ଦିନ ୨୪: ହବିଷ୍ୟ ସଂଯମ ଓ ମାନସିକ ଶୁଦ୍ଧି ,ଓଡ଼ିଆ ଭକ୍ତି କବିତା
କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, ଭକ୍ତି ଓ ମାନସିକ ଶୁଦ୍ଧିର ଏକ ପବିତ୍ର ଅବସର।
ହବିଷ୍ୟ ଅନ୍ନ ସେବନ, ଇନ୍ଦ୍ରିୟ ସଂଯମ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ ଆମକୁ ସାଂସାରିକ ଜଞ୍ଜାଳରୁ ଦୂରେଇ ମନକୁ ଶାନ୍ତ ଓ ନିର୍ମଳ କରିବାର ପ୍ରେରଣା ଦିଏ।

ପ୍ରଭାତରେ ହବିଷ୍ୟ ଅନ୍ନ ସେବନ ଓ ପ୍ରଭୁଙ୍କ ଦର୍ଶନ, ଆଉ ସନ୍ଧ୍ୟାରେ ତୁଳସୀ ଚଉରା ମୂଳେ ଦୀପ ଜାଳି ରାଇଦାମୋଦରଙ୍କ ନାମ ସ୍ମରଣ—ଏହା ହିଁ କାର୍ତ୍ତିକ ମାସର ଭକ୍ତିମୟ ଅନୁଭୂତି।
ସନ୍ଧ୍ୟାରେ ଦୀପ ଜାଳି ମହାପ୍ରଭୁଙ୍କ ଚରଣରେ ନିଜର ସମସ୍ତ ଚିନ୍ତା ଓ ବେଦନା ସମର୍ପଣ କରିବା।

ଆସନ୍ତୁ, ଶରୀର ସହିତ ମନ ଓ ଚିନ୍ତାଧାରାକୁ ମଧ୍ୟ ପବିତ୍ର ରଖିବା।
ମହାପ୍ରଭୁଙ୍କ କୃପାରୁ ଆମ ମନ ନିର୍ମଳ, ଜୀବନ ଶାନ୍ତିମୟ ଓ ଭକ୍ତି ଅଟଳ ହେଉ।
ଜୟ ଜଗନ୍ନାଥ 🙏 ଜୟ ରାଇଦାମୋଦର 🌺 ✍️ : ଆଶିଷ କୁମାର ନାୟକ

