ଭଙ୍ଗା ପଥୁରି
ସାରଦା ପ୍ରସାଦ ମିଶ୍ର

ଆମ ଓଡ଼ିଶାର ଉତ୍ତର ଭାଗରେ
ରାଇଜର ବଡ ଜିଲା
ଭଞ୍ଜଭୂମି ମୟୂରଭଞ୍ଜ ନାମତା
ଛଇଳ ବନାନୀ ଭରା ।
ଶ୍ୱ।ପଦ ସଙ୍କୁଳ ଶାଳ୍ମଳୀ ଶଇଳ
ଅବସ୍ଥିତ ଏହି ସ୍ଥାନେ
ଶିମିଳିପାଳରୁ ଖରସ୍ରୋତା ନଦୀ
ବହେ କୁଳୁ କୁଳୁ ତାନେ।
ଏ ପାହାଡି ନଦୀ ସବୁ ବହି ଆସି
ବୁଢ଼ା ବଳଙ୍ଗେ ମିଶିଛି
ବେନି ପାଶେ ଉଭା ଉଚ୍ଚ ଶାଳ ଗଛ
ସୂର୍ଯ୍ୟ ଯହିଁ ଯାଏ ଲୁଚି ।
ଏଜିଲାର ବଡସାହି ମଣ୍ଡଳରେ
ଛୋଟ ଗାଁଟି ବେଲ ଡୁଙ୍ଗୁରି
ଶିମିଳିପାଳ କୁ ସ୍ପର୍ଶ କରିଅଛି
ବନସ୍ପତି ମାଳେ ପୁରି।
ପଚାଶ ସରିକି ପରିବାର ସଂଖ୍ୟା
ଗ୍ରାମଟି ଧରେ ବକ୍ଷର
ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର
ଅଧିକାଂଶ ପରିବାର ।
ମୋର ପୁତ୍ର ଘେନି ସାଥୀ ପାଞ୍ଚଜଣ
ଯାଇଥିଲା ସେହିଗ୍ରାମେ
ଭେଟିଥିଲେ ଏକ ସାନ୍ତାଳୀ ପରିବାର
ରହୁଥିବା ସେହି ସ୍ଥାନେ ।
ଲୁଧି ହାଁସଦା ନାମଟି ମହିଳ।ର
ସ୍ବାମୀ ସହ ବାସ କରେ
ଦସ୍ତା ଛପରର ଛୋଟ ଘରଟିରେ
କାନ୍ଥ ନାହିଁ ଚ।ରିକଡେ।
ଦୁଇକଡେ କାନ୍ଥ ଆଉ ଦୁଇକଡେ
ଦସ୍ତ ହୋଇଅଛି ଘେରା
ବୋବେଇ ରଶିରେ ବୁଣା ଖଟିଆଟି
କାନ୍ଥକୁ ହୋଇଛି ଡେରା।
ଦାରିଦ୍ର୍ୟ ଆପଣେଇ ଥିବା ଏ ଏକ
ଆଦିବାସୀ ପରିବାର
ଘର ପାଖେ ଥିବା ପଡିଶା ମାନଙ୍କ
ଅବସ୍ଥା ସେହି ପ୍ରକାର ।
ଖଟିଆଟି ଚଟାଣରେ ପକାଇସେ
ବସାଇଲା ତାହାପରେ
ପଖାଳ ପୁଞ୍ଜିଏ ଶାଗ ଭଜା ଛଡ଼ା
କିଛି ଆଉ ନାହିଁ ଘରେ।
ତା ଆଗ୍ରହ ଦେଖି ପିଲାମାନେ ମନା
ନକରି ଖାଇ ବସିଲେ
ପଖାଳ ସହିତ ସଜନା ଶାଗ ଭଜା
ଆନନ୍ଦେ ବସି ଖାଇଲେ ।
ପଖାଳ ଖାଇବା ବେଳରେ ଦେଖିଲେ
ଗୋଟିଏ ଭଙ୍ଗା ପଥୁରି
ଭଙ୍ଗା ପଥୁରୀ କୁ କାହିଁ ରଖିଅଛ
ତାହାକୁ ଥିଲେ ପଚାରି ।
କୋହ ଚାପି କହେ ତାର ଝିଅ ସଂଗେ
ବର୍ଷେ ଖିଚିଂ ଯାଇଥିଲା
କିଚକେଶ୍ୱରୀ ଙ୍କ ମେଳାରୁ ପଥର
ଗିନ।ଟିକୁ କିଣିଥିଲା।
ସେହି ପଥୁରିରେ ଝିଅ ତା ଆମ୍ବୁଲ
ଚକଟି ପଖାଳ ଖାଏ
ପରଜାପତିଟି ପରି ଜଙ୍ଗଲରେ
ନାଚି କୁଦି ବୁଲୁଥାଏ ।
ସେ ଝିଅ କାହିଁ ପଚାରିବାରୁ କହିଲା
ଦିଦି ଯେବେ ଗଲେ ଦିଲ୍ଲୀ
