡ଼ି ବାହାରି ଗଲେ।
ଇନ୍ଦ୍ରଦେବ ଲୁଚିଥିବା ସ୍ଥାନରୁ ବାହାରି ଆସି ଆଶ୍ରମରେ ପହଞ୍ଚିଲେ ଏବଂ କପାଟରେ କରାଘାତ ରଲେI ଏତେ ଶୀଘ୍ର ସ୍ୱାମୀ ଫେରି ଆସିଲେ କେମିତି ଭାବି ଦେବୀ ଅହଲ୍ୟା ଭିତର ପଟୁ ଶିକୁଳି ଖୋଲିବା ମାତ୍ରେ ଋଷିରୂପ ଧାରୀ ଇନ୍ଦ୍ରଦେବ ଭିତରକୁ ପଶି ଆସିଲେ ଏବଂ ଅହଲ୍ଯା ଙ୍କ ହାତ ଧରି ଭୂମିଗତ ବିଛଣା ଆଡକୁ ଆକର୍ଷିତ କରିବା ଭିତରେ ତାଙ୍କ ପାଖରୁ ପ୍ରେମ ଭିକ୍ଷା କରିବାକୁ ଲାଗିଲେ।
ଅହଲ୍ଯାଙ୍କ ମନରେ ସନ୍ଦେହ ଜାତ ହେଲା I
ପ୍ରଥମତଃ ଋଷିବର ଆଜିକାଲି ଶାରୀରିକ ସମ୍ବନ୍ଧ ବିଷୟରେ ବୀତସ୍ପୃହ ରହୁଥିଲେ। ଦ୍ବିତୀୟତଃ ସେ ବ୍ରାହ୍ମ ମୁହୂର୍ତ୍ତରେ କେବେ ହେଲେ ଶାରୀରିକ ସମ୍ବନ୍ଧ ସ୍ଥାପନ କରୁ ନ ଥିଲେ।
ବ୍ରହ୍ମାକନ୍ଯା ଅହଲ୍ଯା ଦୈବୀ ଶକ୍ତି ବଳରେ ଇନ୍ଦ୍ର ଦେବଙ୍କ ପ୍ରକୃତ ପରିଚୟ ଜାଣି ପାରିଲେ କିନ୍ତୁ କ୍ରୋଧିତ ବା ଆଶ୍ଚର୍ଯ୍ଯାନ୍ବିତ ହେଲେ ନାହିଁ। ବରଂ ଅନେକ ଦିନରୁ ଯୌନକ୍ଷୁଧାର ଶିକାର ଥିବାରୁ ଇନ୍ଦ୍ର ଦେବଙ୍କ କାମାନଳ ରେ ନିଜକୁ ଝାସ ଦେଇ ଦେଲେ। ଦୁଇ ପ୍ରେମୀ ପରସ୍ପରକୁ ମନ ଭରି ଉପଭୋଗ କଲେ। ଯୁବକ ଇନ୍ଦ୍ର ଦେବ ଅହଲ୍ଯାଙ୍କ ଅତୃପ୍ତ କାମେଚ୍ଛା ର ସମ୍ପୂର୍ଣ୍ଣ ନିବାରଣ କରିବାରେ ସକ୍ଷମ ଥିଲେ ଯାହା ଋଷି ଗୌତମ ଙ୍କ ପକ୍ଷରେ ସମ୍ଭବ ନ ଥିଲା ।
ଋଷି ଫେରିବା ପୂର୍ବରୁ ଦେବରାଜ ବିଦାୟ ନେଇ ଯାଇ ସାରିଥିଲେ। କିନ୍ତୁ ଦେବୀ ଅହଲ୍ଯାଙ୍କ କୋଖରେ ସ୍ଥାପିତ କରି ଯାଇଥିଲେ ଗୋଚିଏ ଭୃଣ ଯିଏ ଜନ୍ମ ପରେ ନାମିତ ହୋଇଥିଲେ ସୁଗ୍ରୀବ ।
