କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯)
ରାଜା ପୃଥୁ ଦେବର୍ଷି ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି ! ରାଜା ଚୋଳ ଓ ବିଷ୍ଣୁ ଦାଶ ବ୍ରାହ୍ମଣ ନିଜର ଧର୍ମ ବଳରେ ବୈକୁଣ୍ଠ ପୁରକୁ ଗମନ କଲେ ?ଆଉ କିଏ କିଏ କାର୍ତ୍ତିକ ଉଦ୍ୟାପନ କରି ବୈକୁଣ୍ଠ ପ୍ରାପ୍ତି ହୋଇଥିଲେକି ?ଯଦି ପ୍ରାପ୍ତି ହୋଇଥିଲେ ତାହାଲେ ସେମାନେ କିଏ ?ମୋତେ କୁହନ୍ତୁ ମୁନିବର !।ନାରଦ କହିଲେ ହେ !ରାଜନ ମୁଁ ଯାହା ଶୁଣିଛି ତାହା କହୁଛି ଶୁଣ ନାରଦ କହୁଛନ୍ତି ..........
ବ୍ରାହ୍ମଣ ଧର୍ମଦତ୍ତ ବିଷ୍ଣୁଦୂତଙ୍କ ବାଣୀ ଶୁଣି ଆନନ୍ଦରେ ପୁଲକିତ ହେଲେ ଓ ପୁଣି କହିଲେ ହେ ବିଷ୍ଣୁ ଦୂତ ତୁମ ବାଣୀ ଶୁଣି ମୁଁ କୃତାର୍ଥ ହେଲି । ଏବେ ମୁଁ ତୁମକୁ ଯାହା ପଚାରିବି ତୁମେ ମୋତେ ପ୍ରସନ୍ନ ହୋଇ କହିବାକୁ ଅନୁରୋଧ କରୁଛି ! ତୁମ ସହିତ ଦୁଇଜଣ କାର୍ତ୍ତିକ ବ୍ରତ ଉଦ୍ୟାପନ କରି ବିଷ୍ଣୁପୁର ଗମନ କରିଛନ୍ତି ସେମାନେ ହେଲେ ଜୟ ,ବିଜୟ ନାମକ ଦ୍ବାରୀ । ସେମାନେ ଦୁଇ ଜଣ କଅଣ ଏମିତି ଧର୍ମ କଲେ ଯେ ଓ ତାଙ୍କର ପୂର୍ବ ଜନ୍ମର ଧର୍ମ କଣ ଥିବା ଯୋଗୁଁ ସେମାନେ ଭଗବାନ ବିଷ୍ଣୁ ଙ୍କ ପୁରରେ ବାସ କଲେ ସେ ବିଷୟରେ ଶୁଣିବା ପାଇଁ ମୋହର ଆଗ୍ରହ ହେଉଛି ମୋତେ ଜୟ ,ବିଜୟ ଙ୍କ ଧର୍ମ ବିଷୟରେ ବିସ୍ତାର କରି କୁହନ୍ତୁ ? ବିଷ୍ଣୁଦୂତ ,ଧର୍ମଦତ୍ତ ଙ୍କ ଆଗ୍ରହ ଦେଖି କହିଲେ ହେ ବିପ୍ର !ଏବେ ଆମ୍ଭେ ଜୟ ,ବିଜୟ ଙ୍କ ଧର୍ମ ବିଷୟରେ କହୁଛୁ ଶୁଣନ୍ତୁ ବିଷ୍ଣୁଦୂତ କହିଲେ ........
