ଯୋଗ୍ୟତା
ସାରଦା ପ୍ରସାଦ ମିଶ୍ର
ଧୃଷ୍ଟତା ମାର୍ଜନା କରିବେ ହେ ବାଲ୍ମୀକି ବ୍ୟାସ
ରାମାୟଣ ମହଭାରତ କଲ କାହିଁକି ପ୍ରକାଶ
ଏହା କଣ ନୁହେଁ ଇତିହାସ
ମୁଷ୍ଟିମେୟ ହେତୁବାଦୀ କହେ ଏହା ବକବ।ସ୍ ।
ବିଶ୍ବରେ ବନ୍ଦିତ ହେଲ ଲେଖି ମହାକାବ୍ୟ
ହେତୁବ।ଦୀ ପଚାରଇ ତୁମର ଯୋଗ୍ୟତା
କେଉଁ ବିଶ୍ଵ ବିଦ୍ୟାଳୟ ଦେଇଛି ପ୍ରମାଣ ପତ୍ର
ସପନରେ ଦେଖାଦେଇ କୁହ ମହାଭାଗ ।
କିଏ କହେ ହିନ୍ଦୁ ଏକ ନୁହଇଁଟି ଧର୍ମ
ପତାଞ୍ଜଳି ଯୋଗ କପିଳ ଙ୍କ ସାଂଖ୍ୟ
ଏହାସବୁ ଜରାଜୀର୍ଣ୍ଣ କାଙ୍କ
ବେଉଷଣ ପାଇଁ ଅତ୍ୟନ୍ତ ଅକ୍ଷମ ।
ଶୃଙ୍ଖଳା କର୍ତ୍ତବ୍ୟ ତ୍ୟାଗ ପୂଜା ଉପାସନା
ହେତୁବାଦୀ ଗର୍ଜି କୁହେ ଏ ସବୁ ଛଳନା
ଖ୍ରୀଷ୍ଟିଆନ ଧର୍ମ ଶ୍ରେଷ୍ଠ
ଯେହେତୁ ସେମାନେ ଉପହାର ଦିଏ ଟଙ୍କା ସୁନା ।
ଆରେ ମୂର୍ଖ କେଉଁ ଆଦିମ କାଳରୁ ଏହି ଧର୍ମ
ମଥା ଟେକି ହୋଇଅଛି ଠିଆ
ଶିଖାଉଛି ବିଶ୍ୱେ ସଦାଚାର, ଅହିଂସା, ଅପରିଗ୍ରହ
ଭାତୃଭାବ ଦାନ ଦୟା କ୍ଷମା ଆଦି ସତ୍କର୍ମ ।
ସମାଜରେ ସୃଷ୍ଟି କର ନାହିଁ ବିଶୃଙ୍ଖଳା
ଯେଉଁ ଧର୍ମ ଭଲପାଅ ତାକୁ ପଛେ ଆପଣାଅ
ନ ଭାବ ଅନ୍ୟ ଧର୍ମ ପ୍ରଥା ପରମ୍ପରା ନୀଚ
ବିଭିନ୍ନ ଧର୍ମର ଅଛି ବିଭିନ୍ନ ନିୟମ ଶୃଙ୍ଖଳା ।

