ଗାଁ ରେ ଦେଖିଲି ଯାହା
ସାରଦା ପ୍ରସାଦ ମିଶ୍ର
ମାର୍ଗଶୀର ମାସ ଶେଷ ସପ୍ତାହରେ
ଯାଇଥିଲି ନିଜ ଗ୍ରାମେ
ମୁକୁଳା ପବନ ଆଲୁଅ ପାଇଁକି
ବାସନା ଜ।ଗିଲା ମନେ ।
ମାର୍ଗଶୀର ମାସ ମାସ ମଧ୍ୟେ ଶ୍ରେଷ୍ଠ
ମହାଲକ୍ଷ୍ମୀଙ୍କର ବ୍ରତ
କାନ୍ଥ ଚଟାଣରେ ଶୋଭା ପାଉଥିଲା
ସୁନ୍ଦର ଝୋଟି ସର୍ବତ୍ର।
ଆଗକୁ ପଡ଼ିବ ଶେଷ ଗୁରୁବାର
ମ।ଣ ବସା ଘରେ ଘରେ
ମ।ଣ ଲୁଗା ଧୋଇ ବୋହୁଟି ପିଣ୍ଡାରେ
ବସି ଧନ ବେଣୀ କରେ ।
ପ।ଣ୍ଡୁର ପଉଷ ଧୂସର ସନ୍ଧ୍ୟାରେ
ଜେନା ସାହି ଓସ୍ତ ମୂଳେ
ଦାଆ ଯୋତ ଧରି ବନମାଳୀ ପାଳ
ଧାନ ବିଡା ଠୁଳ କରେ ।
ନଳ କୂପ ମୁଳୁ ନକୁଳ ସାହାଣୀ
ଭାର୍ଯ୍ୟା ଗରା କାଖେ ଧରି
ତର ତର ହୋଇ ଘର ମୁଖେ ଯାଏ
ଭାତ ବସାଇବ ବୋଲି ।
ଇନ୍ଦ।ଳ ପ।ଟରୁ ଗେଣ୍ଡ।ଳିଆ ଦଳ
ଡେଣା ପିଟି ଆକାଶରେ
ପଶ୍ଚିମ ଦିଗକୁ ଉଡ଼ିଯାଉଥିଲେ
ପର ଖସିପଡେ ତଳେ ।
କରଣୀ ମାର୍ତୁଲ ଧୋଇ ରମ।ପଣ୍ଡା
ଫେରିଯାଏ ନିଜ ଘର
ସନ୍ଧ୍ୟାରେ ଆସି ଦଧି ବାବନଙ୍କ
ପୂଜା ପାଇଁ ତରତର ।
ଡ଼ମେ଼ଇ ମଳିକ ଛକ ଦୋକାନକୁ
ସାଇକଲ ଚଲାଇ ଧୀରେ
ଚା ସେଠି ପିଇ ଗଞ୍ଜେଇ ଶୋଷିବ
ସାଥୀମାନେ ଅପେକ୍ଷାରେ ।
ଆୟୁ ଦେବ ଯମ ପୂଜା ବାଟ ଓଷା
ଗାଁ ଦାଣ୍ଡେ କରି କୋଠି
ମଣ୍ଡା ପିଠା ପୂଜି ଗଭୀର ରାତିରେ
ନାରୀ ଦାଣ୍ଡ ପହଁରନ୍ତି।
ସଭ୍ୟତା ସଂସ୍କୃତି ଆଗେଇ ଥିଲେବି
ରହିଅଛି ପରମ୍ପରା
ଆନନ୍ଦରେ ଲୋକ ପାଳନ କରନ୍ତି
ଖୁସି ଖେଳେ ଗ୍ରାମ ସାରା ।
ହେତୁବ।ଦୀ କହେ ଓଷା ବାର ପର୍ବ
ସବୁ ଉଦ୍ଭଟ କଳ୍ପନା
କିନ୍ତୁ ସେହି ଉଦ୍ଭଟତା ମଧ୍ୟେ ଅଛି
ସାମାଜିକ ଉନ୍ମାଦନା ।
ତୋଟା ବିଲ ଘେରା ମଫସଲ ଗ୍ରାମେ
ବାସ କରୁଥିବା ଲୋକ
ଆପଣା ଆପଣା ପରବକୁ ପାଳି
ପାଆନ୍ତି ସେଥିରୁ ସୁଖ ।