ହେ ବିପ୍ରବର !ପୂର୍ବ ବ୍ରହ୍ମାଙ୍କ କୁମର ଥିଲେ ୠଷି କର୍ଦ୍ଦମ ।ମହାମୁନି ଭାବେ ସେ ଖ୍ୟାତ ଥିଲେ । ତାଙ୍କ ପତ୍ନୀ ଥିଲେ ଦେବ ହୂତି । ଦେବହୂତି ଥିଲେ ମନୁ ୠଷି ଙ୍କ ନନ୍ଦିନୀ । ଦେବହୂତି ଦେଖିବାକୁ ବହୁତ ସୁନ୍ଦରୀ ସେ ମଧ୍ୟ ମହାସତୀ ରେ ଗଣା ଯାଉଥିଲେ । ଦେବହୂତି ଙ୍କ ଗର୍ଭରୁ ନଅ ଜଣ ଝିଅ ଜନ୍ମ ନେଲେ । ଏହି ନଅ ଝିଅ ନଅ ଜଣ ୠଷି ଙ୍କୁ ବିବାହ କଲେ । ପୁଣି ଦେବହୂତି ଙ୍କ ଠାରୁ ତିନି ପୁଅ ଜନ୍ମ ନେଲେ । କପିଳ , ଜୟ ଓ ବିଜୟ ,।କପିଳ , ବିଷ୍ଣୁ କଳା ନେଇ ଜନ୍ମ ନେଲେ ଓ ସାଧୁ ସଙ୍ଗତରେ ରହି ଯୋଗ କରି ଜ୍ଞାନ ଅର୍ଜନ କଲେ । ଜୟ ,ବିଜୟ ଥିଲେ ଦେବହୁତି ଙ୍କର ସାନ ପୁଅ ଦୁଇଜଣ ।ସେହି ଦୁଇ ଭାଇ ଗୁଣବନ୍ତ ଓ ଧର୍ମ କରିବା ବିଷୟରେ ବହୁତ ଜ୍ଞାନ ଅର୍ଜନ କଲେ । ନିଗମ ଶାସ୍ତ୍ର ଅଧ୍ୟୟନ କରି ଦିନକୁ ଦିନ ଅଧିକ ଜ୍ଞାନ ଆହରଣ କଲେ । ଆତ୍ମା କଅଣ ସେହି ଦୁଇ ଭାଇ ଭଲ ଭାବରେ ଜାଣି ଗୁରୁଙ୍କ ସେବାରେ ଲାଗି ପଡିଲେ । ବ୍ରହ୍ମାଙ୍କ ନନ୍ଦନ ସନତ କୁମାର ଙ୍କୁ ଗୁରୁ କଲେ । କପିଳ ୠଷି ମଧ୍ୟ ସନତ ଙ୍କୁ ଗୁରୁ କରିଥିଲେ । ସେ ନାରାୟଣ ଙ୍କ ମହାମନ୍ତ୍ର ସହିତ ଅଷ୍ଟ ଅକ୍ଷର ଭେଦ ଯନ୍ତ୍ର ଓ ଷୋଡଶ ଉପଚାର ପୂଜା ବିଷୟରେ ଜ୍ଞାନ ଅର୍ଜନ କରି ଦେବତା ମାନଙ୍କୁ ସନ୍ତୋଷ କରୁଥିଲେ । ଗୁରୁ ସନ ତ ଙ୍କ ଠାରୁ ସବୁ ଶିଖି ନିଜ ଆତ୍ମାକୁ ସୁଖୀ କରୁଥିଲେ । ଜୟ ,ବିଜୟ ଦୁଇ ଭାଇ ପ୍ରତିଦିନ ଜଗନ୍ନାଥଙ୍କୁ ସେବାକରିବା ସହିତ ପୂଜା ମଧ୍ୟ କରୁଥିଲେ । କେବଳ ବିଷ୍ଣୁ ଭକ୍ତି ବ୍ୟତୀତ ତାଙ୍କର ଆଉ କୌଣସି ଆଡେ ମନ ନଥାଏ । ଏମିତି କେତେ ଦିନ ଗଲା ପରେ ଦିନେ ଜୟ ଓ ବିଜୟ ଙ୍କୁ ମରୁତ ରାଜା ନିମନ୍ତ୍ରଣ କଲେ ।