Satyabhama Mishra Life Story Chapter 7

। ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନ କାହାଣୀ ।

ଅଧ୍ୟାୟ – ୭

॥ ଦୁଃଖର ଅଗ୍ନିରେ ଜଳୁଥିବା ଦୀପ ॥

ଜୀବନରେ କେତେ ଦୁଃଖ ସହିହେବ ତାହାର ଉତ୍ତର ଯଦି କାହାରି ଜୀବନ ଦେଇପାରେ, ସେହି ନାମ ହେଉଛି ସତ୍ୟଭାମା ମିଶ୍ର । ନିଜ ସୁଖକୁ ଅନ୍ୟମାନଙ୍କ ପାଇଁ ତ୍ୟାଗ କରିଥିବା ଏହି ମହାନ ନାରୀ ବୃଦ୍ଧାବସ୍ଥାରେ ଏକ ପରେ ଏକ ପ୍ରିୟଜନଙ୍କ ବିୟୋଗରେ ଭାଙ୍ଗିପଡ଼ିଲେ, ତଥାପି ଭଗବାନଙ୍କ ପ୍ରତି ତାଙ୍କ ଭକ୍ତି କେବେ ଦୁର୍ବଳ ହେଲା ନାହିଁ ।

୨୦୦୭ ମସିହାରେ ନିଶାମଣୀଙ୍କ ମୃତ୍ୟୁ ତାଙ୍କ ଜୀବନରେ ଗଭୀର ଶୂନ୍ୟତା ସୃଷ୍ଟି କଲା । ଯାହାଙ୍କ ପାଇଁ ସେ ନିଜ ଜନ୍ମଦାତ୍ରୀ ପୁଅକୁ ତ୍ୟାଗ କରିଥିଲେ, ସେହି ନାରୀଙ୍କ ବିୟୋଗ ତାଙ୍କ ହୃଦୟକୁ ବିଦୀର୍ଣ୍ଣ କରିଦେଲା ।

Satyabhama Mishra Life Story Chapter 7

କିନ୍ତୁ ଏହା ପରେ ଦୁଃଖର ଧାରା ଥମିଲା ନାହିଁ । ତାଙ୍କର ପ୍ରିୟ ବଡ଼ ଝିଅ ମନୋରମା, ପରେ ଜ୍ୱାଇଁ, ବଡ଼ ବୋହୂ, ବଡ଼ ଭଉଣୀ ଓ ଉଭୟ ଭାଇ ସମସ୍ତେ ଏହି ସଂସାର ଛାଡ଼ି ଚାଲିଗଲେ । ପ୍ରତ୍ୟେକ ବିୟୋଗ ତାଙ୍କ ହୃଦୟରୁ ଗୋଟିଏ ଗୋଟିଏ ଦୀପ ଲିଭାଇ ଦେଉଥିଲା ।

ମନୋରମାଙ୍କୁ ସେ ଅପାର ସ୍ନେହ କରୁଥିଲେ । ଚଉଦ ବର୍ଷ ବୟସରେ ବିନା ଯୌତୁକରେ ବିବାହ କରାଇଥିଲେ । ବିବାହ ପରେ ମଧ୍ୟ ଗାଁର ଆମ୍ବ, ନଡ଼ିଆ, ପନିପରିବା, ମାଛ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନିୟମିତ ଭାବେ ଝିଅର ଘରକୁ ପଠାଉଥିଲେ ।

ଭୂଦାନ ଯୋଜନାରେ ଛଅ ଏକର ଜମି ପାଇବା ପାଇଁ ତାଙ୍କ ଜ୍ୱାଇଁ ସତ୍ୟଭାମାଂକ ନାମରେ ଆବେଦନ କରିଥିଲେ । କିନ୍ତୁ ସେ ସରକାରୀ ଚାକିରିରେ ଥିବାରୁ ଆଇନଗତ ଜଟିଳତା ବହୁତ ଥିଲା । ସମସ୍ତ ଶପଥପତ୍ର, ସରପଞ୍ଚଙ୍କ ପ୍ରମାଣପତ୍ର, ବିଭିନ୍ନ କାଗଜପତ୍ର ଓ କଲେକ୍ଟରଙ୍କ ସମ୍ମୁଖରେ ଉପସ୍ଥିତି—ଏସବୁ ବ୍ୟବସ୍ଥା ତାଙ୍କ ମଝିଆ ପୁଅ ଅକ୍ଲାନ୍ତ ପରିଶ୍ରମରେ କରିଥିଲେ । ବହୁ କଷ୍ଟରେ ସେ ଜମିର ଦଖଲ ମଧ୍ୟ ଆଣିଥିଲେ ।

Satyabhama Mishra Life Story Chapter 7

ପରେ ଜ୍ୟାଇଁ ଅବସର ନେବା ପରେ ସତ୍ୟଭାମା ଗୁପ୍ତରେ ଜ୍ୱାଇଁଙ୍କୁ ବୁଝାଇ ସମସ୍ତ ଜମି ମନୋରମାଙ୍କ ନାମରେ କରାଇଥିଲେ । ନିଜ ପୁଅମାନଙ୍କ କଥା ସେ ଭାବିଲେ ନାହିଁ । ତାଙ୍କ ଦୃଷ୍ଟିରେ ଝିଅର ସୁରକ୍ଷା ମଧ୍ୟ ମାଆର ଧର୍ମ ଥିଲା ।

