
ପଣା ସଂକ୍ରାନ୍ତି
ସାରଦା ପ୍ରସାଦ ମିଶ୍ର
ନିରକ୍ଷବୃତ୍ତ ଉର୍ଦ୍ଧେ କାଶ୍ୟପ ସୁତ
କରିଲେ ଅବସ୍ଥାନ ରଖି ସ୍ୱରଥ ।
ମେଷ ରାଶିକୁ ରବି କଲେ ଗମନ
ଓଡ଼ିଆ ବରଷର ଆଜି ଆରମ୍ଭ ଦିନ।
ସକଳ ଶକ୍ତି ଉତ୍ସ ଗ୍ରହ ରାଜନ
ମହିରେ ଋତୁ ଚକ୍ରର ଅଟେ କରଣ।
ତାଙ୍କ ତେଜ କିରଣେ ଧରାର ଜଳ
ବାଷ୍ପ ହୋଇ ଉର୍ଦ୍ଧକୁ ଉଠେ ସତ୍ୱର୍।
ପୁଣି ବରଷା କରେ ହୋଇ ଶୀତଳ
ଏହିପରି ଧରାରେ ଦେଖାଏ ଖେଳ।
ତେଜ କିରଣ ଢାଳି ସେ ଅଂଶୁ ମାଳି
ଧରାର ସବୁଜିମା ଦିଅଇ ଜାଳି ।
ବୃକ୍ଷକୁ ଦେବା ପାଇଁ ନବ ଜୀବନ
ଘଟରେ ଜଳ ଭରି ହୁଏ ପ୍ରଦାନ।
ତୁଳସୀ ଗଛ ଟିକୁ କଳସୀ ଦ୍ଵାରା
ସେଚିତ ହୁଏ ଜଳ ମାସ ଟି ସାରା।
ଦେବ ମନ୍ଦିରେ ନୈବେଦ୍ୟ ଶୀତଳ ପଣା
ଭୋଗ ସଙ୍ଗତେ କରାଯାଏ ମାଜଣା।
ରାମ ସେବକ ବୀର ଅଞ୍ଜନା ସୁତ
ବିଷୁବ ସଂକ୍ରାନ୍ତିରେ ହେଲେ ସମ୍ଭୂତ।
ଘୋର ସଙ୍କଟରୁ ଉଦ୍ଧାର ପାଇବା ପାଇଁ
ସରବେ ଭକତିରେ ହନୁମାନ ପୂଜଇ।
ଦେବୀ ପୀଠ ସମସ୍ତ ଚଳ ଚଞ୍ଚଳ
ପବିତ୍ର ଝାମୁ ଯାତରା ର କୋଳାହଳ।
ବ୍ରତଧ।ରୀ ଭକତ ଗଣ ଶ୍ରଦ୍ଧାରେ
ଅଗ୍ନିରେ ଚାଲି କୁଛ୍ର ସାଧନା କରେ।
ହିନ୍ଦୁ ମାନଙ୍କ ଆଜି ନୂତନ ବରଷ
ପାଳିଥାଆନ୍ତି ସମସ୍ତେ ହୋଇ ହରଷ।