ନିମନ୍ତ୍ରଣ କରିବାର କାରଣ ମରୁତ ରାଜା ଯଜ୍ଞକରୁଥିଲେ । ଏହି ଯଜ୍ଞରେ ଜୟ ବିଜୟ ପୁରୋଧା ଭାବରେ ରାଜା ମରୁତ ଦେଖିବା କୁ ଇଛା କରିଥିଲେ ।ବୋଲିବିଷ୍ଣୁ ପ୍ରୀତି ରେ ଚିତ୍ତ ସର୍ବଦା ଥାଏ ରାଜା ମରୁତ ଙ୍କର । ଜୟ ,ବିଜୟ ଙ୍କୁ ଦେଖି ରାଜା ମରୁତ ଆନନ୍ଦିତ ହୋଇଗଲେ ଅତି ଆନନ୍ଦରେ ରାଜା ମରୁତ ଜୟ ,ବିଜୟ ଦୁଇ ଭାଇଙ୍କୁ ସ୍ୱାଗତ ଜଣାଇ ଜ୍ୟେଷ୍ଠ ଭାଇ ଜୟ ଙ୍କୁ ବ୍ରହ୍ମାପଣ ରେ ଓ ବିଜୟ ଙ୍କୁ ଆଚାର୍ଯ୍ୟ ପଣରେ ବରଣ କଲେ !। ରାଜା ମରୁତ ସଂଗେ ସଂଗେ ଏକ ଯଜ୍ଞର ଆୟୋଜନ କଲେ । ଅଗ୍ନି ଦେବତାଙ୍କ ସହିତ ଅନ୍ୟ ଦେବତା ମାନଙ୍କ ପୂଜା ଚାଲିଲା । ନର ଲୋକଙ୍କୁ ମିଷ୍ଟ ଅନ୍ନ ଓ ବିପ୍ର ମାନଙ୍କୁ ମହାଦାନ ଦେଲେ ରାଜା ମରୁତ । ଏହାପରେ ରାଜା ମରୁତ ଜୟ ବିଜୟ ଦୁଇ ଭାଇ ଙ୍କ କାର୍ଯ୍ୟ ରେ ଖୁସି ହୋଇ ଅଜସ୍ର ଧନ ସମ୍ପତ୍ତି ଦାନ କଲେ । ସମସ୍ତେ ଦାନ ନେଇ ଖୁସିରେ ନିଜ ନିଜ ପୁରକୁ ଚାଲିଗଲେ । ଏହାପରେ ଜୟ , ବିଜୟ ର ହାତ କୁ ଧରି ଏକାନ୍ତ ସ୍ଥାନରେ ଯାଇ ବସି ସାନ ଭାଇ କୁ କହିଲେ ଭାଇ ବିଜୟ ତୁ ମୋହର ଗୋଟିଏ କଥା ମାନିବୁ ରାଜା ଆମକୁ ଯେତେ ଧନ ଦେଇଛି ସେ ସବୁ ଆମର କଣ ହେବ ? ଆମେ ସ୍ୱଭାବରେ ତପୀ ଜନ ! ଧନରେ ଆସକ୍ତି ରହିଲେ ଯେତେ ଧ୍ୟାନ କଲେ ତାହା ପ୍ରାପ୍ତ ହେବନି । ତେଣୁ ମୁଁ ଚିନ୍ତା କରିଛି ରାଜା ମରୁତ ଯେତେ ଧନ ଆମକୁ ଦେଇଛି ସେ ଧନ କୁ ନେଇ ଆମେ ଗୁରୁ ଙ୍କୁ ସବୁ ଦେଇ ଦେବା । ଏହି ଧନରେ ସେ ଯଜ୍ଞ କରିଛି !ଏହାକୁ ଗୁରୁଙ୍କୁ ଅର୍ପଣ କଲେ ଆମର ପୁଣ୍ୟ ହେବ । ବଡ଼ ଭାଇଙ୍କ କଥା ଶୁଣି ବିଜୟ କହିଲା ହେ ଭ୍ରାତା ମୋ କଥା ଶୁଣ ! ଆମକୁ ରାଜା ମରୁତ ଯେତେ ଧନ ଦେଇଛି ସେ ଧନକୁ ଆମେ ଆମ ପିତାଙ୍କୁ ଦେଇଦେବା । ପିତା ଆମର ଆଦି ଗୁରୁ ।