🌕 କୁମାର ପୂର୍ଣ୍ଣିମା 🌕
ଲୋକନାଥ ମିଶ୍ର
ପ୍ରଭାତେ ସୂର୍ଯ୍ୟ ଉଇଁଲେ,
ତଉରା ମୂଳେ ନୂଆ ପୋଶାକେ,
ଖଇ, କଦଳୀ, ଜହ୍ନି ଫୁଲେ,
ଅଞ୍ଜୁଳି ଦେଇ ପ୍ରାର୍ଥନା କରେ-
“ହେ ସୂର୍ଯ୍ୟଦେବ, ହେ ଜୀବନଧାରୀ,
ମୋର ମନର କଥାକୁ ପୂରଣ କର” ।
ଦିନ ସାରା ହସର ଖେଳ,
“ପୁଚି”, “ବୋହୁବୋହୁକା” ଅଙ୍ଗଣାରେ,
କନ୍ୟାମାନଙ୍କ ସ୍ୱରରେ ମିଳେ,
ମଲ୍ଲୀ ଜୁଈର ସୁଗନ୍ଧି ଝରେ ।
ସନ୍ଧ୍ୟାବେଳେ ଉଇଁଲା ଜହ୍ନ ,
ଧଳା ଆଲୋକେ ରଜତ ସିହାଂସନ ।
ହାତରେ ଧରି ଚକଟା,
ଖଇ, କଦଳୀ, ଛେନାର ସୁଗନ୍ଧ ।
ଉଦାର ଚନ୍ଦ୍ରଙ୍କୁ କହନ୍ତି ସବୁ—
“ହେ ଜହ୍ନ,
କାର୍ତ୍ତିକେୟ ପରି ଶୂର,
ସୁନ୍ଦର, ସତ୍ୟବାନ ସାଥୀ,
ମୋର ହୃଦୟକୁ ଦିଅ ।
ପ୍ରେମର ଆଲୋକେ
ଜୀବନ ହେଉ
ପୂର୍ଣ୍ଣଚନ୍ଦ୍ର ସମାନ “ ।
ଗାଁରେ ଭରୁଛି ହସର ଧ୍ୱନି,
ଚନ୍ଦ୍ରଲୋକରେ ପବିତ୍ର ସପଥ ।
କୁମାର ପୂର୍ଣ୍ଣିମା ରାତ୍ରିରେ,
କନ୍ୟାମାନଙ୍କ ମନରେ,
ଦେଇଥାଏ ଦିବ୍ୟ, ଅନୁଭୁତି ଅମାପ ।
Celebrating Lakshmi Puja and Gajalaxmi Puja Across Odisha
Lakshmi Puja and the Grandeur of Gajalaxmi Puja in Dhenkanal
The Divine Journey of Lokanath Mishra
“ଶେଷ ରାତିର କଥା”


ଓଡ଼ିଆ ସଂସ୍କୃତିର ସୁନ୍ଦର ପରବ ‘କୁମାର ପୂର୍ଣ୍ଣିମା’ର ଅନୁଭୂତିକୁ ସଂବେଦନାମୟ ଭାବରେ ଚିତ୍ରଣ କରେ ଏହି କବିତା କୁମାର ପୂର୍ଣ୍ଣିମା,
Pingback: ହବିଷିଆଳୀ ବ୍ରତ - UniverseHeaven
Please read Chaura in place of Taura in the poem Kumar Purnima.