ସହିଷ୍ଣୁତ।
ସାରଦା ପ୍ରସାଦ ମିଶ୍ର
ଅସହିଷ୍ଣୁ ଭାବ ମନରେ
ସୃଷ୍ଟି କରେ ବିକାର
ନିଜ ଧର୍ମ ଜାତି ଜଗତେ
ଭାବେ ଶ୍ରେଷ୍ଠ ସୁନ୍ଦର ।
ନିଜର ବିକାଶ ପାଇଁକି
ଥାଏ ସଦା ଭାବନା
ଅନ୍ୟ ପଛେ ଲଭୁ ବିନାଶ
ତ।ପାଇଁ ନାହିଁ ଶୋଚନା ।
ଭେଦ ଭାବ ଚିନ୍ତା ସର୍ବଦା
ମନ ରାଜ୍ୟେ ବିଚରେ
ହିଂସା ରକ୍ତପାତ ପାଇଁକି
ପରବାୟ ନକରେ।
ନିଜ ଧର୍ମ ଆଉ ଜାତିର
ଉତ୍କର୍ଷତା ଦେଖାଇ
ପ୍ରଚାର ପ୍ରସାର କରନ୍ତି
ନାନା ପ୍ରସଙ୍ଗ ଦେଇ ।
ନିରୀହ ଲୋକଙ୍କ ହୃଦୟେ
ଭରି ଦିଅନ୍ତି ବିଷ
ଆତଙ୍କବାଦୀ ସୃଷ୍ଟି କରନ୍ତି
ନିଶା ମାନବ ଧ୍ଵଂସ ।
ଧରମ ନାମରେ ଦୁହାଇ
ଦେଇ କରନ୍ତି ଖେଳ
ନରହତ୍ୟ। ଯୁଦ୍ଧ ଅଶାନ୍ତି
ବ୍ୟାପେ ହୋଇ ପ୍ରବଳ ।
ଇଶାହି କହଇ ମୋ ଧର୍ମ
ଅଟେ ସବୁଠୁ ଶ୍ରେଷ୍ଠ
ସର୍ବେ କର ଏହା ଗ୍ରହଣ
ଯିବ ସମସ୍ତ କଷ୍ଟ ।
ମୁସଲମାନ କହେ ସେମାନେ
ଆଲ୍ଲାଙ୍କର ସନ୍ତାନ
ଅନ୍ୟମାନେ ସବୁ କାଫେର
ତାଙ୍କୁ କର ନିଧନ ।
ହିନ୍ଦୁ କହେ ସନାତନ ଧର୍ମଟି
ଅଟେ ସବୁଠୁ ବଡ
ତେତିଶ କୋଟି ଦେବତା ହାତେ
ରହିଛି ସୁରକ୍ଷା ଭାର ।
କିନ୍ତୁ ବୁଝିବାକୁ ନାରାଜ ଯେ
ସବୁ ଧର୍ମ ସମାନ
ସତ୍ୟ ଅହିଂସା ସେବା ଦୟା ଆଦି
ସବୁ ଧର୍ମର ଦାନ ।
ସୁଖମୟ ଜୀବନ ନିମନ୍ତେ
ଧର୍ମ ହେଉଛି ପଥ
ସବୁ ଧରମରେ ରହିଛି
ସେହି ଗୋଟିଏ ସତ୍ୟ ।