ଏହି ଧନ ନେଇ ପିତା ଆମର ଧର୍ମ କରନ୍ତୁ ଓ କୀର୍ତ୍ତି ଲାଭ କରନ୍ତୁ ।ପୁତ୍ର ଙ୍କ ଅର୍ଜିତ ଧନରେ ଆମ ପିତା ଦୁଃଖୀ ଦରିଦ୍ର ଙ୍କ ସେବା କରନ୍ତୁ । ସାନ ଭାଇ ର ଏପରି କଥା ଶୁଣି ଜୟ ରାଗିଗଲା ,ହେ ,,ତୁ ଗୋଟିଏ ଛୋଟ ଛୁଆ ଭଳି କଥା କହୁଛୁ ସବୁବେଳେ କୁଟୁମ୍ବ କଥା ମନ ଭିତରକୁ ଟାଣି ଆଣୁଛୁ ତପୀ ହୋଇ କୁଟୁମ୍ବ କଥା ଚିନ୍ତା କରିବା ଅନୁଚିତ ! ଏକଥା କିପରି ଭୁଲି ଯାଉଛୁ ବିଜୟ ବାପା ,ମାଆ , ପୁଅ , ସ୍ତ୍ରୀ ,ବନ୍ଧୁ ଏମାନେ ସବୁ ମାୟା ରୂପକ ସମୁଦ୍ର ।ଦାରା ଓ ତନୟ ଏମାନେ ମାୟାସମୁଦ୍ରର ଲହରୀ ।ଏମାନେ ଯେତେବେଳେ ଉଠନ୍ତି ସେତେବେଳେ ପର୍ବତ ପରି ଲହରୀ ଭାବେ ମାଡି ଆସନ୍ତି ଓ କୂଳରେ ବାଜିଲେ ଭାସି ଯାଆନ୍ତି ।କୁଟୁମ୍ବ ସ୍ନେହ ଯଦି ମନକୁ ଆଣିବୁ ତେବେ ଆତ୍ମା କେଭେ ମୁକ୍ତି ପାଇବ ନାହିଁ । ଗୁରୁ ସର୍ଵଦା ଗତି ମୁକ୍ତି ଦେଇଥାନ୍ତି ଓ ଆତ୍ମାକୁ ପବିତ୍ର କରନ୍ତି । ଉତ୍ତମ ଜ୍ଞାନ ଦେଇ ଅନ୍ତିମ କାଳରେ ଅଚ୍ୟୁତ ଙ୍କ ପୁରକୁ ନେଇ ଯାଆନ୍ତି । ତେଣୁ ଗୁରୁ ସେବା କରିବା ଆମ ପାଇଁ ଭଲ । ଅନ୍ୟ ମାନଙ୍କ ପ୍ରୟୋଜନ ଆମ୍ଭେ ଲୋଡ଼ିବା କାହିଁକି ଅଗ୍ରଜ କଥା ଶୁଣି ବିଜୟ କହିଲା ହେ ଭ୍ରାତା ! ଆପଣ ଯେଉଁ ଜ୍ଞାନ କଥା କହୁଛନ୍ତି , ସେ ଜ୍ଞାନ କେଉଁଠାରୁ ଉତ୍ପନ ହେଲା ଦେହ ନଥିଲେ ଜ୍ଞାନ କେଉଁଠୁ ଆସିବ ? ଦେହ ନଥିଲେ ସବୁ ଶୂନ୍ୟ ?ଯେତେ ଦିନ ପର୍ଯ୍ୟନ୍ତ ଦେହ ରେ ବୁଦ୍ଧି ଅଛି ତେବେ ସବୁ କର୍ମ ସିଦ୍ଧି ବୋଲି ଜାଣ । ସବୁ ଜ୍ଞାନ କୁ ସାଧନ କରି ଏ ଦେହକୁ ଧରି ଯଦି ଥିବ ତାହାଲେ ସିନା ଜ୍ଞାନ ପାଇବ । ଏ ଦେହ ହେଉଛି ସାରସ୍ୱତ ଯେତେ ବେଳେ ଏହା ଭୂମିଷ୍ଟ ହେଲେ ସେ ଦେହ ପବିତ୍ର ବୋଲି ଯାଣ । ଦେହ ଭିତରେ ଯେଉଁ ପିଣ୍ଡ ଅଛି ତାହାର ନାମ ପିତା ମାତା । ପିଣ୍ଡର ଅଧିକାରୀ କେବଳ ସେମାନେ । ତାଙ୍କ ପାଦ ସେବା କରିବା ଓ ଆମ ଅର୍ଜିତ ଧନ ତାଙ୍କୁ ହିଁ ଦେବା । ତାଙ୍କୁ ସନ୍ତୁଷ୍ଟ କଲା ପରେ ଆମେ ଇଷ୍ଟ କୁ ଡାକିବା । ଯେଉଁ ଜନ ପିତାମାତ ଙ୍କ ଚରଣ ରେ ସେବା ନ କରେ ସେ ମୂର୍ଖ ଜନ ଙ୍କ ମଧ୍ୟରେ ଗଣା ହୁଏ । ନିଜ ପିତାମାତା ଙ୍କୁ ଦୁଃଖ ଦେଇ ଗୁରୁଙ୍କୁ ସେବା କରେ ସେ ତପ ସାଧିବାର ମୂଲ୍ୟ କଣ ଅଛି ଭାଇ ? ଗଙ୍ଗା ଆଦି ତୀର୍ଥ କଲେ ଯେତିକି ପୁଣ୍ୟ ମିଳେ ତାଠାରୁ ସହସ୍ର ଗୁଣ ରପୁଣ୍ୟ ପିତାମାତା ଙ୍କୁ ସେବିଲେ ମିଳେ । ଯଦି ପିତାମାତାଙ୍କୁ ଅସନ୍ତୋଷ କରିବ ତେବେ ସବୁ ଧର୍ମ ନାଶ ହେବ ।
ପିତାଙ୍କୁ କଲେ ଅସନ୍ତୋଷ
ସକଳ ଧର୍ମ ଯାଏ ନାଶ ।
ଏଣୁ ପିଅର ପାଦେ ସେବି
ପଶ୍ଚାତେ ଅନ୍ୟ ଇଷ୍ଟ ଭାବି ।।
ବିଜୟ କହିଲା ଭାଇ ମୋ କଥା ତୁମେ ମାନ ଆମେ ଗୁରୁଙ୍କୁ ଅର୍ଜିତ ଧନ ନଦେଇ ଆମ୍ଭ ପିତାମାତାଙ୍କୁ ଏହି ଧନ ଦେବା ।ବିଜୟ କଥା ଶୁଣି ଜୟ କହିଲା ,ତୁ ମୂର୍ଖ ପ୍ରାଣୀ ! ମୋ ଠାରୁ ତୋହର କଣ ଅଧିକ ଜ୍ଞାନ ଅଛି ? ତୁ ଖାଲି ଧନ ଲୋଭାରେ ମନ ଦେଉଛୁ ଗୁରୁ ନିନ୍ଦା କରୁଛୁ ତୁ ? ଅପରାଧୀ ତୁ ନିଶ୍ଚିତ ? ମୋହର କଥା ମାନୁନୁ ? ତୋତେ ମୁଁ ଅଭିଶାପ ଦେଉଛି ତୁ ଜଳ ମଧ୍ୟରେ ଗ୍ରାହ ହୋଇ ଜନ୍ମ ନେବୁ । ଅର୍ଥାତ କୁମ୍ଭୀର ହୋଇ ଜନ୍ମ ନେବୁ । ଏଠାରେ କୁମ୍ଭୀର କୁ କାହିଁକି ଗ୍ରାହ୍ୟ କୁହାଗଲା ନା କୁମ୍ଭୀର ଯେଉଁ ପଟେ ଖାଦ୍ୟ ଗ୍ରହଣ କରେ ସେଇ ପଟେ ମଳ ତ୍ୟାଗ କରେ । ଜୟ ,ଭାଇ ବିଜୟ କୁ ଏମିତି ଅଭିଶାପ ଦେଲେ ।ସାନଭାଇ ବିଜୟ ବଡ଼ ଭାଇ ଜୟ ଙ୍କର ଅଭିଶାପ ଶୁଣି ଖୁବ ଯୋରରେ ରାଗି ଗଲା ଓ କହିଲା ମୋହର କିଛି ଦୋଷ ନଥାଇ ନବୁଝି ମୋ ଉପରେ ତୁ ରାଗି ମୋତେ ଅଭିଶାପ ଦେଉଛୁ ତୁ ଗୋଟିଏ ମହା ମୂର୍ଖ ରେ ଗଣା । ଏଣୁ ତୁ ଆଜିଠାରୁ ଗଜମୁର୍ଖ ହୋଇଯାଅ ଘୋର ଅରଣ୍ୟ ମଧ୍ୟରେ ରହି ଜୀବନ ବିତାଅ ।