ଆସିଛି ଶ୍ରାବଣ
ସାରଦା ପ୍ରସାଦ ମିଶ୍ର

ଶଇଳ ସାନୁର ଶିଖର ଡେଇଁ ଶ୍ରାବଣ ମେଘ
ସିକ୍ତ କରିଛି ତପନ ତପ୍ତ ଧରଣୀ ଅଙ୍ଗ ।
ଶୁଷ୍କ ମୁର୍ତ୍ତିକ। ପାଇଛି ପ୍ରାଣ ଜଳ ପରଶେ
ରଙ୍ଗ ମେଲିଛି ଆପଣା ଦେହେ ମହା ହରଷେ ।
ବାଦଲ ଚିରି ଝରି ପଡେ ନଭୁ ବରଷା ଧାର
ସ୍ଥାବର ଜଙ୍ଗମ ସହ ସବୁ ପ୍ରାଣୀ ହୋଇଛି ସ୍ଥିର।
ହରଷିତ ବନସ୍ପତି ଆନନ୍ଦେ ଉଠେ କୁରୁଳି
ଯୌବନ ମଦିରା ନିଶା ତାର ଅଙ୍ଗେ ଯାଉଛି ଖେଳି ।
ଶୁଷ୍କ କେଦାର କରିଛି କୋମଳ ଶ୍ରାବଣ ବାରି
କୃଷକ ମନରେ ଆଶାର ଆଲୋକ ଉଠଇ ଜଳି।
ତପନ ଶଶାଙ୍କ ଅଦୃଶ୍ୟ ହୁଅନ୍ତି ମେଘ ପଟଳେ
ଅମ୍ବର ବକ୍ଷେ ଶକ୍ରଧନୁର ବର୍ଣାଳି ଖେଳେ ।
କାଦମ୍ବିନୀ ର କଜ୍ଜଳ ଦେହେ ଝଟକେ ବିଜୁଳି
ହୀରା ଅ।ଭୂଷଣେ ଶୋଭାପାଏ ଯେହ୍ନେ ନାରୀ କବରୀ।
ନିଶା ଆକ।ଶରୁ ସପ୍ତ ଋଷି ଗଣ ହେଲେ ଗୋପନ
ଅନ୍ଧାର ରାତିରେ ବାଟ ଦେଖାଏ ଜ୍ୟୋତି ରିଙ୍ଗଣ।
ସରୋବର ପୂର୍ଣ୍ଣ ସଲିଳେ ମୀନ ଆନନ୍ଦେ ଖେଳେ
ରବିଙ୍କି ନଦେଖି ଆକାଶେ ପଦ୍ମ ଲୁଚଇ ଜଳେ ।
ମଣ୍ଡୁକ ଗରଜନେ ନୀରବି ଯାଇଅଛି ପିକ
ମାତ୍ର ମୟୂର ନୃତ୍ୟ କରେ ମେଲାଇ ପକ୍ଷ ।
ଶିବ ମନ୍ଦିର ମୁଖର ଭକତଙ୍କ ଗହଳେ
ପବିତ୍ର ଜଳଲାଗି କରନ୍ତି ଶଙ୍କର ଶିରେ।
ଉଦବୃତ ବାରିପ।ତେ ଅତିଷ୍ଠ ଜନ ଜୀବନ
ଜଳବନ୍ଦୀ ଓ ବନ୍ୟା ବିପଦର ହୁଏ କାରଣ।