କିନ୍ତୁ ଭାଗ୍ୟର ବିଚିତ୍ର ପରିହାସ—ମନୋରମା ଓ ତାଙ୍କ ସ୍ୱାମୀ ସେହି ଜମିର ବଡ଼ ସୁଫଳ ପାଇପାରିଲେ ନାହିଁ । ସେମାନଙ୍କ ପରଲୋକ ପରେ ସରକାର ଅଧିଗ୍ରହଣ କରି କ୍ଷତିପୂରଣ ଦେଲେ, ଯାହାର ଲାଭ ତାଙ୍କ ସନ୍ତାନମାନେ ପାଇଲେ । ତଥାପି ସେହି ପରିବାରରୁ ସତ୍ୟଭାମାଙ୍କ ନାତୁଣୀଙ୍କୁ ଉପନୟନ ଉତ୍ସବରେ ନିମନ୍ତ୍ରଣ ନ ମିଳିବା ତାଙ୍କ ହୃଦୟକୁ ଗଭୀର ଭାବେ ଆଘାତ କରିଥିଲା ।

ବଡ଼ ପୁଅ ଭୀମସେନ ଓ ତାଙ୍କ ପରିବାର ପ୍ରତି ତାଙ୍କର ସ୍ନେହ ଅସୀମ ଥିଲା । ବୋହୂଙ୍କୁ ସେ ନିଜ ଝିଅ ପରି ଦେଖୁଥିଲେ । ନାତି-ନାତୁଣୀମାନେ ତାଙ୍କ ସ୍ନେହ ଓ ଶୃଙ୍ଖଳାରେ ବଡ଼ ହୋଇଥିଲେ ।

ଛୋଟ ପୁଅଙ୍କ ପାଇଁ ସେ ୨୦୦୬ ପର୍ଯ୍ୟନ୍ତ ନିଜ ହାତରେ ରାନ୍ଧି ଖୁଆଉଥିଲେ । ତାଙ୍କ ବିବାହରୁ ଆରମ୍ଭ କରି ନିଶାମଣୀଙ୍କ ଘର ଓ ଜମି ତାଙ୍କ ନାମରେ ହେବା ପର୍ଯ୍ୟନ୍ତ ସବୁଠି ସତ୍ୟଭାମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

Satyabhama Mishra Life Story Chapter 7

ସେ ଛୋଟ ଝିଅ ନିରୂପମାଙ୍କୁ ମଧ୍ୟ ସମାନ ଭାବରେ ସ୍ନେହ କରୁଥିଲେ । ଶିକ୍ଷା, ବିବାହ ଓ ପ୍ରତ୍ୟେକ ଜୀବନ ନିଷ୍ପତ୍ତିରେ ତାଙ୍କ ମାତୃସ୍ନେହ ପ୍ରତିଫଳିତ ହୋଇଥିଲା ।

ନିଜ ଜନ୍ମଦାତ୍ରୀ ମଝିଆ ପୁଅଙ୍କୁ ତଥାପି ସେ ନିଶାମଣୀଙ୍କ ପୁଅ ବୋଲି ମାନି ଆସିଥିଲେ । ଏହା ଥିଲା ତାଙ୍କ ପ୍ରତିଜ୍ଞାର ପବିତ୍ରତା ଓ ତ୍ୟାଗର ଶିଖର ।

ଆଜି ମଧ୍ୟ ବୟସର ଭାର ସତ୍ତ୍ୱେ ସେ ସକ୍ରିୟ । ସମ୍ପ୍ରତି ଛୋଟ ପୁଅଙ୍କ ପୁଅର ବିବାହରେ ସେ ସମସ୍ତଙ୍କ ଖାଇବା, ପିନ୍ଧିବା ଓ ସମ୍ମାନର ଦେଖାଶୁଣା କରୁଥିଲେ । ନିଜ ପାଇଁ କିଛି ଚାହିଁଲେ ନାହିଁ, କେବଳ ଅନ୍ୟମାନଙ୍କ ସୁଖରେ ନିଜ ସନ୍ତୋଷ ଖୋଜିଲେ ।

ତାଙ୍କ ଜୀବନର ମହାନ ଶିକ୍ଷା ହେଉଛି—

Satyabhama Mishra Life Story Chapter 7

ସଂସାରରେ ସମ୍ପର୍କ କ୍ଷଣସ୍ଥାୟୀ, ସମ୍ପତ୍ତି ନଶ୍ୱର, ଶରୀର ଅନିତ୍ୟ; କିନ୍ତୁ ନିଷ୍କାମ ସେବା, ସତ୍ୟ ଭକ୍ତି ଓ ଭଗବାନଙ୍କ ପ୍ରତି ସମର୍ପଣ ହିଁ ଆତ୍ମାକୁ ଅମର କରେ।

(କ୍ରମଶଃ…… ….. ……)

Leave a Comment

Your email address will not be published. Required fields are marked *