ବିଜୟ ଏହିପରି ଅଭିଶାପ ଦେଲା ବଡ଼ ଭାଇ ଜୟ କୁ । କିଛି କାରଣ ନଥାଇ ବଡ଼ ଭାଇ ଅଭିଶାପ ସାନଭାଇ ପାଇବା ଫଳରେ ବିଜୟ ଜଳ ରେ କୁମ୍ଭୀର ହୋଇ ରହିଲା ଓ ଜଳଜନ୍ତୁ ଙ୍କୁ ଭକ୍ଷଣ କରି ପେଟ ପୋଷିଲା । ଅନ୍ୟପଟେ ସାନଭାଇ ଅଭିଶାପ ଫଳରେ ବଡ଼ ଭାଇ ଜୟ ବନରେ ହସ୍ତୀ ହୋଇ ରହିଲା ଏବଂ ଡାଳପତ୍ର ଖାଇ ପେଟ ପୋଷିଲା ।
ଦୁଇ ଭାଇ ଅଭିଶାପ ପାଇ ନିଜ ନିଜର ରୂପ ଧାରଣ କରି ନିଜ ନିଜ ସ୍ଥାନରେ ରହିଲେ । ଏମାନେ ନିଜ ସ୍ଥାନରେ ରହିଲେ ମଧ୍ୟ ଭଗବାନ ବିଷ୍ଣୁ ଙ୍କୁ ଆରଧାନ ମନେ ମନେ କରୁଥିଲେ ।ଦିନେ ଦୁଇଭାଇ ଅଲଗା ଅଲଗା ସ୍ଥାନରେ ଥାଇ ମଧ୍ୟ ଈଶ୍ୱର ଙ୍କ ଦୃଷ୍ଟି ନିକ୍ଷେପ କରି କହୁଥାନ୍ତି ହେ ପ୍ରଭୁ ଚକ୍ରଧର ! ଆମେ ଦୁଇ ଭାଇ ଧନ ମଦ ରେ ବାଇ ହୋଇ ଜଣେ ଆରଜଣ କୁ ଅଭିଶାପ ଦେବାଫଳରେ ଏବେ ଏମିତି ଦୁର୍ଦ୍ଦଶା ଭୋଗ କରୁଛୁ ଓ ମରୁଛୁ ଗୁରୁ ଶୋକେ । ହେ ଜଗତ କରତା ,ଆର୍ତ୍ତତ୍ରାଣ ନାରାୟଣ ଆତଙ୍କେ ଆମେ ତୋତେ ସ୍ମରଣା କରୁଛୁ ଯେ ତୁ ନାଥ ଆମ ଦୁଇଜଣଙ୍କୁ ଉଦ୍ଧାର କର ପ୍ରଭୁ ।ତୁ ପରା ପ୍ରଭୁ ଭକ୍ତ ଜନଙ୍କ ବନ୍ଧୁ ! ହେ ଅନ୍ତର୍ଯ୍ୟାମୀ ଆମ ଉପରେ କୃପା କର ,ଆମ ଉପରେ କୃପା କର !!!!ଏହିପରି ଦୁଇ ଭାଇ ବିଷ୍ଣୁ ଭଗବାନଙ୍କ ଚରଣ ରେ ମନ ଦେଲେ । ଜୟ ,ବିଜୟ ଙ୍କ ଆତଙ୍କ କୁ ଜାଣିଲେ ଭଗବାନ ବିଷ୍ଣୁ !ଚିନ୍ତାମଣି ,ପ୍ରଭୁ ବ୍ରହ୍ମରାଶି ଏକଥା ଜାଣି ଦୁଇ ଭାଇଙ୍କ ମଝିରେ ଆସି ପ୍ରବେଶ କଲେ । ଅପୂର୍ବ ଦିବ୍ୟ କାନ୍ତି ଶୋଭା ଦେଖି ଦୁଇ ଭାଇ ଆନନ୍ଦିତ ହୋଇଗଲେ । ଜୟ ଓ ବିଜୟ ଦୁଇଭାଇ ଭଗବାନ ବିଷ୍ଣୁ ଙ୍କ ପାଦତଳେ ଶୋଇ ରହିଲେ । ତାପରେ ଉଠି ହାତ ଯୋଡି କହିଲେ ହେ ଚକ୍ରଧର ଆମ୍ଭ ଦୁଇ ଭାଇଙ୍କୁ ରକ୍ଷା କରନ୍ତୁ । ତ୍ରାହି କରିବାର ନାଥ ଜଗତରେ ଆପଣ ଏକା ।