॥ କାଶୀପୁର ଶ୍ରୀରାମ ମନ୍ଦିରରେ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ (୨୬–୨୯ ଏପ୍ରିଲ ୨୦୨୬) ॥
ଲୋକନାଥ ମିଶ୍ର
କାଶୀପୁର ଗ୍ରାମର ଶ୍ରୀରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା ଉତ୍ସବ ଗ୍ରାମବାସୀଙ୍କ ଏକତା, ଭକ୍ତି ଓ ଆଧ୍ୟାତ୍ମିକ ଆସ୍ଥାର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପରିଚିତ ହୋଇଅଛି । ଏହି ପବିତ୍ର ଅବସରରେ ପ୍ରଭୁ ଶ୍ରୀରାମ, ମାତା ସୀତା, ପ୍ରଭୁ ଲକ୍ଷ୍ମଣ ଓ ପ୍ରଭୁ ହନୁମାନଙ୍କ ମୂର୍ତ୍ତିମାନଙ୍କରେ ବେଦୀୟ ପ୍ରଣାଳୀ ଅନୁସାରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।
ଏହି ଉତ୍ସବ ୨୬ ଏପ୍ରିଲରୁ ୨୯ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଶାସ୍ତ୍ରୋକ୍ତ ନିୟମ ଓ ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଥିଲା । ଏହି ଗାଁ ର ପ୍ରତିଷ୍ଟିତ ମହାପାତ୍ର ପରିବାରଙ୍କ ପ୍ରଚେଷ୍ଟା ଓ ଗ୍ରାମବାସୀମାନଙ୍କ ସକ୍ରିୟ ସହଭାଗିତାରେ ଏହି ଉତ୍ସବ ଭବ୍ୟ ଆଡମ୍ବର ସହିତ ପାଳିତ ହୋଇପାରିଥିଲା ।

କାଶୀପୁର ଓ ପୁରି ଜିଲ୍ଲା ଶାସନ ଗ୍ରାମମାନଙ୍କର ଇତିହାସ ଖୁବ ପୁରାତନ । ଛଅ ଶହ ବର୍ଷ ତଳେ ପୁରୀ ର ଗଜପତି ମହା ରାଜା କାଶୀ (ବନାରସ୍) ଠାରୁ ପଣ୍ଡିତ ବ୍ରାହ୍ମଣମାନଙ୍କୁ ଆଣି କାଶୀପୁର, କାଶୀ ହରିପୁର ଓ କାଶୀ ଜଗନ୍ନାଥପୁର ନାମକ ତିନୋଟି ବ୍ରାହ୍ମଣ ଶାସନ ଗ୍ରାମ ସ୍ଥାପନ କରିଥିଲେ ଓ ଏହି ବ୍ରାହ୍ମଣ ମାନେ ସେବେଠାରୁ ଏହି ଗ୍ରାମ ରେ ରହି ଆସୁଛନ୍ତି । ଏହି ଗ୍ରାମମାନଙ୍କର ବ୍ରାହ୍ମଣମାନେ ଶୁଦ୍ଧ ଆଚାର-ବିଚାର ଓ ଧାର୍ମିକ ଶୃଙ୍ଖଳା ପାଇଁ ପରିଚିତ ।
ଏହି ପବିତ୍ର କାର୍ଯ୍ୟରେ ଏହି ଗ୍ରାମର ଝିଅ ପରୀ ନାନୀ (ପରୀ ମାଉସୀ)ଙ୍କ ଅବଦାନ ବିଶେଷ ଭାବେ ସ୍ମରଣୀୟ । ତାଙ୍କର ନିଷ୍ଠା, ଶ୍ରମ ଓ ଭକ୍ତି ଏହି ଉତ୍ସବକୁ ସଫଳତାର ଶୀଖରକୁ ପହଞ୍ଚାଇଥିଲା ।
ତାଙ୍କ କଥାନୁସାରେ, ସେ ପ୍ରଥମେ ଗ୍ରାମଦେବୀମାନଙ୍କ ଅନୁମତି ପାଇବା ପାଇଁ ମନ୍ଦିରକୁ ଯାଇଥିଲେ । ସେଠାରେ ମା ଉଗ୍ର ତାରା ସହିତ ଅନ୍ୟାନ୍ୟ ଦେବୀମାନଙ୍କର ଆଶୀର୍ବାଦ ମିଳିଥିବା ବିଶ୍ୱାସ କରାଯାଏ । ମନ୍ଦିରରେ ଦେବୀ ଂକର ମାଳା ମନକୁ ଖସିପଡ଼ିବାକୁ ଦେବୀଙ୍କ ଅନୁମତିର ଦିବ୍ୟ ସଙ୍କେତ ବୋଲି ଗ୍ରହଣ କରାଯାଇଥିଲା ।