ରାଷ୍ଟ୍ରପତି ହୋଇ ସେଠାରେ ରହିଲେ
ସେ ବର୍ଷ ତା ଝିଅ ବୁଲି ।
ଯାତ୍ରା ଦେଖି ଆସି ଜରରେ ପଡ଼ିଲା
ପନ୍ଦରଟି ଦିନ ଘରେ
ତାପରେ ଆମକୁ ଛାଡ଼ି ଚାଲିଗଲା
ସେହି ବାହୁଡା଼ ପୁରେ।
ତାରି ସନ୍ତକ ରଖିଅଛୁ ଏ ଘରେ
ବିରାଡ଼ି ଦେଇଛି ଭାଙ୍ଗି
ନଫୋପାଡି ସେହି ଅଧା କାନ୍ଥପରେ
ରଖିଛୁ ଦେଖିବା ଲାଗି ।
ପୁଣି ପଚାରିଲେ ରାଷ୍ଟ୍ରପତି କଣ
ସମ୍ପର୍କରେ ଦିଦି ତାର
ଆମ ଜାତି ଆମ ଜିଲା ଲୋକ ହେତୁ
ସମ୍ମାନନୀୟ ଆମର ।
ତାକୁ ତଥା ତାଙ୍କ ପଡିଶା ଲୋକଙ୍କୁ
ଶାଢୀ ଏବଂ ଟଙ୍କା ଦେଇ
ଫେରିଲେ ସେଠାରୁ ଘର ଅଭିମୁଖେ
ସର୍ବେ ଭାରି ହୃଦୟ ନେଇ।


Pingback: ହାଲଚାଲ - UniverseHeaven
ଏହା ଏକ ସୁନ୍ଦର ଓଡ଼ିଆ କାବ୍ୟାତ୍ମକ ଗଳ୍ପ, ଯେଉଁଥିରେ ମୟୂରଭଞ୍ଜର ‘ବେଲଡୁଙ୍ଗୁରି’ ନାମକ ଗାଁ ଏବଂ ସେଠାରେ ବସୁଥିବା ସାନ୍ତାଳୀ ଆଦିବାସୀ ଜୀବନର ଏକ ରୁପକାର୍ତ୍ତୀତ ଚିତ୍ରଣ ମିଳିଛି।
ପ୍ରମୁଖ ବିଷୟବସ୍ତୁ
ପ୍ରାକୃତିକ ପରିବେଶ: ଏଠି ଶିମିଳିପାଳ ଅଞ୍ଚଳର ପାହାଡ଼, ଘନ ବନ, ଖରସ୍ରୋତା ନଦୀ, ଶାଳଗଛ ଆଦିର ଚିତ୍ରଣରେ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରକାଶିତ।
ଆଦିବାସୀ ଗାଁର ଜୀବନ: ବେଲଡୁଙ୍ଗୁରିରେ ସାନ୍ତାଳୀ ପରିବାରମାନେ ସରଳ କିନ୍ତୁ ଦାରିଦ୍ର୍ୟପୀଡ଼ିତ ଜୀବନ ବ୍ୟତୀତ କରୁଛନ୍ତି। କୁଳା, ଦସ୍ତା, ବୁଣା ଖଟିଆ, ସରଳ ଖାଦ୍ୟ—ଏହି ସବୁ ତାଙ୍କର ଜୀବନପ୍ରଣାଳୀର ଅଂଶ।
ଲୁଧି ହାଁସଦା ପରିବାର: ଗାଁର ଏକ ପରିବାର ସହ ଯାତ୍ରାକାରିମାନଙ୍କ ସାକ୍ଷାତ୍କାର ମାଧ୍ୟମରେ ଦାରିଦ୍ର୍ୟ, ସରଳତା ଏବଂ ସଂସ୍କୃତିର ପ୍ରତିଛବି ପ୍ରକାଶିତ।
ଭଙ୍ଗା ପଥୁରୀ ପ୍ରସଙ୍ଗ: ପଥୁରୀଟି ସେମାନଙ୍କ ଝିଅର ସ୍ମୃତି—ତାଙ୍କର ଅସମୟରେ ବିୟୋଗ, ମାତା–ପିତାଙ୍କ ହୃଦୟରେ ଅମର ସ୍ଥାନ, କାବ୍ୟକୁ ଅତ୍ୟନ୍ତ କ୍ଷୁଭ୍ତ ଏବଂ ସ୍ପର୍ଶକାରୀ କରିଥାଏ।
ସମ୍ମାନ ଓ ଗର୍ବ: ସେହି ସାନ୍ତାଳୀ ଝିଅ ‘ଜାତି’ ଓ ‘ଜିଲ୍ଲା’ରୁ ଏକଜଣ ରାଷ୍ଟ୍ରପତି (ଦ୍ରୌପଦୀ ମୁର୍ମୁଙ୍କ ସ୍ମୃତିର ସୂଚନା) ହେବାରୁ ସ୍ଥାନୀୟମାନେ ଗର୍ବବୋଧ କରୁଛନ୍ତି।