ଆପଣଂକ ବିନା ଅନ୍ୟ ଗତି ନାହିଁ।ଆମେ ଆମର କର୍ମ ଦୋଷରେ ଆପଣଂକୁ ଦର୍ଶନ ପାଇ ପାରୁନାହୁଁ ।ଅଧିକ କଣ ଆପଣଙ୍କୁ କହିବୁ ଆପଣ ତ ସ୍ୱୟଂ ଅନ୍ତର୍ଯ୍ୟାମୀ ।ହେ ପଦ୍ମ ମୁଖ ଆମର ଦୁଃଖ ବିନାଶ କର ।
ଜୟ ,ବିଜୟ ଙ୍କ ଭକ୍ତି ବଚନରେ ଲକ୍ଷ୍ମୀପତି କହିଲେ ତୁମେ ଦୁଇଭାଇ ଶୁଣ !ତୁମେ ଦୁଇଜଣ ମୋହର ଭକ୍ତ ।ଭକ୍ତ ମାନଙ୍କର ବଚନ ମୁଁ ସବୁବେଳେ ରକ୍ଷା କରେ ।ତୁମର ଅଭିଶାପ ତୁମ ଅଙ୍ଗରେ ଭୋଗ ହେବ ।ଗଜ କୁମ୍ଭୀର ରୂପରେ ଜଣେ ଜଳରେ ଓ ଜଣେ ସ୍ଥଳରେ ରହିବ ।ସମୟ ଆସିଲେ ତୁମେ ଦୁଇଜଣ ଭେଟ ହେବ । ଉପାୟ ବତାଇଦେଲେ ଭଗବାନ ବିଷ୍ଣୁ ଓ କହିଲେ ଏମିତି ଏକ ଦିନ ଆସିବ ଗଣ୍ଡୁକୀ ନଦୀକୁ ଗଜ ତୁଷାର୍ତ୍ତ ହୋଇ ପାଣି ପିଇବାକୁ ଆସିବ ! ସେହି ନଦୀର ଜଳରେ କୁମ୍ଭୀର ଗଜ କୁ ଧରିବ ।ଗଜ ମୋତେ ସ୍ମରଣା କରିବ ।ସେତିକି ବେଳେ ମୁଁ ଆସି ଚକ୍ର ପେଶୀ କୁମ୍ଭୀର ମୁଣ୍ଡକୁ ହାଣି ଦେବି । ଗଜ ମୋ ରୂପକୁ ଚାହିଁ ସେହିଠାରେ ତାହାର ପ୍ରାଣ ବାୟୁ ଚାଲିଯିବି । ସେହି ଦୁଇ ଆତ୍ମା ଅର୍ଥାତ ତୁମ ଦୁଇ ଭାଇଙ୍କୁ ମୁଁ ବୈକୁଣ୍ଠ ପୁରକୁ ନେଇଯିବି । ତୁମର ସ୍ୱରୂପ ମୋ ପୁରରେ ରହିବ । ମୋ ଦ୍ୱାର ଦେଶରେ ତୁମେ ଦୁଇ ଭାଇ ଦ୍ୱାରପାଳ ଭାବେ କାର୍ଯ୍ୟ କରିବ । ମୋତେ ଯେଉଁ ଜନ ଭଜିବ ପ୍ରଥମେ ତୁମ ଦୁଇ ଭାଇଙ୍କୁ ଦର୍ଶନ କଲା ପରେ ସେ ମୋତେ ପାଇବ ।ତୁମ ଦୁଇଜଣ ଙ୍କୁ ଭକ୍ତି କଲେ ସେ ଜନ ମୋକ୍ଷ ପାଇବ ।ମୁଁ ନିଶ୍ଚିତ ଏହାହିଁ କରିବି ।