
ଉତ୍କଳ ଦିବସେ ଭାବନା
ସାରଦା ପ୍ରସାଦ ମିଶ୍ର
ପୁଲକ ଜ।ଗେ ମନେ ପବନ କହେ କାନେ
ଆଜି ଉତ୍କଳ ଦିବସ
ଆନନ୍ଦେ ପାଳିବାଟି ଯେଣୁ ଜନମ ମାଟି
ନହୋଇ ମାନସେ ନିରାଶ।
ଏହାର ନଦ ନଦୀ ପବିତ୍ର ମହୋଦଧି
ସବୁଜ ବନ ରାଜି ମାଳ
ଶସ୍ୟ ପୂର୍ଣ୍ଣ କେଦାର ଖଣିଜ ର ସମ୍ଭାର
ସ।ହ। ଆମର କାଳ କାଳ।
ମଧୁ,ଗୋପ, ଫକୀର ଗଉରୀ କର୍ମବୀର
# ରାମ, କୃଷ୍ଣ ଓ ଗଙ୍ଗାଧର
ନୀଳକଣ୍ଠ ଓ ହରି ନୀଳ ଓ ଗୋଦାବରୀ
ଏ ସବୁ ବର ପୁତ୍ର ତୋର ।
କରି ମହାନ ତ୍ୟାଗ ଧରି ଜାତିର ବାଗ
ମାନଚିତ୍ରରେ ଦେଲେ ସ୍ଥାନ
କୋମଳ ଲକ୍ଷ୍ମୀକାନ୍ତ ଗାଇଲେ ତୋର ଗୀତ
ଜନନୀ ମୋର ମହାନ।
ଏଠି ଆମର ଜନ୍ମ ଏଠି ଆମର କର୍ମ
ଏଇଠି ହେବ ବି ବିଲୟ
ଯେ ଯାହା ସାଧ୍ୟମତେ ଯାତ୍ରା ଜୀବନ ପଥେ
କାଟିଛି ବିଗତ ସମୟ ।
ଆଜି ପବିତ୍ର ଦିନେ ସ୍ଥିର କର ତୁ ମନେ
ଜନମ ଭୂମିର ଉନ୍ନତି
ଗୁଣ୍ଡୁଚି ମୂଷା ପ୍ରାୟ କର କିଛି ସହାୟ
ପାଉ ଉପକାର ଏ ଜାତି।
ରାମ – ଶ୍ରୀ ରାମଚନ୍ଦ୍ର ଭଞ୍ଜ
କୃଷ୍ଣ- କୃଷ୍ଣ ଚନ୍ଦ୍ର ଗଜପତି
ହରି – ଆଚାର୍ଯ୍ୟ ହରିହର
ନୀଳ- ନୀଳମଣି ବିଦ୍ୟରତ୍ନ
ଗୋଦାବରୀ -ପଣ୍ଡିତ ଗୋଦାବରୀଶ ମିଶ୍ର
