ତୁଳସୀ ମଞ୍ଜରୀ ସମର୍ପଣ ଓ ସନ୍ଧ୍ୟା ପ୍ରାର୍ଥନା | ଜଗନ୍ନାଥ ଭକ୍ତି କବିତା
କାର୍ତ୍ତିକ ମାସର ପବିତ୍ର ପ୍ରଭାତରେ ତୁଳସୀ ମଞ୍ଜରୀ ତୋଳି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ଅର୍ପଣ କରିବାର ଭାବନା ଅତ୍ୟନ୍ତ ଆନନ୍ଦମୟ। ତୁଳସୀର ସୁଗନ୍ଧ ଓ ଭକ୍ତିର ନିବେଦନରେ ମନ ହୋଇଉଠେ ପବିତ୍ର।

ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରର ଧୂପ, ଦୀପ ଓ ଆଳତିର ଦିବ୍ୟ ଆଲୋକ ସହ ଭକ୍ତମାନଙ୍କ ହରିବୋଲ ଧ୍ୱନି ହୃଦୟରେ ଅପୂର୍ବ ଶାନ୍ତି ଭରିଦିଏ।

ହେ ପତିତପାବନ! ମୋର ସମସ୍ତ ପାପ, ତାପ ଓ ସଂସାରର ଦୁଃଖ ଦୂର କରି ତୁମ ଶ୍ରୀଚରଣରେ ମୋତେ ସ୍ଥାନ ଦିଅ। ତୁମ ନାମ ସ୍ମରଣରେ ମୋ ଜୀବନ ସାର୍ଥକ ହେଉ।
🙏 ଜୟ ଜଗନ୍ନାଥ! ଜୟ ଶ୍ରୀହରି! 🙏 ✍️ : ଆଶିଷ କୁମାର ନାୟକ

