ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣିମା

ସାରା ସମ୍ବତ୍ସରେ ଏ କାର୍ତ୍ତିକ ମାସ
ହିନ୍ଦୁଙ୍କ ଅତି ପବିତ୍ର
ଲୋକେ ଏ ମାସରେ ଆମିଷ ବରଜି
ସାତ୍ତ୍ୱିକ ଭୋଜନେ ପ୍ରୀତ।
କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ନିକଟ
ଶେଷ ପାଞ୍ଚ ଟି ଦିବସ
ପଞ୍ଚକ ନାମରେ ଶୁଦ୍ଧ ପୂତ ଭାବେ
ପାଳେ ହିନ୍ଦୁ ହୋଇ ତୋଷ।
ବୈଷ୍ଣବ ମତରେ ଶୁକ୍ଳ ଏକାଦଶୀ
ନାମ ଅଟେ ପ୍ରବୋଧିନୀ
ନିଦ୍ର।ଦେବୀ ହରି ନିଦ୍ରା ଦୂର କରି
ନେଇ ଥାଆନ୍ତି ମେଲାଣି ।
ଏହିଠାରୁ ହୁଏ ଚତୁର୍ମ।ସ୍ୟ। ଶେଷ
କାଳ ବେଳା ସମ।ପତ
ବିଭା ବ୍ରତ ଆଦି ଶୁଭ କ।ର୍ଯ୍ୟେ ସର୍ବେ
ଜନ ଗଣ ଥାଆନ୍ତି ବ୍ୟସ୍ତ ।
ଶଙ୍ଖାସୁର କବଳରୁ ବେଦୋଦ୍ଧ।ର
ପାଇଁ ବିଷ୍ଣୁ ମତ୍ସ୍ୟ ଅବତାର
ତେଣୁ ପଞ୍ଚକ ରେ ଶ୍ରୀବିଷ୍ଣୁ ମନ୍ଦିରେ
ଦରଶନେ ଲୋକ ଭିଡ ।
ଶୈବ ଧର୍ମ ମତେ ତ୍ରିପୁରା ସୁରକୁ
ଦେବ ଦେବ ତ୍ରିଲୋଚନ
ଏହି କାର୍ତ୍ତିକ ପୂର୍ଣ୍ଣିମା ଦିବସରେ
କଲେ ଦୈତ୍ୟକୁ ନିଧନ ।
ପୂର୍ଣ୍ଣିମା ତିଥିରେ ଶିବଙ୍କ ତନୟ
ମହାବଳୀ ଷଣ୍ମାତୁର
ଜନମି ଥିବାରୁ ଏ ପୁଣ୍ୟ ତିଥିରେ
ପୂଜିତ କ।ର୍ତ୍ତିକେଶ୍ୱର।
ପରମା ବୈଷ୍ଣବୀ ଦେବୀ ବୃନ୍ଦା ବତୀ
ଏହି ପବିତ୍ର ଦିବସେ
ବିବାହ କରିଲେ ଦୈତ୍ୟ ଶଙ୍ଖଚୁଡେ
ଅତି ଆନନ୍ଦ ଉଲ୍ଲାସେ ।
ତା ସତୀତ୍ୱ ବଳେ ଦୈତ୍ୟ ଶଙ୍ଖଚୁଡ
ଦେବ ଯକ୍ଷ ନାଗ ନର
ସବୁରି ଉପରେ ଅତ୍ୟାଚାର କରି
ସୃଷ୍ଟି କଲା ହା ହା କାର ।
ବିଶ୍ଵର କଲ୍ୟାଣ ପାଇଁ ନାରାୟଣ
ବୃନ୍ଦା ସତୀତ୍ୱ ହରଣ
କରିବାରୁ ମହାଦେବ ଶୂଳା ଘାତେ
ହେଲା ଦୈତ୍ୟର ମରଣ ।
ବିଷ୍ଣୁଙ୍କୁ ପଥର ହେବା ଅଭିଶାପ
ଦେଇଥିଲେ ବୃନ୍ଦାବତୀ
ସେହି ଦିନୁ ଭଗବାନ ଶାଳଗ୍ରାମ
ରୂପେ ପୂଜା ପାଉଛନ୍ତି ।
ଶୋକ ଜର୍ଜରିତ। ତୁଳସୀର ଦୁଃଖେ
ଦୁଃଖୀ ହୋଇ ନାରୀ ଗଣ
ତାଙ୍କର ବିବାହ ବାର୍ଷିକୀ ରେ ତାଙ୍କୁ
କରିଥାନ୍ତି ସୁମରଣ ।
ପ୍ରାତୁ ନାରୀ ଗଣ ଶୁଦ୍ଧ ପୂତ ହୋଇ
ବୃନ୍ଦାବତୀ ଚଉଁ ରା ରେ
ପଞ୍ଚ ମୁରୁଜରେ ଝୋଟି ଚିତ୍ର ଆଙ୍କି
ପୂଜିଥାନ୍ତି ହରଷରେ ।
କୁରୁକୁଳ ପିତାମହ ଭୀଷ୍ମ ଦେବ
ଶାୟିତ ଶର ଶୟନେ
ଚତୁର୍ମ।ସ୍ୟା ଅନ୍ତେ ପିତ୍ରୁଲୋକ ଗଲେ
ସ୍ଵଶରୀର ଅବସାନେ ।
ତେଣୁ କେହି କେହି ଏହି ପଞ୍ଚକ କୁ
କହନ୍ତି ଭୀଷ୍ମ ପଞ୍ଚକ
ପୂର୍ଣ୍ଣିମାର ପରେ ଛାଡ ଖାଇ କରି
ଖାଆନ୍ତି ଆମିଷ ପାକlପ l
ଅଣୁ ଓ ପରମାଣୁ

