
ବନ୍ଦେ ଉତ୍କଳ ଜନନୀ

ମହାଶୟ/ମହାଶୟା ।
ଆମେ ସବୁ କିଏ ? କଣ ଆମର ପରିଚୟ?
ମନେ ଅଛି ଆମ ପରିଚୟ କଣ ? ଆମେ ଓଡ଼ିଆ । ଇତିହାସ ର ସୁପ୍ତ ଶିଥିଳ ପୃଷ୍ଠା ଗୁଡ଼ିକ ପୁଣି ଶିହରଣରେ ପ୍ରକମ୍ପିତ ହୋଇ ଉଠେ ପ୍ରତିବର୍ଷ ଏପ୍ରିଲ ମାସ ପ୍ରାରମ୍ଭରେ ଘଟିଯାଇଥିବା ସେହି ଲୋମହର୍ଷକ ଐତିହାସିକ ବିଜୟ ଏବଂ ଭାରତର ସର୍ବ ପ୍ରଥମ ସ୍ୱାଧୀନ ଏବଂ ଶକ୍ତିଶାଳୀ ନୂତନ ପ୍ରଦେଶ ଗଠନ ର ଘଟଣାଚକ୍ର ସବୁ ସ୍ମରଣ କରି । ” ମୁଁ ସେ ଓଡ଼ିଆ” ସେମିତି ଏକ ସୁପ୍ରୟାସ ଆମର ଐତିହ୍ୟ, ପରମ୍ପରା ଓ ବୀରତ୍ୱର ଗାଥା ବହନ କରୁଥିବା ସମୃଦ୍ଧ ଅତୀତକୁ ମନେ ପକାଇବା ପାଇଁ ।
ଆସନ୍ତୁ ଇତିହାସ ପୃଷ୍ଠାରୁ କିଛି ଗୌରବମୟ ଅତୀତ କୁ ଉଜାଗର କରିବା ତଥା ଭବିଷ୍ୟତରେ ସ୍ବପ୍ନର ଉତ୍କଳର ରୂପରେଖକୁ ସାଉଁଟି କିଛି ସମୟ ପାଇଁ ସମସ୍ତ କଥା ଚିନ୍ତା କରିଵା।
ବନ୍ଦେ ଉତ୍କଳ ଜନନୀ
ଲୋକନାଥ ମିଶ୍ର ।