ଉତ୍ସବ ସମୟରେ ଭାରୀ ବର୍ଷାର ପୂର୍ବାନୁମାନ ଥିଲେ ମଧ୍ୟ ଚାରିଦିନ ଧରି ବର୍ଷା ହୋଇନଥିଲା । ପରିବେଶ ଉତ୍ତମ ରହିଥିଲା, ଯାହା ଉତ୍ସବକୁ ସୁଚାର ଭାବେ ସମ୍ପନ୍ନ କରିବାରେ ସହାୟକ ହୋଇଥିଲା । ଉତ୍ସବ ଶେଷ ପରେ, ୩୦ ଏପ୍ରିଲ ସକାଳରେ ବର୍ଷା ହେବାକୁ ଗ୍ରାମବାସୀମାନେ ଦିବ୍ୟ କୃପା ଭାବେ ଅନୁଭବ କରିଥିଲେ ।

୨୮ ଏପ୍ରିଲ ତାରିଖରେ ମୁଁ ମୋର wife ଓ mother in law ଂକ ସହିତ ଏହି ଉତ୍ସବରେ ଯୋଗଦେଇଥିଲି । ରାସ୍ତାରେ ଯାନ ଜାମ୍ ହେତୁ ଡେରିରେ ପହଞ୍ଚିଲେ ମଧ୍ୟ ଏହା ଆମ ପାଇଁ ଏକ ସୁଯୋଗରୂପେ ପରିଣତ ହୋଇଥିଲା, କାରଣ ଆମେ ସ୍ନାନ ଉତ୍ସବରେ ସାକ୍ଷାତ୍ ଅଂଶଗ୍ରହଣ କରିପାରିଥିଲୁ ।
ମୋର wife ଓ ଶାଶୁ ମାତା କଳଶର ପବିତ୍ର ଜଳ ଭଗବାନଙ୍କ ମୂର୍ତ୍ତିମାନଙ୍କ ଉପରେ ଅର୍ପଣ କରିଥିଲେ ଏବଂ ହଳଦୀ ଲେପନ କରିଥିଲେ । ମୁଁ ଦୁଇଥର ସ୍ନାନ କରାଇବାର ସୁଯୋଗ ପାଇଥିଲି—ଏକଥର ନିଜ ପାଇଁ ଏବଂ ଆଉ ଏକଥର ପରୀ ମାଉସୀଙ୍କ କନ୍ୟାଙ୍କ ପାଇଁ, ଯିଏ ସେ ସମୟରେ ବିଦେଶରେ ରହିଥିଲେ । ଏହାକୁ ଏକ ଦିବ୍ୟ ଅନୁଭୂତି ଭାବେ ଅନୁଭବ କରାଯାଇଥିଲା ।
ଏହି ପବିତ୍ର ଉତ୍ସବ ଆମକୁ ଶିଖାଏ ଯେ—
- ଭକ୍ତି ଓ ନିଷ୍ଠା ଥିଲେ ଭଗବାନଙ୍କ କୃପା ନିଶ୍ଚୟ ମିଳେ ।.
- ସମୂହିକ ପ୍ରୟାସ ଓ ଏକତା ଦ୍ୱାରା ବଡ଼ କାର୍ଯ୍ୟ ସଫଳ ହୁଏ ।
- ଦିବ୍ୟ ଶକ୍ତି ସଦା ଭକ୍ତମାନଙ୍କ ସହିତ ରହିଥାଏ ।
ପ୍ରଭୁ ଶ୍ରୀରାମଙ୍କ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ ।
ପ୍ପ୍ରଭୁ ହନୁମାନ ସମସ୍ତଙ୍କୁ ଶକ୍ତି, ସାହସ ଓ ଭକ୍ତି ପ୍ରଦାନ କରୁନ୍ତୁ ।
ମାତା ସୀତା ସମସ୍ତଙ୍କ ହୃଦୟକୁ କରୁଣା ଓ ଶାନ୍ତି ପ୍ରଦାନ କରୁନ୍ତୁ ।
ଶୁଭେଚ୍ଛା ବାର୍ତ୍ତା:
“ଧର୍ମର ଆଲୋକ ତୁମ ଜୀବନକୁ ପ୍ରକାଶିତ କରୁ, ଭକ୍ତି ତୁମକୁ ସଠିକ୍ ପଥ ଦେଖାଉ, ଏବଂ ଭଗବାନଙ୍କ କୃପା ସଦା ତୁମ ସହିତ ରହୁ” ।
ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ, ବରଂ ଏକ ଦିବ୍ୟ ଅନୁଭୂତି ଯାହା ସମସ୍ତଙ୍କ ହୃଦୟରେ ସ୍ମୃତି ରୂପେ ରହିବ । 🙏


