ମକର ସଂକ୍ରାନ୍ତି
ସାରଦା ପ୍ରସାଦ ମିଶ୍ର
“ଜାଇଫୁଲ ଚୁଡ଼ା ଆଉ ଚାଉଳ ବ।ନ୍ଧ
ଯିବା ସମ୍ବଲପୁର
ଆସି ହେଲା ମକର” ପୂରୁବେ
ଯୁଗ୍ମ ନୃତ୍ୟ ଥିଲା ଯାତ୍ରାର ।
ମକର ସଂକ୍ରାନ୍ତି ହିନ୍ଦୁ ପର୍ବ ତିଥି
ପୂଜା ଯାଏ ଦିବାକର
ଦକ୍ଷିଣାୟନ ଗତି ଶେଷ କରି
ସୂର୍ଯ୍ୟ ଯାଆନ୍ତି ଉତ୍ତର ।
କପିଳ ଶ।ପରେ ସାଗର ସନ୍ତାନ
ହୋଇଥିଲେ ଭସ୍ମୀଭୂତ
ପୂର୍ବଜ ଉଦ୍ଧାର ପାଇଁ ଜାହ୍ନବୀଙ୍କୁ
ତପକରି ଭଗୀରଥ।
ହର ଜଟା ମଧ୍ୟୁ ପାବନୀ ଗଙ୍ଗ।ଙ୍କୁ
ଆଣିଥିଲେ ଧରାପରେ
ଏଥିପାଇଁ ଏହା ପବିତ୍ର ଦିବସ
ହିନ୍ଦୁ ମାନଙ୍କ ପକ୍ଷରେ ।
ଶ୍ରୀ ଜଗନ୍ନାଥ ବଳରାମ ନବାଙ୍କ
ବେଶ କରନ୍ତି ଧାରଣ
ସୋଲେ ନିର୍ମିତ ଶଙ୍ଖ ଚକ୍ର ହଳ
ଦିଶେ ବଡ ଶୋଭବନ ।
ଶୀତ କ୍ରମେ କମେ ଏହି ଦିନ ଠାରୁ
ଉଙ୍କି ମ।ରଇ ବସନ୍ତ
ସୁନାର ଫସଲ ଅମଳରେ ସର୍ବେ
ହୋଇଥାନ୍ତି ଆନନ୍ଦିତ ।
ଦକ୍ଷିଣ ଭାରତେ କୃଷି ସହାୟକ
ବଳଦ ହୁଏ ପୂଜନ
ପଶ୍ଚିମ ରେ ଗୁଡ଼ି ଉଡ଼ା ଯାଏ ପୂର୍ବେ
ହୁଏ ମକର ମିଳନ ।
ସ।ନ୍ତ।ଳ ଭାଇ ଭଉଣୀଙ୍କ ସବୁଠୁ
ବଡ ପରବ ମକର
ନୂତନ ବସନ ସଙ୍ଗେ ପିଠା ପଣା
ଖାଇ ଆନନ୍ଦ ଅପ।ର ।
ମକର କ୍ରାନ୍ତିରୁ କର୍କଟ କ୍ରାନ୍ତିକୁ
ସବିତା କରନ୍ତି ଗତି
ଏ ଦିନ ମାସର ପ୍ରଥମ ଦିବସ
ନାମ ମକର ସଂକ୍ରାନ୍ତି


The poem on Makar Sankranti is very nice.It gives the different types of worship.Thanks for the poem.