॥ ମାଟିର ସୁଗନ୍ଧ ॥
ଲୋକନାଥ ମିଶ୍ର

ଦଶ କିଲୋମିଟର ଦୂରେ,
ଶ୍ରୀଜଗନ୍ନାଥଙ୍କ ଧାମରୁ,
ଧୂଳି, ଚାଷ, ଗୋରୁ,
ବାଳୁକା ଓ ମାଟିର ଗନ୍ଧରେ
ରହିଥିଲା ଏକ ଗାଁ ।
ସେଇ ଗାଁର ଏକ ବ୍ରାହ୍ମଣ,
ବାମ ପାଦ ଛୋଟ
ଚାଲୁଥିଲେ ଲାଠିକୁ ସାଥୀ କରି ।
ତାଙ୍କର ମୁହଁରେ କ୍ଷୁଦା,
କିନ୍ତୁ ହୃଦୟରେ
ଜଗନ୍ନାଥଙ୍କ ଭକ୍ତିର ଆଲୋକ ।
ସକାଳେ ସକାଳେ
ମନ୍ଦିରର କାମ,
ପୁରୋହିତ ସେବା,
ତା’ର ଅଳ୍ପ ଆୟ ।
କେବେ କେବେ ହାତରେ ଆସୁଥିଲା
କେବଳ ମନ୍ଦିର ର ଭୋଗ,
ଜେଉଁ ଥିରେ ପାଞ୍ଚଟି ପିଲାଙ୍କୁ
ଖୁଆଇବା କଷ୍ଟକର ।
ପାଞ୍ଚଟି ପିଲା—
ଦୁଇଟି ଝିଅ,
ତିନୋଟି ପୁଅ ।
ଜ୍ୟେଷ୍ଠ ପୁଅଟି
ବାପାଙ୍କର ସହାୟ,
ଛୋଟ ପୁଅଟି
ମା’ଙ୍କର ଆଦରର ପାତ୍ର ।
ମଧ୍ୟମ ପୁଅଟି
ଜାନୁଆରୀ ୧୯୫୬ର
ଏକ ଶୀତଳ ସକାଳରେ
ଜନ୍ମିଲା—
ଘରେ ଏକ ସାନ୍ତ୍ବନା
ଓ ଭବିଷ୍ୟତର ଭାର ।

ମାଟିର ଘର,
ଛଣ କୁଟାର ଛାତ ।
ପବନେ ଉଡୁଥିଲା ,
ବର୍ଷାରେ ଭିଜୁଥିଲା ।
କେବେ କେବେ
ଛାତ ରୁ ପାଣି ଟପ୍ଟପ୍ ପଡୁଥିଲା ।
ମା’ କଳା ପାତ୍ରରେ
ପାଣି ଜମା କରୁଥିଲେ ।
ମା’ଙ୍କର ମୁହଁରେ
ଦୁଃଖର ଛାୟା,
କିନ୍ତୁ ସ୍ନେହର
ସୀମା ନଥିଲା ।
ବାପାଙ୍କର
ଲାଠିର ଧ୍ୱନି
ଘରର ଦିନଚର୍ୟା,
ତାଙ୍କର କଷ୍ଟ
ଘରର ପାଳନ ।
ସେଇ ପରିବାରରେ
ଦୁର୍ଭିକ୍ଷ ମଧ୍ୟ
ଥିଲା ଆଶା,
କାରଣ
ଜଗନ୍ନାଥଙ୍କ ନାମ
ସେମାନଙ୍କର
ଅନ୍ତିମ ସାହାରା ।
,
.
.
.
.

Understanding Shraddha and Pinda Daan : A Journey of Honoring Ancestors


ସାରକଥା, ମାଟିର ସୁଗନ୍ଧ = ଶ୍ରମ, ଦାରିଦ୍ର୍ୟ, ଗ୍ରାମ୍ୟ ଜୀବନର ସରଳତା, ପରିବାରୀକ ସନ୍ନିବେଶ, ଓ ଅଦମ୍ୟ ଭକ୍ତିର ସୁଗନ୍ଧ।
ସୁନ୍ଦର କବିତାଟି ପାଇଁ ଲେଖକଙ୍କୁ 🙏
ୟୁନିଭେରସେହେଭେନ ତରଫରୁ ଧନ୍ୟବାଦ
Pingback: Duti Bahana Osha & Ghanta Tarkari : A Sacred Celebration of Faith and Motherhood - UniverseHeaven
Pingback: ॥ ଦୁର୍ଗା–ମାଧବ ॥ - UniverseHeaven