ଗରଜେ ଗନ୍ଧ ମାର୍ଦ୍ଦନ
ସାରଦା ପ୍ରସାଦ ମିଶ୍ର
ପଞ୍ଚବଟୀ ପର୍ଣ୍ଣ କୁଟୀରୁ
ଲଙ୍କପତି ରାବଣ
ଜନକ ନନ୍ଦିନୀ ସୀତାଙ୍କୁ
କରିଥିଲା ହରଣ ।
ଜାତୁଧାନ ହସ୍ତୁ ଜାୟ।କୁ
ମୁକ୍ତ କରିବା ପାଇଁ
କରିଥିଲେ ମହା ସଂଗ୍ରାମ
ପ୍ରଭୁ ଜଗତ ସାଇଁ।
ବାସବ ବିଜେତା ରାବଣ
ସୂତ ଇନ୍ଦର ଜିତ
ସଂଗ୍ରାମ ଭୂମିରେ ସୌମିତ୍ରୀ
ହାତେ ହୋଇଲା ହତ।
କ୍ରୋଧେ ଦଶ।ନନ ଯୁଦ୍ଧକୁ
ଆସି ଲକ୍ଷ୍ମଣ ପରେ
ମୟ ଦୈତ୍ୟ କୃତ ଶକତି
ବେଗେ ପ୍ରହାର କରେ।
ଶକତି ପ୍ରହାରେ ଲକ୍ଷ୍ମଣ
ବୀର ହରାଏ ଜ୍ଞାନ
ରଘୁକୁଳ ପତି କାନ୍ଦନ୍ତି
କାନ୍ଦେ ବାନର ସୈନ୍ୟ ।
ବଇଦ ସୁଷେଣ ନିର୍ଦ୍ଦେଶ
ପାଇ ପବନ ସୂତ
ଗନ୍ଧ ମ।ର୍ଦ୍ଦନରୁ ବିଷଲ୍ୟ
କରଣୀ ଆଣେ ତ୍ୱରିତ ।
ସେ ଗିରି ମଣ୍ଡନ କରଇ
ବିରଳ ଔଷଧ ବୃକ୍ଷ
ନୃସିଂହ ନାଥଙ୍କ ନିବାସ
ବଇକୁଣ୍ଠ ପ୍ରତ୍ୟକ୍ଷ ।
ପାପ ବିନ।ଶିନୀ ଜାହ୍ନବୀ
ବହୁଅଛି ସେଠାରେ
ପିତୃ ଶ୍ରାଦ୍ଧ ଅସ୍ଥି ବିସର୍ଜନ
ହୁଏ ତାହାରି ତୀ ରେ ।
ବିନ୍ଧ୍ୟଗିରି ଗନ୍ଧଗିରି ଓ
ପରିମଳ ପର୍ବତ
ମିଶି ଗନ୍ଧ ମ।ର୍ଦ୍ଦନ ନାମେ
ଅଟେ ଜଗତେ ଖ୍ୟାତ ।
ସେହି ପରବତ ଗରଭେ
ଅଛି ବକ ସାଇଟ
ଯାହାପରେ ବାଲକୋ କମ୍ପାନୀ
ଦିନେ ପକ।ଏ ଦୃଷ୍ଟି ।
ଜନ ଆନ୍ଦୋଳନେ ସ୍ଥଗିତ
ହେଲା ଖଣି ଖନନ
ବଇଆଳିଶ ବର୍ଷ ଉତ୍ତାରେ
ଲୋଭାଏ ଆଦାନୀ ମନ।
ଅର୍ଥ ବଳେ ଚାହେଁ କବଜା
କରିବ ସେହି ଗିରି ତନୁକୁ
ମ।ର୍ଜ।ର କେଶରୀ ଆଶ୍ରିତ
ଅଟେ ପାହାଡ ବୁକୁ ।
ଓଡ଼ିଶା ଓ ଛତିଶ ଗଡ଼
ବାସୀଙ୍କ ପବିତ୍ର ସ୍ଥାନ
ଇଞ୍ଚେ ଭୂମି କେବେ ନଦେବେ
ଥିବା ଯାକେ ଜୀବନ ।
ପର୍ଯ୍ୟଟନ କ୍ଷେତ୍ର ବିପନ୍ନ
ଜୈବ ମଣ୍ତଳ କ୍ଷତ
ଯାହାର ପ୍ରଭାବ ମାନବ
ଉପରେ ହୋଇବ ବ୍ୟାପ୍ତ ।
ସମସ୍ୟା ସମାଧାନ ପାଇଁ
ବେଗେ ହେଉ ଉପାୟ
ଯାହାଦ୍ବାରା ଦୂର ହୋଇବ
ଭବିଷ୍ୟତର ଭୟ ।