ହାଲଚାଲ
ସାରଦା ପ୍ରସାଦ ମିଶ୍ର
କୃଷକ ଯୁବକ ମନ ଆନନ୍ଦରେ
ତିନିଶହ ଟଙ୍କା ନେଇ
ଯାଇଥିଲା ସୋସାଇଟ ଅଫିସ
ୟୁ ରିଆ ସାର ପାଇଁ ।
ସୋସାଇଟ ରେ ମିଳିଲାନି ସାର
ଛକ ଦୋକାନକୁ ଆସି
ବୁଝିଲା ସାର ବସ୍ତ।କର ମୂଲ୍ୟ
ସେଠାରେ ସ।ତଶ ଅଶୀ ।
ପଇସା ନହେବାରୁ ବିକଳେ ଆସି
ପହଞ୍ଚିଲା ନିଜ ଘରେ
ପତ୍ନୀକୁ ଗେହ୍ଲେଇ କହିଲା ପ।ଞ୍ଚଶ
ଟଙ୍କା ଦେଲୁ ମୋତେ ଧ।ରେ ।
ସୁଭଦ୍ରା ଟଙ୍କା ତୁ ପାଇଛୁ ତ ଏବେ
ଦେଇଥା ସେଥିରୁ କିଛି
ଭାରିଯା ତାର ମୁହଁ ମୋଡ଼ି କହେ
ମୋ ଖର୍ଚ୍ଚ ପାଇଁ ରଖିଛି ।
ପାଉଁଜି ସହ କିଣିବି ବାନ୍ଧ ଶାଢ଼ୀ
ଆସନ୍ତା ପୂଜା ପାଇଁ
କିଣିବି ଗୋଟେ ସ୍ପ୍ରେ ସିଞ୍ଚିଲେ ଦେହେ
ଗନ୍ଧ ଯିବ ଦୁରେଇ ।
ହତାଶ ହୋଇ କରଜ କରି ବସ୍ତେ
କିଣିଲା ଚାଷୀ ସାର
ଧାନ ଅମଳ ବଢିବ ସିନା ବିଲେ
ପଡ଼ିଲେ ମୁଠା ସାର ।
ବିକ୍ରି କରି ସେ ବଳକା ଧାନ ତାର
ଚଳାଇବ ପରିବାର
ଉତ୍ପାଦନରେ ଉନ୍ନତି ବିନା ଦେଶ
ହେବ କି ଅଗ୍ରସର?
ଦେଶର ଆର୍ଥିକ ଉନ୍ନତି ପାଇଁକି
ଯୋଜନା ମାଳ ମାଳ
ପରିଚାଳନାରେ ଅସଙ୍ଗତି ଯୋଗୁ
ଦେଉନି ଭଲ ଫଳ ।
ବିରୋଧୀ ଦଳ ବିଫଳ ହୁଅଇ
ବିରୋଧ କରିବାରେ
ପରଷ୍ପରର ଗୋଡ ଟଣା ଟଣି
ନିଜ ନିଜର ସ୍ୱାର୍ଥରେ ।
ସହର ବଢୁଛି ତା କାୟ। ବିସ୍ତାରି
ଗାଁ ହୁଏ ହୀନିମାନ
ସରକାର ଦେବା ସାହାଯ୍ୟ ସବୁ
ହୁଅଇ ବାଟ ମାରଣ ।
ରାସ୍ତା ଘାଟ ପୋଲ ପୂଜା ମନ୍ଦିର
ଅଥବା ଶମଶାନ
ସବୁ ସ୍ଥାନମାନଙ୍କ ନିର୍ମାଣ ଦୁର୍ବଳ
ପରମାୟୁ ତାର କ୍ଷୀଣ ।
ନେତାଏ କର୍ମୀଙ୍କୁ ପକାନ୍ତି ଥୋପ
ତାଙ୍କ ଚଉକି ପାଇଁ
କର୍ମୀ କରିଥାନ୍ତି ଠିକା କାମ ବାବୁ
ରିସ ପତ ମାଗଇଁ।
ଚାଳିଶ ଟଙ୍କାର ଖର୍ଚ୍ଚ ବେଳେ ବିଲ୍
ହୋଇଥାଏ ସେଠି ଶହେ
ସେ ବିଲ୍ ବ୍ଲକ ରେ ପାସ ହୁଅଇ
ପାଇଲେ ଟଙ୍କା କୋଡ଼ିଏ।
ଟଙ୍କା କିଛି ପାଇ କର୍ମୀ ଉଲ୍ଲସିତ
ମଦ ମାଂସରେ ଦିନ
କିଛି କଟିଯାଏ ସରିଗଲେ ଉଦାସ
ହୁଅଇ ତାଙ୍କ ମନ।
ଆମେରିକା ଚିନ ଆଦି ଦେଶ ସଙ୍ଗେ
ସମାନ ହୋଇବା ପାଇଁ
ନିଃସ୍ଵାର୍ଥପର ସମାଜସେବା କର
ମୋ ଦେଶ ଭଉଣୀ ଭାଇ ।
ଦେଶ ବଢ଼ିଲେ ସିନା ଆମେ ବଢିବା
ବଢ଼ିବେ ଆମ ଶିଶୁ
କିଛି କିଛି ସାଥୀ କରିଯାଅ ତ୍ୟାଗ
ଦେଶ ଟି ଆମର ହସୁ।

ଭଙ୍ଗା ପଥୁରି
Pingback: ଗୁରୁ ଦିବସ - UniverseHeaven