ରାସ ଉତ୍ସବ
ସାରଦା ପ୍ରସାଦ ମିଶ୍ର
ଶରଦ ଆକାଶ ନିର୍ମଳ
ଭୂମି ଅଙ୍ଗ ଶ୍ୟାମଳ
କାଦମ୍ବିନୀ ନାହିଁ ଗଗନେ
ନାହିଁ ଧୂଳି ପଟଳ ।
ସୌର ତେଜ ହୁଏ ନିଉନ
ବହେ ଶୀତଳ ବାତ
ଉପବନ ଶୋଭେ କୁସୁମେ
କଳ ରବେ କୁଜିତ ।
ତଟିନିର ଜଳ ସୁନୀଳ
କେଦାର ଶିଶିର ସିକ୍ତ
ଉତ୍ସବର କୋଳାହଳରେ
ଗ୍ରାମ ମ।ନ କମ୍ପିତ ।
ରାଧା ମାଧବ ଙ୍କ ମୃଣ୍ମୟ
ମୂର୍ତ୍ତି ନିର୍ମାଣ କରି
ସ୍ଥାନେ ସ୍ଥାନେ ଲୋକେ ପୁଜନ୍ତି
ରାଧା ସହିତ ହରି ।
ରଜନୀ ଆକାଶେ ଚନ୍ଦ୍ରମା
ବିଞ୍ଚେ ରଜତ କିରଣ
ଗ୍ରାମରେ ପାଳିତ ହୁଅଇ
କୃଷ୍ଣ ଗୋପୀ ମିଳନ ।
ଜଗନ୍ନାଥ ଦାସ ପ୍ରଣୀତ
ରାସ ଲୀଳା ପୁସ୍ତକ
ଗାନ ହୁଏ ଦିଅଁ ସମୀପେ
ବାଜେ ଭେରୀ ଟମକ ।
ପୁଷ୍ପ ସୁଶୋଭିତ ରଥରେ
ରାଧା କୃଷ୍ଣ ସହିତ ଦୋଳ।ୟିତ ହ୍ଵନ୍ତି ଆଦରେ
ଭକ୍ତେ ପ୍ରେମେ ଉନ୍ନତ।
ଅଳପେ ଅଥବା ବହୁତେ
ସବୁ ପୁରୁଣା ପ୍ରଥା
ପାଳିତ ହୋଇ ଆସୁଅଛି
ସଦା ଏହି ବ୍ୟବସ୍ଥା ।