ଇନ୍ଦ୍ରଦେବ ଯିବା ସମୟରେ ପାଖ କୋଠରାରେ ଶୋଇଥିବା କନ୍ଯା ଅଞ୍ଜନା ତାଙ୍କୁ ଦେଖି ନେଇଥିଲା । ସେ ଇନ୍ଦ୍ର ଓ ମାତା ଅହଲ୍ଯା ଙ୍କ ରତି କ୍ରୀଡା ସମୟ ର ଶବ୍ଦ ଶୁଣି ଉଠି ପଡିଥିଲା।
ପରେ ସେ ଯେତେବେଳେ ମାଆଙ୍କୁ ଏ ବିଷୟ ରେ ସବୁକିଛି ଖୋଲି କହିବାକୁ କହିଲା , ମାତା ଅହଲ୍ୟା ସବୁକିଛି କହିଦେଲେ ଏବଂ ସେ କଥା କେବେ ହେଲେ ପିତା ଙ୍କୁ ନ କହିବା ପାଇଁ ଶପଥ କରାଇ ନେଲେ।
ଇନ୍ଦ୍ର ଦେବ ଅହଲ୍ଯାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି ଆଶ୍ରମରୁ ପଳାୟନ କରୁଥିବା ସମୟରେ ସକାଳର ସୂର୍ଯ୍ଯ ତାଙ୍କୁ ଦେଖି ନେଇଥିଲେ ଏବଂ ଦୈବୀ ଶକ୍ତିର ଉପଯୋଗ କରି ସମଗ୍ର ଘଟଣା ବିଷୟରେ ଉତ୍ତମ ରୂପେ ଅବଗତ ହୋଇ ପାରିଥିଲେ I
ପରଦିନ ସେ ନିଜେ ସୁନ୍ଦରୀ ଅହଲ୍ଯା ଙ୍କ ସହିତ ରତିକ୍ରୀଡ଼ା ରେ ଏକତ୍ର ହେବା ପାଇଁ ଠିକ ସେହି ସମୟରେ ଆଶ୍ରମ ରେ ପହଞ୍ଚିଲେ ଏବଂ ଦେବୀ ଅହଲ୍ଯା ତାଙ୍କୁ ଫେରିଯିବା ପାଇଁ କହିବାରୁ ସେ ଇନ୍ଦ୍ରଦେବଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ବିଷୟ ରେ ତାଙ୍କ ସ୍ୱାମୀଙ୍କୁ କହିଦେବେ ବୋଲି ଧମକ ଦେଲେ ଏବଂ ଅହଲ୍ୟା ଦେବୀ ବାଧ୍ୟ ହୋଇ ସୂର୍ଯ୍ୟ ଦେବ ଙ୍କର କାମାଗ୍ନି ରେ ଜଳିଯିବା ପାଇଁ ନିଜକୁ ସମର୍ପଣ କରିଦେଲେ I ଏହି ମିଳନ ର ଫଳ ସ୍ୱରୂପ ତାଙ୍କ ଗର୍ଭ ରେ ରୋପିତ ହୋଇଥିଲା ଏକ ଶିଶୁର ବୀଜ ଯାହାର ଜନ୍ମ ପରବର୍ତ୍ତୀ ନାମ କରଣ ହୋଇଥିଲା ବାଳୀ I
ସେଦିନ ମଧ୍ଯ ଅହଲ୍ଯାଙ୍କ ସହିତ ସ୍ୱର୍ଯ୍ୟଦେବଙ୍କ ଯୌନକର୍ମର ଶବ୍ଦରେ ନିଦରୁ ଉଠି ପଡିଥିବା ଅଞ୍ଜନା ମାତାଙ୍କୁ ଏ ବିଷୟରେ ସ୍ଵୀକାର କରିବାକୁ ବାଧ୍ୟ କରିଥିଲା ଏବଂ ପିତାଙ୍କୁ ଏ ବିଷୟ ରେ ନ ଜଣାଇବାର ଶପଥ ନେଇ ଥିଲାI
