ପ୍ରଦୁଷିତ ବାୟୁ
ସାରଦା ପ୍ରସାଦ ମିଶ୍ର
ଅବନୀ ମଣ୍ଡନ କରି ଅନିଳ
ସଦା ଯୋଗ।ଏ ତା ଶରୀରେ ବଳ
ଅମ୍ଳଜାନ ଦାନେ ପ୍ରାଣୀ ସକଳ
ଆନନ୍ଦ ଉଲ୍ଲାସେ ଯେ ଗତିଶୀଳ
ଆଜି ହୋଇଛି ଦୁର୍ବଳ
ଶରୀର ତାହାର ଯନ୍ତ୍ରଣା କ।ତର
ଅବସ୍ଥାଟି ଅସମ୍ଭାଳ ।
ଆଜିର ଭୋଗବାଦୀ ମଣିଷ
ଚାହେଁ ସଦାକାଳେ ଭୋଗ ବିଳାସ
ପ୍ରାକୃତିକ କ୍ଷେତ୍ର ଲଭେ ବିନାଶ
କୁତ୍ରିମତା ବେଗେ କରେ ପ୍ରବେଶ
କଷ୍ଟ ନିଶ୍ୱାସ ପ୍ରଶ୍ୱ।ସ
ଫୁସ୍ ଫୁସ୍ ହୋଇ ଯାଏ ବଳହୀନ
ମହାମାରୀ କରେ ଗ୍ରାସ।
କଳ କାରଖାନା ଗାଡ଼ି ମଟର
ଉଦ୍ ଗାରଇ ବିଷ ବାଷ୍ପ ପ୍ରବଳ
ଜଙ୍ଗଲ ଗ୍ରାସ କରଇ ଅନଳ
ଇଟାଭାଟି ଧୂଆଁ କରେ ଅସ୍ଥିର
ଏ ସମସ୍ତ ଉପାଦାନ
କରୁଛି ଗଗନ ପବନ ଆକ୍ରାନ୍ତ
ଦୁସ୍ଥର ହୁଏ ଜୀବନ ।
ଅବାରିତ ପ।ଦପ ଛେଦନ
ଦୁର୍ବଳ ଅଙ୍ଗାର ଆତ୍ମିକରଣ
କିପରି ସୃଷ୍ଟି ହେବ ଅମ୍ଳଜାନ
ଏହାର ଅଛି କିସ ନିଦାନ
ସର୍ବେ ଆଜି ସନ୍ଦିହାନ
ଗୋଟେ ଗୋଟେ ପ୍ରାଣୀ ବିଲୟ ହେଲେଣି
କି ହେବ ଆଗାମୀ ଦିନ ।
ଶ।ଗୁଣ।ର ସଙ୍ଗେ ମାଟିଆ ଚିଲ
ପରିବେଶ ଯିଏ କରୁଥିଲେ ନିର୍ମଳ
ପଶୁ ପକ୍ଷୀଙ୍କର ମୃତ ଶରୀର
ଖାଇ ପରିବେଶ ପରିଷ୍କାର
ଗଲେଣି କୁଆଡେ ହଜି
ରାତି ପାହିଲାଣି କାକ ରାବିଲାଣି
ମିଳିବନି ଗଲେ ଖୋଜି ।
ଶୁଣ ବନ୍ଧୁ ଶୁଣ ସାଥୀ ଗଣ
ଲଭିଛ ଅନେକ ଜ୍ଞାନ
ପ୍ରକୃତି ରକ୍ଷାରେ ଦେଇ ଧ୍ୟାନ
କରି ଯା ବୃକ୍ଷ ରୋପଣ
ଫଳ ପୁଷ୍ପ ଛାୟା ଦାନ
କରି ଖୁସିଦେବ ଧରଣୀ ହସିବ
ଉଲ୍ଲସିତ ସର୍ବପ୍ର।ଣ ।


ଏହି କବିତା ଆମକୁ ଗଭୀର ଭାବେ ଚିନ୍ତା କରାଉଛି।
ପ୍ରଦୁଷିତ ବାୟୁ ଆଜି ସମଗ୍ର ଜୀବଜଗତ ପାଇଁ ଏକ ଭୟାବହ ସମସ୍ୟା।
ଲେଖକଙ୍କୁ ଧନ୍ୟବାଦ ଏପରି ସଚେତନତାମୂଳକ କବିତା ପାଇଁ।
Pingback: ଜୟ ସୋମନାଥ - UniverseHeaven ସୋମନାଥ ଜ୍ୟୋତିର୍ଲିଙ୍ଗର ମହିମା | ଜୟ ସୋମନାଥ | ଓଡ଼ିଆ କବିତା