ନାରୀ ହିଁ ନାରାୟଣୀ

🚩🛕🔱🔯⚜️🕉️⚜️🔯🔱🛕🚩

              ⚜️ *ନାରୀ ହିଁ ନାରାୟଣୀ* ⚜️

.
ଦିନେ ଜଣେ ଭଦ୍ରଲୋକ ନିଜ ପତ୍ନୀଙ୍କୁ ପଚାରିଲେ, ମୁଁ ତୁମକୁ ବାରବାର କିଛି କହୁଛି ଓ ତାଗିଦ କରୁଛି, ତୁମକୁ ଖରାପ ଲାଗୁନାହିଁ ?ତଥାପି ତୁମେ ପତି-ଭକ୍ତିରେ ଲାଗି ରହୁଛ, କିନ୍ତୁ ମୁଁ କେତେବେଳେ ପତ୍ନୀ- ଭକ୍ତି କରିବାକୁ ପ୍ରୟାସ କରିନାହିଁ ।

  ମୁଁ ଭାରତୀୟ ସଂସ୍କୃତିର ପ୍ରାଣସ୍ୱରୂପ ବେଦର ବିଦ୍ୟାର୍ଥୀ । ପରନ୍ତୁ ମୋ ପତ୍ନୀ ବିଜ୍ଞାନ ଛାତ୍ରୀ । କିନ୍ତୁ ମୋ ପତ୍ନୀର ଅଧ୍ୟାତ୍ମିକ ଶକ୍ତି ମୋଠାରୁ ବହୁଗୁଣରେ ଅଧିକ ବୋଲି ଭଦ୍ରବ୍ୟକ୍ତି ସ୍ଵୀକାର କରନ୍ତି । ମୁଁ କେବଳ ଅଧ୍ୟୟନ କରେ କିନ୍ତୁ ସେ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ଭଦ୍ରଲୋକଙ୍କ ପ୍ରଶ୍ନରେ ପତ୍ନୀ ଅଳ୍ପ ଅଳ୍ପ ହସି ହସି କହିଲେ, ଜଣେ ପୁତ୍ର ଯଦି ମା'କୁ ଭକ୍ତି କରେ ତାକୁ ମାତୃଭକ୍ତ କୁହାଯାଏ, କିନ୍ତୁ ମା' ଯେତେ ସେବା କଲେ ମଧ୍ୟ ତାକୁ ପୁତ୍ର-ଭକ୍ତ କୁହାଯାଏ ନାହିଁ ।

ଭଦ୍ରଲୋକ ଭାବିଲେ ଆଜି ମଧ୍ୟ ମୋତେ ନିରୁତ୍ତର ହେବାକୁ ପଡ଼ିବ । ପୁଣି ପତି ପ୍ରଶ୍ନ କଲେ, ଯେତେବେଳେ ଦାମ୍ପତ୍ୟ ଜୀବନର ପ୍ରାରମ୍ଭ ହୋଇଥାଏ, ସେତେବେଳ ଉଭୟ ପୁରୁଷ ସ୍ତ୍ରୀ ସମାନ ଥିଲେ । ପୁଣି ପୁରୁଷ ବଡ଼ ହେଲା କିପରି ? ଯେତେବେଳେ ସ୍ତ୍ରୀକୁ ଶକ୍ତିର ସ୍ୱରୂପ ଗ୍ରହଣ କରାଯାଏ । ହସିହସି ପତ୍ନୀ କହିଲେ, ଆପଣଙ୍କୁ କିଛିଟା ବିଜ୍ଞାନ ପଢ଼ିବାର ଥିଲା । ଏ କଥା ଶୁଣି ସ୍ୱାମୀଙ୍କୁ ଟିକିଏ ସରମ ଲାଗିଲା । ପୁଣି ପତ୍ନୀ କହିଲେ, ଦୁନିଆଁ ମାତ୍ର ଦୁଇଟି ପଦାର୍ଥରେ ତିଆରି ହୋଇଛି – ଶକ୍ତି ଏବଂ ପଦାର୍ଥ ।