କିନ୍ତୁ ଋଷି ଙ୍କର ଦୁଇ ପୁତ୍ର ଙ୍କ ପ୍ରତି ଅତ୍ୟଧିକ ଆସକ୍ତି ଏବଂ ନିକ ପ୍ରତି କ୍ରମାଗତ ଅବହେଳା ଫଳରେ ଶିଶୁ ଅଞ୍ଜନା ର ମନ ବିଷାକ୍ତ ହୋଇ ଯାଇ ଥିଲା ଏବଂ ଗରମ ବାଲି ଉପରେ ଚାଲିବା ଫଳରେ ତାର ଧୈର୍ଯ୍ୟ ର ବନ୍ଧ ଭାଙ୍ଗିଗଲା ଓ ସେ ଦୁଇ ସାନଭାଇଙ୍କ ବିଷୟରେ ରେ ସବୁ କିଛି କହି ପକାଇଲା I
ଋଷିଙ୍କ ଆଖିରୁ ଅଗ୍ନିର ସ୍ଫୁଲିଙ୍ଗ ସ୍ଫୁରିତ ହେଉଥିଲା I
କାନ୍ଧରେ ବସାଇଥିବା ଦୁଇ ବାଳକ ଙ୍କୁ ନଦୀ ଗର୍ଭକୁ ଫିଙ୍ଗି ଦେବା ସମୟରେ ଅଭିଶାପ ଦେଇ ଋଷି କହୁଥିଲେ ,” ତୁମେ ଦୁହେଁ ଯଦି ମେର ସନ୍ତାନ ହୋଇଥିବ ଅକ୍ଷତ ଅବସ୍ଥାରେ ଫେରି ଆସିବ। କିନ୍ତୁ ଯଦି ଜାରଜ ହୋଇଥିବ ବାନର ରୂପରେ ପରିବର୍ତ୍ତିତ ହୋଇ ଯିବ।”
ସଙ୍ଗେ ସଙ୍ଗେ ପିଲା ଦୁଇଟି ବାନର ରୂପ ଧାରଣ କରି ଦୌଡି ଦୌଡି କିସ୍କିନ୍ଧ୍ଯା ରାଜ୍ଯ କୁ ପଳାଇ ଗଲେ। ରାମଚନ୍ଦ୍ର ଙ୍କ ବନବାସ ସମୟରେ ସେମାନେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ନିଜର ଶପଥ ଭଗ୍ନ କରି ଦୁଇ ଭାାଇଙ୍କ ବିଷୟ ରେ ସତ୍ୟ ଉଗାଳି ଦେଇ ଥିବାରୁ ମାତା ଅହଲ୍ୟା କନ୍ଯା ଅଞ୍ଜନା କୁ ଅଭିଶାପ ଦେଇ କହିଲେ ,” ମୋର ଅବସ୍ଥା କଣ ହେବ ଜଣା ନାହିଁ, ଶପଥ ଭଙ୍ଗକରି ଭାଇ ମାନଙ୍କୁ ବାନର ରୂପ ଧାରଣ କରିବା ପାଇଁ ବାଧ୍ୟ କରିଥିବାରୁ ତୁ ମଧ୍ୟ ବାନରୀ ରୂପ ଧାରଣ କରିବୁ, ବାନର ସହିତ ବିବାହ କରିବୁ ଏବଂ ତୋର ବାନର ସନ୍ତାନ ଟି ତୋର ପତିଙ୍କ ଔରସ ରୁ ନ ହୋଇ ପରପୁରୁଷ ର ସଂସ୍ପର୍ଶରୁ ଜନ୍ମ ନେବ।”
ଦେଖୁ ଦେଖୁ ଅଞ୍ଜନା ର ରୂପ ପରିବର୍ତ୍ତନ ହୋଇଗଲା ଓ ସେ ଏକ ବାନରୀ ର ରୂପ ଧାରଣ କଲା।
