କୁମ୍ଭ ମେଳା
ସାରଦା ପ୍ରସାଦ ମିଶ୍ର
ପ।ର।ବାର ମନ୍ଥି ଦେବାସୁର ଗଣ
ଲାଭ କରିଲେ ଅମୃତ
ବଳଶାଳୀ ଦୈତ୍ୟ ଅମୃତ କୁମ୍ଭକୁ
କରିନେଲେ କରାୟତ।
ଗୁରୁ ବୃହସ୍ପତି ଅମୃତ ଉଦ୍ଧାର
ଯୋଜନା କଲେ ପ୍ରସ୍ତୁତ
ସୂର୍ଯ୍ୟ ଚନ୍ଦ୍ର ଶନି ବୃହସ୍ପତି ସହ
ବାସବ ସୂତ ଜୟନ୍ତ ।
ଏ ପଞ୍ଚ ଦେବତା ଅମୃତ ହରଣେ
ହୋଇଥିଲେ ନିୟୋଜିତ
ପ୍ରଭାକର ଶଶି ଶନି ସଙ୍ଗେ ମିଶି
ନେଲେ ସୁରକ୍ଷା ଦାୟିତ୍ବ ।
ଗୁରୁ ବୃହସ୍ପତି ଦୈତ୍ୟ ବଳ ରୋକି
କରିଲେ ସୁଗମ ପଥ
ସୁଧା ଆନୟନେ କୁମ୍ଭ ଚହଲିଣ
ଭୂମିରେ ପଡେ ଅମୃତ।
ଜାହ୍ନବୀ ତୀରରେ ହରିଦ୍ଵାରେ ବିନ୍ଦୁ ଏ
ଏକବିନ୍ଦୁ ନସିକରେ
ସିପ୍ର ତଟ ଦେଶ ଉଜ୍ଜୟିନୀ ଠାରେ
ବିନ୍ଦୁଏ ପଡେ ଭୂମିରେ।
ଗଙ୍ଗା ଯମୁନାର ସହ ସରସ୍ୱତୀ
ହୋଇଛି ଯହିଁ ମିଳିତ
ସେ ପବିତ୍ର ସ୍ଥାନ ପ୍ରୟାଗ ର।ଜରେ
ତ୍ରିବେଣୀ ନାମେ ବିଖ୍ୟାତ।
ସେହି ସ୍ଥାନେ ଏକ ବିନ୍ଦୁ ପଡି ଥିଲା
ଯାହା ବର୍ଣ୍ଣିତ ପୁରାଣେ
ପୁଣ୍ୟ କୁମ୍ଭ ମେଳା ଅନୁଷ୍ଠିତ ହୁଏ
ଉପରୋକ୍ତ ଚାରି ସ୍ଥାନେ।
ଚଇତ୍ର ମାସରେ ରବି ମେଷ ଠାରେ
କୁମ୍ଭେ ଗୁରୁ ଶନିଶ୍ଚର
ଉକ୍ତ ସମୟରେ ମେଳା ଆୟୋଜନ
ହୁଏ ହରିଦ୍ଵାର ଠାର।
ପୁନ ଚୈତ୍ର ମାସେ ସିଂହ ପରେ ଗୁରୁ
ରବି ମେଷ ରାଶି ପରେ
କଲେ ଅବସ୍ଥାନ ଉଜ୍ଜୟିନୀ କୁମ୍ଭ
ମେଳା ବସେ ସିପ୍ରା କୂଳେ।
ଭାଦ୍ରବେ ଶଶାଙ୍କ ସୂର୍ଯ୍ୟ ବୃହସ୍ପତି
ବିର।ଜଇ କର୍କଟରେ
ଅମାବାସ୍ୟା ଦିନ ନାସିକ ରେ କୁମ୍ବ
ମେଳା ଗୋଦାବରୀ ତୀରେ।
ମାଘ ମାସେ ଯେବେ ମେଷ ବା ବୃଷରେ
ଗୁରୁ କରେ ଅବସ୍ଥାନ