ପୁରୁଷ ଶକ୍ତିର ପ୍ରତୀକ ଏବଂ ସ୍ତ୍ରୀ ପଦାର୍ଥର ପ୍ରତୀକ । ଯେତେବେଳେ ପଦାର୍ଥ ବିକଶିତ ହେବାକୁ ଥାଏ, ସେ ଶକ୍ତିର ଆଶ୍ରୟ ନେଇଥାଏ । କିନ୍ତୁ ଶକ୍ତି ପଦାର୍ଥକୁ ଗ୍ରହଣ କରି ନଥାଏ । ଏହି ପ୍ରକାର ଗୋଟିଏ ସ୍ତ୍ରୀ, ଗୋଟିଏ ପୁରୁଷ ସହିତ ସଂଯୋଗ ହେଲେ, ସେ ଶକ୍ତି ସ୍ୱରୂପ ହୋଇଯାଏ । ଆସନ୍ତା ପିଢ଼ି ପାଇଁ ପ୍ରଥମ ପୂଜ୍ୟା ହୋଇଥାଏ । ସେ କେବଳ ଜୀବନ ଦାୟିନୀ ହୋଇ ନ ଥାଏ, ଶକ୍ତି ଓ ପଦାର୍ଥର ସ୍ଵାମୀନୀ ହୋଇ ଥାଏ । ପୁରୁଷ କେବଳ ଶକ୍ତିର ଅଂଶ ହୋଇ ରହିଥାଏ । ଟିକିଏ ହସି ଦେଇ ସ୍ଵାମୀ କହିଲେ, ତାହେଲେ ତୁମେ ମୋର ପୂଜ୍ୟା ହୋଇଗଲ ।

ନାରୀ ହିଁ ନାରାୟଣୀ

କାରଣ ତୁମେ ଶକ୍ତି ଓ ପଦାର୍ଥ ଉଭୟର ସ୍ଵାମୀନୀ ହୋଇଗଲ । ସ୍ତ୍ରୀ କହିଲେ, ଆପଣ ଜଣେ ପଢ଼ା ଲେଖା ମୂର୍ଖ ଭଳି କଥାବାର୍ତ୍ତା କରୁଛନ୍ତି । ଆପଣଙ୍କର ଶକ୍ତିର ଅଂଶ ମୁଁ ଗ୍ରହଣ କରି ଶକ୍ତିଶାଳୀ ହେଲି, ତାହେଲେ ଶକ୍ତିର ପ୍ରୟୋଗ ମୁଁ ଆପଣଙ୍କ ଉପରେ କରିବି ? ଏହା ତ କୃତଘ୍ନତା ହୋଇଯିବ । ଭଦ୍ରବ୍ୟକ୍ତି କହିଲେ,ମୁଁ ତୁମ ଉପରେ ଶକ୍ତିର ପ୍ରୟୋଗ କରୁଛି, ତୁମେ କାହିଁକି ନ କରିବ ଏହି ଉତ୍ତର ଶୁଣି ପତ୍ନୀର ଆଖି ଜକେଇ ଉଠିଲା, ଶାନ୍ତ ସ୍ଵରରେ କହିଲେ, ଯାହାଙ୍କ ସାଥୀରେ ସଂସର୍ଗ କରିବା ମାତ୍ରେ ମୋତେ ଜୀବନ ଉତ୍ପନ୍ନ କରିବାର କ୍ଷମତା ମିଳିଯାଏ, ଯାହାକି ଈଶ୍ଵରଙ୍କ ଠାରୁ ଉଚ୍ଚପଦ ‘ମା” ମିଳିଗଲା । ତାଙ୍କ ସହିତ କିପରି ବିଦ୍ରୋହ କରି ପାରିବି ? ଯଦି ଶକ୍ତି ପ୍ରୟୋଗ କରିବା ଦରକାର ଅଛି, ତାହେଲେ ମୁଁ ମା ସୀତାଙ୍କ ଭଳି ଲବକୁଶ ତିଆରି କରି ହିସାବ ନିକାଶ ନେଇ ପାରିବି ।

ଏ କଥା ଶୁଣି ଭଦ୍ରଲୋକ ଚୁପ ହୋଇ ଗଲେ । ଏହା ପ୍ରକୃତ ସତ୍ୟ ଯେ ସ୍ତ୍ରୀଜାତି, ନିଜର ପ୍ରେମ, ତ୍ୟାଗ ଓ ମର୍ଯ୍ୟାଦାରେ ସଂପୂର୍ଣ୍ଣ ସଂସାରକୁ ବାନ୍ଧିପାରେ । ସହସ୍ର ପ୍ରଣାମ ଏହି ମାତୃ ଜାତିକୁ, ଯିଏ ନିଜର ସମର୍ପଣ ଏବଂ ଧୈର୍ଯ୍ୟ ଦ୍ୱାରା ସୃଷ୍ଟିର ସନ୍ତୁଳନ ରକ୍ଷା କରିଥାନ୍ତି । ପ୍ରକୃତରେ ବେଦ ସର୍ବ ପ୍ରଥମେ ଉଦ୍ଘୋଷଣା କରନ୍ତି “ମାତୃ ଦେବ ଭବ !!” ସତରେ ନାରୀ ହିଁ ନାରାୟଣୀ !

        🙏 *ଜୟ ଜଗନ୍ନାଥ* 🙏 

         ✍️ ସ୍ୱାମୀ ଶ୍ରୀ ସଚ୍ଚିଦାନନ୍ଦ ସରସ୍ବତୀ 

🚩🛕🔱🔯⚜️🕉️⚜️🔯🔱🛕🚩

Leave a Comment

Your email address will not be published. Required fields are marked *