ମୋ ଦେଶ
ସାରଦା ପ୍ରସାଦ ମିଶ୍ର
କେତେ ସୁନ୍ଦର ଏ ଦେଶ ଆମର
ଏହାରି କୋଳେ ଜନମ
ଏହି ଦେଶ ପାଣି ଏ ଦେଶ ପବନେ
ଗଢା ଆମରି ଜୀବନ।
ସୁଜଳ। ସୁଫଳ। ଶସ୍ୟ ଶ୍ୟାମଳ।
ଅରଣ୍ୟ କୁନ୍ତଳା ମାଆ
ପ।ର।ବାର ତାର ଅଙ୍ଗ ପଖ।ଳେ
ଚୁମ୍ବେ ଶୀତଳ ବାଆ ।
ଗିରିଶିର ପରେ ତ।ରକିତ ବ୍ୟୋମ
ହସେ ପୁଣି ନିଶା ପତି
ପାଦପ କୁଞ୍ଜୁ ବିହଗ ସଙ୍ଗୀତେ
ମତୁଆଲା ହୁଏ ରାତି ।
କୁଳୁ କୁଳୁ ନାଦେ ବହଇ ତଟିନୀ
ବିତରାଇ ସ୍ୱଚ୍ଛ ବାରି
ତପନ କିରଣ ବନସ୍ପତି ଛୁଏଁ
ବିଲେ ଶସ୍ୟ କେରି କେରି।
ମହାକାଶ ଚାରୀ ଗଗନ ଯାନେ
ନିରିଖି ଜନନୀ ରୂପ
ଗରବେ ବୋଲ ମୋ ଦେଶ ଛବି
ଜଗତେ ବିଶେଷ ଏକ ।
ଭିନ୍ନ ଭିନ୍ନ ଭାଷା ଭିନ୍ନ ଭିନ୍ନ ଧର୍ମ
ପରମ୍ପରା ଭିନ୍ନ ଭିନ୍ନ
ତଥାପି ସର୍ବେ ଏକ ସୁତ୍ରେ ଗୁନ୍ଥା
ଭାରତ ମାତା ସନ୍ତାନ।
ତାହାରି ମାଟିକୁ ଅତି ଶ୍ରଦ୍ଧାରେ
କପାଳ ରେ ଦେବା ବୋଳି
ତାହାରି ଗୁଣ ଗାଇବା ଆନନ୍ଦେ
ହୋଇ ସର୍ବେ କୋଳ। କୋଳି।