ସୂର୍ଯ୍ୟ ଚନ୍ଦ୍ର ଶନି ମକର ରାଶିକୁ
କରିଥାନ୍ତି ଆଗମନ।
ସେଦିନ ପ୍ରୟାଗ ରାଜ ପୂତ ସ୍ଥାନେ
ପଡ଼ିଥାଏ କୁମ୍ଭ ସ୍ନାନ
ସାରା ଖଗୋଳରୁ ଶ୍ରଦ୍ଧାଳୁ ଗଣଙ୍କ
ହୋଇଥାଏ ଆଗମନ।
ଅମୃତ ଆୟନେ ବାରଟି ଦିବସ
ହୋଇଥିଲା ଅତିକ୍ରାନ୍ତ
ଦେବତାଙ୍କ ଏକ ଦିନ ଏକ ବର୍ଷ
ମେଦିନୀ ରେ କହେ ଶାସ୍ତ୍ର ।
ଗୁରୁ ବୃହସ୍ପତି ନିଜ ଶକ୍ତି ବଳେ
କରିଥାନ୍ତି ରକ୍ଷା ପ୍ରୁଥି
ଏକ ରାଶି ଠାରୁ ଅପର ରାଶିକୁ
ଗମନେ ବରଷେ ନ୍ୟନ୍ତି।
ପ୍ରତି ବାର ବର୍ଷେ କୁମ୍ଭ ମେଳା ପର୍ବ
ହେଉଅଛି ଅନୁଷ୍ଠିତ
ଶହେ ଚୌର।ଳିଶ ସମ୍ବତ୍ସର ଅନ୍ତେ
ମହା କୁମ୍ଭ ଟି ପାଳିତ।
ଗ୍ରହର ମିଳନ ଦରଶନ କରି
ଭକତ ଗଣ ଭକ୍ତିରେ
ଶ୍ରୀ ବିଷ୍ଣୁଙ୍କୁ ପୂଜେ ଅକ୍ଷୟ ବଟରେ
ବ୍ରହ୍ମାଙ୍କୁ ବ୍ରହ୍ମ ବେଦୀରେ।
ସାରା ଦୁନିଆଁ ରୁ ଜାତି ଧର୍ମ ପଥ
ସମ୍ପ୍ରଦାୟ କୋଟି କୋଟି
ସ୍ମାର୍ତ ଶୈବ ଶାକ୍ତ ବୈଷ୍ଣବ ଜଇନ
ଶିଖ ବୌଦ୍ଧ କବିର ପନ୍ଥୀ।
ସମୂହ ସ୍ନାହାନେ ଅମୃତତ୍ଵ ପ୍ରାପ୍ତ
ପାପ ତାପ ବିନାଶନ
ଆଶା କରି ଭକ୍ତେ ରୁଣ୍ଡ ହୋଇଥାନ୍ତି
ଏହି କୁମ୍ଭ ମେଳା ଦିନ ।
ଷ ଡ ବରଷ ରେ ଦୁଇଟି ସ୍ଥାନରେ
ହୁଏ ମେଳା ଅର୍ଦ୍ଧ କୁମ୍ଭ
ହରିଦ୍ଵାର ଏବଂ ପ୍ରୟାଗ ର।ଜରେ
ଭକତ ଙ୍କ ସମାଗମ।
ଆଚାର୍ଯ୍ୟ ଶଙ୍କର ସନାତନ ହିନ୍ଦୁ
ଧରମ ରକ୍ଷା ନିମିତ୍ତ
ସବୁ ସମ୍ପ୍ରଦାୟ ସାଧୁ ସନ୍ଥ ଗଣେ
କରିଥିଲେ ଏକତ୍ରିତ।
ସେହି ଦିନ ଠାରୁ କୁମ୍ଭ ମେଳା ପର୍ବ
ଶ୍ରଦ୍ଧାରେ ହୁଏ ପାଳନ
ସାରା ଦୁନିଆକୁ ଦେଖାଇ ଦିଏ ସେ
ଆମ ଭାରତ ମହାନ।
ଅତି ସୁନ୍ଦର କବିତାଟି 🙏