ଏଥିରେ ସଂଶୟ ନାହିଁ ଏହାକହି ବ୍ରହ୍ମରାଶି ଆକାଶ ମାର୍ଗରେ ଚାଲିଗଲେ । ଏମିତି କେତେକାଳ ବିତିଗଲା । ଅର୍ଜିଲ କର୍ମକୁ ଦୁଇଭାଇ ଭୁଲିଗଲେ । ଜୟ ମୁନି ଗଜ ହୋଇ ବନରେ ରହିଲା । ଗଣ୍ଡୁକି ନଦୀ ର ଜଳରେ ବିଜୟ ମୁନି କୁମ୍ଭୀର ହୋଇ ରହିଲା । ଦିନେ ଗଜ କୁ ଭୀଷଣ ଭାବେ ଶୋଷ ଲାଗିଲା । ଗଜ ଶୋଷ ସମ୍ଭାଳି ନପାରି ଗଣ୍ଡୁକୀ ନଦୀ କୁ ଜଳ ପିଇବା ପାଇଁ ଆସିଲା । କୁମ୍ଭୀର ଗଜ କୁ ଧରିବାରୁ ଗଜ ବିକଳ ହୋଇ ନାରାୟଣ ଙ୍କୁ ଡାକିଲା । ଭଗବାନ ବିଷ୍ଣୁ ସେଠାରେ ଆସି ପ୍ରବେଶ ହୋଇ ଚକ୍ର ଦ୍ୱାରା କୁମ୍ଭୀର ମୁଣ୍ଡକୁ କାଟିଦେଲେ । କୁମ୍ଭୀର ସେହିଠାରେ ବିନାଶ ହେଲା ।ଗଜ , ଭଗବାନ ବିଷ୍ଣୁଙ୍କ ଦିବ୍ୟ ରୂପ ଦେଖି ତାହାର ପ୍ରାଣ ବାୟୁ ଚାଲିଗଲା ।ବିଷ୍ଣୁ ଭଗବାନ ସେହି ଦୁଇ ଆତ୍ମାକୁ ରଥରେ ବସାଇ ବୈକୁଣ୍ଠ ପୂରକୁ ନେଇଗଲେ ।ଜୟ , ବିଜୟ ,ଗୋବିନ୍ଦ ମନ୍ଦିର ରେ ବସି କୈବଲ୍ୟ ଭୋଗ ଭୁଞ୍ଜି ରହିଲେ । ବିଷ୍ଣୁ ଦୂତ କହିଲେ ହେ ବିପ୍ର ଧର୍ମଦତ୍ତ !ଏହା ହେଉଛି ବିଷ୍ଣୁ ବାକ୍ୟ ଓ ଏହା ସତ୍ୟ ।ବିଷ୍ଣୁଦୂତ କହିଲେ ହେ ବିପ୍ର ତୁମେ ଆମ କଥା ଶୁଣ !ତୁମେ ତ ନିଶ୍ଚିତ ଭାବେ ବୈକୁଣ୍ଠ ପୁରକୁ ଜୀଵ ।କିନ୍ତୁ ଯେତେଦିନ ଏହି ମହୀରେ ଥିବ ମନ ଆନନ୍ଦ କରି ରହୁଥିବ ।କାମ ,କ୍ରୋଧକୁ ଛାଡି ଧର୍ମ ରେ ମନ ଦେଉଥିବ ।ଜୀବଜନ୍ତୁ ରେ ଦୟା ରଖିଥିବ ତୁଳା ,ମକର ,ମେଷ ତିନି ବ୍ରହ୍ମଶ୍ଚର୍ଯ୍ୟ ରେ ମନ ଦେବ ।ପ୍ରାତଃ ସ୍ନାନ କାଟି ହବିଷ୍ୟ ଭୋଜନରେ ସନ୍ତୁଷ୍ଟ ହେବ ।ଏକାଦଶୀ ବ୍ରତ ସହିତ ଗୋ , ବିପ୍ର ଅତିଥି,ଓ ତୁଳସୀ ସେବା ନିଶ୍ଚିତ କରିବ !ଏହି ମାନଙ୍କୁ ପୂଜାକରି ପ୍ରାଣୀମାନେ ତରି ଯାଆନ୍ତି । ଧର୍ମଦତ୍ତ କୁ ବିଷ୍ଣୁଦୂତ ମାନେ ଏପରି କହି ସାଙ୍ଗରେ କଳହା କୁ ଘେନି ସୁବର୍ଣ୍ଣ ବିମାନ ରେ ବସାଇ ବୈକୁଣ୍ଠ କୁ ଚାଲିଗଲେ । ବିଷ୍ଣୁଦୂତ ଙ୍କ ଠାରୁ ଉତ୍ତମ ଜ୍ଞାନ ପାଇ ନିଜ ପୁର କୁ ଫେରି ଆସିଲେ ।