ପରବର୍ତ୍ତୀ ସମୟରେ ସେ ବଡ ହୋଇ ବାନର ରାଜା କେଶରୀଙ୍କୁ ବିବାହ କରିଥିଲେ ଓ ପବନ ପୁତ୍ର ହନୁମାନଙ୍କୁ ଜନ୍ମ ଦେଇଥିଲେ ଯେ ପରମ ରାମଭକ୍ତ ହିସାବରେ ଖ୍ୟାତି ଲାଭ କରିଥିଲେ ଏହଂ ଲଙ୍କା ଯୁଦ୍ଧ ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ I
ଏଥର ଋଷି ତାଙ୍କ ପତ୍ନୀଙ୍କ ଆଡ଼କୁ ଅନାଇଲେ I
ତାଙ୍କ ଚାହାଣୀ ର ତୀବ୍ରତା ରେ ଏତେ ଶକ୍ତି ଥିଲା ଯେ ଯେକୌଣସୀ ଇତର ନର ହୋଇଥିଲେ ମୁହୂର୍ତ୍ତକ ଭିତରେ ପ୍ରଜ୍ଦ୍ବଳିତ ହୋଇ ଯାଇଥାନ୍ତା।
କିନ୍ତୁ ଦେବୀ ଅଚଳ, ଅଟଳ, ନୀର୍ବିକାର ହୋଇ ସ୍ବୀମୀଙ୍କ ପାଖରୁ ଦଣ୍ଡଗ୍ରହଣ କରିବା ପାଇଁ ଅପେକ୍ଷା କରି ରହିଲେ। ସେ ଜାଣୁଥିଲେ ଯେ ସ୍ବାମୀଙ୍କ ବିଶ୍ବାସ ଭଙ୍ଗର ଫଳ ଭୟଙ୍କର ହିଁ ହେବ I ସେ କିନ୍ତୁ କ୍ଷମା ପ୍ରାର୍ଥନା କରୁ ନ ଥିଲେ ବା ଭୟରେ କମ୍ପି ଯାଉ ନ ଥିଲେ।
ଋଷି ଅହଲ୍ଯାଙ୍କୁ ପାଷାଣ ରେ ପରିବର୍ତ୍ତିତ ହେବା ପାଇଁ ଅଭିଶାପ ଦେଉଥିଲେ ଏବଂ ଅହଲ୍ଯାଙ୍କ ଶରୀର ର ଅଙ୍ଗ ପ୍ରତ୍ଯଙ୍ଗ ରୁ ପ୍ରାଣ ସ୍ପନ୍ଦନ ଲୋପ ପାଇ ଯାଉଥିବା ସମୟରେ ସେ ଧୀରେ ଧୀରେ ଚକ୍ଷୁ ନୀମିଳିତ କରି ନେଉଥିଲେ।
କେତେ ସହସ୍ର ବର୍ଷ ପରେ ରାମଚନ୍ଦ୍ର ଗଙ୍ଗା ନଦୀ ପାର ହେବା ସମୟ ରେ ତାଙ୍କ ପାଦ ର ଧୂଳି ପଡ଼ି ପାଷାଣ ଦେହରେ ଜୀବନ ର ସଞ୍ଚାର ହୋଇଥିଲା ଓ ଦେବୀ ଅହଲ୍ୟା ନିଜର ନାରୀ ରୂପ ଫେରି ପାଇଥିଲେ।
ରାମଚନ୍ଦ୍ରଙ୍କୁ ନିଜର ଭକ୍ତିର ଅର୍ଘ୍ୟ ଅର୍ପଣ କଲା ପରେ ସେ ଫେରି ଯାଇଥିଲେ ସ୍ବାମୀ ଗୌତମ ମୁନି ଙ୍କ ପାଖକୁ ।
ସ୍ରୋତ: ଥାଇ ରାମାୟଣ ରାମକିଏନ୍।
ଲେଖକ: ଅଚ୍ଯୁତାନନ୍ଦ ଦାସ।
✿❁❣️༒ ଜୟ ଶ୍ରୀ ରାମ༒ ❣️❁✿